ମଣ୍ଡଲିସାଲ ଆଏଜ ବି ଗହଗହ ଲାଗୁଛେ । ପାଏନ ଭୁରେ ଭୁରେ ବରସିଲେ ବି ଲୁକର ଗହଲି ଲାଗିଛେନ । ଲୋକ ଆସୁଛନ, ମାହପୁରୁ ଦେଖୁଛନ ।
ଛୁଆମାନେ ଗୁଡିଆ ପସରାନୁ ମେନମେନସା ଖଜା ମିଠେଇ ଘିନୁଛନ, ପିଁ ପିଁ ବଜଉଛନ, ଫୁକା ଫୁକୁଛନ । ମାହେଜି-ଟୁକେଲ ହୁଦାହୁଦା ହେଇ କଥା ଲମେଇଛନ । ଠାନ ଠାନ କିର୍ତନ, ସମପରଦାଥି ଲୋକ ଗହମତଉଛନ । ଲେହେଁଟି ଦୁଲିନୁଁ କରିଆ ଫିକାର ଆବାଜ ସୁଭୁଛେ । ସବୁ ବରସର ବାଗିର ଇ ବରସ ବି ଜାତରା ଜମକୁଛେ । ତବବି କାଏଁଜେ ବଏରାଗିର ମଦୁଆ ରଡି ନାଇଁ ସୁଭବାର । ନେହେଲେ ଜଖା ଇହାଦେ ପେଟେ ପି’ଦେଇ ଢୋଲପୋଲ ଖଣିଆ ଖାବରା ହେଇ ଝୁଟେଇ ହେତେଲ ଆଏତା, ମଣ୍ଡଲିସାଲେ ଟଁଟି ଫାଟତେଲ ରଡତା । ଛୁଆ-ପିଲା, ମାଏଝି-ମୁନୁସ, ବୁଢା-ବୁଢି ସବେ ତାରଆଡେ ଦେଖତେ, ଜଖା ଫାରସ କରୁଛେ ବଲତେ ଆର ବଏରାଗି ମଦର ସୁରେ ଗିତ ଗାଏତା, “ପରଦେସି ହେଲା ପିୟା, ମନଝୁରି ହେଲା ବାୟା” ।
ପଲରେ…ଜଖା ଆସୁଛେ ବଏଲେ ଗାଁ ଖୁଲି ଖେଲୁଥିବାର ଛୁଆମାନେ ଟାଏଟ କନେ ସରପଟି ଦିଅନ । ବଏରାଗିର ଫଇଲଛାତି, ଫଡା ଫଡା ଡେନା ବାହା,
ଡଣୁଆମାନକର ବାଗିର ଖଂଦଜାଏକ ବାଲ ଆର କର୍ରା କର୍ରା ମେଛା ଛୁଆମାନକୁ ସୋଜ ହେଲେ ଡରେଇଦିଏ । ଆର ଛୁଆମାନେ ବଏରାଗିକେ ସୋଜସୋଜ ଜଖା
ବଲନ ସିନେ ନେହେଲେ ବଏରାଗି ତ ବଡା ଗହକି ଲୋକ ।
ଏକସରୁଆ ବଏରାଗିର କମାନି କୁଠାନି ଜଜବଜ ହେଇ ଜାଏ । ହାଟ କରବାର ଲୋକ ନି । ଗାଁଖୁଲିର ପିଣାନ ବସି ବସି ତାସ ଖେଲବା କି ନେହେଲେ ଚୁଆଁନିକେ ଉକିଆ ପାଏନ ଆନି ଆଏବା ଜେ ତାହାକେ ଛନେ ଦେଖବାରଲାଗି ଜୁଗି ରହେବ।। ବେଲ ବୁଡଲେ ଭାଗବତଠାନେ ବସବା କି ଗାଁଥି ନିଏପଂଚେତ ହଉଥିଲେ ପଁଚ ଭଲଲୁକର ସାଂଗେ ମିସବା । ଆର ରାତି ଆଖଡା କରୁଥିଲେ ନାଟ କରିଜିବା ନେହେଲେ ମଣ୍ଡଲିସାଲେ କିରତନ କରବା ।
