ନରସିଂନାଥ ଜିବନରେ ମୁଇଁ ପାଁଚ ଥର ଖଣେ ଜେଇଛେଁ ହେଲେ ଆଘନୁ କେଭେ ହେ ପ୍ରକାର ଅନୁଭବ ନେଇଁ ହେଇ ଜେନ୍ତା ଆଏଜ ଲାଗୁଥିଲା । ଗୋକୁଂଡ ଘାଟ ସୁଖି ଗଲା ନ, ଚାଲଧାର ର ଆର ସେ ଡରଡରନିଆ ରୁପ ନି ଦିସବାର; ସବ ସଁକରି ସଁକରି ଜେଇଛନ ଜେନ୍ତା । ମଂଦିର ଲାଗନୁ ଡଂଗରର ପଖନକେ ଟାମଡି ଦେଖଲେ ଲହଁସି ଆସି କରି କାନେ କଲେ କଲେ ଫିସିର ଫିସିର କରି କେତେ ଦିନର ଦବେଇ ରଖଲା କଥାମାନେ କହୁଥିଲେ…
ନରସିଂନାଥ ହମିସା ଇତିହାସ, ପୁରାତତ୍ୱ ନୁ କଲା, ସଂସ୍କୃତି ର ଗବେସକ, ଚିନ୍ତକମାନକର ସାଂଗେ ଲାଖ ଲାଖ ଭକ୍ତ, ପ୍ରକୃତି ରସିଆମାନକୁ ବି ଘିଚୁଛେ । ନରସିଂଗନାଥ ପିଠକେ ଚାର୍ହିକୁତି ଘେରିଛେ ବହଲ ସାଗୁଆ ଝାର ଆର ଡଂଗର । ପଦମପୁର ସହରୁଁ ୩୨ କି.ମି. ଦୁରିଆ ଦଖିଣ-ପସଚିମକେ ଅଛେ ମାର୍ଜାର କେସରିର ପିଠ । ନରସିଂ ମାହାପୁରୁର ସାଂଗେ ଏକେ ନାଁ ‘ନରସିଂନାଥ ଡଂଗର’ ୨୦୦୦-୩୦୦୦ ଫୁଟ ଉଁଚା ତକ ଉଠି କରି ଅଛେ ପୁରାଣ ପ୍ରସିଦ୍ଧ ଗଂଧମାର୍ଦନ ପର୍ବତମାଲା ଭିତ୍ରେ; ତାର ପାହା ତଲେ ତଲେ ନରସିଂ ମାହାପୁରୁର ମଂଦିର । ନରସିଂନାଥ ମଂଦିର ନୁ ଡଂଗର ବାଟେ ବାଟେ ଗଂଧମାର୍ଦନ ପାହାଡମାଲା ଦେଇ ୧୮ କି.ମି ଗଲେ ପଡସି ହରିସଂକର । ସେ ବାଟେ ପଡସି ମନକେ, ଦିହିଁକେ କାଁକର କରିଦେବାର ଝରନମାନେ; ଚାଲ ଧାର, ଭିମ ଧାର, ପାଂଡବ ଧାର, କପିଲ ଧାର ।
ଇତିହାସ କହେସି ନରସିଂନାଥ ମଂଦିରକେ ବୈଜଲ ଦେବ – ୧(୧୪୧୦-୧୪୩୦) ସୁଭ ଦେଇଥିଲେ ୧୭/୩/୧୪୧୩ ରେ । ପଏଁଚାଲିସ ଫୁଟ ଉଁଚା ଅଛେ ମଂଦିର; ଇ କଥାର ପ୍ରମାଣ ଦେସି ୧୪୧୩ ର ଗୁଟେ ସିଲାଲେଖ । ମଂଦିରକେ ଦୁଇ ଭାଗ ଥି ବଁଟା ହେଇଚେ, ପହେଲା ଭାଗ ଥି ଅଛେ ମାହାପୁରୁର ଆସ୍ଥାନ ଆର ନବଗ୍ରହ ମୁର୍ତି । ସାଂଗେ ଅଛନ ଗଂଗା, ଜମୁନା, ନଂଦି, ଜୟ-ବିଜୟ, ବାମନ, ବରାହ, ସମହାର ନରସିଂ ମୁର୍ତି । ଆଟ ହତିଆ ଗଣେସ ଆର ସହଦେବ ଅଛନ ନବ ଦୁର୍ଗା ସାଂଗେ ଭଟା ନ । ବୈଜଲ ଦେବ ହଉଛନ ପାଟନାଗଡର ୪ର୍ଥ ଚୁହାନ ରଜା ଆର ତାକର ରାନି ବନେଇଛନ ହରିସଂକର ମଂଦିର । ନରସିଂନାଥ ନ ଭଗବାନ ବିସ୍ଟୁଁକେ ପୁଜା କଲାବେଲକେ ହରିସଂକର ନ ସିବ ମାହାପୁରୁ ପୁଜା ପାଏସନ । ଚତୁର୍ଥ ଚୌହାନ ରଜା ବୈଜଲ ଦେବ ଲୁହାସିଂଗା (ଇହାଦେର ଲୁଇସିଂଗା) ର ମାଲଗୁଜାରି ମଂଦିରର ଦେଖରେଖ ଲାଗି ଦଉଥିଲେ । ତାକର ପରେ ଭୋଜରାଜ ଦେବ (୧୪୩୦-୧୪୫୫) ନରସିଂନାଥ ପାଖେ ଗଂଧମାର୍ଦନ ପାହାଡ ଉପରେ ଗୁଟେ ମହଲ ବନାଲେ । ତାକର ନାଁ ଅନସାରେ ଲୋକ ସେଟାକେ ଭୋଜଗଡ ବଏଲେ ।
ହେଲେ ଇ ଅଂଚଲ’ର ଲୋକ କଥାନି ଥି ଇ ମଂଦିରମାନକୁ ପାଟନା ରାଏଜର ପ୍ରତିସ୍ଠାତା ରମାଇ ଦେବ ବନେଇଛନ ବଲି ସୁନବାରକେ ମିଲସି । କଥାନି ଅନସାରେ:
ଦିନେକା ଜମୁନା ବଲି ଗୁଟେ କଂଧ ଜାତିର ମାହେଜି କଂଦା କୁଡୁନ- କୁଡୁନ ଦେଖଲା ଜେ ସେନୁ ରକତ ବଜବଜଉଛେ । ଜମୁନା କଂଧେନ ଆର ତାର ମୁନୁସ ଡରହେ ସରମି ଗଲେ । ଜେତେବେଲେ ହୋସ ଆଏଲା କି ରଜା’ର ନିକେ ଜେଇ କରି ସବୁ କଥା ଗୁହାରଲେ । ରଜା ସେ ଠାନକେ ଜେଇକରି କୁଡାଲେ ଆର ମାହାପୁରୁ ମାର୍ଜାର-କେସରିର ମୁର୍ତିକେ ପାଏଲେ । ତେହରୁ ସେନ ଗୁଟେ ସୁଂଦର ମଂଦିର ବନେଇ ବଏଲେ ଆର ମାହାପୁରୁ ମାର୍ଜାର-କେସରିକେ ପୁଜା କଲେ ।
ହେଲେ ଗବେସକମାନେ କହୁଛନ ଗଂଧମାର୍ଦନ ଗୁଟେ ଧାର୍ମିକ ପିଠ ହିସାବେ ଗୁରଦୁ ପୁରନା; କମସେ କମ ଖ୍ରିସ୍ଟିଆନ ଜୁଗର ମୁଲ ଆଡର ହେବା ବଏଲେ ୨୦୦୦ ହଜାର ବଛର ପୁରନା । ବୌଦ୍ଧ ଧର୍ମ ଇ ଇଲାକା ନ ଖ୍ରି. ପୁ. ୨ୟ ସଦି ନୁ ୬ସ୍ଟ ସଦି ତକ ଜୋରସୋର ଫଏଲିଥିଲା । ସେ ସମିଆରେ ଦଖିଣ କୋସଲରେ ରଜା ଥିଲେ ସାତବାହାନ ବଂସି ଗୁତମିପୁତ୍ର ସାତକର୍ନି । ତାକର ଗୁଣି ବଂଧୁ ଥିଲେ ନାଗାର୍ଜୁନ, ମାହାଜାନ ବୌଧ ଧର୍ମର ମାଧ୍ୟମିକ ଧର୍ମନିତି ର ପ୍ରବକ୍ତା ଆର ପ୍ରଚାରକ । ସାତକର୍ନି ତାକର ବଂଧୁ ନାଗାର୍ଜୁନ ଲାଗି ପୋ-ଲୋ-ମୋ-ଲୋ-କି-ଲି (ପରିମଲଗିରି); ଜେନଟାକି ଇହାଦେର ଗଂଧମାର୍ଧନ; ଠାନେ ଗୁଟେ ଭବ୍ୟ ବିହାର ବନେଇଥିଲେ । ଇଟା ଜନା ପଡିଛେ ଚିନି ପରିବ୍ରାଜକ ହୁଏନସାଂ ଆର ଇସିଂ କର ଠାନୁ ।
ପଂଚୁ ପାଂଡବ ଘାଟ ପାଖେ ଗୁଟେ ପଖନେ ଆଟ ଖୁଟିଆ ଜୋନି-ପଟା ଆର ସାଂଗେ ସାରେ ପାହା କଟା ହେଇଛେ । ବୌଧ ଧର୍ମର ତାଂତ୍ରିକ ମତରେ ସିଦ୍ଧାଚାର୍ଜ୍ୟଂକର ପାହା ଚିହ୍ନା ପୁଜା ଚଲୁଥିଲା । ରାନିପୁର ଝରିଆଲ ନେ ବି ଇ କିସମର ପାହା ଚିହ୍ନା ଦେଖବାର’କେ ମିଲସି । ଇନୁ ବିସାସ କରାଜେଇପାରେ ଜେ ବଦ୍ଭସମକ୍ଟଦ୍ଭସମ ୟସମଗ୍ଧସକ୍ଟଦ୍ଭ ର ପୁଜା ଚଲୁଥିଲା । ଇହାଦେର ନରସିଂନାଥ ଇଲାକା ୨ୟ ନୁ ୮ମ ସଦି ଆଡକେ ଆର୍ନ୍ତଜାତିୟ ସ୍ଥରର ବୌଧ ଧର୍ମର ତିର୍ଥ, ପୁଜା ଆର ସିଖ୍ୟା ର ଠାନ ଥିଲା ।
ଇତିହାସକାର ଡୋନାଲ୍ଡସନ କର ହିସାବେ ଜଗମୋହନ ଭିତରେ ଜେନ ଚାଏରଟା ଖମ ଅଛେ ସେନୁ ଅନୁମାନ କରାଜେଇ ପାରେ ଜେ ମୁଲୁ ହେନ ଗୁଟେ ମଂଡପ ବନା ଥେଇପାରେ । ଇତିହାସକାର ପଂଡା ଇ ଖମମାନକୁ ପଢିକରି ଠାନେକେ ପାଂଡୁବଂସି ରଜା ହର୍ସଗୁପ୍ତ ଆର ରାନି ବସତା ଦେବି ବଲି ଚିହ୍ନୋଟ କରିଛନ । ସେ ଫଟୁ’ଥି ରାନି ବସତା ଦେବି ମଲା ରଜା ହର୍ସଗୁପ୍ତର ଖଟ ପାଖେ କାଂଦୁଛନ । ଆର ବି ଜନା ଜେଇଛେ ଜେ ବସତା ଦେବି ହିଁ ନରସିଂନାଥ ମଂଦିର ଭଗବାନ ବିସ୍ଟୁଁ ଲାଗି ବନେଇଛନ ବଲି । ଇନୁ ପ୍ରମାଣ ମିଲୁଛେ ଜେ ୮ମ ସତାବ୍ଦି ବେଲୁ ନରସିଂନାଥ ହିଂଦୁମାନକର ତିର୍ଥ ବନିଜେଇଥିଲା ।
