Sunday, November 17, 2024
HomeArt & Cultureଜୁ: ସାକେତ ସ୍ରିଭୁସଣ ସାହୁ

ଜୁ: ସାକେତ ସ୍ରିଭୁସଣ ସାହୁ

ଏକମନା ଧାଉଁଛେଁ
ସେ ସେ ଆଡେ
ଜେନ ଜେନ ଆଡେ
ତାର ମୁହୁଁ ଝୁଲୁଛେ
ଆର ବାଟ ବାଟ ବାଗିର ଦିସୁଛେ
ସଲଖ ଛାଟ-ଛାଟ ବାଟ ବି
ଗୁରମୁସେଇ ପକଉଛନ
ପଚରଉଛନ –
କିଏ ଅ,
କେନୁ ଆଇଛ,
ବାଏବି ବାଗିର କାହାକେ ନୁରୁଛ ?

ଭୁକେ-ସୁସେ ଝାଲେ-ନାଲେ
ଝୁଟେଇ-ହବଡେଇ ଡୁଡମେଇ-ଡୁଡମା ହେଇ
ଝାର-ଡଂଗର
ନଏଦ-ନଲିଆ ଲହଁକିତେଲ
ସାତ ଦିନ ସାତ ରେତ
ମୁହଁକେ-ମୁହଁ ନି ଦିସଲା ଝୋ-ଝୋ ବର୍ସା ଥି
କନକନି ସିତ
ଟାନ ଖରା ଥି
ଜେଇ ଜେଇ ଜେଇ ଜେଇ
ଚଟେନ ଫାଲେ କେ ଉଧେଇ ଥେଁ
ମାଛି ଅଂଧାରେ
ଲମା ଲମା ସାଁସ ବହଁଣି ଜଉଥେ
ପଖନେ,
ପଖନ ର ମୁର୍ତି ବାଗିର ଛାପି ହେଇଥେଁ
ଦିହଁ ନେଇଁ
ଜିବନ ନେଇଁ
ସପନ ନେଇଁ
ତୋର ବିନା,
ସାମନା ର ଦୁନିଆଁ ବି ନେଇଁ ।

ସୁଇଲା ଛଁଚେ
ସୁଇଛେଁ ଜେ ସୁଇଛେଁ
ଉଠିକରି
ଉକିଆ କେ ସାମନା କରବାର ସାହାସ ନେଇଁ
ଏନ୍ତା ପଡିଥା ନ ବାଗିର ଲାଗୁଛେ
ଅଂଧାରେ
ଜିଁବାର ଭୁଲି ଜେଇଥିଲିଁ
ଛିନା ଟାପୁ ନ
କେତେବେଲେ ବେଲ ଉଦୁଥିଲା
କେତେବେଲେ ବୁଡୁଥିଲା
ଜନା ନି ପଡୁଥିଲା
କେତେବେଲେ ସମୁଦ୍ର
ଖଣିଁ କେଚରେଇ ଦଉଥିଲା
କେତେବେଲେ ଉହଲେଇ ନଉଥିଲା
ଜନା ନି ପଡୁଥିଲା

କେଡେ ଗୁମାନେ
ତରସରେ
ହୁଲକେ ପବନ ଅଜେଇ ହେଲା
ସୁଖା ପତର ରଂଗେଇ ଆନଲା
ପତର ର ଗାଲିଚା ବୁନି ଦଉଥିଲା
ଭୁରକୁଣି ଧୁଲି,
ବସନ୍ତ ର ବରନନ କରୁଥିଲା
ମଠିଆ ମଠିଆ ମଦ ଥିଲା
ହେଲେ ପି’ବାର କେ ଦନା ଟେ ନି ଥିଲା
ଆଁଠୁପାରି ନିସୋସ ଦିହଁ କେ ଉଧାଲା
ଉପନିସଦ(୧) ବନି
ମୋର କାନେ ଫିସିର ଫିସିର
ତାର ଭରନ ଭରନ ଅଛିଡା କଥା;
ଜେନ୍ତା ସୋହବତ(୨)
ଦିହଁ ସିରସିରେଇ ଜଉଥିଲା
ଦୁନିଆଁ ଦୁରିଆ ହଉଥିଲା
କାହାର ପାରଥନା ର ସବୁ ତାକତ
ଛିରେ ଛିରେ ଭରି ହଉଥିଲା …

