ପଦମ ର ଗଠନ
ଇଟା ଗୁଟେ ଏକଲିଆ କବିତା ନୁହେ, ଜେନ୍ଟା କି ଥରକେ ଗୁଟେ ମୁଡେ (mood) ଲେଖା ହେଇଥିବା । ଜେନଟାକେ ନିଜେ କବି ଭିଲ କବିତା ର ମୁହୁଡା ଥି ଲେଖିଛନ ଜେ ଇ କବିତା ଟା ଗୁଟେ କବିତା ଗୁଛା ଟେ ଆଏ । ଭିନ ଭିନ ସମିଆ ଥି ଭିନ ଭିନ ମୁଡେ ଲେଖା ଜେଇଛେ । ୨୦୦୩ ନୁ ଏବତକ କବି ଗୁରଦୁ ଟେ କବିତା ଲେଖିଥିଲେ ସେଥିର ଭିତରୁ କେତେଟା ଛପା ହେଇଥିଲା ଆର କେତେଟା ଅଛପା ହେଇଥିଲା । ତାର ସାଂଗେ କେତେ ବଛରୁ ଇନୁ ସେନୁ ପଡିଥିବାର ଛୋଟ ଛୋଟ ନୋଟମାନକୁ ମିସେଇ କରି ପଦମ ର ଜନମ ହେଲା । ପଦମ ର ତିଆର କରବାର ସମିଆଁ ଥି କବି ବନିହାନ ଥର ଇତାକେ ଭାଂଗିଛନ ଭି ଆର ନୁଆଁଟି ଜିନିସ ଜୁରିଛନ ଭି । ଇତାକେ ଭାଗ ଭାଗ କରି ଅଲଗା ପଢଲେ ବି ସବୁ ଖଁଡ ର ନିଜର ପେହଚାନ ଆର ଅର୍ଥ ଅଛେ । ହେଲେ ଲେଖକ ର ବାହାଦୁରି ଇଟା ଆଏ କି ଇ ସବୁ କେ ଜୁରି କରି ଗୁଟେ କରି ପାରିଛନ । ଏତକି ସବୁ ଅଲଗ ଅଲଗ ଭାବ କେ ଏତକି ପତଲା ସୁତା ଥି ଗଁଥିଛନ ଜେ ଫରକ ଟା ଜାନବାର ଟା ମୁସକିଲ ହେସି । ହେଲେ ଇ କବିତା କେ ବୁଝବାର କେ ହେଲେ ଏକଠାନିଆ ଥର କେ ଗୁଟାକରି ପଢବାର କେ ହେବା । ଇଟା କୋସଲି ସାହିତ୍ୟ ର ସବୁ ନୁ ଲମା କବିତା ଆଏ ଜେନୁ କି ଏତେ ସବଦ ବେଭାର ହେଇଛେ । ଇଟା ତାର ନିଜର ଭିତରେ ଗୁଟେ ବଢେ କଥା ଆଏ ।
ପଦମ ଗୁଟେ ବ୍ୟକ୍ତିଗତ କବିତା
କେନସି ବି କବିତା କେ କବି ର ଜିବନ ର କଥାନି କହେବାର ଟା କି ପୁରାପୁରି ବ୍ୟକ୍ତିଗତ କହେବାର ଟା ଠିକ ନି ହୁଏ । T.S. Eliot ତାକର Essay Traditiön And Individuality ରେ Theory of Impersonality କଥା କହିଛନ । ଇତାର ମାନେ ହେଲା ଗୁଟେ ସଫଲ କବି ସେ ଆଏ ଜେ ତାର ବ୍ୟକ୍ତିଗତ ଭାବନା କେ ଗୁଟେ ଜାଗତିକ ଭାବ universal appeal ଦେଇପାରସି । ଇ କବିତା କେ ପୁରାପୁରି ଭାବେ autobiographical ବଲି କୁହାଜେଇ ନି ପାରେ । ହେଲେ ସବୁ କବିତା କବି ର ନିଜର ଥିସି, ତାର ନିଜର ଛାପ, ନିଜର ଭାବ ନିସଚେ ରହେସି । ଜେତେ impersonal ହେବାର ଚେସ୍ଟା କଲେ ବି କିଛିଟା ବ୍ୟକ୍ତିଗତ ଭାବ ରହି ହିଁ ଜାଏସି । Eliot ନିଜେ ବି ତାକର କବିତା The Wasteland ଥି ବ୍ୟକ୍ତିଗତ ଭାବ ନୁ ବାହାରି ନେଇଁ ପାରି ।
