Thursday, December 19, 2024
HomeArt & Cultureବାବୁ: ସାକେତ

ବାବୁ: ସାକେତ

ବିହାଘର ଟା’କର ସପିଂ କରି ପକେଇଥାନ ନିସା । ଜେନ୍ତା ଜିବନ ଭଏର ଆର କେଭେ ସପିଂ କରବାର ନେଇଁନ । ମାହେଜି ଟୁକେଲ ତ । ସେ ସାମାନ ସବୁ ଧରି ନି ପାରୁଥେଇ; ମୋର ବି ହାତ ପୁରତୁନୁ ଥିଲା । ଆମେ ମଲରୁ ବାହାରି ସାରିଥିଲୁଁ ନ । ନିସା କହେଲେ, “ଚାଲ ଟିକେ ବସମା ଆର ଜିମାଁ, ଅଥା ଲାଗି ଗଲା ନ” । ପାର୍କିଂ ଲଟ ର ସାଇଡରେ ଫିକ୍ସଡ ସ୍ଟିଲ ଚେଆରରେ ସେ ବସି ପଡଲେ । ମୁଇଁ ସାମାନ ସବୁ ତଲେ ରଖିଦେଇ ଆଇସକ୍ରିମ ଆନିଗଲିଁ ।

ତାକର ଲାଗି ଗୁଟେ ଚକଲେଟ ଫ୍ଲେବର ବାଲା ଆର ମୋର ଲାଗି ଭେନିଲା ବାଲାଟେ ଧରି ଆଏଲିଁ । ଆଇସକ୍ରିମ ତାକର ମୁହଁ ପାସକେ ନେଲି ନ ହେଲେ ନଜର ନି । ସେ ଗାଲେ ହାତ ଦେଇ କରି ବଢେ ଦାର୍ସନିକ ବାଗିର ସାମନାକେ ଠଁକଉଥାନ । ମୁଇଁ ବି ଦେଖି ଦେଖଲିଁ ଆଖିର ଏନ୍ତା କେଁ ଦୃସ୍ୟ ଆମର ମେଡମକେ ଭାବ ବିଭୋର କରି ଦେଇଛେ…
ଓଃ ! ଲିଟିଲ ଲିଟିଲ ରେସିଂ ସ୍ଟାର । କା’ର ଟା ଭେନ, କା’ର ଟା କାର । କେନଥି ଫୁଲକା ଫୁଲକା ଗାଲବାଲା ଲିଟିବାଂଧୁ ପଂଜାବି ପିଲା ତ କେନଥି ମାଡ୍ରାସି ବୁଇ ତ କେନଥି ବଂଗାଲି ମୁସାଏ ଡାଏବର ସିଟରେ ବସିଛନ । ସେ ଗାଡିମାନକୁ ବସବାର ଲାଗି ବି ଖାଲି ଗୁଟେ ନ ଡାଏବର ସିଟ ଥାଏ । ଇଥି ହର୍ନ ନେଇଁ, ଲାଇଟ ନେଇଁ ହେଲେ ହିଂଦି ଫିଲିମରେ ହିରୋ ଗାନା ଗାଏଲା ବେଲେ ଜେନ୍ତା ଖୁଲା ଗାଡି ଚଲାସି ହେନ୍ତା ଖୁଲା ।

ଗାଡି ମାନକର ନିର୍ଦିସ୍ଟ ରାସ୍ତା ବି ନେଇଁ; ମଲ ସାମନାର ଖଲା ଏଡେ ଉସାର ଚିକ ଚିକ ସର୍ଲି ଜଉଥିବାର ସମାନ ମାର୍ବଲ ଚଟାନ ଉପରେ; ସ୍ଟିଅରିଂ ଜେନ ଆଡେ ମୁଡଲେ ସେଆଡେ ରୁଥୁଥିଲା । ଟ୍ରାଫିକ ବି ନେଇଁ ନ । ସେଆଡୁ ଲୋକବାକ ଅଉଛନ ଜଉଛନ ଡାଏବର ମାନକର ପରବାଏ କି ଖାତିର ନେଇଁ । ଉଲଟିଆ ଜଦି କିଏ ଚେପେଇ ହେଲା ବଏଲେ ଡାଏବର ମାନେ ଖୁଦଖୁଦେଇ ଖୁଦଖୁଦେଇ ହଁସିକରି ତାର ଆଡେ ଦେଖୁଥା’ନ । ଆର ସେ ଚେପେଇ ହେଇଥିବାର ହିତାଧିକାରି ବି ହଁସିଟେ ସାଂଗେ ଉଡନ୍ତା ଚୁମାଟେ ମାରି ହାତ ହଲେଇ ହଲେଇ ଉଭି ଜଉଛେ । ଫେର ଜେ କିଏ ଚେପେନି ଚେପେ ହେଇଗଲା ବେଲକେ ସଂଭଲି ଜେଇକରି ଡାଏବର ର କଁ’ଲ ଫୁଲକା ଫୁଲକା ଗାଲକେ ଉସାସେ ଲକଲକେଇ ଦେଇକରି ହଁସି ହଁସି ‘ସୈତାନ’ ବଲିକରି ମିଲକି ଦଉଛେ । ଛୁଆର ବୁଆ-ମାଁ ମାନେ, ହାତେ ଆଇସକ୍ରିମ, ସପିଂ ବେଗ ଧରିକରି ମଜାନଉଥାନ । କେମରା, ମୋବାଇଲରେ ଛୁଆକର ଫଟୋମନେ ଘିଚୁଥାନ । ଗାଡିମନେ ଛୁଟୁଥାଏ, କେନଆଡୁ କେନଟା ଆସୁଛେ ଜେ ଜନା ନି କି ଡାଏବର ସାଇଡ ଦେବାର କି ବ୍ରେକ ମାଡବାର ବି ନେଇଁ ସିଖି । ଗାଡିମାନେ ଏଖେଠାନେକେ ଢେସି ବି ହଉଥାନ । ଫେସଫେସୁ ଡାଏବର ହେଇଥିବା ବଏଲେ ଠସୋ ଠସୋ କାଂଦି ପକଉଥାଏ ନେହେଲେ ସବ ସ୍ଟେରିଂରେ ହାତ ପିଟି ପିଟି ଜୋରରେ କିର୍ଲେଇ କରି ଖିଲଖିଲେଇ ଖିଲଖିଲେଇ ହଁସି ପକଉଥାନ । ଆର ମାଁ ବାପମାନେ କେମରାରେ ଫଟୋ ଉଠଉଥାନ ।