ତାର ଉକିଆ ଥି
ପଖନେ ଫୁଲ ଫୁଟସି,
ମୁଇଁ ପଖନ ବାଗିର ପଡିଥିସିଁ

କୁଲା ଥି ହଲଦି ମିସା ଚଉଲ(୩)
ସାନି ସାନି ଦିରା ଦିରା
କାଁଥି ଥି ଚିତରଉଥିଲିଁ ତାର ଚେହେରା;
କାର୍ତବିର୍ଜୋ ଜୁନୋଃ ରାଜା
ଜସ୍ର ବାହୁ ସହସ୍ର ଧୃକ(୪)

ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ସେ ଦିନେ କୁହଡିଆ ପାଗେ
ଇନବକ୍ସ ରେ ମେସେଜ ଆସଲା
ହେଲୋ,
ରିଡ ମାଇଁ ପଏମ
ଜସ୍ଟ ପୋସ୍ଟେଡ …

ବ୍ରେଡ-ଅମଲେଟ ବନାତେଲ
ତାର କବିତା ପଢୁଥିଲିଁ
ଅମଲେଟ ଖାଏତେଲ
ତାର କବିତା ରେ କମେନ୍ଟ କଲିଁ,
ୱାଓ! ନାଇସ ପଏମ, ହାଟ ଟଚିଂ !

ଇନ ବକ୍ସ କଲିଁ,
ହେ, ଆର ୟୁ ଫ୍ରି?
ଲେଟସ ମିଟ ଏଟ ଇଡିଏମ(୫)

ଫୋନ ଗୁଟେ ମିସିନ ଏ –
ମନ ଟା…
ଆବେଗ-ଉଦବେଗ
ଆର ଜାବତ୍ୟ ଭାବନା ଥି ଭରା
ଫୁକା ଏ –
ନଂଗଲୁ ଛୁଆ ବାଗିର
ଗାଁ ଖୁଲି ଫିରଫିରି ଧରି
ଦୁଇ ଭାଁର ନର୍ଦି ଆସ
ଫଦକୁଥିବା ଧୁକଧୁକି ସାଂଗେ
ତାର ଅସ୍ୱିକୃତ ତୁତରା ଭାସା ଥି
କେତେ ରଜା-ରାନି,
ବାଗ-ଭାଲୁ, ହାତି-ଘୁଡା
ନିଝରି ଆଏବେ
ଆର ତମର ଆଁଖି ର କର୍ପନେ
କଜଲ ର ଗୁହେରେ ଝୁମରି ପଡବେ
ଫୋନ ଗୁଟେ ମିସିନ ଏ ।

ଡାଇନିଂ ଟେବୁଲ ନ ଗେଛେ ପ୍ଲାସ୍ଟିକ ଫୁଲ
ବଏ ର ଟାଏ ଆର ମୁଲ ମୁଲ
ମ୍ୟୁଜିକ ସିସ୍ଟମ ସାଂଗେ
ହଁସି ବାହାରୁଥିଲା
କବି ହେଇଥିଲେ କହିଥିତା:
ଆହା ! ଗୁଲାପ ଫୁଲ ନୁ ମହୁ ଝରୁଥିଲା
ତାର ଚଣର ଲିପସ୍ଟିକ
କଁଟେ-ବାଛେ ସାଁକୁର-ଉସାର
ଭଲ ପେବାର, ଜଂତର ଛାଁଛେ ବିଲକୁଲ ।

ଡେଂଗ ଡେଂଗ ବିଲଡିଂଗ ଉଢାରେ
ବେଲ ବୁଡିଗଲେ
ତରାମନେ ଠୋଲ ହେଲେ
ଇସକୁଲିଆ ଛୁଆ ବାଗିର
ବାଦଲ ର ବାହା ନୁ
ଜନ ର ମୁହଁ ତରସରେ ଅଲପରେ ଦିସସି
କର ଲେହେଁଟି ଲେହେଁଟି
ଆଲାରାମ ର ସବଦେ ସଖାଲ ପେସି ।

