Thursday, December 19, 2024
HomeArt & Cultureଦାଦନକେ ନେଇକରି ନାଟକ ଜେତେ: କେସରଂଜନ ପ୍ରଧାନ

ଦାଦନକେ ନେଇକରି ନାଟକ ଜେତେ: କେସରଂଜନ ପ୍ରଧାନ

ଭରତ ମୁନିଙ୍କର ଆଂଗିକ ବାଚିକ ସିନେ ବୁଝି ହଉଥିଲା, ସାର ଇ ସ୍ଟାନିସଲାଭାସ୍କି କଥା କହି ବସଲା ଉତାରୁଁ ସବ ଗଡ଼ବଡ଼ । କଳାକାର କେନ୍ତାକରି ଚରିତ୍ର ହେବା ତାର ବିସେଥିଁ ଚର୍ଚ୍ଚା ମୁଲ ହେଲେ କି ରିଏଲସେଲ ବି ବଏନ୍ଦ ।

କାଂଚନ ତ ଆଏଜକାଏଲ ହେଥିର ଲାଗିଁ ଡେରିଥିଁ ଅଉଛେ । ନାଟକ କରମା ଠିକ, ହେଲେଁ ଇ ସବୁ ଦିନ ଏନ୍ତା ଥିଓରି ପଢ଼ା କିଏ ପାରେ! ଇସ୍କୁଲଥିଁ ଛୁଆକର ଝିକଝିକ, ଘରେଁ ନାଟକ କରୁଛେ ବଲିଁ ଗାଲି ଝଗର, ସେଥିଁ ଫେର ସ୍ଟାନିସଲାଭାସ୍କି ।

କଳାକାର ଚରିତ୍ରଟେ ହେବାରଟା ଗହନ କଥା ପରେ । ପହେଲା ତ ଜଧର୍ପି -ଜଧର୍ପି ଥିଁ ଜାଦୁ ରହେଲା-ଜଧର୍ପି ତମେ ସେ ଚରିତ୍ର ହେଲ, ରଜା ହ କି ମନତିରି, ଲାଖପତି ହ କି ମଗତିରି –କାଣା ହେବା ତମର ଚାଲିଚଲନ, ରହନସହନ, ସେ କଥା ବୁଝ । ବେଲେଁ ସେ ଚରିତ୍ର ବିସେଥିଁ ପରେ ଜେତେ ପାର ସେତେ ଜାନବ । ତେତକର ପରେ ତାର ବାଗିର ବେଭାର କରବ, ଉଠବ, ବସବ, ଖାସବ ।

ଇନ ଫେର କଥାଟା ହେଲା- କଲାକାର ଚରିତ୍ର ଜେନ ହେବା, ଧର ଜେ ରଜା ହେବା, ତ ରଜାର ଲେଖେଁ ବେଭାର କରବା ପବଲିକ ସାମନେଁ, ହଜାର ଜୁଡ଼ା ଆଖିର ଆଗାଡ଼େ । ଗହଦି ଜିବା, ଗୋଡ଼ହାତ ଥରବା, ମୁଡ଼ ଭାଏଁ ଭାଏଁ କରବା । ତ କଲାକାର ନିଜର ଦିହିକେ, ମନକେ ନିଜର ଆଏତେଁ ରଖବାକେ ସାଧନା କରବା ।

କଲାକାର ତମେ ନିଜେ । ଆପନାର ଭିତରର ଲୋକ । ଚରିତ୍ର ତ ବାହାର ଲୋକ । ହଜାର କୋସ, ହଜାର ବଛର ଧୁରିଆ ଲୋକ । ସେ ମେସିଜିବା କଲାକାର ସହେତେଁ । କଲାକାର ନିଜର ଭିତରେଁ ଚରିତ୍ରର ଜିବନ୍ୟାସ ଦେବା । ତ ସେ ଚରିତ୍ର କି ସେନ୍ତେଇ ଚରିତ୍ର ଆଖେ ପାଖେ ମିଲିଗଲେ ବନେ । ନିଜର ସେନ୍ତା ଅନୁଭବ ଥିଲେ ତ ଆହୁରି ବଢ଼ିଆ ।

