Monday, November 18, 2024
HomeArt & Cultureପ୍ରେମ ଗିତ:କୋସଲି ସାହିତ୍ୟ ର ଇତିହାସ

ପ୍ରେମ ଗିତ:କୋସଲି ସାହିତ୍ୟ ର ଇତିହାସ

ପଶ୍ଚିମ ଓଡିସା ର ଲୋକ ସାହିତ୍ୟ ରେ ପ୍ରେମ ଗିତ ର ପରିମାଣ ବୋଧେ ସବୁ ନୁ ଜହ । ପ୍ରେମ ଗିତ ଜୁଆନ ଧଂଗରା-ଧାଂଗରି ର ମନ ଭିତରେ ଦବି ରହେଲା ଭିନ ଭିନ ପ୍ରେମ ଭାବ କେ ମୌକା ଦେଖିକରି ଆର କେନ ଉପମା ର ଉଧେ ମନ ର କଥା କେ ଢିଲିଥିସି । ସାହିତ୍ୟ ର କଲାତ୍ମକ ଘୁରେନ ଭିତରେ ସମାଜ ନ ସ୍ୱିକୃତି ନି ପାଏଲା ରସ ବାଗିର ଲାଗୁଥିବା ହେଲେ ରସ ନି ହେଇଥିବା କେତନି ସାହିତ୍ୟ କେ “ରସାଭାସ” କହିପାରମାଁ । କୋସଲି ଲୋକ ସାହିତ୍ୟ ଥି ରସ ନୁ ରସାଭାସ ସାହିତ୍ୟ ପରିମାଣ କେତନି । କେତେବେଲେ ଲୋକକବି ସିଧା ନିଜର ମନର କଥା କହି ନି ପାରି ପୌରାଣିକ ଚରିତ୍ର ରାଧା-କୁସ୍ଟଁ ଉଧେ ନିଜର କଥା କହିଥିସି ତ କେତେବେଲେ ପ୍ରକୃତି କେ ନିଜର ରାଂଝ ବନେଇଥିସ । ପ୍ରେମ ଗିତ ମାନେ ପରବ-ପର୍ବାଣି, ଜାନି-ଜାତ୍ରା, ତିହାର-ବାର ଆର ବଛର ର କେନସି ବି ସମିଆଁ ଥି ବନିଥିସି । ଇ ପ୍ରେମ ଗିତମାନେ କେନଟା ବାଜନା ସାଂଗେ ବେଭାର ହେସି ତ କେନଟା ବିନ ବାଜନା ଥି । ପ୍ରେମ ଗିତ ମୁନୁସ ଆର ମାହେଜି ଦୁହି ଲୁକ ଗାଏସନ ।
(୪.୩.୧) ଡାଲଖେଇ
ଦସରା ମାସ, ଉଜଲ ପଖ ର ଅସ୍ଟମି ଦିନ କୋସଲାଂଚଲ ନେ ଭେ ଜିଁତା ମନାହେସି । ଦିନେ ଗାଁ ର ଟୁକେଲମାନେ ନିଜର ଭେ ର ମଂଗଲ ଲାଗି ନିର୍ଜଲା ଉପାସ ରହେସନ । ହେ ଦିନ ରାତି ପୁଜା ସରଲା ପରେ ଡାଲଖେଇ କୁଠି ନ ରେତ ଭର ଆର ଇ ଦିନୁଁ ପୁନି ତକ ଫି ରେତ ଡାଲଖେଇ ନଚା ହେସି । ଡାଲଖେଇ ପ୍ରକୃତ ଥି ଗୁଟେ ଦେବି ଆନ । ତାକର ଆସ୍ଥାନ କେ ଡାଲଖେଇ କୁଠି ବଲସନ । ଡାଲଖେଇ ନାଁ ଟା ଦେବିଂକର ନାଁ ଅନସାରେ ଦିଆହେଇଛେ । ଜେହେତୁ ସେ ନାଚଟା ତାକର ପୁଜା ବେଲ କେ ନଚା ହେସି । ଆଘୋ ର ଲୋକ ଝାର-ଖମନ ର ପସୁ ଜଂତୁ ଆର ବିଦ-ଆପଦ ନୁ ବଁଚାବାର ଲାଗି ଦେବି କେ ପୁଜା କରୁଥିଲେ । ଫେର ଧିରେ ଧିରେ ଡାଲଖେଇ ଦେବି ବନଦୁର୍ଗା ଆର ଦୁର୍ଗା ସାଂଗେ ଏକେ ନାଁ ରେ ଜନା ଗଲା । ଇ ପୁଜା ସାଂଗେ ଜଡିତ ଥିବାର ନାଚି ଥି ଗାଁର ସମକିର ର ସୁଖସାନ୍ତି ଲାଗି ପ୍ରାର୍ଥନା କରାହେସି ।
ଡାଲଖେଇ ପୁଜା
ଅସ୍ଟମି ଦିନ ଟୁକେଲମାନେ ନଏଦଖଁଡି କି ବଂଧଘାଟେ ଠୋଲ ହେସନ । ଗାଧିାଧି ସାରିକରି ତାକର ଭିତ୍ରୁ ଝନେ ନଏଦ କି ବଂଧ ଭିତ୍ରୁ ସାତ ଉଁଝଲା ବେଲ ଆନିକରି ପୁଜା କରବାର ଲାଗି ଗୁଟେ ପିଁଢା ବନାସନ । ସେଥି ଆମ ପତର ଥୁଇ କରି ତେହିଁ ର ଉପରେ ଜଲଲା ସଏଲତା ରଖସନ । ଇ ପୁଜା ସାତଥର ସାତଟା ଟୁକେଲ ସାତ ଉଁଝଲା ବେଲ ଆନିକରି କରସନ । ତେହରୁ ଡାଲଖେଇ କେ ପୁଜା କରାହେସି । ଡାଲଖେଇ ପୁଜା ବେଲକେ ନାଚ ଗିତ ହେସି । ନଁମି ଦିନ ଫେର ଟୁକେଲମାନେ ଡାଲଖେଇ କୁଠି ନ ଠୋଲ ହେସନ ଆର ଜାହା ଜାହା ପୁଜା ଖଂଜା ଲାଗିଥିସି ସବୁକେ ଠାନେ କେ ଜୁଗରାସନ ଆର ବଜା-ଗଜା କରି କରି ବଂଧକେ ଉହଲେଇ ନେସନ । ତବ ବି ଦସରା ର ଦସମି ତକ ସବ ଡାଲଖେଇ ନାଚିଥି ମାତାଲ ହେଇ ଥିସନ । ସାରା ଗାଁ ବିନସୁରିଆ ହେଇ ଜେଇ ଥିସି ଇ ନିସା ଭରା ନାଚି ଥି ।
ଡାଲଖେଇ ପୁଜା ହିସାବେ ମନାହେସି ହେଲେ ନାଚ ଗିତଟା ତାର ଜିବନ ଏ । ନାଚନିମାନେ ଅଧଖଣିଆ ଜନ ଆକାରୁ ଠାଡ ହେଇକରି ନାଚସନ । ପହେଲା ଦୁଇ ପଦ ଗିତ ଗେଇ ଦେବେ ଆର ଫେର ଡାଲଖେଇ ପାରେ ବଜା ର ସୁରେ ଅଁଟା ଲୁହି କରି ନାଚସନ । ଜୁଲି ଜୁଲି ହେଇ ଗାନା ବାଜନା ର ତାଲେ ପ୍ରସ୍ନ ପଚରା-ପଚରି, ବିର୍ଝା-ଖିର୍ଜା ହେସନ । ଡାଲଖେଇ ର ଗିତମାନେ ସାଂଗେ ସାଂଗ ପଦ-କେ-ପଦ ଭିରେଇ କରି ଖିଆଲ-ମସଗୁଲ, ବିର୍ଝାଖିର୍ଜା, ପ୍ରେମ, ପୁରାଣ ଆଦିର କଥା ବସ୍ତୁକେ ନେଇକରି ଗେସନ ।

ଡାଲଖେଇ ରେ…ଡାଲଖେଇ ରେ…
ତୁମେ ତ ଛୁଇଲ ନାଗର ବଲା,
ତୁମର ଲାଗି ମୋର ଜିବନ ଗଲା
ତୁମର ଲାଗି ଘରେ ଖାଏଁ ମୁଇଁ ଗାଲି
ତୁମେ ଦଗାଦିଆ ନାଗର
ହେ ବନମାଲି, ମଜୁର ଚୁଲି କାଏଁ ଡାଲଖେଇ ରେ… ।
ଡାଲଖେଇରେ…ଡାଲଖେଇରେ…
ମୁଇଁ ତ ଭଣଜା ତୁମେ ମୋର ମାଇଁ,
ତୁମର ଲାଗି ଆଁଖି ଝୁମୁରା ନାଇଁ
ତୁମର ଲାଗି କେତେ ଗାଇ ଚରାଇ
ଖୁଜି ନୁରି ବୁଲେଁ ଜମୁନା ଜାଇ,
ଜମୁନା ଜାଇ କାଏଁ, ଡାଲଖେଇ ରେ… ।
ଡାଲଖେଇରେ…
ସ୍ରାବଣ ମାସରେ ଝରି ବରସା
ତମର ଦିହଁକେ କରିଛେଁ ଆସା
ଚନ୍ଦର ଉଦିଆଁ ମୁହଁ ମୋହର
ବାଟ ଦେଖୁଛେଁ ଅଠି ପହର
ଆସାଢ ଗଲା ଜେ ସ୍ରାବଣ ଜିବା
ବାଟ ଦେଖି ଦେଖି ଦିନ ସରିବା
ଆସ ଆସ କର ଗମ୍ବିରି ବିଜେ
ସୁଆମି ତମକୁ ଦିହର ସେଜେ
କାଏଁ ଡାଲଖେଇରେ….. ।