ଟୋସ୍ଟର କେଟଲି ର ରଂଧାଗର
ସହର ର ପିଲଛାଟ ବାଟଘାଟ
ମିସିନେ ମିସିନେ ବନାଲା
ଘର-ଦୁଆର ଦୁକାନ-ବଜାର
ସେ ବାଟ ର ଲୋକମାନେ, ମାହେଜିମାନେ
ଛୁଆମାନେ, ବୁଢାମାନେ
ରେଲ, ବସ, ଟେଂପୁ, ରିକ୍ସା
ୟେସ-ସାର, ନୋ-ସାର, ଓକେ-ସାର
ପେସରାଲା-ଚଏଣ, ବନ୍ଧା-ହାତ
ମିସିନ ବାଗିର ଖଟୁଛନ
ମାସରି ବି ମିସିନ ନୁ ଛିନସନ
ଚିକ ଚିକ ପାଲିସ ଜୁତା ଭିତରେ ଫଟା ସକ୍ସ
ଟାଏ ନଟେ ଫଦକିଲା ସଟକିଲା ସବଦ ଦିରା
ଫି ସଏନବାର
ଚିକେନ ଟଂଗଡି ଆର ହଲକା ପେଗ ସାଂଗେ
ସ୍ମାରକପତ୍ର ଲେଖସନ
ଗରି, ଥୁପି
କୁମନା, ବେନା
ଆର ଜାଲମାନେ ଖେଲସନ
ସମିଆଁ କେ ଛାପକିବାର କେ
କାହାର ଥି ଛୁଛା ଡୁଣି ବଏଁରି ବାହାରସି
କାହାର ଥି ବଏଁରି ବାଗିର ଡେଣୁ ବାହାରସି
.. … …
ଉଡାଜାହାଜ ପଡିଆ ନୁ
ପର୍ଘେଇ ଆନିଥିବା ପ୍ରେମିକା କେ
ଲଂଗ ଡ୍ରାଇବ ରେ ନେସି
କେଭେ କେଭେ
କୁଲ୍ଲୁ କି ମନାଲି ର ସେଲ୍ଫି
ଫେସବୁକ ରେ ଛାଡସି
ମିସିନ ମିସିନ ଲାଗସି ।
… … … …
“ଅରଜେନ୍ଟ-ଟୁ-ଡୁ-ତାଲିକା” ଥି
ଟିକ ଚିହ୍ନା ମାରୁନ ମାରୁନ
“ପରସନାଲ-ଟୁ-ଡୁ-ତାଲିକା”
ଖାଲି ବିଅର ବୁତଲ ସାଂଗେ
ତଲେ ଘୁଡଘୁଡୁଥିସି
ସମାର ସଖାଲ କେ
ଭିସ୍ମ ପ୍ରତିଗ୍ୟାଁମାନେ
ଜୁହ୍ନା ବହି ର ସାହି ବାଗିର
ଆପେ ଫାଁକି ଜେସି ।

ତଥାପି ବି
ସେ ସମାର ନୁ
କବିତା ଲେଖବାର କେ ମନ କରିଥିଲିଁ
କେତେ ରେତ ଭାବିଛେଁ
କଲମ ଖୁଲିଛେଁ
ସାଦା କାଗଜ ମୁଚଲା ତରେ
ଜେନ୍ତା କେ ସେନ୍ତା
ସାଦା ହେଇ
କେତନି ଦିନ ପଡିିଥେ
କଥାମାନେ ଜଉଥିଲେ ଗୁପଲି
ବୁଲି ବୁଲି ସେ ଖୁଲି
ଜୁଲି ଜୁଲି ଜୁରାଜୁରି ହଉଥିଲେ ଘୁଲି ।

ଅବଗାର ଖେଜେ ବାଗିର
ପ୍ରେମ ନୁରୁଥିଲିଁ
ପ୍ରେମ ନାଁ ରେ କାଣା ମିଲୁଥିଲା
ସେଟା ଜାନି ନି ପାରୁଥିଲିଁ
ସବେ କହୁଥିଲେ
ଇଟା ହିଁ ମିଲୁଛେ,
ଏଜକେଲ ଇଟା ଚଲୁଛେ
ଇଟା ହିଁ ପ୍ରେମ ଏ;
ଗୁଟେ ସ୍ଥାଇ ଦରଜ!
ଭେରଭେରାସି
ହନ୍ଦଲାସି
ସୁଇ ବସି ନି ଦିଏ –
ଛେଁ ବାଗିର
ଲମିଥିବା ପଛ ପଛ
ବାଟେଘାଟେ ଥର ଦୁ
ବଡା ହିନିସ୍ତା କରିଛେ
ସେଁର୍ରା ବାଗିର ସଁକରିଛେଁ
ମନୁ ଦିହୁଁ
“ମୋର” ନୁ
ଭିନେ କରିଛେଁ
ଇହାଦେ ନିଫାରା!
ହେଲେ
ଗୁଟେ ସମିଆଁ ର ଭାବନା କେ
ସେ ସମିଆଁ ନୁ
କେନ୍ତା ଅଲଗା କରିହେବା;
ଥାକ ଥାକ ସମିଆଁ
ପରତ ପରତ ଭାବନା
ମଏଦାର ମିସସି ରୁଟି
ଚୋପକାଣିଆଁ ଫେନ୍ଦି ହେଇ ଲଟକିଛେ
ଗ୍ରାମଫୋନ ରେକର୍ଡର ବାଜୁଛେ ।