ବଏରାଗି ଉକିଆକେ ଗାଁଥି ସବୁଦିନେ ଦେଖଲେ ବି ସେଥରର ଜାତ୍ରାକେ ଉକିଆ ଅଲଗା ଦିସୁଥିଲା । କିଂଦିରଲା ଲେଁହେଟି ଦୁଲିଥି ଦୁହିଲୁକର ଚାର୍ହିଆଏଁଖ ଠାନେକେ ଥାବେ ରହିଗଲା । ସେଦିନୁ କେତେଥର ବଏରାଗି ସଉକ କରିକରି ଉକିଆର ଲାଗି ଜାତ୍ରାମାନକୁ ଟିକଲି, ଚୁରିଫିତା ଆର କାଣା କାଣା ଘିନି ଦେଇଛେ । ବଛର ଦୁଏ ଜାଏକ ଦୁହେଁ ଦୁହିଁକୁ ଚୁଆଁସାଲେ ଦେଖାଚାହାଁ କରିଛନ । ଗାଁହାରିର ଠାନେ କିରିଆ ଖାଇଛନ । ହେଲେ ଉକିଆର ବିହା ହଠାତ ଠିକ ହେଇଗଲା ।
ବନେ ମାସେ ହେଲା ବଏରାଗି ଆରୁ ଘରୁ ନି ବାହାରଲା । ପରାପାଟକୁଁ କିଏ ଖାଏବାରକେ ନେଇଦେଲେ ଖାଏ ନେହେଲେ ହରଘଡି ହେନ୍ତା ଖଟେ ଉବୁଡହେଇ
ପଡିଥାଏ ନ । ଏଭେ ଭଟାକେ ବାହାରଲେ ଆଘୋର ବାଗିର ଆର କାହାକେ ସୁନାବାର ଲାଗି ରଡି ରଡି ପିଣାନ ତାସ ନି ଖେଲବାରନ କି ବେଲବୁଡାକେ ଭାଗବତ ନେହେଲେ ପଂଚେତ ନ ନି ବସବାର ନ । ଏଭେ ଖାଲି ତୁମପଡି ଖୁଟ ବାଗିର କଲେ କଲେ ବସିକରି ଠଁକଉଥିସି ଚୁଆଁସାଲକେ ଜେ ଦିନେ ଦିନେ ଠଁକେଇ ଠଁକେଇ ବେଲବୁଡେଇ ଦେସି ।
ବଏରାଗି ସୋର ପାଏଲା ସେ ବଛର ଉକିଆ ପରେ ଗାଁକେ ଜାତ୍ରା ଦେଖି ଆଇସଛେ । ଭାବି ନି ପାରଲା କେନ୍ତା କରବା, ଜାତ୍ରା ଦେଖିଜିବା କି ନେଇଁ । ତାର ଆଁଖି ଝିଲମିଲେଇ ଗଲା ଲେହେଁଟି ଦୁଲିର କରିଆଫିକା ଆରୁ ଚୁରିଫିତା, ଟିକଲି ଆର କାଁ’କାଣା ତାପନେ ସଉକେ ଘିନିଦେଇଥିଲା ଉକିଆକେ ଜେ । ଦୁହିହାତେ
ଜାବଡି ଧରଲା ମୁଡକେ ଆର ଟଁଟି ଜାଏକ ପି’କରି ଜତ୍ରାଦେଖିଗଲା । ବଏରାଗି ଜାତ୍ରାର ଭିଡ ଭିତ୍ରେ ହେଲବେଇ ହେତେଲ ଆସୁଛେ । ଭଣାରିିପିଣା କି ବଂଧଘାଟର ଟୁୁର ଫୁସୁରକେ ସତ ନାଇଁକଲା ଲୋଗ ଆଁଖି ଦେଖଲେ ବଏରାଗି ‘ପରଦେସି ହେଲା ପ୍ରିୟା’ ଗାଏତେଲ ଆସୁଛେ ।
ମଂଡଲିସାଲକେ ଆଏଲାକି ଏକେସାରି ଅଚିହ୍ନାର ଛୁଆଗୁଟେକେ ପାଇକଲା । ଛୁଆ କାଂଦଲାକି ଖଜା ଘିନିଦେଲା, ଫୁକା ଘିନିଦେଲା, ପିିଁ ଘିନିଦେଲା ଆର ଫେର ତଲକେ ଉତରେଇଦେଲା । ପାନବିଡେ ଖାଏଲା ଜେ ପାନବାଲା ସାଂଗେ କେତେ ବେଜେର ବେଜେର ହେଲା । ଆଘୋ ନାଟେ ବାହାରୁଥିଲାତ । ଡାଏଲଗ ମାରଲା ବାଗିର ପାନବାଲାକେ କହେଲା, “ମୁଁ ପାନ ଖାଇଲି ତୋର କାଣା ଗଲା ?