ଗୁଟେ ଫାଲେ ଜଦି କବିତା ପ୍ରମେ ଥି ବୁଡିଛେ ବଏଲେ ଆର ଗୁଟେ ଫାଲେ ସହରି ଜିବନ ର ସମାଲୋଚନା ଭି କରୁଛେ ହେଲେ କଡା ଭାସା ଥି ନେଇଁ । କବି ଇନୁ ସିଖାବାର କେ ନାଇଁ ଚାହେଁବାର କି ସମାଜର ଚେହେରା କେ ସୁଧରାବାର କେ ଚେସ୍ଟା ନାଇଁ କରବାର । ବରମ ଖାଲି ଗୁଟେ ଚିତ୍ର ଟେ ବନେଇଛନ ଆଝିର ଦୁନିଆ ର । ଇଟା କବି ନିଜର disillusionment ଲାଗି ଆଏ । ହେଲେ ପଢଲା ଲୋକ ଇ ଭାବ ସାଂଗେ ଏକାକାର ହେଇପାରସି, ବୁଝିପାରସି ଜେନ୍ତା କବି ର disillusionment କେ mass disillusionment about the modern life ବନେଇଦେଇଛେ । ତାର ମାନେ ହେଲା ଆମେ ସବୁ ପାଠକ ଇ ଭାବ କେ ବୁଝି ପାରୁଛୁଁ, କାରଣ ଆମେ ଇଟାକେ କମ-ବେସି ସବେ ଜିଇଛୁଁ । ଜୁଗେ ଜୁଗେ କବି ର ପ୍ରକୃତି ଆଏ ଜେ ସିଖାବାର କେ ଚେସ୍ଟା କରସି, ସପନ ବିକସି । ହେଲେ ପହେଲା ବିସ୍ୱ ଜୁଦ୍ଧଜେନ୍ତା ୧୯୧୪ ରେ ହେଇଥିଲା ତାର ପରେ ଇଂରାଜି ସାହିତ୍ୟ ଥି ଗୁଟେ ପରିବର୍ତନ ଆସିଥିଲା । କବିମାନେ ଆଉ ସପନ କେ ନାଇଁ ଲେଖିକରି ଜିବନ କେ ଲେଖଲେ, ଜିବନ ର ଅସଲ ଚେହେରା naked thruth କେ ଅଭିବ୍ୟକ୍ତ କରବାର କେ ଚେସ୍ଟା କରଲେ । ଜେନ୍ତା ୧୯୨୨ ରେ ଇଲିଅଟ ର ଦି ୱେସ୍ଟଲେଣ୍ଡ (The Wasteland ) କବିତା ଥିନ ସାଫ ସାଫ ବା’ରି ହେସି । ଇଲିଅଟ କେ ଛାଡିଦେଲେ ଭି ଦୁସରା ବିସ୍ୱଜୁଦ୍ଧ ଜେନଟା ୧୯୩୯ ରେ ହେଇଥିଲା ତାର ପରେ ଜିବନ ର ଇ disillusioned picture ଟା ଆଉ ବେସି ବେଭାର ହେଲା । W.H.Auden, Philip Larkin ଲେଖେ କବିମାନେ ଇ ଧାରାକେ ଆଉର ଆଗକେ ବଢାଲେ । ହେଲେ ଇ ପ୍ରକାର ର ଧାରାଟା ଆମର ଭାରତ କେ ବହୁତ ପଛେ ପହଁଚିଲା । ପହେଲା ହିନ୍ଦି ସାହିତ୍ୟ ଥି ମାହାଦେବି ବର୍ମା