ଛୁଆବେଲେ
ବର୍ଡି ପତର କେ ମୁକୁଟ
କରିଆ କେ ରଜା ର ଭେସ
ବାଡି କେ ଖଁଣା
ସୁଖା ଜହ୍ନି କେ ସ୍ଟେଜ ମାଇକ
ଗୁହରିଆ ଫଲ କେ ଚାପ ବନେଇ
କେତେ ନାଟ କରୁଥୁଲୁଁ
“ସପୋଜ”, “ଏଜ୍ୟୁମ ଦେଟ”ରେ
କେତେ ଅଂକ ସମାଧାନ ହଉଥିଲା
ହେଲେ ତତେ ସପୋଜ କରି କରି
ମୋର ସବୁ ଗଣିତ ଭୁଲ ହେଇଗଲା
ଗୁହରିଆ ଫଲ ରାତି ସାରା ଝୁମ ଝୁମ ବାଜଲା
ସୁଖା ଜହ୍ନି ଥି କଥା ଟା ଫଏଲିଲା
ନିଜର ଖଁଡା ନିଜେ ମତେ ଖଁଡ ଖଁଡ କାଟଲା ।

ସପୋଜ, ଏଜ୍ୟୁମ ରେ
ସପନ ବନଲା
ସପନ ଟା ଜେ ମିଛ
କିଏ କହେଲା ?
ସପନ ବି ତ “ମୋର” ନୁ ବନୁଛେ
ମୁଇଁ କାଣା ମିଛ ?
ମୋର ଅସ୍ତିତ୍ୱ ମିଛ ?
ସପନ ବି ବାସ୍ତବତା ର ଅଁସ ଏ ।

ସେନେ ସବୁଦିନେ ଭେଟୁଥିଲାଁ
ଗପୁଥିଲାଁ-ହଁସୁଥିଲାଁ
ବାହାନା କରୁଥିଲାଁ
ରୁସୁଥିଲାଁ-ମନଉଥିଲାଁ
ଅବଡ-ଜବଡ ଜାବତ୍ୟ କଥାନି କହୁଥିଲାଁ
ଆକାସେ ଇନ୍ଦ୍ରଧନୁ ର ସାମିଆନା ଲାଗିଥିଲା
ଫୁଲମାନେ ଏଁଟରଉଥିଲେ
ଚରେ ଝୁମେର ଗୁନଗୁନଉଥିଲେ
ଉହାଡୁ ଉଦୁର୍ଛା ଧୁକା ବୁବି ମାରୁଥିଲେ
ଜନ କେ ବାଦଲ
ସୁଆଁଲି ସୁଆଁଲି ପୁଟଲଉଥେ
ତରା ମାନେ
ଘନା ହାଁଡି ର ଲିଆ ବାଗିର
ଫଦଫଦେଇ ଅଉଥିଲେ
ଛାତି ଫଦକୁଥିଲା
ଏଁକ ଜଲୁଥିଲା
ହୁରୁଦ ତଗଲୁଥିଲା
ତୁଇ ମୁଇଁ ଛକା ଖେଲୁଥିଲାଁ
ଆକାସ ତଲେ
ତୋର କୁଲେ ମୁଡ ଥିଲେ
କଲେ କଲେ
ସରଗ ଝରି ଅଉଥିଲା ।
.. .. .. ..
ଏଜ
ତୁଇ ଦୁରିଆ
ମୁଇଁ ଦୁରିଆ
ଫିରବି ଇ ଦୁରାନୁଭୁତି ସତ
ଦୁଇ-କାଁଣ-ଚଉଲେ ଦୁରିଆ ନ ବସି
କୁହକୁହ ଅନ୍ଧାରେ
ଅଜବ ଗୁଟେ ସୁନସାନ ବେଲେ
ଚାଏର ଆଂଗୁଲ ର ଫାଁକା ଥି
ତତଲା ନିସାସ ଥି
ଚଣେ ରେଥି ରେଥି ହେଇ
କେତେ ସବଦ ଫାଟି ଜେଇଛନ
ଧୁକା କପସି ଦଉଥିଲା
ତୋର ଆଁଖିର ଆକାର
ମୋର ଏଁକ କେ
ଡେହେଁକିଲା ବେଲେ
ସମିଆଁ ପିଠଗୁନା ହଉଥିଲା ।

