ଦିନେକା ଗୁଟେ ଠେକୁଆ କେଁଛୋ ଗୁଟେ କେ ଦେଖଲା ଆର ତାର ଚାଲି ଦେଖିକରି ବିର୍ଝାଲା । ବୁପରି କେଁଛୋ ମନଦୁଖ କଲା ଆର ବଏଲା, “ଚାଲ ନରଦିବାର ହଁକାବାଦି କରୁଁ କିଏ ଜିତବା ଜେ ଦେଖମାଁ” । ଠେକୁଆ ହଁସଲା ଆର ବଏଲା, “ହଉ ଠିକ ଅଛେ, “ଚାଲ କିଏ ଆଘୋ ହେ ଡଂଗର ର ଆର ପିଠକେ ପହଁଚିପାରେ…”
ତେହରୁ ଦୁହେଁ ନରଦିବାର ମୁଲ କଲେ । ଘଡେ ଗଲା ଆର ଠେକୁଆ ଦେଖଲା ଯେ କେଁଛୋ କେହିଁ ନି ଦିଶବାର । ଭାବଲା ଗୁରଦୁ ପଛେ ପଡିଛେ ତାଏଲ ଆରୁ ତା’ର ଆସୁନ ଆସୁନ ମୁଇଁ ଘାଏ ଆରାମ କରସିଁ । ଏନ୍ତା ଭାବିକରି ଠେକୁଆ ବାଟ ତରା ର ଗଛ ର ଛେଁ’ ତଲେ ଶୁଇ ପଡଲା ।
ଇ ଭିତରେ କେଁଛୋ କଲେ କଲେ ପାହେ ପାହେ କରି ଠେକୁଆ କେ ଡେହେଁକି କରି ଡଂଗରର ଆର ପିଠ କେ ପହଁଚିଗଲା । ଠେକୁଆ ଉଠିକରି ଦେଖଲା କି କେଁଛୋ ଡଂଗରର ଆର ପିଠ ନ ହାଜର ହେଇଗଲାନ । ତେହରୁ ଜାନ-ଜିବନ ଛାଡିକରି ନରଦିଲା ହେଲେ ଆର କେଁଛୋ କେ ପହଁଚେଇ ନି ପାରଲା ।
ଧିରେ ସବୁ ଠିକ ହେସି । ହରବର ହେଲେ କାମ ହାସଲ ନି ହୁଏ ।
ଅନୁସୃଜନ – ସାକେତ ଶ୍ରୀଭୂଷଣ