ମାହଜନ ବୁଢା ପୁଟ ପୁଟ କରୁଛେ ବଏଲେ କି ତାକର ବଢେଟେ ବଖରିର ମାହେଜି ମୁନୁସ ଛୁଆପିଲା ସବ ଦୁଆରେ ଠୋଲ ହେଇଗଲେ । ସବେ ବୁଢାକେ ଦେଖବାର ଚାହୁଁଥିଲେ । କିଏ ତଥାପି ଜିଁବାର ଆସ ଦେଇଥିତା । କିଏ ଆଁଖିର ପାଏନ ତରା ତରା କରିଦେଇ ବଢେଟେ ଦାଇତ୍ୱ ନେଇଥିତା; ଜଦିବି ଜିଁ ଥିଲା ବେଲକେ ବଢା ଅମାନ୍ତୁ ହଉଥିଲା କି ନେହେଲେ ଗୋଡଆଡେ ଭୋ’ଛାଡନୁ କାଂଦିଥିତା । ହେଲେ ମାହଜନ ବୁଢା ମରୁଛେ ଜାନିକରି ବି ଏତକିବେଲ ଡାକ୍ତର ସାଂଗେ ଭିତ୍ରେ କାଁ କରୁଛେ ? ଚେକଅପ ତ ସମକିରର ସାମନେ ବି ହେଇପାରିଥିତା । ଡାକ୍ତର ତ ଆସ ଛାଡିଦେବାରକେ ବହୁତ ଆଘୋନୁ କହିଦେଇଥିଲାନ । ବରଂ ଜଦି କେନ କେଁ ଅଛେ ବଏଲେ ଉକିଲକେ ଡାକିକରି ନିସ୍କାମ କରି ଦେଇଥିତା । ହେଲେ ଡାକ୍ତର ସାଂଗେ…ଏକଲା…ବଂଦକୁଠାଥି ଚୁପଚାପ ମଲାବେଲକେ ବୁଢା କାଁ କରୁଛେ ?
ଏନ୍ତା ନାନାଦି ପ୍ରସ୍ନମାନେ ଉଠୁଥିଲା ଦୁଆରେ ଠୋଲ ହେଇଥିବାର ସବୁଲୁକର ମନେ ବେଲକେ ବୁଢାର ସୁଇବା ଘରର କବାଟ ଖୁଲିଦେଇ ସବୁଭାବନା ଏକବାରି ବଂଦ କରିଦେଲେ ଡାକ୍ତର । ଆର ବୁଢାର ଭୁଜିଥି ଦୁସ୍ରା ତୁନ ତରକାରି ସାଂଗେ ପନିର ଭର୍ତା-ବୋଧେ ବୁଢାର ମନଚାହା ତୁନ-ବାଧ୍ୟ କରାହେବାର ମତ ଦଉଥିବା ଲୁକେ କି ନୁଆଁ ଚେନ, ନୁଆଁ ସଂଖାର ଡିଜାଇନ ଆର ସାଢିଧଡି ମାନକର କଲର କମ୍ବିନେସନର କ୍ରିଟିକାଲ ଏପ୍ରିସିଏସନରେ ମାତିଥିବା କ୍ରିଟିକ୍ସ, ବିଡି ଉପ୍ରେ ବିଡି, ସିଗ୍ରେଟ ଉପ୍ରେ ସିଗ୍ରେଟ ପିଇ ଅସାଧାରଣ ଗମ୍ଭିର ଆର ସୌଜନ୍ୟମୁଲକ ସାହାସି ଦିସୁଥିବାର ଚେହେରା ଆର ପ୍ରୋସେସନ ସଜ କରବାରକେ ଗୁଂଦଲେଇ ହଉଥିବାର ସବୁଲୋକ ଦଉଡିଗଲେ ବୁଢାର ସୁଇବାର ଘରଆଡେ । ବୁଢା ଆର ନିଥେଇ ନ ।
କି କୋରସ ସିଂଗରକର ବାଗିର ଏକେସାଂଗେ ସୁଭିଉଠଲା ମାହେଜି ମାନକର ରଡାଗୁଗା କାଂଦି । ଜେନଟା କି ବଡଦୁଆରନୁ ପାରିବାରିକ ମସାନପଦା ଜାଏକ
ବୁଢାର ଠାଟବାଟ ଭରା ସେସଦୃସ୍ୟର ବେକଗ୍ରାଉଣ୍ଡ ମ୍ୟୁଜିକ ବାଗିର ଲାଗୁଥିଲା । ଚିତା ବଢି ବଢି ଜଲି ବସଲା । ଆର କୁହୁଁଲା ମହାଜନର ଦିହୁଁ ବାହାରୁଥିବାର
ବିଦେସି ଅଁତରର ବାସ୍ନାକେ ଉଡେଇ ନଉଥିଲାବେଲେ ଜୁଏ ତାର ସଫାରିସୁଟ ଆର ସୁନାପାଏନ ଦିଆ ବଟମ ସାଂଗେ ତାହାକେ ବି ପୁଡେଇ ଦଉଥିଲା । ସବୁ ଜଲି ପୁଡି, ଖପି ଲଟକି ଖାର ହେଇ ମାଟି ମିସି ଜଉଥିଲା । ହେଲେ ଅସବିଧା ଆର ଚିନ୍ତାରେ ପଡି ଜେଇଥିଲେ ଡାକ୍ତର । ସେ ଖାଲି ଭାବୁଥିଲେ ଲୋକ ପଚରାଲେ ବୁଢା ତମକୁ ଏକ୍ଲା ବଂଦ କୁଠା ଭିତ୍ରେ କାଣା କହୁଥିଲା ବଏଲେ କାଁ ବଲବେ?