ପାନି ଛାଏଁ ଦେଖି
କିନ୍ଦିରଲା ଝୁରି ର
ଏଁକ କେ ଟିପୁଥିଲିଁ ସର
ଦୁହି ହାତେ ବିନ୍ଧୁଥିଲିଁ କାଁଡ
ହେଲେ, ସବ୍ୟସାଚି ଏଜ ବ୍ରୁହନ୍ନଲା !
ଧୁନ କାଁଡ ଲୁକେଇ ଦେଇଛେଁ ଗଛେ ।
ତୁଇ କହ
କାଏଁଜେ ଇ ଆଁଖଲ ର ଧାର
ଆର ତୋର ଚଏଣ ଥର ଥର
କହ କହ ଫିଲୋମେଲା(୬) ?
ଦରପନ ମୁଇଁ ଦେଖସିଁ
ଚେହେରା ତୋର ଦିସସି
ତୋର ବୁନ୍ଦେ ଆଁଖଲ ଥିପି ପଡିଥିଲା
ତୋର ଅଜାନ୍ତକେ
ମୁଠା ଭିତରେ କଲେ କଲେ ଖାପି ରଖିଥିଲିଁ
କେଭେ ଜେଭେ ତୋର ମୁହଁ ମୁହଁ ଲାଗସି
ମୁଠା ଖୁଲି ଦେଖସିଁ
ସେ ମୋତି ବନି ଜାଇଥିବାର ବୁନ୍ଦା କେ ।

ସେ ଜେନ ଡାଏରି ଟେ ଦେଇଥିଲା
ସେଥି କିଛି ଲେଖିଥିଲା
ଆର ହମିସା ପଢବ ବଲୁଥିଲା,
ମୁଇଁ ହଁସିଦଉଥିଲିଁ …

ଡାଏରି ର ପହେଲା ଫରଦେ,
ବଲପେନ ଥି କାଟଲା ଫୁଲ ଟେ
କେଁ ଫୁଲ ଜେ କହି ନି ହେବାର
ହେଲେ ପାଖୁଡା ମେଲେଇଛେ ଫୁଲ ଟେ

(ଗାର ଘିଚା ଫରଦ ଥି, ପାଟ ଗୋଲ ଅଖ୍ୟର ସମେ ବସା ହେଇଥିଲା,
ତିନ ଧାଡି ଛାଡି ତଲକେ ମଗସିର ଗୁରବାର ର ଝୁଟି କଟା ହେଇଥିଲା)

ଡାଏରି ର ଆର ଗୁଟେ ଫରଦେ;
ମାର୍ଜିନ କେ ଟେଢା ଢଲିକରି
ଉପରମୁହାଁ ଝୁରି ପଟେ କଟା ହେଇଥିଲା
ସେନ ଘର ର ଚିହ୍ନା ଟେ ବି ଗାରା ହେଇଥିଲା
ଭୁଜନି ଆଡେ ଗୋଲ ମାନକୁ ମିସେଇ
ତ୍ରିଭୁଜ-ଚର୍ତୁଭୁଜ କଟା ହେଇଥିଲା
ଆର ମଝା-ମଝି ଲେଖାଥିଲା
ଲେଖା ର ଉପରେ
ଏତେ ଗାରି ଗାରି କଟା ହେଇଥିଲା ଜେ
କିଛି ଫଟିକ ଜନା ନି ପଡୁଥିଲା
…. … …
ମନେ ଦରଦ କେ ଏନ୍ତା ସଁକଲି ରଖିଛେଁ
ଜେନ୍ତା କିଏ ଜତନେ ଗହନା ରଖିଥିସି
ବୋଲ ବୋଲ ମାଜସିଁ
ଥରେ ବାଗିର ଜେନ୍ତା ହେଲେ ବି
ସାମନେ ଆସି
କସଟି ପଖନେ ରେଥି ଦେଖବ
ସୁରତା ମାନକେ ଛଡାଲା ବେଲେ
ଘଁସି ଘଁସି
ଲୁଲା ଉପକି ଜେଇଛେ ।