ଆଇସକ୍ରିମ କପ ଡସ୍ଟବିନରେ ପକେଇକରି ସାମାନ ସବୁ ଧରି ଫେର ମେନ ରୋଡକେ ଆଏଲୁଁ । ରାସ୍ତାକ୍ରସ କରି କରି ସହେ ମିଟର ହେବା ଆମର ଏପାର୍ଟମେନ୍ଟ , ୱାକିଂ ଡିସ୍ଟେନ୍ସ । ହେଲେ ମୁଇଁ ଆଇସକ୍ରିମ ଧରାଲାବେଲୁ ଦେଖଲିଁ ନ ନିସାର ମନ ଟିକେ ଦୁସରା କେନ ଆଡେ କିଂଦରୁଛେ ।
ରିକ୍ସା କେ ଡାଖଲିଁ –
– ଓଏ…ରିକ୍ସା,
ରିକ୍ସା ସାମନାକେ ଆସି ଅଟକିଗଲା । ରିକ୍ସାବାଲା ମୋର ଆଡେ ଦେଖଲା ।
– ନିର୍ମାଣ ବିହାର ଚଲୋଗେ କ୍ୟା ? ଡି ବ୍ଲକ, ମଂଦିରକେ ସାମନେ ।
– ବୈଠୋ,
– କିତନା ?
– ଦେ ଦେନା
ଆମେ ସାମାନ ସବୁ ଥୁଇ କରି ବସଲୁଁ । ରିକ୍ସା ଚାଲଲା । ମୁଇଁ ନିସାକେ ଦେଖୁଥିଲିଁ । ଏକଦମ ଗୁମସୁମ । ସେ ବାହାର ଆଡେ ଦେଖୁଥିଲେ । ଦିଲ୍ଲି ମାହାନଗରିର ଘୋ ଘୋ ହୋ ହୋ ଆର ଗାଢା ଅଂଧାରକେ ହିଁସଲେଇ ପକଉଥିବାର ଉକ୍ୟା ଭିତ୍ରେ ନିସାର ଆଏଁଖ କାଣା ଗୁଟେ ନୁରଲା ନୁରଲା ବାଗିର କରୁଥିଲା ।

