ଧାଏରରେ ………… ଧାଏରରେ ………. ।
ଢନ ଢନ କରି ଟିନଡବା ବଜେଇ ବଜେଇ ଖେତର ଇ ମୁଡସୁ ସେ ମୁଡସା ନର୍ଦି ନର୍ଦି ଜୁଗନୁ ଅଥା ହେଇଗଲା । ଅଁଟାନୁ ଡୁବି ବାହାର କରି ଭାଂଗ ଗଫେ ଖାଏଲା ।
“ମୁନୁସ ବଜେଇ ହେଇଜିବ ମାହାଁ । ସସୁରର ପିଚିପିଚି ଚେରେମାନେ ସାଧିଦଉଛନ । ନି ପାରିହେଲାରେ ବାବୁରେ, କାଣା କରି ହେସି ଜେ?”
ସତେ ଜେନ୍ତା କୁହୁଡିଆ ପାଗେ ହଜଲା ଟଂଗା ନୁରି ପକାଲା । ଜେନ୍ତା ଆର୍କମେଡିସ ସୁତ୍ର ପାଇକରି ଗାଧୁଆଘରୁ ନଂଗଲା ହେଇ ଇଉରେକା ଇଉରେକା ବଲି ନର୍ଦିଥିଲା, ଜୁଗନୁ ବି ଛଣିଆ ଛଣିଆ ବଲି ମିଲକି ଦେଲା କେନଆଡେ । ଆର ସାଂଗେ ଘଡେକେ ଫେର ହାଜର । ବୁହି ଆନଲା କେନୁଜେ ଖଣେ ସାଟ, ଗୁଟେ ମେରା, ବିଡାଦୁ ନଡା, ଅର୍ଛିଲା ପାତଲିଟେ ଆର ଲାଂଗେ ପଟ । ଠୁଲାଲା ସାମାନ କେ ଜେନ ଜେନ ଠାନେ ଖଂଜବାର କଥା ଖଂଜୁଛେ । ମନଫୁଲା ଗିତ ଗଉଛେ:
ହା..ହା..ହା…ହା..ହା…
ଆମେ ଛଣିଆ ବନଉଛୁଁ
ଛଣିଆରେ ଛଣିଆ ତୁଇ ବଡ ଗୁନିଆଁ
ଚେରେମାନେ ଆସିଲେ ମୁର୍କୁଟି ଖାଇବୁ
ଛଣିଆର ପେର୍ରାପେଟ ବରଗଡ ହାଟ
ପେଟର ଉପରେ ତତେ ପିଂଧେଇ ଦେମା ସାଟ ।
ଜେଇନଛୁ ଇଟା ମାହଜନର ପୁଓର ସାଟ ଆଏ । ରଂଗ ଖେଲଲା ବେଲର ରଂଗ ଲାଗିକରି କେନ୍ତା କାବରି ଚିତରି ଭିରଭିରନିଆଁ ଦିସୁଛେ । ଆର ତାଏଲ, ଆର ଗୋ ଚେରେ ମାନେ ଆଏବେ । ବେଟେ କେତେ ଦହସତ କରୁଥିଲେ । ଆଁଖିର ବାଲ ଏଡେ ଏଡେଟା ବଲବ ସାଧି ପକଉଥିଲେ ।
ଛଣିଆର ଦିହେଁ ମାହାଜନର ପୁଓ ବାଗିର ସାଟ । ମୁଡେ କଲା ପାତଲି, ସେଥି ଢେଲା ଢେଲା ଆଏଁଖ, ନାକ, ଚଏଣ ଆର ସବୁବେଲେ ଜିସୁଖ୍ରିସ୍ଟ ବାଗିର ମେଲା କରିଥିବାର ହାତେ ବଂଧା ହେଇଛେ ଡବାଥି ବନାଲା ଘଂଟି । ପବନ ବାଜଲେ କି ଘଂଟି ଢନ ଢନ ବାଜସି, ମୁଡର ପାତଲି ଘଡିର ପେଣ୍ଡୁଲମ ବାଗିର ହଲସି ।
ଜୁଗନୁର ଉସତ କହେଲେ ନି ସରେ । ପାର୍ବତିବି ଗଣେସକେ ଜିବନ ଦେଇକରି ହେତକି ଖୁସ ନି ହେଇଥିବେ । ସତେ ସେ ବୈଜ୍ଞାନିକ ମାନକର ରୋବଟ ଠାନୁ ଆର କାଣା ଗୁଟେ ଅଏଧକା ଭଲ ଜିନିସ ବନେଇ ପକେଇଛେ । ଜୁଗୁନୁ ଛଣିଆଁର ଭଉଁର ଭଉଁର କିଂଦ୍ରି କିଂଦ୍ରି ଦେଖୁଥିଲା ଜେନ୍ତା ସେ ଇତାର ଆଘୋନୁ କେଭେ ଛଣିଆ ନି ଦେଖିଥେଇ ।
ଛଣିଆ ଠାନେ ଜୁଗନୁର ମନଭରି ଆଏଲା । ଛଣିଆକେ ଖେତର ଭାର ସିଁ ଦେଇକରି କୁରମା ନ ଘାଏ ବସଲା । କାନେ ଖୁଚଲା ଖଁଡିଆ ବିଡିକେ ଫିକିଦେଲା