ତାର ଜାହା ସବୁ କଥା
ୱାଟସଏପ କି ଏଫବି ରେ ମେସେଜ କରୁଥିଲା
ଫି ସଖାଲୁ ଏସଏମଏସ କରୁଥିଲା
ବୋଧେ କେତେ ଜୁଗ ପାହିଗଲା
“ମୁଇଁ ରୁସିଛେଁ ମତେ ଭୁରତ”
ଇନବକ୍ସରେ ଆଉ ମେସେଜ ନି ଆସଲା
କି ତାର କବିତା-କଥାନି ଜିମେଲ କେ ନି ଆସଲା
ନା ମରବାର ପରବାଏ ଅଛେ
ନା ଜିଁବାର ଫିକର ଅଛେ
ହରେକ ରୁଚି ନୁ ମନ ହଟିଜଉଛେ
ବିଚାର ନି ଆଚାର ନି
ଜାନବର ବାଗିର କିନ୍ଦରୁଛେଁ
କାହାକେ ବି କିଛି କହିଦଉଛେଁ
ତୁଇ ଭେଟଲେ ଦେଖବୁ,
ମୁଇଁ କେତେ କଲା ପଡି ଜେଇଛେଁ
ଜେତକି ଖରା ଥି ବୁଲି ବୁଲି ନି ପଡି
ସେତକି ରାତି ଜଲି ଜଲି ପଡିଛେଁ
ରାତି ଉଠସିଁ, ଝୁମରା ଥି ଚାଲସିଁ
ୱାଟସଏପ ଇନସ୍ଟଲ କରସିଁ
ଜି-ମେଲ ର ସ୍ପାମ ଫୋଲଡର ବି ଚେକ କରସିଁ
ଭେଲ କିଛି ମେସେଜ ଆସିଥିବା;
ଖାଲି ସେ ଜୁହ୍ନାଟା ଗୁଡାଦୁ ପଡିଛେ
ଜେନଟା ପଡି ପଡି ଅଟୋ ଡିଲିଟ ହଉଛେ

ମୁଇଁ ତୁମ ପଡିଛେଁ
ଡରୁଛେଁ
ଜଦି
ୱାଟ୍ସଏପ କରିଦେମି
ଦୁଇ ମୁଡା ବାଦଲ
ରେତ ସାରା
ଝଁକେର
ଉଦା ସରସର
ଏଁକ
ଛାତି
ଭୁସଲିଜିବା
ବନ୍ଦ ବନ୍ଧଲି
ଆଁଖଲେ ଉହଲି ବସବା
ଦରଦ ଆର ସୁରତା ।

ଜତ ଦୁରିଆ ଛଡେଇ ହେସି
ତତ ତତ ତୁଇ ହେତୁ ହେସୁ
ଜତ ମନାକଲେ
ତତ ତତ ତତେ ଭଲ ପାଏସିଁ
ଦର୍ଜି ବାଗି ଫି ଖେପ ନୁଆଁକରି ନାପୁଥିମିଁ;
ତତେ
ତୋର କଥା,
ମୋର ସପନ କେ-

ଦୁରବହନ ନେ ଲହଁକୁଛେଁ
ନଏଦ-
ନଦି ର ସେ ପିଠି ତମର ଗାଁ
-ଗୋଡ ପସଉନ ସେର ଚିଲିମ କଲା
ଜଂଘେ ପେନ
କେନ ଅଁଟେ, କେନ ବେଁକେ ହେଇ
ଲହଁକି ଆଏଲିଁ ନଏଦ..
ନଏଦଖଏଣ ନୁ
ଛିନଛାନ ଧରସା ଲମିଛେ

ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ଖରାମାସେ
ଜାମ ଦିରା ଉର୍ଡି
ଘର କେ ଫିରୁନ ଫିରୁନ
କଁଚା ଦଗଲି
ସୁଖି ଜଉଥିଲା
ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚ
ତୋର ଗାଁ ନ ମର୍ଢିଆ ଟେ ହେଇ
ଛଦମଭେସେ ଅଂଧାରେ
ଜାଁକିକୁଚି ଲୁକିଲୁକି
ଗଲି ଗଲି ଖୁଲି ଖୁଲି
ପଛେ ପଛେ ବୁଲି ବୁଲି ଦିନ ସାରି ଦେମିଁ
ଅବଗାର ତୋର ସାଁସ ର ପବନ
ଆର ମୋର ସାଁସ ର ପବନ
ତୋର ଗାଁ ର ଆକାସେ
ମିସି ମିସି କେନ ଆକାର ଆକୃତି ବନୁଛନ
ଦେଖି ଦେଖି ସାଁସ ନଉଥିମିଁ ଛାଡୁଥିମିଁ ।

ଆଁଖଲ ଥପଥପ ଥିପୁଥିଲା
ଆଲାଦିନ ର ଚିରାଗ ନୁ
ମଜୁର ଗୋଡ, କୁକ୍ରା ଗୋଡ
ଜଲଦି ଜଲଦି କହ
“ହିର୍ର ରେ ହିଟା- ତୋର ଦାଦିଗିଡା ତତେ ପିଟା”
ଅକର୍ତିଆ ଝଁକେର ଥି
ସେ ସପନ ର ଖୁଲି ଭିଜି ଦେ –
ଆର ସେ ଜୁହ୍ନାଁ ସପନ ର ଗାଁ-ଖୁଲ
ଗହ-ଗହ ପୁଟଲେଇ ପକଉଥିଲେ
ପର୍ବତ ଆକାରୁ ସୁରତା
ଜାଁକି, ଉହଲେଇ ନଉଥିଲେ
ଧୁଲି ର ବଂଧନ ଥି
ଗାଁଖୁଲି ର ଗୁଂଦାଲ ବଂଧଲି ଥି
ଉଧଲି ଦେ ଲତପତ
ଖେଜେ ସପନ ଦେ,
ଖେଜେ ଜିଁ ବାର କେ,
ମରବାର କେ ଦେ
ଖେଜେ ମନ ଅଛେ
ପଲଟା ଦେ-

ନିବୁଜ ଗଂଭିରା ନ
ଗହନା ଧରିଛୁ ସବୁ ସପନ
ଦିନ-ରେତ ଗୁତି ବାଗିର
ସପଟା, ଦସ ଫୁଲିଆ
ଫିରଫିରବି ସୈଲି ଥି ବୃଖ୍ୟବଂଧ(୭) ବୁନଉଛୁ
କେଭେ କେଭେ ପିଂଧି ଦେଖବୁ
ତୋର କପାଲେ ଝାଲ ଦେଲେ
ପନତେ ପୁଛି ଦେଖବୁ
ସେ ଆକାର-ଆକୃତି ମାନେ
ଚୁମି ଚୁମି ସୁଆଁଲି ଆନବେ ।

କିଏ କିଏ ଏ
ଗାଁ-ଖୁଲି ର ଧୁଲି ର ବନ୍ଧନ କେ ଭୁସଲେଇ
ପାଟି ଦେଲା ସିରମେଟ ର ବନ୍ଧ
ପାଟି ହେଇଗଲା
ଛାନି ର ଖର
ଢେଁକିସାଲ ର ପର୍ଲା-ଚଂଘରା
ମେଲା ମେଲା କବାଟ
ପିଁଣା ନ ବନ୍ଧା ଠାଟ-ସିଲି ଚକା
ପିଂଜରା ଭିତର ର ପୁସା ରୁପ
ଗାଁଖୁଲ ନ
ନେପୁର ର ଝନ ଝନ
ବାରି ଆଡ ର ଲହ ମାନେ
ଡିର-ପଟ ର ରାଂଜ
ଫୁଲ ଗଛ, ତୁନ ସାଗ
ଧାନ-ପୁରା ଚଉଲ-ଉଲିଆ
ମୁଗ ବିରି ଚୁମଡି
ମଠିଆ-ପାତଲି ହାଁଡି-ସରେଇ
ଗେ-ଦାମୁର
ଲୋକବାକ