ଲେଖେ କବିମାନକର ଲେଖା ଥି ଜନାପଡଲା । ତାର ନୁ ଆଉ ପଛେ ଇଟା ଉଡିଆ ସାହିତ୍ୟ କେ ଆଏଲା । ହେଲେ ଉଡିଆ ସାହିତ୍ୟ ଥି ଭି ଇଟା ସପନ ଆର ସତ ଭିତ୍ରେ, ମୁନୁସ ସଂପର୍କ ଭିତ୍ରେ, ଜିବନ ମରନ ଭିତ୍ରେ ଇ realistic poetry ର ଧାରା ଟା କେନୁ ଗୁଂଦଲେଇ ହେଲା ଲେଖେନ ଲାଗସି । ହେଲେ କବି ର ଇ କବିତା ଥି ସେ ରିଏଲିସ୍ଟିକ ଭାବ ଟା ସାଫ ଉଭରି କରି ଆଇଛେ । ଇ କବିତା କେ ଇଲିଅଟ ର ମାସ୍ଟର ପିସ ଦି ୱେସ୍ଟଲେଣ୍ଡ ସାଂଗେ ତୁଲନା କରାଜେଇପାରେ । ପହେଲା ତ ୱେସ୍ଟଲେଣ୍ଡ ତାର ନିଜର ରକମ ରସେ ସମିଆ ର ଏକଲା କବିତା ଥିଲା ହେନ୍ତା ଇଟା ଭି ତାର ପ୍ରକାର ଏକଲା କବିତା ଆଏ କୋସଲି ଥି । ଦୁସରା କଥା ହେଲା, ଇ କବିତା ଥି କବି ଜେନ ସତ କେ ଦେଖିଛନ ସେଟା ଇଲିଅଟ ପ୍ରାଏ ୯୦ ବଛର ଆଗରୁ କହିଥିଲେ । ତାର ମାନେ ହେଲା ପସଚିମ ର କବି ମାନେ ଇ ଖାପଛଡା ଭାବକେ, ଜିବନ ର ଇ naked truth କେ ୯୦ ବଛର ଆଗୋରୁ ଅନୁଭବ କରି ସାରିଥିଲେ, ଜେନ୍ଟା ଆଏଜ ଆମେ ଅନୁଭବ କରୁଛୁଁ ।
କବି ର “ଧସକେ ନି ଧସକେ ତମର ପାଣ୍ଡୁ କିଲା” ଇଲିଅଟ ର ଦି ୱେସ୍ଟଲେଣ୍ଡ ର କ୍ଲାଇମେକ୍ସ ରେ ବେଭାର ହେଇଥିବାର London Bridge is falling down (୧୯ସ ସଦି ରେ ଲେଖା ବେନାମି କବି ର ଛୁଆମାନକର ଗିତ) କେ ସୋର କରାସି । ଦି ୱେସ୍ଟଲେଣ୍ଡ ଜେନ୍ତା ଇଂଗଲିସ ସାହିତ୍ୟ ଲାଗି ଗୁଟେ ଲେଣ୍ଡମାର୍କ ଆଏ ଆଉ ନୁଆଁ ଧାରା ଆର ପରଂପରା କେ ଜନମ ଦେଇଥିଲା ହେନ୍ତା ଇ କବିତା ବି କୋସଲି ସାହିତ୍ୟ ଥି ଗୁଟେ ନୁଆଁ ଧାରା କେ ଜନମ ଦେଇଛେ ଜରୁର ।
ଗାଁ ଗହଲି ର ବଦଲୁଥିବାର ଚେହେରା ବି ପଦମ ର ଗୁଟେ ବିସୟ ଆଏ । କବି ନସ୍ଟାଲଜିକ (nostalgic) ହେଇଜାଇଛନ ଇନୁ । ଇ ନସ୍ଟାଲଜିଆ କି ବେକ ଟୁ ଦ ଅରିଜିନ (back to the origin) ଟା ଇହାଦେ ର ମାନେ ୨୧ ସଦି ପଛର (post 21st century) ର କବିତା ଲେଖା ର ଗୁଟେ ମୁଖିଆ ଧାରା ଆଏ । ଇହାଦେ ର କବି ମାନକୁ ପଢଲେ ଜନା ପଡସି ଜେ ସଭେ ଗୁଟେ ସହରି