ପାନ ଭାଂଗି ଭାଂଗି ପାନବାଲା ହୁଁକାର ଦଉଥାଏ, “ହଏତ, ତୁଇ ପାନ ଖାଏବୁ ତୋର ଟୋର ଟୁଣ ଲାଲ ହେବା” ।
“ବେସ ପାନ ମୁଁ ଖାଇବି, ଟୁଣ ମୋର ଲାଲ ହେବା, ତୋର କଣ ଜିବ” ।
ପାନବାଲା ଖୁଚରା ପଏସା ଫିରଉଥିଲା କି ଥଉ ଆର ଜାତ୍ରାକେ ପାନ ଖାଏମି ବଲି କେନ ଆଡେ ମିଲକି ଦେଲା । ପାନ ଖଉଥେ ଜେ ଟୁଣୁ ଉହଲି କରି ରସ ଦିହିଁ ଜାକର ବୁଟବୁଟେଇ ଗଲାନ ସୋର ନି । ହେଲେ ଚୁରିଫିତା, ଟିକଲି ଆର କାଁ’କାଁଣା ଘିନବାରକେ କେଭେ ନି ଭୁଲେ ।
ବଏରାଗିର ରାଏରକମ ଦେଖିକରି ଆର ସେଦିନୁ କେଭେ ଗାଁକେ ଜାତ୍ରା ଦେଖି ନି ଆଏଲା । ବଏରାଗି ହେନ୍ତା ଫି ବଛର ମଦ ପି’କରି ଗିତ ଗାଏତେଲ ଜାତ୍ରାନିକେ ଆଏସି । ନିହେଲା ଲୋକର ସାଂଗେ ବେଜେର ବେଜେର ହେସି ଆର ଜୁନହା ବଏସ୍ରା ବାଗିର କାଁ କରବାରକେ ଜେ ଚୁରିଫିତା, ଟିକଲି ଆର କାଁ’କାଁଣା ଘିନସି । ଆଏଜକା ଆରୁ ବଏରାଗି ନି ଆସେନ ବଲି ଟାଖଲିଁ ଟାଖଲିଁ ଆର ଫିରି ଆସୁଥିଲିଁ କି ଦୁରୁ ବଏରାଗିକେ ଦେଖି ଠାଡ ହେଇଗଲିଁ । ଜାତ୍ରାକେ ଜାତ୍ରା ଘିନଲା ଚୁରିଫିତା ଆର ଟିକଲି ଆର କାଁ’କାଁଣା ମାନକୁ ଦିହଁମୁଡ ଜାକିର ଲଗେଇ ହେଇଛେ । ବଲିଦେଲା ବୁକା ବାଗିର ମୁହଁ ଭଏର ଭଏର ସିଂଦୁର ମାଖିଛେ; ବେକେଁ, ବାହାଥି ଆର ହାତେ ଫିତା ବାଂଧି ହେଇଛେ; ଚୁରି ମାନକୁ ବି ହାତେ ଗଲେଇ ହେଇଛେ ଆର ଭିଡ ଭିତରେ ବା’ରି ହଉଛେ ।
ଜାତ୍ରାନ ଇଟା ଘିନିଦେ ସେଟା ଘିନିଦେ ବଲି ଅରସ୍ଟି କଲା ଛୁଆମାନକୁ ମାଁମାନେ ବଏରାଗିର ଆଡେ ହାତ ଲମେଇକରି ହାଦେରେ ଦେଖ ବଲି ଦେଲେ ଛୁଆମାନେ
ତାରସୁକେ ତୁମପଡନ । ଆଘୋର ବାଗିର ଇ ଥର ଆରୁ ‘ପରଦେସି ହେଲା ପ୍ରିୟା’ ନି ଗାଏବାରନ । ତୁମପଡି ଲେଡବେଡାତେଲ ମଂଡଲିକେ ଜଉଥେ ଜେ ଜାତରାର ଭିଡ ତାର ସୁକେ ବାଟ ଛାଡି ଦଉଥେ ।