ଏସୁର ଦାଦନ ଉପରେଁ ଆମର ନାଟକ । ଦାଦନ ଗଲା କେନସି ଭୁଆସେନଟେ ସହେତେଁ କାଂଚନକେ ମେସବାକେ କୁହା ହେସି । ଆମର ଝନାଦୁ ରେଲେଁ ତ ଭାଇଜାଗ ତକ ଜାଏସନ ଗୁଟେ ପାଟି ସାଂଗେ । ଝନେ ତ ସରଦାରଟେ ସାଂଗେ ଦିନାଦୁ ବୁଲସି । ଆର ଝନେ ଇକନମିକ୍ସ ଆଜ୍ଞାଙ୍କରନୁ ଲେବର ମାଇଗ୍ରେସନ ଉପରେ ଦିନାଦୁ ଟ୍ୟୁସନ ନେସି । ବନିହାନ କେସ ହିସ୍ଟ୍ରି ଆମରନ ଇହାଦେ । ସାର ସ୍କ୍ରିପ୍ଟ ଲିଖସନ । ସାବିତ୍ରି ସତ୍ୟବାନ ।

ସାବିତ୍ରି ସତ୍ୟବାନ । ପୌରାଣିକ ନାଁ ସିନେ । ହେଲେଁ ଇ ସାବିତିରି, କୁସଲ ଦେସର କସି କୁଇଲି, ବୁପରି ଖଟି ଆଏସିକି ଦାଦନ ଖଟି ଜାଏସି । କାଂଚନକେ ସାବିତ୍ରି ଚରିତ୍ରକେ ଫୁଟାବାକେ କୁହା ହଇଛେ ।


ଦାଦନ ଉପରେଁ ନାଟକ କରବାର କାରଣଟା ଇହାଦେ ସିନେ ଜନା ପଡ଼ିଛେ । ଦିଲ୍ଲିର ନାଆଁକରା ଏନ.ଜି.ଓ. ଟେ ଦାଦନ ଉପରେଁ କାମ କରୁଛେ । ଆମର ଫାଲର କଥା ଆମର ଇନର କଲାକାରମାନେ ନାଟକଥିଁ ଦେଖାଲେଁ ବନେ ହେବା । ଗୁଟା ତିରସେ ସୋ ହେବା ଉଡ଼ିସାନ । ଦିଲ୍ଲି ଆର ମୁମ୍ବାଇନ ଗୁଟେ ଗୁଟେ ସୋ ହେବା । ପିଲାମାନେ ବନେ ମାତିଛନ । ଏତେ ବଢ଼ିଆ ଚାନ୍ସ ।

ଆଏଜ ଦିଲ୍ଲିବାଲା ଏନ.ଜି.ଓର ଡାଏରେକ୍ଟର କାଏଁ ମାଥୁରଟେ ଆସୁଛେ । ସେ ରେକୋମେଣ୍ଡ କରିଦେଲେଁ ହେଲା । ସହରର ଜେତେ ଭଲ ବେବେସ୍ତା ହଇପାରେ ସାର କରିଛନ । ଫେର ବି କିଏ ଜାନେ! ଆମକେ ନର୍ଭସ ନେଇଁ ହେବାକେ ଥରଦୁଏ କହେଲେ କି ଅ।।ମେ ଜାନଲୁଁ ମାଥୁରର ମର୍ଜି ଉପରେଁ ସବ ନିର୍ଭର କରୁଛେ ।
ତ, ମାଥୁର ପନ୍ଦର ମିନିଟ ଦେଖବା ଆର ଘଡ଼େ ଚରଚା କରବା । କେନସି ସିନଟେ ଦେଖେଇଦେଲେଁ ଚରଚା ବେଲକେ ସାର ଚଲାବେ ନ ।