(୪.୩.୨) ରସରକେଲି
ଡାଲଖେଇ ବାଗିର ରସରକେଲି ଗିତ ବି ଲୋକ-ଧର୍ମ କେ ଆଧାର କରି ବନିଛେ । ରାସକେଲି ନୁ ରସରକେଲି ବନିଥିବା ଅନୁମାନ । ଇଥି ରାଧା-କୁସ୍ଟଁ କୁ ଆଧାର କରି ପ୍ରେମ ଭାବନା ପ୍ରକାସ କରାହେସି । ପ୍ରେମ ରସ ରସରକେଲି ଗିତ ର ନିହି । ବାଜନା ର ଉଧେ ଦୁହେଁ ମାହେଜି ଆର ମୁନୁସ ନାଚି ନାଚି ବେଭାର ହଉଥିବା ରସରକେଲି ଗିତ, ଡାଲଖେଇ ଉତାରୁ ପସ୍ଚିମ ଓଡିସା ର ସବୁ ନୁ ଜହ ଲୋକ ର ମନ କେ ଛିଁ ପାରିଛେ । ଇଟା ଧର୍ମ ଉଛବ, ବିହା-ବରପନ, ଆର ଭିନ ଭିନ ଉଛବ ଥି ବେଭାର ହେସି ।
ରସରକେଲି ରେ…
ଖଜୁର ଗଛ କେ ଗୁନଚା ମୁସା ଚଢିଗଲା
ଖଜୁର ଗଛ କେ ଗୁନଚା ମୁସା ଚଢିଗଲା
କଲାକାହ୍ନୁର ବଇଁସି ସୁନି ରାଧା ବାଇ ହେଲା
ରାଧା ତର ତର, ଛାଡି ଘର ବର,
ଆସି ଜେଭେ ମିଲିଗଲା କଦମ୍ବର ମୁଲ
କାହ୍ନୁର ପ୍ରେମ ଥି ଭୁଲେ ମାତିଲା
ରସ ମାଡିଗଲା ରସ ରସକି ଗଲାରେ
ଆମର ବାଡିଆଡେ କଲା ଦହନା
ଟଂକେ ବାରଅନା ରସ ରସକି ଗଲାରେ ।
(୪.୩.୩) ମାଏଲାଜଡ
ରସର ବଏଡ ହିଁ ସାହିତ୍ୟ କେ କାଲଜଇ କରିଦେସି । ଲେଖକ ଆର ପାଠକ ଭିତରେ ଭାବର ସେତୁ ଟେ ବାନ୍ଧି ଦେସି । ମାଏଲାଜଡ ବି ପ୍ରେମ ରସ ଆଧାରିତ ଲୋକ ଗିତ । ବାଜନା ଆର ନାଚ ସାଂଗେ ମାଏଲା ଜଡ ପରସା ହେସି ।
ଟପିିିଡାଲେ ମହୁଘରା ଥିିପି ପଡେ ରସ
ମନ ଛନ ଛନ ଗାଲିର ଧାଂଗିରି ବୟସ
ଜେବେ ଦେଖୁଥିଲେ ନୁଆଁ ଦିସଛେ
ଜେତେ ଦେଖୁଥିଲେ ନୁଆଁ ଦିସୁଛେ
ତାର ବଏସର ଭବିସରେ ଅଏଁଲା ଡାଲ
ଡାଲର କୁଚି କୁଚି ଗାଲରେ ସରଗିମାଲ
ମାଲର ହଲଦିମଖା ଗାଲରେ ଅଏଁଲାଡାଲ
ଡାଲର କଥା ଲଡବଡରେ ମାଏଲା ଜଡ । ୧ ।
ବାଲକେରା କେରା ଧନ ଚାଏଁରି ମୁଡିର ଖୁସା
ଖୁସାକେ ସୁନ୍ଦର ଦିସେ ଚାଏଁରି ମୁଡିର ଖୁପା
ଘିନି ଦେମିଁ ଜୁଡା କାନର ଫସିଆ
ଥିବା ଛ ଛ ମସାରେ, ପିନେ୍ଧଇଦେତିଁ
ମନ ଭଏର ତତେ ଦେଖୁଥିତିଁରେ ମୋର ଖଏଡକା ପାତି
ବୁଡାଇନେଲୁ ଆଗର ଗତିରେ ମୋର ଖଏଡକା ପାତି
ପାତି କେ କୁଲେ ଧରିଥିତିଁରେ ମାଏଲା ଜଡ । ୨ ।
(୪.୩.୪) ଜାଇଫୁଲ
ଜାଇଫୁଲ ନାଚ କେ ଉଧା କରି ପରସା ହେସି । ପ୍ରେମ ରସ ଥି ଜଜବଜ ଜାଇଫୁଲ । ଜୁଆନ ପିଲା ଟୁକେଲ ଦଲ ଦଲ ହେଇ ବାଜନା ର ସୁରେ ନାଚସନ ଜାଇଫୁଲ ଗିତ ଗାଇ ଗାଇ । ଜାଇଫୁଲ କେ ବାରମାସି ଗିତ ଭିତରେ ବି ରଖା ହେସି ।
ଗିନାରେ ଖାଇଲି ଗୁଡ
ଆହା ଜାଇଫୁଲ, ଗିନା ରେ ଖାଇଲି ଗୁଡ
ଆମ ବଗିଚାରେ ଫୁଟିଛି ଫୁଲ
ଫୁଟିଛି ଫୁଲ
ଜାଇଫୁଲ କିନ୍ଦିରି କିନ୍ଦରି ଝୁଲ ।
ବଇସାଖେ ଟାଣ ଖରା
କେନେ ଗଲୁ ମୋର ବାଗିରି ଧରା
ଜାଇଫୁଲରେ, ମୁହୁଁନେ ବାଜିବା ଖରା
ପେନ ନେଇଁ ମିଲେ ଡଂଗରି ତଲେ
ଆରେ ଜାଇଫୁଲ, ତୋର କଥା ବସି ଭାଲେ ।
ଜାଇଫୁଲରେ,
କାଦୋ କାଦୋ ଭୋଦୋ ମାସ
ନୁଆଁଖାଇ କାଜେ ନୁଆଁ କପଟା
ଜାଇଫୁଲରେ, ଘିନିମାଁ ଆଜିର ହାଟେ
ବାଦଲ ନାଚୁଛେ ଘଡିକି ଘଡି
ଆରେ ଜାଇଫୁଲ, ନାଇଁ ଜଅ ସାଂଗ ଛାଡି ।
(୪.୩.୫) ଚପକରାଟି
ଚପକରାଟି ନାଚ କେ ଆଧାର କରି ଗିତ । ବିସେସକରି ନୁଆଁଡା , ବଲାଂଗିର ଜିଲ୍ଲାରେ ଦେଖବାର କେ ମିଲସି । ଗଁଣ, ଭୁଂଜିଆ ଆଦି କର ବିହା ବରପନ ଥି ମାହେଜି ମୁନୁସ ନାଚି ନାଚି ଚପକରାଟି ଗିତ ଗାଏସନ । ଚପକରାଟି ଗାଏଲା ବେଲେ ମାହେଜି ମାନେ ରାମକାଠି ବଜାସନ । ମାହେଜି ମୁନୁସ ନାଚି ନାଚି ଗଉଥିବା ଇ ଚପକରାଟି ଗିତ ପ୍ରେମ ଆଧାରିତ ।

