ଜନମ – ୯/୯/୧୯୨୪, ଦେହାନ୍ତ – ୧୧/୧୦/୨୦୧୨
ନାକପୁଢି ପଣ୍ଡାକର ଜନମ ସୋନପୁର ନ ହେଇଥିଲା । ହାଇସ୍କୁଲେ ପଢଲା ବେଲୁ ସେ ନାଟେ ବାହାରୁଥିଲେ । ୧୯୪୩ ମସିହା ବେଲକେ ତାକର ସାଂଗମାନକର ସାଂଗେ ମିସିକରି “ସବୁଜ ସଂଘ” ବଲି ଗୁଟେ ଅନୁସ୍ଠାନ ବନେଇଥିଲେ । ସେ ବେଲର ମାହରାଜ ସୁଧାଂସୁଭୁସଣ ସିଂହଦେଓ ଆର୍ଥିକ ସହଜୋଗ କରୁଥିଲେ “ସବୁଜସଂଘ” କେ ଆର ‘ସାଧବୀ,’ ‘ନଷ୍ଟ ଚରିତ୍ର’ ବାଗିର କୁଡେ ନୁ ଅଏତକା ନାଟ ପରସିଥିଲେ । ନାକଫୁଡି ପଣ୍ଡା ନିଜେ ୩୦ ନୁ ଅଏଧକା ନାଟ ର ନିର୍ଦେସନା ଦେଇଥିଲେ । ସେ କୋସଲି କବିତା ଲେଖବାର ଥି ବି ଆଗାଡେ ଥିଲେ । ତାକର କୋସଲି କବିତା ପାସରି “ଦେବୁ କାଏଁ ନ… ?” ୧୯୪୪ ମସିହା ରେ ଡ. ମାୟାଧର ମାନସିଂହ କର ସଂପାଦିତ ‘ଶଂଖ’ ପତ୍ରିକା ଥି ବାହାରିଥିଲା । ସେ ସମିଆର ପ୍ରସିଦ୍ଧ କବିତା ମାନକର ଭିତରୁ ଗୁଟେ ଥିଲା “ଦେବୁ କାଏଁ ନ… ?” । ସେ ପଚାସ ନୁ ଅଏତକା କୋସଲି କବିତା ଲେଖିଛନ ।
ପାସରି ଦେବୁ କାଏଁ ନ…!
ପିଲା ଦିନର ସାଂଗ ସରସା ପାସରି ଦେବୁ କାଏଁ ନ ।
ମୁଡା ବଂଧର କଂଦାକୁଡା ସୋର ଅଛେ କି ନେଇଁନ ?
ସଂଜ ବେଲର ଲୁକଲୁକାନି
ଡାଁଡ ଖୁଲିର ଖକ ।
ଗୁଡି ମଡପର ଖମ ଖମାଲୋ
ଛୁରକି ସଇ ସତ ।
ନଏଦ ପହଁରା ବାଲିର ଘର
ଦୁଲି ଝୁଲା ବଡା ସୁଖ ।
ଆଏଜ ଦିନକେ ହେତେଇ ଦେଲେ
ଲାଗୁଛେ ବଡା ଦୁଖ ।
ସୋର ଅଛେ କି ନେଇଁ ନ?
ପିଲା ଦିନର ସାଂଗ ସରସା
ପାସରି ଦେବୁ କାଏଁନ । ୧ ।
ପରର ଘର ଘର ହେବା ତୋର
ନିଜର ଘର ଛୁଚା ।
ପରର ବୁଲେ ସାରବୁ ଦିନ
ନେଇଁ ଚଲେ ତୋର ଇଚ୍ଛା ।
କାହିଁର ଚିହ୍ନାର କାହିଁର ଜନାର
ଜୁଟେଇ ହେବା ବୁଆ ।
ଫୁଫଲା ବାହ୍ମନ ହାତ ଧରବା
ଶୁଲକ ଅଖାଡୁଆ
କୁକୁର କେ ବି ଠାକୁର ବଲିଁ
ମାନବୁ ସବୁ ବେଲେ ।
କାଏଁ ପାରୁଛୁ ତରକି ଥିବୁ
ପଡିଜିବା ଭାଏଲ ଗାଲେଁ ।
ସେନକେ ଜିବୁ ଜେଭେଁ
ପିଲା ଦିନର ସାଂଗ ସରସା ନେଇଁ ଭୁଲବୁ କେଭେଁ ।୨ ।
(ପ୍ରକାସିତ – ‘ଶଂଖ’, ଦେବଗଡ, ୧୯୪୪, ସଂପାଦକ, ଡ.