ସେ ସାରେ ଚସମା ଲଗେଇଥିଲା
କି ମୁଇଁ ଜେନ ପଛରା ଉଢିଥିଲିଁ
ସେଥି କାହାକେ କାହାରିର କିଛି ନାଇଁ ଦିସଲା
ମାୟାଗୁହା(୮) ସରଜୁ ବନିଥିଲା
ସରଜୁ ର ପାନି, ସୁରତା-ଚିହ୍ନା ହଜିଗଲା ।

ଠାନେ ଖାଡା ରହିଗଲା ସୁରତା ର କଲା ବେଚ ପିନ୍ଧି,
ଅଦେଖା କନେ
ଦରଫୁଟା ଗୁଲାପ ର ସାଇଲେନ୍ଟ ମାର୍ଚ
ସବୁ ଛିନା ଛିନା
ଚାର୍ହିଦିଗ ଅନ୍ଧାର
ମୁଇଁ ବନା
କାହାରି ବେସେ ମୁହୁରି ନି ବାଜି ଦିଅ
ବାଜବା ତ ଦରଗଡ ପାର(୯) ବାଜବା

ଦୁଇ ବଟିଆ ବାଟେ
ଜେନ ନ ପାତଲି,
ଦିରା ଧାନ ପଡିଥିଲା
ସେନୁ ଚାଁଟି ଟେ
କିରା ଟେ ଧରି
କଁସା ର ଥାଲି ବଜାତେଲ
ବାଟେ ଟେଟ କପାଟ
କାଁଥି ପିଟତେଲ
ଦୁଆର ମୁହେଁ ପୁଜା କରି
କେନ୍ତା ଗଲ ?
ସୁବ ଅସୁବ
ଚୁନା ଥି ଚିହ୍ନା ନୁରୁଛୁଁ

ଆର ଗୁଟେ ଚିହ୍ନା
ଅସୋକ ର ପଖନେ
କି ଖାରବେଲ ହାତିଗୁଁଫା ନେ
ହୁଏନସା ବି ନି ଲେଖଲା
ତାର ଖାତା ନେ
ଆଟବିକ, ବିଧ୍ୟଧାରାଧିବାସ
କୋସଲ ରାଜଧାନି ମାରାଗୁଡା କେ
ଗଲା ବେଲେ
ମାଲି ଟେ ଗଲେଇ
ଚୁମି ଦେଇଥିଲୁ
ପରାର୍ଦ୍ଧ ପରାର୍ଦ୍ଧ ବଛର ଉତାରୁ
ମୋର କଏଲଜା ର ଜିବାସ୍ମ କେ,
ଟାମଡି ଦେଖବୁ
ସେ କଁଲ କାଁକର ଚୁମା
ଉସୁମ ଲାଗୁଥିବା ତାଏଲ ।

xxxxxxxxxxxxxxxxxxxxxxxxxxxxxx

(୧) ଉପନିସଦ – ଆଁଠୁ ପାରିକରି
(୨) ସୋହବତ- ସୁଫି ଧର୍ମ ହିସାବେ ଦୁଇଟା ଆତ୍ମା ଭିତର ର ସୁଖମ କଥାବାର୍ତା
(୩) ଆଦିବାସି ମାନକର ହଜିଗଲା ଲୋକ/ଜିନିସ କେ ନୁରବାର ଉପେ
(୪) ଜସ୍ର ବାହୁ ସହସ୍ର ଧୃକ – ହଜିଗଲା ଜିନିସ କେ ଫିରି ପେବାର ମଂତ୍ର
(୫) ଇଡିଏମ – ଇସ୍ଟ ଦେଲ୍ଲି ମଲ
(୬) ଫିଲୋମେଲା – ଗ୍ରିକ ପୌରାଣିକ ଚରିତ୍ର
(୭) ବୃଖ୍ୟବଂଧ – ସୋନପୁରି ସାଢି ଡିଜାଇନ, ପଦ୍ମସ୍ରି ଚର୍ତୁଭୁଜ ମେହେର କର ବିସେସ କୃତି
(୮) ମାୟାଗୁହା – ମାରାଗୁଡା
(୯) ଦରଗଡ ପାର – ମଲାବେଲେ ସୋଭାଜାତ୍ରା ରେ ବାଜୁଥିବା ପାର

RELATED ARTICLES

Most Popular

Prediabetes

Ten Moral Leaders: Jesus

Recent Comments