ଜିଏ ଜେନ୍ତା ଭକତମାନେ ଫୁଲ ଚଢଉଛନ, ମାଲ ପିଂଧଉଛନ, ଜୁହାର କରୁଛନ, ମାହାପ୍ରୁ ଦେଖୁଛନ । ବାଭନମାନେ ଗିତ ଗେଇ ଗେଇ ଦୁଲି ଝୁଲାତେଲ ମାହାପ୍ରୁକେ ବେଢାବୁଲଉଛନ ଆର ବଏରାଗି ସିଧା ଜେଇକରି ମଝା-ମଂଡଲିଥି ଠିଆ ହେଲା । ମଚାକେ ଉତରିକରି ଡାଏଲଗ ଭୁଲିଗଲା ନାଟୁଆ ବାଗିର ଇଆଡେ ସେଆଡେ ଦେଖୁଥାଏ କି ଲୋଗ ହଁସୁଥାନ ଆର ସତେକି ଭୁଲିଗଲା ଡାଏଲଗ କିଏ ପ୍ରଂପଟିଂଗ କରିଦେଲା କି ବଏରାଗି କିର୍ଲେଇ ଉଠଲା, “ପ୍ରଜାନୁ ରଂଜନ ରାଜାର କରତବ୍ୟ, ଅକାଲ ମରଣ ପାଇଁ ରାଜା ନୁହେଁ ଦାୟି” । ଆର ଗୁସେଇଁ ତୁମେ ଚଂଦନ ମାଖିଛ, ତିଲକ ମାଖିଛ, ପଁଏତା ପିଂଧିଛ, ମାଲି ପିଂଧିଛ, କାଠର ମାହାପ୍ରୁକେ ଦୁଲି ଝୁଲଉଛ, ମଜା କରୁଛ । କାଣା ଭାବଲା କାଣା ନେଇଁ ଆର ଦୁଲାର ମୁର୍ତିକେ ଘିଚିଆନିକରି ଫିକି ଦେଲାଜେ କାଠରମୁର୍ତି ଛିତରି ପଡଲା ।
ବୁଢା ପଁଚ, ଗଁତିଆର ଭୁଜନିବାହା, ରିସମି ହେଇଗଲା, “ଇଟା କାଏଁ ଫାରସ ଲଗେଇଛେ ବୋ । ଏ ପିଲେ ଧରତ ଧର ଜଖାକେ, ନେଇଜ ହେଆଡକେ” ।
ଠାନ ଠାନ ଘୁଗରି ଛାଲ ଛାଡିକରି ରକତ ବଜବଜଉଥେ । ଦିହଁମୁଡ କାଦୋ ସରସର । ଠେଁଗୁଆ ପିଲାମାନେ ବଏରାଗିକେ ଉଁଚେଇ ନେଇଗଲେ । ଆରଦିନେ ସଖାଲେ ହୁଦେ ମାହେଜି ଏକେସାରି ଘାଟକେ ପାଏନବୁଡ ଦେଇ ଆଏଲେଜେ ଛନେକର ଲାଗି ପାଏନଖିଆଘାଟେ ଟୁୁର ଫୁସୁର ବଂଦ ହେଇଗଲା । କିଏ ଗୁଟେ ପଚରାଲା, “କାହାର ଘରେ କିଏ କାଣା ହେଲାଗୋ”?
– ଆଦେରେ ସେ ବଇ ଜଖା ଗୋ, କାଏଲ ରାଏତ ସୁଲଘଡି ପରେ ଜାଁ’ତାଣା ବଲି ଭମକିଲା ଭମକିଲା ଆର ସଖାଲ ପୁଆକେ ନି ଥିଇନ ।
– ହେଁ କାଏଲ ବେଲହଉ ଜାତରା ଦେଖି ଜେଇଥିଲା ପରେ ।
– ହଏ ଜାତ୍ରା ନ ତ, ମୁଡକାନ ଫାଟତେଲ ପିଟି ଦେଲେ ପରେ ।