ଇ ପରିପ୍ରେଖିରେ ୫ଫୁଟ ଉଁଚା ଚାଏର ମୁଡିଆ ସମଭାଗ ଭଂଗିନେ ଠିଆହେଲା ନରସିଂ ମୁର୍ତି ମିଲିଛେ ହେ ମଂଦିର ପାଖେ । ବଡା ବିରଲ ହିସାବେ ଦେଖବାରକେ ମିଲସି ସମଭାଗ ଭଂଗିନେ ଠିଆ ସ୍ଥନକ ଜୋଗ ନରସିଂଗ ମୁର୍ତି ଆଁଠୁ ତକ ଇରାନି ଜୁତା ପିଂଧି କରି । ଜେନଟାକି କୋଣାର୍କର ସୁର୍ଜ୍ୟ ମୁର୍ତିଥି ଦେଖବାରକେ ମିଲସିା
ଇଟା ବି ହେଇପାରେ ଜେ ମୁଲୁ ବୌଧ ଧର୍ମର ପିଠ ଥିଲା, ଆର ରାନି ବସତା ଦେବି ୮ କି ୯ମ ସଦିନେ ବନାଲା ମଂଦିର ଖପି ବସିଥିଲା ନ । ସେତାକେ ୧୧ସ ଆଡେ ସଜାବୁଜା କରାହେଇଥିଲା ଆର ଫେର ଘାଏ ୧୪ସ ଆଡେ ପହେଲା ଚୌହାନ ରଜା ରମାଇ ଦେବ ସଜାବୁଜା କରିଥେଇ ପାରନ । ଆର ୧୫ସ ଆଡେ ଏକଦମ ଖପି ଜେଇଥେଇ ପାରେ ଜେନଟାକେ ୪ର୍ଥ ଚୌହାନ ରଜା ବୈଜଲ ଦେବ-୧ ନୁଆଁଟି ସେ ଠାନେ ଆର ଗୁଟେ ମଂଦିର ବନେଇ ଥେଇ ପାରନ ।
ସବୁ ସଂଭାବନା ଭିତରେ ନରସିଂଗନାଥ ଦିନେକା ତାଂତ୍ରିକ-ବୌଧ ଧର୍ମର ପିଠ ଥିଲା । ସେନ୍ତା ମାହାପୁରୁ ମାର୍ଜାର-କେସରି ବି ହେଇଥେଇ ପାରନ ଗୁଟେ ତାଂତ୍ରିକ ବୁଦ୍ଧ ଦେବାଦେବିର ମୁର୍ତି ଜାହାକୁ କି ଇନର ଆଦିବାସିମାନେ ସିରଜିନାର ମୁଲୁଁ ପୁଜା କରି ଆସୁଛନ । ଇ ଖାସ ବିଲେଇ ବାଗିର ମୁଡ ଆର ସିହଁ ବାଗିର ଦିହିଁ ଥି ଗୁଟେ ଭୟାନକ ମୁର୍ତି ଦିସସି ଜେନଟା କି ତଂତ୍ର ପୁଜା ସାଂଗେ ଲେତାଗୁତା ଅଛେ ବଲି ଜନାସି । ଆର ହେନତେହି ଇ ଜାଗା ଦିନେ ତାଂତ୍ରିକ-ବୌଧ ଧର୍ମର ପିଠ ଥିଲା । ଇ ବିଲେଇ ବାଗିର ଦେବି ହିଂଦୁମାନକର ନୁହେଁ । ଇଟା କେନସି ବି ହିଂଦୁ/ଆର୍ଜ୍ୟ ଦେବାଦେବିକର ଚେହେରା ସାଂଗେ ମେଲ ନି ଖାଏ । ଫେର ଉଡିସାର ବି କେନସି ଦେବା ଦେବିକର ସାଂଗେ ମେଲ ନି ଖେ । ମାର୍ଜାର-କେସରି’ର ପୁଜା’କେ ବୈଦିକ ଜୁଗ ଆଡେ ବି ହଉଥିଲା ବଲି କହି ନି ହୁଏ; କି ବୈଦିକ ଜୁଗେ ପୁଜା ପଉଥିବାର