ମୋର ଗୁର୍ଦୁ ଆଘୋନୁ କୋସଲରତ୍ନ ପଣ୍ଡିତ ପ୍ରୟାଗଦତ ଜୋସି ତାକର “କୋଶଳୀ ଭାଷାର ସକ୍ଷିପ୍ତ ପରିଚୟ” ଥି କୋସଲି ଭାସା ର ଲିପି ବିସେନେ ଚର୍ଚା କରିସାରିଛନ ତଥାପି ବି ଏତକି କହେମି ଜେ ଇହାଦେ କୋସଲି ଜହ-ଥୁରେ କରି ତିନଟା ଲିପି (ରୋମାନ, ଦେବନାଗରି, ଆର ବର୍ତୁଲା ଦେବନାଗରି (ଉଡିଆ) ) ଥି ଲେଖା ହଉଛେ ।
ଜଦି କେଭେ କେନ୍ତା ଇ-ମେଲ, କି ମେସେଜ ଲେଖବାର କେ ଛାଡିଦେଲେ କୋସଲି କେ ରୋମାନ ରେ ଲେଖା ହଉ ବଲି ନୁଆଁପଡା ନୁଁ ବାହାରୁଥିବାର ‘ଢୋଲ’ ପତ୍ରିକା ଏକଲା ଜୁଝୁଛେ ବଲା ଜେଇପାରେ । ରୋମାନ ରେ ଭାରତିୟ ଭାସା ମାନକୁ ଲେଖି ତ ହେବା ହେଲେ ରୋମାନ ଲିପି ରେ ସଂସ୍କୃତ ନୁ ବାହାରଲା ଭାରତିୟ ଭାସା ମାନକର ଧ୍ୱନି ମାନକୁ ସଠିକ ପରିପ୍ରକାସ ନେଇଁ କରିହୁଏ ।
ଦେବନାଗରି (ହିନ୍ଦି) ରେ ଲେଖାଜଉ ବଲି ଦେବାନନ୍ଦ ହୋତା (ମାନପୁର, ଭେଡେନ), ଆର ବଲାଂଗିର ନୁ ରାମଭକ୍ତ ଫରିକାର, ହିମାଂସୁ ପାଢି ଆଦି ଜୋର ଦେଇଥିଲେ ।
ଦେବନାଗରି, କୋସଲି ଲାଗି ମଂଗଲକାରି ହେଇପାରବା । ଆମର ନୁଆଁ ପିଢି ଆର ଛତିସଗଡ, ରାଏଗଡ ଆଦି ଇଲାକା ରେ କୋସଲି ଭାସା କେ ସହଜେ ଅପନେଇ ପାରବେ । ତାର ବାହାରେ ଭବିସ୍ୟତ ରେ ଆମର ହିନ୍ଦି-ଇଂଗଲିସ ମିଡିଅମ ଥି ପଢଲା ନୁଆ ପିଢି ବି ଆମର ଭାସା ପ୍ରତି ରୁଚି ରଖବେ । ହେଲେ ସତ ଇଟା ବି ଏ ଜେ କୋସଲି ରେ ଲେଖା-ଲେଖି କରୁଥିବାର ବଡଭାଗି (୯୫% ଉପରେ) ଲେଖକ ଦେବନାଗରି କେ ଠିକସେ ବେଭାର ନେଇଁ କରିପାରନ ।
ବାକି ରହେଲା, ଉଡିଆ ଲିପି ରେ ଲେଖବାର କାରଣ ହଉଛେ ଇ ଲିପି ସାଂଗେ କୋସଲି ଲେଖକ ଆର ପାଠକ ବିସେସ ଚିହ୍ନାର-ଜନାର ଆନ ।
କୋସଲି ରେ ନିଜର ଲିପି ବି ବନେଇକରି ବେଭାର କରା ଜେଇପାରେ ହେଲେ ଦେବନାଗରି ଆର ରୋମାନ, ଅଂଚଲ ର ଲୁକର ସାଂଗେ ଜହ-ଥୁରେ କରି ଚିହ୍ନାର ହେଇକରି ବି ତିସ୍ଟି ନେଇଁ ପାରି ବଏଲେ ନୁଆଁ ଲିପି ର କାଣା ହେବା ଭାବି ନି ହେବାର । କୋସଲି ଭାସା ର ନୁଆଁ ଲିପି କେ ପାଠକ ଠାନେ ଚିହ୍ନାର କରାବାର ଲାଗି ନିହାତି ଭାବେ କୋସଲି ଭାସା କେ ସ୍କୁଲ ନ ପଢାବାର କେ ପଡବା । ସ୍କୁଲ ହିଁ ସବୁ ନୁ ବଡ ପ୍ରଚାର କେନ୍ଦ୍ର ଏ ।