ହେନ୍ତା ଭି ବନେ ଗୁଡ଼ାଦୁ ସିନ ଆମରନ ରେଡ଼ି ଅଛେ । ଦାଦନ ଲାଗିଁ ପଏସା ଏଡ଼ଭାନ୍ସ, ରେଲ ଟେସନନ ଦଲାଲ ମାନକର ହରକତ, କେନ ନାଁ ନାଇଁ ଜାନଲା ଠାନେଁ କୁଟୁମ ବସିଆ ଜାଇକରି ରହେବାର ସିନ, ଇଟ ଗଢ଼ବାର ବେଲର କାଦୋ ଚିଖଲ, ଭାଟିର ଜୁଏଥିଁ ଜଲବାର ସିନ, କି ସେଠାନୁ ଫିରଲା ବେଲର ସିନ…
କ୍ଲାଇମେକ୍ସଟା ଦେଖାମା । ସାର କହେଲେ । ଡାଏଲଗ କମ ମ୍ୟୁଜିକ ଜାଦା ଅଛେ, ଏକସନ ଅଛେ, କାଂଚନର ରୋଲ ଉପରେ ସବୁ କଥା । ସାଂଗେ ସାଂଗ ସବ ଲାଗିଗଲେ । କାଂଚନ ସାଢ଼ି ପିନ୍ଧଲା । ପିଲାମାନେ ରେଲ ଟେସନର ଆଭାସ ଦେବାକେ ବ୍ଲକମାନକେ ସଜାଲେ । ପୁଜା ମୁଲ କଲେ ସାର । ନଡ଼ିଆ ପିଟଲେ ସମଲେଇର ନାଁଥିଁ ।
କଲାକାରର ମନ ପରେ ଏନ୍ତା ନଡ଼ିଆ ଲେଖେଁ । ବୁରୋ ଆଁଠି ନହେ । ବରକସ ଖରକସ । ଜାହିଁ ତାହିଁ ଜେନ୍ତା ତେନ୍ତା ଫିକି ଦିଅ । ଚିନ୍ତା ନି । ହେଲେଁ ଫଟେଇ ଦେବ କି ମଧୁର ଧାର, ସୁଆଦ ସସ ।


ଦିଲ୍ଲିବାଲା ମାଥୁର ଆଏସି କି କ୍ଲବ ଆଗାଡ଼େ ଛନେ ରହି ଜାଏସି । କେମରା ବାହାର କରସି । ଗୋଲ କରି ସଜା ହେଲା ଚପଲ ମାନକର ଫଟୁ ନେସି । କହେସି-ଚପଲକେ ଫୁଲ ଲେଖେଁ ସଜେଇ ପାରୁଛନ ଜେନ କଲାକାର ସେମାନକୁ ସଲାମ । ମାଥୁର ବସସି ତାକେ ଦିଆହେଲା କୁରସିଥିଁ । ବସସିକି ଠାଡ଼ ହେସି । କୁରସିର ଫଟୁ ନେସି । ସାର ବୁଝାସନ, ଫିକା ହେଲା ସ୍କୁଟର ଟାଏରଥିଁ ମଖମଲ କପଡ଼ା ଲଗେଇକରି ପିଲାମାନେ ବନେଇଛେ ଆସନ ସବୁ । ମାଥୁର କହେସି, ବାଃ..ବେସ୍ଟ ଫ୍ରମ ଦ ୱେସ୍ଟ ।

ମାଥୁର ରିଏଲସେଲ ଦେଖବାକେ ଆର ତ ନାଇଁ ଚାହୁଁଥେଇଁ, ସାର କହେଲେ, ପିଲାମାନେ ଚରିତ୍ର ଭିତରେଁ ଅଛନ । ଦେଖମା । ସିନ ମୁଲ ହେଲା । ରେଲ ଟେସନର ଏନାଉନସମେନ୍ଟ । ଦାଦନ ଏକ୍ସପ୍ରେସ ଆଉଛେ । ସାବିତ୍ରି ସତ୍ୟବାନ ଆଏସନ । କେନୁ ଆଇଛନ, କେନକେ ଜିବେ, ଜନା ନାଇଁ । ଠାଡ଼ ହଇଛନ ରେଲକେ ଟାକିକରି । ଚୁପଚାପ ଦୁହେ ଦୁହିକୁଁ ଦେଖୁଛନ । କ୍ଲାସିକାଲ ରାଗଥିଁ ଆଲାପ । ଢ଼ୁଲର ପାରଥିଁ ଆଉଛେ ରେଲ ।