ବମୁର ଗଛେ ଉରମାଲ
କୁରକୁଚି ମୁଡି କେ ବାସନା ତେଲ
ସୁଆଁରି ସୁଆଁରି ଖେଲରେ ଚପକରାଟି,
କୁକୁଡା ଡାକିଲା ରାତି ରେ ଚପକରାଟି ।
କୁସେର ବାରିର ମେରହା,
ଫୁଲ ଗୁଁଥିଦେମିଁ ସେରାକେ ସେରା
ନନି ଖୁସାକେ ଅଡାଲା ପରାରେ ଚପକରାଟି,
କୁକୁଡା ଡାକିଲା ରାତି ରେ ଚପକରାଟି ।
(୪.୩.୬) ନିଆଲି ମଲି
ନିଆଲି ମଲି ପସ୍ଚିମ ଉଡିସା ର ନାଚ କେ ଆଧାର କରି ବନିଥିବା ଗିତ । କଲାହାଁଡି ଅଂଚଲ ର କନ୍ଧ, ସବର, ଆଦି ଆଦିବାସି ଆର ଗଉଡ, ବଂକା ଆଦି ଜାଏତ ଭିତରେ ଚଲି ଅଉଛେ । ବିହା ବରପନ, କି ଆର କେନ ଉଛବ ଥି ନିଆଲି ମଲି ଗୁଆ ହେସି । ମାହେଜି ମାନେ ରାମକାଠି ଧରିକରି ଅଁଟା ଧରାଧରି ହେଇ ସଜ ହେସନ ମୋଡୋମାଲେ (ମଂଡପ) ।
କୁଇଲି ଗାଉଛି ଗିତ, କୁଇଲି ଗାଉଛି ଗିତ
ଆମେ ଦୁହି ଝନ ବସିମା ମିତ
ସତେ, ଚଗିଜିମା ପରବତରେ, କାଲି ନିଆଲି ମଲି ।
ନିଆଲି ମଲି ର ବାଟର ଘର
ସତେ, ଜୁଏ ମଗା ବଡା ଡରରେ, କାଲି ନିଆଲି ମଲି ।
ମୁଲୁକି ମୁଲୁକି ହଁସ, ମୁଲୁକି ମୁଲୁକି ହଁସ
ବିଦେସି ବାବୁରେ ଜୁବା ବୟସ
ହେଲେ ଜାତି ଦେଖିକରି ରସରେ, କାଲି ନିଆଲି ମଲି
ନିଆଲି ମଲିକେ ଦେଖିବି ବଲି
ସତେ, ନଦି ନାଲ ଦେଗି ଗଲିରେ, କାଲି ନିଆଲି ମଲି ।
ମଲି ଫୁଲ ଦନା ଦନା, ମଲି ଫୁଲ ଦନା ଦନା
କେନ ମଲି ଫୁଲେ କେନ ବାସନା
ସତେ ସୁଂଘିଲେ ଜାନିବୁ ସିନାରେ, କାଲି ନିଆଲି ମଲି
ନିଆଲି ମଲି ମୋର ରସ କମଲା
ସତେ, ବୁଲୁ ଥିସି ପରା ରା ରେ କାଲି ନିଆଲି ମଲି ।
(୪.୩.୭) ଭମରା
ଭମରା ଗିତ ମାହେଜି ମୁନୁସ ଦୁହେଁ ଗାଏସନ । ଇ ଗିତ ଗୁତା ଉଚାର କେ ନେଇ ଆଧାରିତ ।
ସାହାଜ ପତର ହାତେ ଜେ
କାହାର ମହନି ଲାଗିଲା ତତେ
ଲାଗିଲା ତତେ ହୋ ସତେ, ଆଡ ମୁହୁଁ କଲୁ ମତେ ଭମରା ରେ । ୧ ।
ଭମର ବର ମ଼ଝା ରାତି ନେଇଁ ଲାଗେ ଝୁମୁରା
