ମୁନୁସ ଜିବନ ରେ ଭାସା ର କବାର କେତନି । ଇ ଭାସା ହିଁ ମୁନୁସ କେ ଅଲଗା ଜଁତୁ ଠାନୁ ଭିନେ ଆର ବନେ ବଲି ଜନାସି । ମନ ର ଭାବ କେ ଠାର-ନାର ଥି ଜନଉଥିବା ମୁନୁସ ଭାସା ବନାବାର ଲାଗି କେତନି ସମିଆଁ ଆର ମେହନତ କରିଛେ । ମନୁସ କେଭେ ଭାସା ବନାଲା ତାର ସଠିକ ସମିଆଁ ଇହାଦେ ବି କହି ନି ହେବାର । ଫେର କେନ ଭାସା ପହେଲା ବନିଛେ ସେଟା ବି ଜାନବାର ଟା କଠିନ । ତଥାପି ବି ଭାସା ମୁନୁସ ର ଗୁଟେ ସାଫୁଲ ଉଦଭାବନ । ଭାସା ଗୁଟେ ସଂସ୍କୃତି ର ପରିବାହକ, ଗୁଟେ ଜାତି ଆର ଅଂଚଲ ର ପରିଚୟ ଏ ।
ଓଡିସା ର ପସଚିମ ଭାଗ ରେ ଗୁଟେ ସୁରୁତ ଭାସା ଟେ ଚଲସି ତାହାକେ କିଏ ସମଲପୁରି ବଲସି ତ କିଏ କୋସଲି । ମୁଇଁ ବ୍ୟକ୍ତିଗତ ଭାବେ ଇ ଭାସା କେ କୋସଲି ବଲି ଚର୍ଚା କରବାର କେ ଚାହେଁମି ।
ସିରଜିନାର ମୁଲୁ, ଜେଭୁ ଇ ଅଂଚଲ ଅଛେ, ଇନର ଲୋକମାନେ ନିଜର ଭିତରେ କଥାବାର୍ତା ହେବାର ଲାଗି ଗୁଟେ ଭାସା ବେଭାର କରୁଥିଲେ । ଇ ଅଂଚଲ ଝାର-ଜଂଗଲ, ଡଂଗର-ପର୍ବତ ଥି ଘେରେଇ ହେଇଥିଲା । ଇନ ଆଦିବାସି ମାନେ ରହୁଥିଲେ । ବିସେସ କରି ବିଂଝାଲ, ସଁରା, ଗଁଣ ଜାଏତ ବହଲ ହେଇଥିଲେ, ଏଜ ବି ଅଛନ । ଇ ଅଂଚଲ କେ ନଲ, ନାଗ, ସରଭପୁରିଆ, ଚୋଲ, ଗଂଗ, ସୋମବଂସି, କାଲଚୁରି, ଚୁହାନ, ମରାଠା, ଇଂରେଜ ଆଦି ସାସନ କରିଛନ । ସାସକମାନେ ନିଜର ନିଜର ସଂସ୍କୃତି ଆନିଛନ । ଇ ଅଂଚଲର ଲୋକ ଆର ସଂସ୍କୃତି କୋସଲି ସାହିତ୍ୟ ର ଇତିହାସ ଥି ସାଂଗେ ମିସେଇଛନ । ଇତାର ବାହାରେ ଅଂଚଲ କେ ଆର ବି ଭିନେ ଭିନେ ଜାଏତ ବାହାରୁ ଆସି ହମିସା ଲାଗି ଇନ ବସି ଜେଇଛନ, ଜେନ୍ତା କୁଇଲତା, ବାମହନ, ଭୁଲିଆ, ଅଘରିଆ ଆଦି । ଇ ଜାଏତ ମାନେ ବି ନିଜର ନିଜର ସଂସ୍କୃତି ଆନିକରି ଅଂଚଲର ସଂକୃତି ଥି ମିସେଇଛନ । ଏଜ ଜେନ କୋସଲି ଭାସା ଆମର ସାମନେ ଅଛେ, ସେ ଭାସା ହଜାର ବଛର ର ବିବର୍ତନ ଉତାରୁ ଆଝିର ଇ କିସମେ ଆମର ସାମନେ ଅଛେ ।
ସେକ୍ସପିଅର କର ସମିଆଁର ଇଂରାଜି ଆର ଆଝିରର ଇଂରାଜି ଭିତରେ ଗୁର୍ଦୁ ଫରକ ଅଛେ । ସାରଲା ଦାସ କର ସମିଆଁର ଉଡିଆ ଆର ଆଝିରର ଉଡିଆ ଭିତରେ ବି ଫରକ ଅଛେ । କନ୍ଧକବି ଜୁଗ ଦାସଂକର କୋସଲି ଆର ଆଝିରର କୋସଲି ଭିତରେ ବି ଫରକ ଅଛେ ।
ଆମେ କହିପାରମା ଜେ, କୋସଲି ଗୁଟେ ପ୍ରାଚିନ ଭାସା । ଏଜ କୋସଲି ବଢେଟେ ଜାକର ଇଲାକା ନ ବେଭାର ହେସି । ଇହାଦେ ର ଉଡିସା ର ସୁନ୍ଦରଗଡ, ଝାରସୁଗୁଡା, ସମଲପୁର, ବରଗଡ, ଦେବଗଡ, ବଲାଂଗିର, ସୋନପୁର, କଲାହାଣ୍ଡି, ନୁଆଁଡା, ବୌଦ, ଫୁଲାବାଣି ଆର ଉତର କୋରାପୁଟ ଅଂଚଲ, ଦେଭୋଗ ର ପୁରୁବ ଭାଗ, ଫୁଲଝର, ରାଏଗଡ, ସାରଂଗଗଡ, ନୁ ଜସପୁର ତକ ସବୁ ନ