ମଂଦିର ସାମନାରେ ରିକ୍ସା ବ୍ରେକ ମାରଲା । ସାମାନ ସବୁ ଧରି ଉତରି ଆଏଲୁଁ । ଦସ ଟଂଗିଟେ ଧରେଇଦେଲିଁ । ରିକ୍ସାବାଲା ରିକ୍ସାକେ ମସକି କରି ପଲାଲା । ଜଲଦି ଜଲଦି ସୋସାଇଟିର ଗେଟ ଡେଗିକରି ଏପାଟମେନ୍ଟ ର ଲିଫ୍ଟ ତକ ପହଁଚିଲୁଁ । ଫେର ଆର ଘଡିକେ ଆମର ଫ୍ଲୋରରେ । କବାଟ ଖୁଲଲିଁ । ଲାଇଟ ଆର ପଂଖାର ସୁଇଚ ଦେଇକରି ସୋଫାରେ ଲଦକରି ବସି ପଡଲିଁ । ମୁଇଁ ଜେନ ଥୁଇଥିଲିଁ, ନିସା ବି ତାକର ହାତର ସାମାନ ସବୁ ସେନ ରଖିଦେଇ କଲେ କଲେ ବେଡରୁମକେ ଗଲେ । ମୁଇଁ ଭାବୁଥିଲିଁ ସବୁଥରର ବାଗିର ସେ ଫ୍ରିଜରୁ ବୋଟଲ ବାହାର କରି ଦୁଇ ଗିଲାସ ପାଏନ ଢାଲବେ, ଗିଲାସେ ମତେ ଧରାବେ ଆର ଗିଲାସେ ସେ ଧରିକରି ମୋର ସାଇଡରେ ବସି ପଡବୋ ସୋସ ଆର ଅଥା ବଢି ଜଉଥାଏ । ନିଜେ ଫ୍ରିଜ ପାସକେ ଜେଇ କରି ପାଏନ ବୋଟଲ ବାହାର କଲିଁ । ଗ୍ଲାସ ନେଇଁ ଖୁଜି ନ, ହେନ୍ତା ପି’ଦେଲିଁ ଆର ମ୍ୟୁଜିକ ସିସ୍ଟମ ଅନ କଲିଁ … “ଇସ ଦସ୍ତ ମେଁ ଏକ ସେହେର ଥା ଓ କ୍ୟା ହୁଆ ଆୱାରଗି…” ଭଲ ନି ଲାଗଲା ବଂଦ କରିଦେଲିଁ । ଫେର ପାଏନ ବୋଟଲ ଧରିକରି ବେଡରୁମକେ ଗଲିଁ । ତାକର ଦୁହି ଆଁଠୁ ଉପରେ ଫଟୁ ଗୁଟେକେ ଧରି କାଁଥି ଆଡେ ମୁଁହ କରି କରି ନିସା କାଂଦୁଥାନ । ପାସକେ ଜେଇକରି ତାକର ଆଡକେ ମୁଁହ କରି କରି ବସଲିଁ । ମୋର ଖଂଦେ ତାକର ମୁଡକେ ଥୁଇ ଦେଇ ଜୋରରେ କାଂଦି ବସଲେ ।
XXX      XXX        XXX
ତାର କିଛି ନାଁ ନି ଦେଇଥେଇ ତାଏଲ । ବାବୁ…, ବାବୁ ବଲୁଁ ।

ଏକସିଆ ବେଲେ ତାର ମାମୁଁ ଘରେ ତାକେ ଗୁଟେ ତିନ ଚକିଆ ସାଏକଲ ଦେଇଥିଲେ । ତାର ଲାଗି ସେଟା ଉଡାଜାହାଜ, ରେଲ, ବସ, ଫଟଫଟି…ସବୁଥିଲା । ସେ ସେଥି ବସିକରି ଫୁର୍ରଡଡ…ଫୁର୍ରଡ ଆବାଜ ବାହାର କରବା ଆର ତାର ଟୁଣୁ ଲାଲ ଉହଲି ଆଏବା । ଡାଇନିଂ ହଲର ଇଆଡୁ ସେଆଡୁ ଘୁଡଘୁଡୁଥିବା ଆର ନିସା ରଂଧାଘରର ଦୁଆରବଂଧକେ ଆସି କରି ତାର ସ୍ଥିତି ଦେଖିକରି କହିଦିଅନ ସେ ଇହାଦେ କେନ ଅଛେ ଜେ, ବମ୍ବେ, କଲିକତା, ମାଡ୍ରାସ, ଆମେରିକା… ।

ଫେର ମାଁ ପୁଓ ଟିକେ କଥା ହେବେ । ନିସା ପଚରାବେ, ‘ବାବୁ କେନ ଗାଁ ଜଉଛେ ଗା…?’ ବଏଲେ ସେ ଘୁଁ କରବା… । ନିସା ବୁଝିଜାନ ଆର ବଲନ ‘ଆଛା ବାବୁ ଉଡାଜାହାଜଥି ବସିଛେ’ । ଫେର ପଚରାବେ, ‘କେନକେ ଜଉଛେ ଗା ବାବୁ…?’ ସେ ସାଏକଲରେ ଟିକେ ଆଗକେ ଠେଲିହେବା । ଆଛା, ବାବୁ ଆମେରିକା ଜଉଛେ । ଆମେରିକା ନୁ ମାଁ ଲାଗି କାନା ଆନବା ? ନିସା ରଂଧାଘର ଭିତରକେ ପସିଜିବେ ବସଲା ତୁନ ମାନକୁ ଦେଖି ଦେଇ ଫେର ଦୁଆର ବଂଦ ନ ଅଜେଇ ହେବେ ବଏଲେ ସେ କେତେବେଲୁ ସାଏକଲନୁ ଉତରିକରି ବଲ, ଭାଲୁ ସାଂଗେ ବସିଥିବା । ତାର ଫୋନ ଧରିଥିବା । ସେ ପରେ ମୁଇଁ ଅଫିସରେ ଥିଲାବେଲେ ଘରୁ ଫୋନ କରୁଥିଲା । ମୋର ସାଂଗେ ଗପୁଥିଲା । ପେନ, ପେନସିଲ, ଚକଲେଟ ଆନି ଦେବାର ଲାଗି ସୋର କରଉଥିଲା ।

RELATED ARTICLES

Most Popular

Recent Comments