ଦେବାଦେବିକର ଚେହେରା ସାଂଗେ ମେଲ ନି ଖେ । ‘ମାର୍ଜାର-କେସରି’ ହିଂଦୁ ଦେବତା ‘ନର-ସିଂହ’ ସାଂଗେ ସହଜେ ମେଲ ଖାଏସି । ସେଥିର ଲାଗି ମାଲତି, ମୁସିକ ଦୈତ୍ୟ, ରାବଣ, ରାମଚଂଦ୍ର ସମକୁ ମିସେଇ କରି ବୈସ୍ନବ ଧର୍ମର ପଦିସ୍ଟା ଲାଗି କଥାନିଟେ ବନା ହେଇଛେ ବାଗିର ଲାଗସି । ଜେନଟାକି ପଛେ ସମକୁ ପସନ ଆଏଲା ଆର ସବେ ବରିନେଲେ । ଦୁସରା ହିସାବେ କହେଲେ ବୌଧ ଧର୍ମ ଇ ଇଲାକାନେ ବନେ ଜୋର ଚେରେଇ ଥିିଲା ।
ଇଟା ବି ଜନା ଜାଏସି ଜେ ସୋମବଂସି ରଜାକର ବେଲକେ ବୈସ୍ନବ ଧର୍ମ ତାର ଚିହ୍ନା ହଜେଇ ବସିଥିଲା ନ ଆର ସୈବ ଧର୍ମ ସାଂଗେ ହାତ ମିଲେଇଥିଲା । ଆର ଅଠର ସ’ ପରେ ତାଂତ୍ରିକ-ବୌଦ୍ଧ ଧର୍ମ ବି ସୈବ ଧର୍ମ ସାଂଗେ ମିସରି ହେଇ ବସଲା । ‘ହରି-ହର ପଂଗତ’ ଆର ନରସିଂନାଥ ନ ସିବ ମୁର୍ତିମାନକର ନୁ ଉହାଟି ହଉଛେ ଜେ ଅନେଇସ ସ’ ସଦି ପରେ ସୈବ ଧର୍ମର ଆଦର ବଢି ବସିଥିଲା ନ । ବୋଧେ ଇ ସମିଆ ନ ତାଂତ୍ରିକ-ବୌଦ୍ଧ ଧର୍ମ ସୈବ ଧର୍ମ ସାଂଗେ ଗୁଲି ହେଇ ବସିଥିଲା ।
ଲୋକ କଥାନି କହେସି:
ଭଗବାନ ସିବ ଗୋ-ଦତ୍ୟକେ ମାରି କରି ତାର ପାପ ଧୁଇବାର ଲାଗି ଉଟୁସ ପୁଟୁସ ହଉଥିଲେ । ସେ ସମିଆଁକେ ବ୍ରହ୍ମା ତାହାକୁ ବତାଲେ ଜେ ଗଂଧମାର୍ଦନ ନ ଗଂଗା ଖଲ ଖଲ ଧାରଟେ ହେଇକରି ବୁହି ଜଉଛନ ଆର ସେନ ବୁଡଟେ ପକାଲେ ପାପ ଧୁଇ ହେସି । ବ୍ରହ୍ମାର କଥା ମାନିକରି ସିବ ସେନକେ ପଁହଚିଲେ ଆର ବୁଡ ପକାଲେ । ଆସରିଜ କଥା ଜେ ବୁଡ ପକଉନ ସାଏର କି ଦିହୁଁ ପାପ ଉତରି କରି ଉସାସ ଲାଗଲା ।
ଗଂଧମାର୍ଦନ ଇଲାକାର ମୁଲ ଅଧିବାସି; ବିଂଝାଲମାନେ ନରସିଂଗନାଥକେ ବିସେସ ମାଏନ ଦେସନ । ତାକର ମୁର୍ଦାରକେ ପୁଡେଇ ସାରି ଖାର ଆର ହାଡକେ ପଂଚୁ-ପାଂଡବ ଘାଟକେ ନେଇ ଉହଲେଇ ଦେସନ । ତାକର ବିସପାସ ଜେ ସେ ମଲା ଲୋକକେ ସରଗ ମିଲସି । ଖାଲି ବିଂଝାଲମାନେ ନେଇସେ ଆଖର ପାଖର ଛତିସଗଡନୁ ବି ଲୋକ ହେଇ ବିସପାସରେ ଆଏସନ ।