କାଂଚନ ସାବିତ୍ରି ହଇଜାଇଛେ ଆର ଆମର ଜଗ ସତ୍ୟବାନ । କଲାକାର ଆର ନାଇଁ ନ । ଚରିତ୍ର ଖାଲି । ଚୁପଚାପ । ପଦେ ବି ଡାଏଲଗ ନାଇଁ । ଫେର ବି କେତେ ଦିନର ଦୁଖ ବାରି ହଉଛେ ତାକର ମୁହୁଁ । ମାଥୁର ଠାଡ଼ ହଇଗଲା । ଆଖିର ପାଏନ ତାର ଛଲଛଲ । ରେଲ ଅଉଛେ ଢ଼ୁଲର ପାରେଁ । ହେଲେଁ ବିଜଲି ଲେଖେଁ ମଲକି ଗଲା କାଣା । ସାବିତ୍ରି ସତ୍ୟବାନ ଚହଲି ଗଲେ । ନିଜର ଠାନେଁ ଇଆଡ଼ ସେଆଡ଼ ଦେଖଲେ । ନିଜର ଅଜାନତେ ଡରହେଁ ମରହେଁ ଦୁହେ ସରପଟି ଗଲେ ।

ଭାଗତା ହେ ସାଲେ ଲୋକ..ଘିଡ଼ଘିଡ଼ ସବଦ । କେତେ କାଣା ଗାଲି ଝଗର । ବଜାଥିଁ କେକୋଫୋନି । ଚାଏର ଝନ ଘେରିନେଲେ ଦୁହିକୁଁ । ଝନେ ସାବିତ୍ରିର ପାସକେ ପହଁଚିଲା କି ଝାନିଝୁନି ହେଲା ସତ୍ୟବାନ । ଝନକର ଢେଟୁଁକେ ଧଏଲାକି ତାର ହାତର ଚକୁ ଝଲମଲ କଲା । । ଆର ଝନକର ହାତେଁ ବନ୍ଧୁକ । ଚେନ, ଭୁଜାଲି । ଦିବ୍ୟର ବଜା, କେକୋଫୋନି ଆର ଢ଼ୁଲର ପାରେଁ ରେଲ ।

ଗଛ କାଟଲା ବାଗିର ସତ୍ୟବାନ ତଲେଁ ପଡ଼ିଛେ । ସାବିତ୍ରି ନର୍ଦିଲା ତାରନିକେ । ଭଉଁରି କାଟୁଛନ ଚାଏରଟା ଜମ ଦୁତ । ଚକୁ, ଭୁଜାଲି, ଚେନ,ବନ୍ଧୁକ କିନ୍ଦରୁଛେ ସାବିତ୍ରି ଆର ସତ୍ୟବାନର ଚାରହି ଆଡ଼େଁ । ସତ୍ୟବାନର ରକତଥିଁ ସାବିତ୍ରିର ହାତ ଲାଲ ଦିସସି । ଦୁଲଦୁଲି ବାଜସି । ଭରନି ପାର ।

ସାବିତ୍ରିର ଆଏଁଖଥିଁ ଜୁଏ ଚହଟି ଜାଏସି । ଠାଡ଼ ହେସି ମା ମହାମାୟି । ପାହା ପଡସି ତ ଧରତି ଦୁଲକି ଜାଏସି । କିକାନ ଦେସି ତ ସତୃର ରକତ ସୁଖି ଜାଏସି । କେନ ସକତିଧରି କରି ଉଭରସି ସାବିତ୍ରି ଜେ ଚାରହି ଜମଦୁତ ଫଟୁ ଲେଖେଁ ଠାଡ଼ ରହେସନ । ହଲଚଲ ନାଇଁ । ନାଚି ଦେସି ଜେ ଜମଦୁତମାନେ ଜିବନ ଆକୁଲେଁ ଗଦବଦ ହେଇ ଜାଏସନ । ସାବିତ୍ରି ସତ୍ୟବାନକେ ଫିରେଇ ଆନସି ।

କେନ ରଖିଥିସି କାଂଚନ ଏତେ ଏନର୍ଜି ଠାଡ଼ ହେଲେ କି ଦୁର୍ଗା ଲେଖେଁ ଦିସସି । ଚରିତ୍ରର ତାକତ କି କଲାକାରର ତାକତ କିଏ ଜାନେ, ସତର ତାକତ କି ଟେକନିକର ତାକତ କିଏ ଜାନେ, ଇ ସିନଥିଁ ବିଜଲି ଖେଲି ଜାଏସି ।