ଆର ନୁଆଁ ବିଡିଟେ ପହଁଟାଲା । ପାଗ ହିଟେଇକରି କରିଆକେ ପକେଇଦେଲା ଆର ଘଡେ ଛାଟହେଇ ସୁଇଲା । ଛଣିଆର କଥା ଭାବି ଭାବି କେତେ ବେଲେ
ସୁଇପଡଲା ଜେ ଜନା ନେଇଁ ।
ଆଏଜ କାଲି ଛଣିଆର ଡରେ ଆର ଚେରେ ମାନେ ବେ’ସା ଖେଇ ନି ଆସବାର ନ । ଆର ଜେନ ମାନେ ବି ଆଏସନ, ରୁଇ ଘୁରେନ ନ ବସସନ, ଛଣିଆକେ ଦେଖସନ ହେଲେ ବେ’ସା ଭିତରକେ ଜିବାରକେ ସାହାସ ନି କରନ । ଆର ଜଦି ପବନ ଭୁରେ ମାରୁଛେ ବଏଲେ ଡବାର ଢନ ଢନ ଆର ଛଣିଆର ମୁଡହଲା ଚେରେ ମାନକୁ ଆର ଡର ଡରନିଆ ଲାଗସି ।
ଜେନ୍ତା ବେଲ ବୁଡିଜାଏସି, ଭୁତଭୁତିଆ ହେସି, ଛଣିଆର ରାଏରକମ ବଦଲି ଜାଏସି । ମାହାଜନର ପୁଓର କାବରି ଚିତିରି ସାଟ କେନ ଜଂଗଲି ଜାନବରର ଛାଲ ବାଗିର ଦିସସି । ମୁଡର ପାତଲି ଭଉଁର ଭଉଁର କିଂଦିରସି । ସତେ ଜେନ୍ତା ତାର ମୁଡେ କେନ ଅନମୁନସିଆର ଭୁତ ପସିଛେ ।
ଛଣିଆ, ଛଣିଆ ନେଇସେ, ସେ ଇ ରାତିର ମାଲିକ ଆଏ । ଇହାଦେ ତାର ହାତର ଡବା ଗୁଟେ ଅଲଗା ସୁରେ ବାଜୁଛେ । ସେ ସବଦ ସୁନିକରି କେନ କେନ ଥିଲା ଚେରେମାନେ ଉଡି ଆଏସନ । ଇ ଚେରେକର ଗତାଗତ ଖାଲି ରାତିର ବେଲିଆ । ସେମାନେ ରୁଇ ଘୁରେନ ନ ନି ବସନ, ବସସନ ଛଣିଆର ଖଂଦେ । ତାକର ଭିତରେ ଫୁସୁର ଫାସର ହେସି, ସେସେ ଛଣିଆ ମୁଡହଲାସି । ସେମାନେ ଉଡି ଜାଏସନ ସାଗୁଆ ବେସା ଭିତରକେ । ସେନ ମନମାନି କରସନ । ମନସୁସ୍ତା ଚରସନ, ବୁଲସନ । ଫେର ପେଟ ପୁରିଗଲେ, ମନଭରି ଗଲେ ଢଲତେଲ ଆସିକରି ସାଗୁଆ ଘାଁସର ସେଜେ ଆରାମ କରସନ ।
ଜୁଗନୁ ଝୁମୁରାନୁ ହଡବଡେଇ କରି ଉଠଲା । ଭମକିଲା ବାଗିର ବେବଲେଇ ଗଲା । ଉଠିକରି ଛଣିଆକେ ଦେଖଲା । ଏକସକଁଟି ଦେଖଲା । ମୁଡର ପାତଲି ଭଉଁର ଭଉଁର କିଂଦରୁଛେ ଆର ହାତର ଡବା ଦମକଲର ଘଂଟି ବାଗିର ବାଜୁଛେ । ମାହାଜନର ପୁଓର କାବରି ଚିତରି ସାଟେ ଛଣିଆ ଅବିକଲ ମାହାଜନର ପୁଓ ବାଗିର ଦିସୁଥିଲା । ଘଂଟି ହେନ୍ତା ବାଜୁଛେ ନ ଦମକଲ ବାଗିର । ମୁଡର ପାତଲି କିଂଦ୍ରି କିଂଦ୍ରି ରାଖ୍ୟାସ ବାଗିର ହଁସୁଛେ । ମାହାଜନର ପୁଓର ଭେସେ ଛଣିଆ ପାହେ ପାହେ କରି ଜୁଗନୁ ଆଡକେ ଆସୁଛେ । ଡରେ ଜୁଗନୁର ଦିହୁଁ ଝାଲ ବୁହିଗଲା । ନର୍ଦିଲା ବିନସୁରିଆ ହେଇ । ବାଟ ଜେନ ଜେନ ଆଡେ ଦିସୁଥାଏ ଖେତେ ଖଲେ ସେସେ ଆଡେ ନରଦୁ ଥାଏ । ବେଲ ବୁଡାର ଅଂଧାର ଚାର୍ହିଆଡକେ ଢାପିଁ ଆନୁଥାଏ ।