ବଲାଂଗିର ଅମଲା ଭବନ ଠାନେ କୋସଲି ବାଲ୍ମିକି ଇନ୍ଦ୍ରମଣି ସାହୁଂକର ସୁରତା ସଭା ଉଜୁକ ହେଇଯାଇଛେ । ଇ ସଭାକେ ତହଁକ କୁଟୁମ ଆର ଇନ୍ଦ୍ରମଣି ସାହୁ ସୁରତା କମିଟି ମିଶିକରି ଉଜୁକ କରିଛନ । ସାହିତ୍ୟିକ ଗୋପିନାଥ ଦଣ୍ଡସେନାଂକର ସଭାପତିତ୍ୱରେ ସଭା ଥି ମୁଖିଆ କୁନୁଆ ହିସାବେ କୋସଲି ଭାଷାବିତ ଆର ଗବେଷକ ଡ. ଦୋଳଗୋବିନ୍ଦ ବିଶି, ମୁଖିଆ କହନକାର ହିସାବେ ସାକେତ ଶ୍ରୀଭୁଷଣ ସାହୁ, ମାଏନତା କୁନୁଆ ହିସାବେ ବଲରାମ ସିଂ ୟାଦବ, ରସରାଜ ଅଚ୍ୟୁତ ପୁରୋହିତ, ‘କଢୋ’ର ସଂପାଦକ କ୍ଷୀରୋଦ୍ର ସାହୁ ମଚାନେ ଥିଲାବେଲକେ ସଭା ସଂଜୋଜନା କରୁଥିଲେ କବି ଆନନ୍ଦ ସାହୁ ।
କୋସଲି ବାଲ୍ମିକିଂକର ଫଟୁ ଥି ଫୁଲ ଚଢେଇକରି କୁନୁଆମାନେ ମାଏନ ଜନେଇଥିଲେ । ତାର ଉତାରୁ ଡ.ଦୋଲଗୋବିନ୍ଦ ବିଶିଂକୁ କୋସଲି ବାଲ୍ମିକି ଇନ୍ଦ୍ରମଣି ସାହୁ ସୁରତା ସମ୍ମାନ ଦିଆହେଲା । ସାକେତ ଶ୍ରୀଭୂଷଣ ସାହୁ କହେଲେ କୋସଲି ଭାଷା ଥି ଇନ୍ଦ୍ରମଣି ସାହୁ ରାମାୟଣ ବାଗିର ମହାକାବ୍ୟ ଲେଖିକରି ଭାଷା ଆର ସାହିତ୍ୟର ବରକସ ନିହି ପାଟିଛନ ଜେନଟା କି ଆଏବାର ପିଢି ତାର ଉପରେ ମଜବୁତ ଘର ବନେଇପାରବା । ଆମର ପୁରଖା ମାନେ ଆମର ଲାଗି ଯେନ ସଂସ୍କୃତି, ଧରୋହର ଆମର ରକ୍ତେ ବୁହେଇକରି ଯାଇଛନ ଆମକେ ସେ ରକତର ଲାଗ ଶୁଝବାର କେ ପଡବା । ଭିନେ ଭିନେ କାରଣ ନୁ ଦବି ଯେଇଥିବାର ଆମର ପରିଚୟ; ଭାଷା, ସାହିତ୍ୟ, ସଂସ୍କୃତି; ଆର ସେଥି ଲାଗିଥିବାର ଧୁଏଲ କେ ସାଫ କରବାରକେ ପଡବା । କୋସଲିମାନେ ଗୁଟେ ମହାନ ଜାତି ସେଟା ଫେର ଥରେ ପ୍ରମାଣ କରବାରକେ ପଡବା । ଡ. ଦୋଳଗୋବିନ୍ଦ ବିଶି ତାଂକର ସୁରତା କେ ଇଂଚରେଇକରି କହେଲେ କୋସଲି ବାଲ୍ମିକି ଇନ୍ଦ୍ରମଣି ସାହୁଂକର ରାମାୟଣ କେ ଛାପବାର ଲାଗି କେନ୍ତା ଅସବିଧା ଭିତରେ ବି ଛାପିଥିଲେ ଆର ଆମର ଭାଷାର ନାମକରଣ କେ ନେଇକରି ହଉଥିବାର ରାଜନିତି କେ ନିନ୍ଦା କଲେ । କୋସଲ ଆର କୋସଲି ର ଇତିହାସ କେ ସମକର ସାମନା ନ ରଖିଥିଲେ ଆର କେତେ ଜୁନହ୍ା ଯେ ବତେଇଥିଲେ ।
ସଭାର ଦୁସରା ଅଧିବେଶନ ଥି କୋସଲି କବିତା ଆସର ହେଇଥିଲା । ପ୍ରାୟ ୫୦ ଝନ କବି ନିଜର ନିଜର ଲେଖଲା କବିତା ପଢିଥିଲେ ।