ମାଥୁର ଦିଲ୍ଲିବାଲା ତାଲି ମାଏଲା ଜେ ମାଏଲା ଜେ ଆମେ ଜାନଲୁ ଆମର କାମ ବନିଗଲା । ମାଥୁର ବେଗ ଭିତରୁ ପେକେଟ ଜୁଡ଼େ ବାହାର କଲା । କାଂଚନ ଆଗାଡ଼େ ଥୁଇଲା । ବଏଲା, ଥେଙ୍କ ୟୁ ବେଟି ।

କାଂଚନ ସାବିତ୍ରି ଚରିତ୍ରନୁ ନାଇଁ ବାହାରି ଥାଇଁ । ପେକେଟ ନାଇଁ ଛିଁଇଲା । କିଛି ନାଇଁ କହେଲା ।

ମାଥୁର ସାରଙ୍କୁ କହେଲା, ଓକେ । ବଏଜ । ଦିଲ୍ଲିନ ଦେଖା ହେବା ଫେର ।

ଆମେ ସବ ଗୋଲ ହେଇକରି ଠାଡ଼ ହେଲୁଁ । କାଂଚନ ତ ବି ବସିଥାଏ । ଜଗ ଉଠବାକେ ଇସାରା କଲା ତାକେ । ସାର ମନା କଲେ । ଆମେ ଜାନଲୁଁ, ଏବ ତକ କାଂଚନ ଚରିତ୍ର ଭିତରେଁ ରହେବାଟା ବି ଗୁଟେ ସ୍ପେସାଲ ଇଫେକ୍ଟ ।

ମାଥୁର ବଏଲା, ଦାଦନ ସମସ୍ୟାର ସମାଧାନ ଲାଗିଁ ଇ ନାଟକ ବନେ କାମ ଦେବା । ରୋଲ ଅଫ ଓମେନ ଇନ ଦାଦନ ଗୁଟେ ବଡ଼ କଥା ଇ ନାଟେଁ । ସାବିତ୍ରି ସତ୍ୟବାନ ମିଥ -ଫାନ୍ଟାସ୍ଟିକ । ସାରଙ୍କୁ କହେଲା, କିଛି ପେପର ସାଇନ କରବାର ଅଛେ । ହୋଟେଲକେ ଜିମା ।