ଜିବନ ସାଂଗେ ଖାପଛଡା ଭାବ ଅନୁଭବ କରସନ ଆର ପଛକେ ଫିରିଜିବାର କେ ଚେସ୍ଟା କରସନ । କବି ବି ଇ ଧାରା ନୁ ହଟି ନେଇଁ ଜେଇ ଆର ସେ ଗାଁ ର ଜିବନ କେ ଫିରି ଜିବାର କେ ବୋଲ ବୋଲ ଚେସ୍ଟା କରିଛନ । ପଢଲେ ଜନା ଜାଏସି ଜେ ଆଝିର ଜିବନ ସାଂଗେ, ସହରି ଜିବନ ସାଂଗେ ମନ ମିସେଇକରି ରହି ନି ପାରବାର ବାର ବାର ପଲାବାର କେ ଚେସ୍ଟା କରୁଛନ । ବାର ବାର ଗାଁ କେ ଫିରି ଜିବାର ଇଚ୍ଛା, ଫିରି ଜଉଛନ ଭିଲ ଗାଁ ଖୁଲି ର ଗୁନ୍ଦାଲ ପାନି, ମାସ୍ଟ୍ରେକର କଂଜେର ଝାଁଟ ପାଖକେ ।
ଉପର ଠାଉରିଆ କିଛି ନାଇଁ ବୁଝଲା ପାଠକ ଟେ ବି ଜଦି ପଢବା ବେଲେ ଇ କବିତା ଥିନ ପ୍ରେମ ର ସବୁ ରଂଗ କେ ସାଫ ସାଫ ବାରି ପାରବା । ହେଲେ ଇ କବିତା କେ ଖାଲି ପ୍ରେମ କବିତା ବଲବାର ଟା ଇ କବିତା ର ଠିକ ଦାମ ନାଇଁ ହାକଲା ଲେଖେନ ହେବା । ଇ ରସିଆ-ରସିଏନ ର ପ୍ରେମ ଭିତରେ ଜିବନ ର ଗହିର ଭାବ କେ ପ୍ରକାସ କରିଛନ । ସୁରତା ର ନଏଦ ଟା ରସିଏନ ନୁ ରସିଆ ର ମନ ତକ ବୁହି ଜେଇଛେ ଆର ତାର ସାଂଗେ ସାଂଗେ ବୁହି ଜେଇଛେ ସମିଆ ବର୍ତମାନ ନୁ ଅତିତ ତକ ଆର ଫେର ଅତିତ ନୁ ବର୍ତମାନ ତକ । ଇ କବିତା ର ଟେକନିକ ଟା ସ୍ଟ୍ରକଚର ମାନେ ଗଠନ ସାଂଗେ ଜୁରି ହେଇ ଜେଇଛେ । ଇଟା ଗୁଟେ ଗୁଲେଇ ମିତାର ଆଏ । ସପନ ନୁ ମୁଲ ହେଇଛେ ଆର ସପନ ଥି ସରି ଜେଇଛେ ।
ସମିଆ କେ ନେଇକରି କବି ବହୁତ ସୁନ୍ଦର ଫ୍ଲାସବେକ ଟେକନିକ ବେଭାର କରିଛନ । କବି ଅତିତ ନୁ ବର୍ତମାନ କେ ବାରବାର ଜାଉଛନ ଆଉଛନ । ସପନ ଆଉ ସତ ଭିତରେ ଏତେ କମ ଦୁରିଆ ଥିସି, ଏତକି ପତଲା ଗାର ଟେ ଥିସି ଦେଖି ନେଇଁ ହୁଏ ହେଲେ ଠିକ ଜାନି ହେସି ଇଟା ଦୁଇଟା ଅଲଗା ଦୁନିଆ ବଲି । ଦୁଇଟା ଦୁନିଆ, ଗୁଟେ ସପନ ର ଦୁନିଆ ଜେନ ନ ରସିଏନ ରହେସି ଆର ଗୁଟେ ରସିଆ ପିଲା ର ସତ ର ଦୁନିଆ । ରସିଏନ ର ଦରଦ ପ୍ରେମ ର ଦରଦ ଥିସି ହେଲେ ରସିଆ ର ଦରଦ ପ୍ରେମ ଥି ସିମିତ ନାଇଁ ନ । ସେଟା ଜାଗତିକ ସତ ହେଇଜାଇଛେ universal truth of the present day