ଇହାଦେ ଆମର ବ୍ୟାକରଣ ବି ହେନ୍ତା ଗୁଟେ ପରିବର୍ତନ ର ସମିଆଁ (Transitory Phase) ଥି ଗତିକରୁଛେ । ତାକେ ବି ଠିକ କରବାର କେ ହେଲେ ବଡ ପ୍ରଚାର ର ମାଧ୍ୟମ ଦରକାର । ଜେନ ଭିନେ ଭିନେ ବ୍ୟାକରଣ ସୁତ୍ରମାନେ ବନା ହେଇଛେ ସେ ସବୁ ଲୁକର ପାଖକେ ପହଁଚି ନି ପାରି ବଲି ବ୍ୟାକରଣ କେ ନେଇକରି ଘାଏ ଘାଏ ବନେ ଝମେଲା ହେସିି । ତାର ବି ଗୁଟେ ନ ବ୍ୟାପକ ପ୍ରଚାର ର ଠାନ ହଉଛେ ଇସକୁଲ ।
ଇତାର ବାହାରେ କିଛି ଲୋକ ଇ ସମକିରର ନୁ ଆର ଆଗକେ ଗତି କରି କରି କୋସଲି ଭାସା ର ମାନକିକରଣ କଥା ବି ଆଲୋଚନା କରି ବସଲେ ନ । ଭାସାଟେ ଅଛେ ବଏଲେ ଏନ୍ତା ଚିନ୍ତା ଆର ତାର ଉପରେ ଆଲୋଚନା ହେବା; ଆର ହେବାର କଥା । ସବୁ ସମୃଦ୍ଧ ଭାସାମାନକର ଦିନେ ନା ଦିନେ ମାନକିକରଣ ହେଇଛେ ଆର କୋସଲି ର ବି ହେବା; କରବାରକେ ପଡବା, ଜରୁରି ଏ । ତ ଇ ମାନକିକରଣ କେନ୍ତା କରି କରାଜିବା? ମାନକିକରଣ ର ଜାଗା ବି ଇସକୁଲ ହିଁ ଏ ।
ସବୁ ସମସ୍ୟା ର ସମାଧାନ ଜଦି ଇସକୁଲ ନ ହେଇପାରବା ବଏଲେ ଇହାଦେ କଥା ପଡିଛେ କୋସଲି କେ କେନ୍ତା କରି ଇସକୁଲ ତକ ନେମା, କେନ୍ତା କଲେ କୋସଲି ଭାସା ରେ ଇସକୁଲେ ପଢା ହେବା?
“ଅସ୍ଟମ ସୁଚି!”
ଭାରତିୟ ସମ୍ବିଧାନ ର ଅସ୍ଟମ ସୁଚି ନ ଜଦି କୋସଲି ଭାସା କେ ମିସେଇ ଦେଇ ପାରଲାଁ ବଏଲେ ସରକାରି ସହମତି ମିଲିଜିବା କୋସଲି ଭାସାରେ ପାଠ ପଢାବାର କେ । ଆର… ଥରେ ଜଦିି ଇସକୁଲ ନ କୋସଲି ଭାସା ରେ ପଢାବାର ମୁଲ ହେଇଗଲା ବଏଲେ କୋସଲି ଭାସାରେ ଥିବାର ସବୁ ସମସ୍ୟା ଆପେ-ଆପ ହଟି ଜିବା । ଆର ଆମର ପସଚିମ ଉଡିସା ଜେନ କିସମ ର ଅବହେଲିତ ହେଇକରି ପଡିଛେ ସେଟା ବି ସୁଧରି ଜିବା । ଆପଣ ପଚରେଇପାରନ, “ପସଚିମ ଉଡିସା ର ବିକାସ ସାଂଗେ ଭାସା ର କାଏଁ ସଂପର୍କ?”