କୋସଲି ଫି ଦିନିଆଁ କବାରେ ବେଭାର ହେସି ।
ଭାସାବିତ ମାନକର ହିସାବେ କୋସଲି ଗୁଟେ ଇଣ୍ଡୋଆର୍ୟନ ଭାଷା । ଇତାକେ ପୁର୍ବି ହିନ୍ଦି ବିଭାଗର ଭାଷା ମାନକର ସାଂଗେ ରଖା ହେଇଛେ । ପୁର୍ବି ହିନ୍ଦି ବିଭାଗର ବାକି ଭାଷାମାନେ ହେଲେ ଅବଧି, ବଘେଲି, ଛତିସଗଡି ଆର କୋସଲି । ସରକାରି ହିସାବେ ଓଡିସାର ୪.୨ କୋଟି ନୁ ଇହାଦେ ପ୍ରାୟ ୨ କୋଟି ଲୋକ କୋସଲି କେ ନିଜର ମାତୃଭାସା ମାନସନ । କୋସଲି ଥି ଭିନ ଭିନ ବିଭାଗ ର ଉଁଚା ଦର୍ଜା ର ସାହିତ୍ୟ ଲେଖା ଚାଲିଛେ । ରାମାୟଣ, ମହାଭାରତ, ଗିତା, ଭାଗବତ, କୋସଲି ଅଭିଧାନ, ଆର ମେଘଦୁତ ଆଦି ଭିନେ ଭିନେ ଗ୍ରନ୍ଥାବଲି ମହାକବ୍ୟ ଅନୁବାଦିତ ହେଇସାରିଛେ । ଫି ଦିନ ରେଡିଓ ଆର ଦୁରଦର୍ସନ ମାନକୁ ଭିନ ଭିନ କାର୍ଜ୍ୟକ୍ରମ ପ୍ରସାରିତ ହେସି ।
ସରକାରି ଥିତି
୨୦୦୩ ମସିହାରେ କେନ୍ଦ୍ର ସରକାରଂକର ନିର୍ଦ୍ଦେସରେ ସୀତାକାନ୍ତ ମହାପାତ୍ରଂକର ଅଧ୍ୟକ୍ଷତାରେ ଗୁଟେ କମିସନ ଗଠନ ହେଇଥିଲା । ମହାପାତ୍ର କମିସନ ୨୦୦୪ରେ ତାର ରିପୋଟ ଦେଇଥିଲା । ମହାପାତ୍ର କମିସନ ୩୮ଟା ଭାରତିୟ ଭାଷାକେ ସମ୍ବିଧାନର ଅସ୍ଟମ ସୁଚିରେ ସାମିଲ କରବାର ଲାଗି ମତ ଦେଇଥିଲେ, ସେ ଭିତରୁ କୋସଲି ଗୁଟେ । କୋସଲି ଭାସା ଭାରତର ସମ୍ବିଧାନର ଅସ୍ଟମ ସୁଚିରେ ସାମିଲ ହେବାର ଲାଗି ବିଚାରଧିନ ଥିବା ବେଲକେ ତାର ସାମ୍ବିଧାନିକ ମାନ୍ୟତା ଲାଗି ଜୋରଦାର ଉଲଗୁଲାନ ଚାଲିଛେ ।
ରେଜିସ୍ଟ୍ରାର ଅଫ ନ୍ୟୁଜପେପରସ ଫର ଇଣ୍ଡିଆ ତାର ଭାସା ତାଲିକାରେ ବି ୨୦୧୨ ନୁ ଠାନ ଦେଇ ସାରିଛେ । ଆଘୋନୁ ତାଲିକାରେ ଓରି-କୋସଲି ଦେଖଉଥିଲା, ଇହାଦେ ଅଗବାର କୋସଲି ଦେଖାସି । ୧/୩/୨୦୧୪ ରେ ଓଡିଶାର ମୁଖ୍ୟମଂତ୍ରି ନବିନ ପଟନାଏକ, କୋସଲି ଭାସାକେ ଅସ୍ଟମ ସୁଚିରେ ସାମିଲ କରବାର ଲାଗି କେନ୍ଦ୍ର ଗୃହ ମଂତ୍ରି ସୁସିଲ ସିନେ୍ଧଂକୁ ସିଫାରିସ କରିଥିଲେ । ୨୦୧୪ର ସାଧାରଣ ଭୋଟ ଉତାରୁ କେନ୍ଦ୍ରରେ ସରକାର ବଦଲିଗଲା । ନୁଆଁ ସରକାର କେ ଫେର ଥରେ ୧୪/୭/୨୦୧୫ରେ ସିଫାରିସ ଚିଠି ଲେଖିଥିଲେ ।
ଇହାଦେ କୋସଲି ଭାସା ଥି ସମଲପୁର ୟୁନିଭର୍ସିଟି ଗୁଟେ ପିଜି-ଡିପ୍ଲୋମା କୋର୍ସ ପଢାହଉଛେ ଆର ହଲଧର ଆବାସିକ ବନବିଦ୍ୟାଲୟ, କୁଦୋପାଲି ନ ପ୍ରାଥମିକ ସ୍ତରରେ ପଢାହେସି ।
ସାକେତ ଶ୍ରୀଭୁଷଣ ସାହୁ