life ଇଠାନକେ ଆସିକରି କବିତା ଟା autobiographical ଲେଖେନ ଲାଗସି । ଜେନୁ ରସିଆ କବି ର spokesperson ତାର ମାନେ କବି ର ଆୱାଜ ହେଇ ଜାଇଛେ କବିତା ଥି । ରସିଆ ର ଟୁଣେଁ କବି ତାକର କଥା କହୁଛନ । ହେତିର ଲାଗି ପିଲା ସବୁବେଲେ ସତ କେ କହୁଛେ କାରଣ ସେଟା କବି ଜିଁ ଛନ, ଦେଖିଛନ । ଇଠାନେ ପ୍ରସ୍ନ ଉଠସି କବି ଦୁଇଟା ମୁଖିଆ ଚରିତ୍ର ନେଲେ କାଏଁ କରି ? ସେଟା ଫେର ଗୁଟେ ମାହେଜି ଆର ଗୁଟେ ମୁନୁସ ଚରିତ୍ର କାଁ କରି ବାଛଲେ? କବି ଚାହିଁଥିଲେ ତାକର ଭାବ କେ ରସିଆ ର ଟୁଣେଁ ବି କହିପାରିଥିତେ । ତାର ଉତର ମୋର ହିସାବେ, ଜଦି ହେନ୍ତା ହେଇଥିତା ବେଲେ ଏକତରଫା ହେଇଜେଇଥିତା । ପଢବାକେ ବନେ ନାଇଁ ଲାଗିଥିତା । ଝନେ କହେଲେ ଆର ଝନେ ହୁଁକାର ଦଉଛେ ଆର ଇଟା କବିତା କେ ଗୁଟେ ଫ୍ଲୋ ଦେଇଛେ । ଅଉର ଭିଲ ସପନ ଆର ସତ ଭିତରେ ଜେନ ଦୁରିଆ ଟା ଅଛେ ସେଟା ଭିଲ ଜନା ନାଇଁ ପଡିଥିତା ଜଦି ଖାଲି ଝନେ କହି ଥିତା ବଏଲେ । ଦୁଇ ଝନ କହୁଛନ ବଲି ଜନା ଜଉଛେ ଜେ ଅତିତ ଆର ବର୍ତମାନ ଭିତରର ଗାର ଗୁଟେ କଟା ହେଇଛେ ବଲି । ଆଉ ଜେହେତୁ କବିତା ଥି ପ୍ରେମ ର ଗୁଟେ ଗୁହେର ଭାବ ଦେଖବା କେ ମିଲସି ହେତିର ଲାଗି ବୋଧେ କବି ମାହେଜି ଆର ମୁନୁସ ର ଚରିତ୍ର କେ ମୁହାଁମୁହିଁ ବେଭାର କରବାର କେ ଚାହେଁଲେ । ଇ କବିତା ଥି ଜେନ୍ତା ଆଗରୁ ମୁଇଁ କହିଛେଁ ଆଜିର ଦୁନିଆ ର ଜାଗତିକ ସତ universal truth କେ କବି ଦେଖେଇଦେଇଛନ ଜେନଟା କି ଅମର ସତ ଆଏ ଆର କବିତା ର ନାୟକ ବି ସତ ଆଏ । ହେଲେ ଇ ନିରାସା ଆର disillusionment ଭିତରେ ଭି ଗୁଟେ ସତ ଅଛେ ଜେନଟା ନାଇକା ର ସତ ଆଏ ସେଟା ହଉଛେ, ଆସା । ଇ ଆସ ଟା କେଭେ ଏକଲା ଗୁଟେ ନାୟକ କେ ନେଇଥିଲେ ନାଇଁ ଦିସିଥିତା ସେଥିର ଲାଗି ଭି ନାଇକା ର ଚରିତ୍ର କେ ବେଭାର କରବାର ଟା ବହୁତ ଭଲ ହେଇଛେ । ପସଚିମି ଲେଖା ନେ ଇ ଆସ କି ଉସତେ ସେସ (happy ending ) ଟା ନେଇଁ ଥାଏ ଜହ ବଏଲେ ଭାରତ ର ପୁରାଣ ମାନକୁ ସେସ ସବୁ ଠିକ ହେସି । ଜେନ୍ତା ଦୁସ୍ମନ୍ତ ସକୁନ୍ତାଲା ଥି ଏତେ ଉପର ତଲ ହେଇକରି ଭି ସେସେ ଦୁହେ ଭେଟ ପଦସନ ଆର ସୁଖେ ରହେସନ । ଇ କବିତା ଥି ବି ଆସ ର ସେ ଉକିଆ ଟେ ଦିସସି । ଇ ଆସ ର ଭାବ କେ
