ବେଲ ଟିକେ ଉହରି ଥିଲାନ । ହଜହଜିଆ ନାତିମାନେ ଦୁଆରେ ବିସ-ଅମୃତ ଖେଲୁଥାନ । ନାତିମାନକୁ ଦେଖି ଦେଖି ବାରଣ୍ଡାନ ଅଜା ଆରାମି ଚେୟାରଥି
ପେପର ପଢି ବସଲେ । ପେପରଥି ସବୁଦିନିଆ ଏକା ଖବର ଦେଖି ଅଜା ବୁଢା ସୋଜ ଖାଲି ଦୁଇ ତିନ ଥର ଇଆଡ ସିଆଡ ଲେହଁଟେଇ ପୁଲଟେଇ ପେପର ନା’କେ ଧରିଥାନ ପଢୁଛେଁ ବଲି । ହେଲେ ମନ ଥିଲା ଛୁଆକର ବିସ-ଅମୃତଥି ।
ବିସ-ଅମୃତ ବଢା ମଜାକିଆ ଖେଲ । ମାଇ ଜେନ ପିଲାକେ ବିସ ବଲିକରି ଛିଁ ଦେବା, ସେ ପିଲା ଅମୃତ ନାଇଁ ପାଏବାର ତକ ମଲା ବାଗିର ଅଚଲ ହେଇଜିବା ।
ବସି ରହେବା ହେ ଠାନେ ଜେନ ଠାନେ ମାଇ ଛିଁ ଦେଇଥିବା । ନର୍ଦି ନି ପାରେ, ଖେଲି ନି ପାରେ, ମାଇ କେ ଟିହେଇ ନି ପାରେ:
“ମାଇ ତଲର ଧନିଆଁ
ବଏଁସି ବାବୁର କନିଆଁ
ଖିଜିନି ଖିଜିଗଲା
ଅଁଟାରେ ଦାଦୁ ହେଲା
ବଇଦ ଉସୋ ଦେଲା
ନି ଛାଡଲା କାହାର ଗଲା
ଖିଜିନି ଘରର କାଏଁ ତୁନ
କିରା ସରସର ମୁଗ ତୁନ” ।
ଆର ମାଇର ଅଜାନତକେ ଜେତେବେଲେ ତାର ସାଂଗର ପିଲାମାନେ ସେତାକେ ଅମୃତ ଦେବେ; ସେ ଫେର ଜିଁ ଉଠବା, ନାଚବା, କୁଦବା, ଖେଲବା ।
ବିସ ପାଇକରି ବସି ରହେବାରକେ କାହାକେ ଅଏନ ନି ଲାଗେ । ସବେ ଦୁରିଆ ରହେସନ ବିସନୁ । ସକସପିଲା ନର୍ଦିକରି ପଲେଇ ଜାଏସନ ହେଲେ ଦୁର୍ବଲଟାମାନେ, ମାଇ ପାସକେ ଆଏଲେକି ବାଲଝୋଟ କରିକାସନ ଡରେ । ଭାଏଲ ମାଇ ବିସ ଦେଇ ଦେଲେ ଅଚଲ ହେଇଜିବେ; ସେମାନେ ଆର ଉଠି ନି ପାରନ । ଫେର ଅମୃତ ପାଏବେ ନାଇଁ ପାଏବି କିଏ ଜାନିଛେ । ବାଲଝୋଟ ମାଫ ଆଏ ସବୁଥିରର । ବାଲଝୋଟ କରିକାଲେ ଜେତେବେଲ ଚାହେଁଲେ ସେତେବେଲ ଥାକି ପାରବ ।
ଅଜା ଭେକା ଛାଡନୁ ଦେଖୁଥିଲେ ଛୁଆମାନକର ବିସ-ଅମୃତ ଆରୁ ବାଲଝୋଟ କରା ଖେଲ । ଆର ଏକସକଁଟି ଦେଖୁଥିଲେ ନାତିମାନେ ଧିରେ ଧିରେ ତାକର ଛୁଆ ବେଲର ସାଂଗ ହେଇ ଜେଇଛନ ଆର ସେ ବି ତାକର ଭିତରେ ଗୁଟେ ଛୁଆ । ଖେଲୁଛନ ବିସ-ଅମୃତ । ତାକର ସବୁ ସାଂଗ ନର୍ଦୁଛନ, ମାଇକେ ଟିହଉଛନ ।
ହେଲେ ତାପନେ ନାଇାଁରବାର । ମାଇ ବିସ ଦେବାରକେ ଆଏଲେକି ବାଲଝୋଟ କରିକଉଛନ । ଅଜା ବାଲଝୋଟ କରୁଛନ । ତାପନେ ଘାଏ ଥାକବେ, ସାଂଗେ ଥାକି ପଡବେ ଉଡି ଜଉଥିଲା ଚେରେ ଡେନା ଫେରକେଟେଇ କରି, ଥମି ପଡବେ ଖଲଖଲାତେଲ ନର୍ଦୁଥିବାର ନଏଦ ଆର ହରହୁରିଆ ଧୁକା । ଅଜା ଫିରିଜିବେ ବନେ ଦିନାଦୁ ପଛକେ । ମାନସାଂକଟେ କେ ବି କଲାପଟାଥି କସୁନ କସୁନ ଭୁଲକରି ଦେଇଥିଲେ ଜେ ଫେର ମୁଲୁସଟ୍ରୁ ମେଟେଇ ଠିକ କରିଦେବେ । ଆର ଫେର ବାଲଝୋଟ କରବାର ଲାଗି ହାତ ମୁଡକେ ନେଲେ ହେଲେ ମୁଡେ ତାକର ବାଲ ନେଇନ ଧରିକରି ବାଲଝୋଟ କରବାର କେ ।