ବୈସାଖ ଚର୍ତୁଦସି ଦିନେ ମାହାପୁରୁର ଜନମ । ବୈସାଖ ଜାତ୍ରା ବଲିକରି ନାଁ’ କରିଛେ ଇ ଜାତ୍ରା । ଜନମ ଦିନ ମନାବାର ଲାଗି ମାହେଜି, ମୁନୁସ, ଛୁଆ ନୁ ବୁଢା ତକ ଚାଁଟିଧାର ବାଗିର ଲମି ଥିସନ ଲୋକ ନରସିଂନାଥ ନୁ ହରିସଂକର; ବାଟ ଦେଇ ନି ହୁଏ ହେତକି ଭିଡ । ପାଁଚ ଦିନ ଧରିକରି ଲାଗସି ‘ବୈସାଖ ଜାତ୍ରା’ ।
ନରସିଂଗନାଥ ନ ଦେଖବାର ଠାନ ମାନକର ଭିତରେ ଅଛେ ଭିମ ମଡୁଆ । ନରସିଂନାଥ ଆଡୁ ହରିସଂକରକେ ଗଲା ବାଟେ ମଂଦିର ନୁ ୧୦.୫ କିମି. ଗଲେ ପଡସି ଭିମ ମଡୁଆ । ଡେଢ ସ’ ଫୁଟ ଲମ, ପଚାସ ଫୁଟ ଉସାର ଆର ପଚିସ ଫୁଟ ଗୁହେରର ଇ ବଢେ ଜାବର ଢାଁଚା ଖାସ ବୌଧ ଗୁଂମ୍ଫାଟେ ବାଗିର ଲାଗସି ଆର ସୋର କରେଇଦେସି ହୁଏନସାଂକର ଲିଖିତ ବୌଧ ବିହାର କଥା । ଖାଲି ଜେ ଝାର, ଡଂଗର ଭରା ପ୍ରାକୃତିକ ସୁଂଦରତାକେ ଉପଭୋଗ କରବାର କି ଧାର୍ମିକ ପିଠ ନୁହେଁ ଇଟା ୫୦୦୦ ନୁ ଜହ କିସମର ଉସୋ-ଗଛ ମାନକର ବି ଘର ଆଏ । ଆର କେ’ ଜାନେ କେତେ କିସମର ଚେରେ ଚିରଗୁଁଲ, ଜିବଜଂତୁ ଅଛନ ଜେ ଅକଲନ । ସରକାର ଆର ପ୍ରସାସନ ଜେତକି ଧ୍ୟାନ ଦେବାର କଥା ସେତକି ଧ୍ୟାନ ନି ଦେବାର ବାଗିର ଲାଗସି ନେହେଲେ ଦୁଇ ହଜାର ବଛରର ପୁରନା ଏଡେ ବଡ ଧାର୍ମିକ, ସାଂସ୍କୃତିକ ଆର ପ୍ରାକୃତିକ ଧରୋହର ଜରୁର ତା’ର ପୁରନା ତେଜକେ ଫିରି ଦୁନିଆଁ ଭର ନାଁ’ କରତା । ସମୁଦ୍ରଖଏଣ ଆଡର ସରକାର ଖାଲି କେଭେ ବାଲକୋକେ କେଭେ ବେଦାନ୍ତକେ ବିକବାର ସଜବତର କରୁଛେ, ତାର ଭଣାରଘର ଭରବାର କେ ଚାହୁଁଛେ । ତାର ଝୁମରା ଭାଂଗୁ, ମାର୍ଜାର-କେସରି ନ ହେତକି ଗୁହାରି ।
ସାକେତ ଶ୍ରୀଭୂଷଣ ସାହୁ