ତ ମାହେଜି ଚରିତ୍ର ଧରିଛେ । ସେ ଆସ ଆର ପ୍ରେମ ର ପ୍ରତିକ ଆଏ ଜେନଟାକି ମାହେଜି ଜାତି ର ପେହଚାନ ଆଏ ।
ନାୟକ, ନାଇକା କେ ଦେଖି ନାଇଁ କି ଜାନି ନାଇଁ । ନାଇକା ତ ତାର ବିନମୁହଁ ରସିଆ ର ବାଟ ଟାଖିଛେ । ସେ ତାର ସପନ ଥି ଗୁଟେ ଚେହେରା ଧରିକରି ବସିଛେ ଆର ନାୟକ ତାର ନିଜେର କଥେନ, ଡଂଗର ର କଥେନ ବଡବଡେଇ ହଉଛେ । ହେଲେ ଲେଖବାର ସୈଲି ଟା ଏନ୍ତା ହେଇଛେ ଜେ ଦୁହେ କଥା ହେଲା ଲେଖେଁ ଲାଗୁଛେ । ଇ କବିତା ସେଥିର ଲାଗି କବିତା ନୁହେସେ ବରମ କବିତା ଥି ଗୁଟେ କଥାନି ଆଏ (a story in muse ) । ଦୁଇଟା ରେ ଦୁଇଟା ଚରିତ୍ର ବେଭାର କରିଛନ ଜେନଟାକି conversational ରୁପ ଦେଇଛେ । କବିତା କେ ଖଁଡ ଖଁଡ କରି ନେଇଁ ପଢିକରି ଏକ ମୁଖିଆ ପଢଲେ ନିସଚିତ ଭାବେ କବି ର ଇ ଦୁଇଟା ଚରିତ୍ର ବେଭର କଥା ବୁଝି ପାରବେ । କାରଣ କବିତା ଥି ସାଧାରଣ ଭାବେ ଗୁଟେ କହନକାର ((speaker/voice) ଥିସି ହେଲେ ଇନୁ ଦୁଇଟା ଅଛନ । ଆର ଦୁଇଟା ଚରିତ୍ର ର ସାଂଗେ କବିତା ଥି ସମାନ ବେଭାର କରବାର ଟା ନିହାତି ଭାବେ ବହୁତ ମୁସକିଲ ଆଏ ।
କବି ଇଥିଁ alliteration ଗୁର୍ଦୁ ବେଭାର କରିଛନ । ଜେନ୍ତା କି ଆଲଟି-ମୁର୍କୁଟି, ଉଟୁସ-ପୁଟୁସ, ହେଲୁଟି-ବେଲୁଟି, ଅଲଝଟେ ଅଲଝିଗଲା, ଅମାନ୍ତୁ ଆଁଖଲ, କନେ-କର୍ପନେ, ଅସକଟ-ମସକଟ, ଚେରେ ଚିରଗୁନ, ଦରପୁଡା ଦରଭିଜା, ପାଂଗନ ନାସନ, ପେସେନ ଦୁସେନ, ଆଦି । ଇଟା ପଢଲା ବେଲକେ କାନକେ ସୁରୁତ ଲାଗସି । ଇମେଜ (Image ) ବା ପ୍ରତିକ ମାନକର ସୁନ୍ଦର ବେଭାର ହେଇଛେ ଜେନ୍ତା ପାଂଡୁକିଲା- ଆମର ସଂସ୍କୃତି ଆର ପରଂପରା ର ପ୍ରତିକ ଆଏ । ଧୋବ-ଚିକନ-କଁଲ ପରତ ପରତ ବରଫ – ସହରି ଜିବନ ର ମିସିନ ବାଗିର ଖଟଲା ଜିବନ ଥି ଆର ଜିବନ ନେଇଁ ଥାଏ ଆର ବରଫ ବାଗିର ଥଣ୍ଡା ହେଇ ଜେଇଛେ । ଇ ବରଫ ର ପ୍ରତିକ ମରବାର ଟା କେ ସୁଚଉଛେ । ମଲା ପରେ ଜେନ୍ତା ହାତ ଗୋଡ ଥଣ୍ଡା ପଡିଜାଏସି, ଦିହଁ ସେତୁଆ ହେଇ ଜାଏସି । ଇ ସବୁ ଇମେଜ ସହରି ଜିବନ ର ଜଟିଲତା କେ ଚିତ୍ରାବାର ଲାଗି ବେଭାର କଲା ବେଲକେ ସମସାମଇକ ଗାଁ ଲାଗି ବେଭାର କରିଛନ, ନିଲିଆ ଆକାସେ କଲିଆ କୁହୁଁଲା – ପ୍ରାକୃତିକ ସୁନ୍ଦର ଥି ଜଜବଜ ଗାଁ ମାନେ ଧସକି ବସୁଛେ ଦିନୁ ଦିନ ।
ଇ କବିତା ଥି ଜେନ ଭାସା ସୈଲି ବେଭାର ହେଇଛେ ସେଟା କୋସଲି କବିତା ଥିନ ନୁଆ ଆଏ । ଆଘୋର ପାରଂପାରିକ କୋସଲି ଭାସା ନୁ କବି ଭାସା ଉପରେ ଗୁଟେ ନୁଆ ପରିଖ୍ୟା କରିଛନ । ଇ ଭାସା ଟା ପାରଂପାରିକ କୋସଲି ନେଇଁ ହେଇକରି ଗୁଟେ ଆଧୁନିକତାର ଛାପଟେ ଛାଡିଦେସି । Geoffrey Chaucer ଜେନ୍ତା ୧୪ ସଦି ର ଇଂରାଜି କେ ଗୁଟେ ନୁଆଁ ରୁପ ଦେଇଥିଲେ ହେନ୍ତା ଇ ଭାସା ଟା କୋସଲି ଭାସା କେ ଗୁଟେ ନୁଆଁ ଆକାର ଦେଇଛେ ଆଉ possibilities ବି ଦେଇଛେ ଜେ ଇ ଭାସା ର ବେଭାର ଥି ଆହୁରି ପରିଖ୍ୟା ହେଇପାରବା ଜେନ୍ଟା ଇ ନୁଆ ବଢୁଥିବାର ଭାସା ଲାଗି ଗୁଟେ ଉସତ ର କଥା ଆଏ ।
ଇନୁ ଗୁର୍ଦୁଟେ ନୁଆଁ ନୁଆଁ phrase ର ବେଭାର ହେଇଛେ ଜେନଟା ଆଗରୁ ଇ ଭାସା ରେ ଦେଖବାର କେ ନାଇଁ ମିଲେ । ଜେନ୍ତା ଜୁନହା ଫଫସାଲା ସପନ, ଫେପଲେଇ ଜଉଛେ ସମିଆ, ଥପଥପ ଥିୁଛେ ସୁରତା, ଅମାନ୍ତୁ ଆଁଖଲ ଆଦି । ଇ ପ୍ରକାର ର ସଦ୍ଦ ମାନେ କୋସଲି ଥି ବହୁତ କମ ବେଭାର ହେଇଛେ ।
Santiago, Cybil, ହିଂଗୁଲ ଦେଇ, ଅଇବନ, ଆଦି ଇଂରାଜି ସାହିତ୍ୟ ର ଚରିତ୍ର ଆର କୋସଲି ଲୋକକଥା ର ଚରିତ୍ର ମାନକର ବେଭାର ହେଇଛେ ।
ମୁଟାମୁଟି ଭାବେ ଦେଖଲେ ଇଟା ଗୁଟେ ପରିଖ୍ୟାମୁଲକ (experimental ) କବିତା ଆଏ । ଇ କବିତା ଥି absurdity of human life ସାଂଗେ ସାଂଗେ hope ର ଗୁଟେ ବହୁତ ବଢିଆ ମିସ୍ରଣ ହେଇଛେ । ମୋର ଆସା ପଦମ କହଁଡୋ ର ସପନ କୋସଲି ସାହିତ୍ୟ କେ ଗୁଟେ ନୁଆଁ ଦିସା ଦେବା ।