ସାର ଆର ମାଥୁର ଜିବାର ଉତାରୁଁ ମୁଲ ହଇଗଲା ଆମର ରଡ଼ା କିର୍ଲା । ଝନେ କାଂଚନ ଠାନୁ ପେକେଟ ଆନଲା । ବଏଲା । ମିଠା ବୋ ।
କାଂଚନ ତ ବି ସାବିତ୍ରି ହଇଛେ । ଆମେ କହେଲୁଁ । ଚେଂଜ କରବୁ ତୋର ସାଢ଼ି କେଁ?
ଭକୁଆ ବାଗିର ଦେଖଲା ଖାଲି କାଂଚନ । ସବ ଫେର ଗୋଲ ହଇକରି ବସଲୁଁ ।
ଆନ ବୋ ମିଠା ଆନ । ନେ କାଂଚନ, ଖା ।
କାଂଚନ କହେଲା, ଦିଲ୍ଲିକା ଲଡ୍ଡୁ ତମେ ଖ ।
ଇ ବୁଆ ତୋର ଲାଗିଁ ତ ମିଲଲା ଇ ମିଠା । ଆଏଜ ଜେନ ଏକ୍ଟିଂ । ଆରେ.. କାଣା ହଇଛେ ତୋର । ସୋ ସଏଲା । ଏତକର ..
କାଂଚନ କହେଲା, ସୋ ସରିଥିବା । କଥାନି ନାଇଁ ସରି ।
ତୁଇଁ କଥାନି କହ ସିନେ, ଆମେ ମିଠା ଖାଉଛୁଁ ।
ସେମାନେ ମୋର ସାମନେ ମାରିଦେଲେ ମୋର ସତ୍ୟବାନକେ ।
ଆରେ ଇଟା ତ ସାବିତ୍ରିର କଥା । କାଂଚନ! ରିଏଲସେଲ ସଏଲାନ..
ମଲା ସତ୍ୟବାନକେ ରେଲେଁ ଧରିକରି ମୁଇଁ ଆଏଲିଁ ବଲାଂଗିର ।
କଲଜା ଟିକଟିକ ହଇଜାଇଛେ କାହାର…ମୁଇଁ .. କାଂଚନ । କାଣା କହୁଛୁ? ସାବିତ୍ରି ସିନେ..
ତେତକର ସୁନ..ଗାଁନ..କାମ କାରଜ ବେଲକେ କିଏ ଗୁଟେ ପେପରଥିଁ ବହରେଇଦେଲା ଇ କଥା । ନୁଆଁ କଲେକ୍ଟରଟେ ଆଇଥେଏ । ସେ ଲାଗିପାଗି କରି ସେ ରାକ୍ଷସମାନକର ପତା ଲଗାଲା । ଫଟୁ ଦେଖାଲେ ମତେ । ଚିହ୍ନଲି ସମକୁ । ପୁଲିସ ପକଡ଼ିଲା ସମକୁ ଗୋଟଗୋଟ କରିଁ ।
କଥାନି ସିମ୍ପଲ ଏ ବୋ.. ବଏଲା ଜଗ । ସେମାନକୁଁ ଜେଲ ହଇଥିବା ଆର କାଣା?
ଜେଲ ହଇଥିତା..ହେଲେଁ କୋଟ କଚରି ହେଲା ବେଲକେ ମୁଇଁ ଆର ନାଇଁ ପାରଲିଁ । ବୟାନ ବଦଲିଗଲା ମୋର । କହେଲିଁ ସତ୍ୟବାନକେ ମେଲେରିଆ ହଇଥିଲା । ଇମାନେ ଚାରହି ଝନ ଧରମକାରି ମତେ ହଜାରେ ହଜାରେ ଦେଲେ ଆର ରେଲେଁ ବସେଇ ଦେଲେ ।
କାଁଜେ ଏନ୍ତା କହେଲୁ?
କଲେକ୍ଟର ଭି ପଚରାଲା ମକେ, କାଁଜେ ଏନ୍ତା କହେଲୁ? ସେ ନାଇଁ ବୁଝଲା ସିନେ । ତମେ ମାନେ ଭି ନାଇଁ ବୁଝବାର କାଁଜେ ବଦଲିଗଲା ମୋର ବୟାନ ।
ଜିବନ ତ ନାଟକ ନହେ ଜେ ଭରନି ପାରେ ବାଜିଗଲେଁ ସାବିତ୍ରି ଦୁର୍ଗା ପାଲଟିଜିବା ଆର ଭୁଜାଲି ବନ୍ଧୁକ ସାଂଗେ ଲଢ଼ିଜିବା । ଜିବନ ସରଲ କି, ଇ ନାଟକର ହେ ସମାଧାନ ସରଲ?
ଏନ୍ତା ସରଲ ସମାଧାନଥିଁ ତାଲି । ଆର ତାଲି ମାରିନେଲେଁ ସାବିତ୍ରିର ଦାଦନ ଜିବାରଟା ବଏନ୍ଦ ହଇଜିବା ବଲିଁ ତମେ ଭାବୁଛ । ସାର ଆର ମାଥୁରମାନେ ଭାବୁଛନ!
ତାଲି ମାଏଲେଁ ପାଟି ଖାଲି ଦିଲ୍ଲି ଜିବା କାଏଁନ । ସବ ଚୁପ ।
କାଂଚନ କହେଲା, ପଚର, ତେତକର କାଣା ହେଲା?
କାଣା ହେଲା? ସାହସ କରି ପଚରାଲା ଆମର ଭିତରୁଁ କିଏ ଝନେ ।
ମୁଇଁ ମୋର ଦିଅରକେ ବିହା ହେଲିଁ ଆରେ ବଛରେଁ । …ଆରେ ପଚର ତେତକର କାଣା ହେଲା? ତମେ ଦିଲ୍ଲି ଜ.. ହେଲେ ଇଟା ତ ଜାନିକରି ଜ..
କାଣା?
ଆରେ ବଛରେଁ ନୁଆଁ ସତ୍ୟବାନକେ ନେଇକରି ମୁଇଁ ସାବିତ୍ରି ଫେର ଇଟ ଗଢ଼ବାକେ ଗଲିଁ ।

(୩୦.୭.୨୦୦୯ ଆକାସବାଣି ସମଲପୁରନୁ ସରଗତରାଥିଁ ପ୍ରଚାରିତ ।)
କଲେଜ ରୋଡ, ପଦମପୁର ବରଗଡ

RELATED ARTICLES

Most Popular

Recent Comments