ବୁଲି ଆଏବ ଆମର ପରା କରି ଦେମୁଁ ଦରମରା । (ଘୁସା)
ଖୋରିକେ ଗିନା ଗରଜନ, ଟଁଟି ମାଡିଦିଅ ଜାଉ ଜିବନ
ଜାଉ ଜିବନ ହୋ ସତେ, ତମର ପାଖେ ଥାଉ ମନ ଭମରା ରେ
ଭମର ବର ମ଼ଝା ରାତି ନେଇଁ ଲାଗେ ଝୁମୁରା । ୨ ।
ଡିବି ଡିବି ଡିବି ଡିବି, ଡିବି ଦେଲେ ମୁଇଁ କେଁ କରିବି
କେଁ କରିବି ହୋ ସତେ, ଫୁଲମାଲା ଦେଲେ ଜିବି ଭମରା ରେ
ଭମର ବର ମ଼ଝା ରାତି ନେଇଁ ଲାଗେ ଝୁମୁରା । ୩ ।
(୪.୩.୮) ଲେଲେ ଲହରି
ଲେଲେ ଲହରି ଗିତ ବିହା ବରନ ବେଲକେ ବଜା ସାଂଗେ ଗାଏସନ । ଇଥି ବି ମାହେଜି ମୁନୁସ ଗୁତା ଉଚାର ହେଲା ବାଗିର ହେସନ ।
ପିଲା : ଲେଲେ ଲହରି ଲହରି ପୁରି ରହିଛେ ବୟସ
ଝର ଝର ହି ଝରୁଛେ ରସ
ଲେଲେ ଲହରି ଲହରି ପଛନ୍ତେ ପାଏବୁ କିସ
ଟୁକେଲ : ଲେଲେ ଲହରି ଲହରି ଜନ କେ ଧରେ ଗରନ
ଆମେ ଦୁହି ବୁହେନି ଗୁଟେ ବରନ
ଲେଲେ ଲହରି ଲହରି କାହାକେ କରୁଛୁ ମନ
ଟୁକେଲ :ଲେଲେ ଲହରି ଲହରି ଡିବି ଡିବି ସହେ ଡିବି
ହେଲେ ମୁଇଁ କିସ କରିବି
ଲେଲେ ଲହରି ଲହରି ଫୁଲମାଲ ଦେଲେ ଜିବି
ପିଲା : ଲେଲେ ଲହରି ଲହରି ତେତେଲ ପତର ସୁରୁ
ତତେ ନେଇଁ ଜିମି ସମଲପୁରୁ
ଲେଲେ ଲହରି ଲହରି ଧାନକଟା କଟି ସରୁ
(୪.୩.୯) ସଜନି
ସଜନି ଗିତ ଟୁକେଲ ମାନେ ଗାଏସନ । ଜଉବନ ଦେସେ ପାହା ଦଉସନ ସାଏର ମନ ର ରାଏଜେ ଜେନ ଭାବନା ମାନେ ବନିଥିସି ତାହାକେ ସଜନି ଗିତେ ଉଖଲା କରିଥିସନ ।
ଚାଉଲ ଲଗାମି କେତେ
ବେଲେ ବସେଁ କିଛି ନାଇଁ ରୁଚେ ସଥେଁ
ଧନ ଟିଆ ଦେଇଥିଲୁ ମତେ, ସଜନିରେ ।

ପାନି ଫୁଟେ ଡବ ଡବ
ଆମକେ ଛିଇଁଲେ, ଅଛିଆଁ ହେବ
ଧୁରେଁ ଧୁରେଁ ଠିଆ ହେବ, ସଜନିରେ ।

ଦାଆ ନ ଦାଏଲିଁ ଗୁଛା
କାହିଁ ଗଲେ ମୋର ମନ ମୁରୁଛା
ସଥେ ପଲଂକ ହଇଛେ ଛୁଛା, ସଜନି ରେ ।

RELATED ARTICLES

Most Popular

Prediabetes

Ten Moral Leaders: Jesus

Recent Comments