ପାଠ ପଢା ଭାସା ହଉଛେ ସ୍ରେଣି ବଖରା ଭିତରେ ଛୁଆ କେ ସୁଚନା ପହଁଚାବାର ମାଧ୍ୟମ । ଜଦି ସେ ଜେନ ଭାସା ଥି ନାଇଁ କହୁଥିବା ବେଲେ ସେଟା ତାର ଲାଗି ଗୁଟେ ପ୍ରକାର ବିଦେସି ଭାସା ଏ ବଲି ଧରାଜିବା । ଆର ହେନ୍ତା ବିଦେସି ଭାସା ରେ ପାଠ ପଢାବାର ଟା ଗୁଟେ କିସମେ ଛୁଆ ଉଧଲି ନି ସିଖିକରି ତାକେ ପେନ ଭିତରେ ପାଠ ପଢାଲା ବାଗିର କଥା । କଥାଟା କେ ଟିକେ ସାଫ କରିଦେସିଁ, ମନେକର ଆମର ପସଚିମ ଉଡିସା ର ସ୍କୁଲ ମାନକୁ ଉଡିଆ ଥି ପଢା ହଉଛେ ଆର ଆମର ପସଚିମ ଉଡିସା ର ଛୁଆ ମାନେ ଘରେ କୋସଲି କହେସନ ଆର ବୁଝସନ, ଉଡିଆ ସେମାନକର ଲାଗି ବିଦେସି ଭାସା ଏ; ଘରେ ବଲସନ ହୁଣାଁର ଆର ଇସକୁଲେ ଜଦି ହେଟାବାଘ ସୁନବା ବେଲେ ଜେନ୍ତା କଲେ ତାକେ ଅଡପଟିଆ ଲାଗବା । ତାର ବାହାରେ ଜଦି ବାଲେସର ନୁ ଆଏଲା ମାସ୍ଟର ଟେ ନୁଆପଡା ନ ଉଡିଆ ଥି ପଢାବା ବେଲେ ଛୁଆ ଆର କେଭେ ଇସକୁଲ କେ ନି ଜେ, ମାସ୍ଟର ବି ତେହରୁ ବଲବା କିଛି ସିଖି ନି ପାରବାର, ଛୁଆ ମାନେ ଗଧ ଆନ । ତାର ବାହାରେ ପଢା ବହି ମାନକୁ ହମିସା ଉଡିସା ର ପ୍ରଭାବି ସଂସ୍କୃତି (ପୁର୍ବ ଉଡିସା) ର ଆଲୋଚନା ହେସି । ନୁଆଁଖେଇ, ଫୁସପୁନି କଥା ପଢାଲେ କାଏଁ ନ ଝନେ ଟପ କରି ବୁଝବା; ରଜ ମଉଜ ତ ଘରେ ପାଲନ ନେଇଁ ହୁଏ କେନ୍ତା କରି ବୁଝବା କାଣା ଏ ଜେ ।
ଆପଣମାନେ ଜାନିଛନ ଜେ ଆମର ସିଖ୍ୟା ବେବସ୍ତା ଥି କେନ୍ତା ଅସବିଧା ମାନେ ଅଛେ; ପାଁଚଟା ସେଣି କେ ଗୁଟେ ମାସ୍ଟର, ମାସ୍ଟର କେଭେ ପଢେଇ ନି ଆସୁଥିବା, ଫେର ବହୁତ ହଲକା ପାଠ ଖସଡା ର ଢାଁଚା; ଏନ୍ତା ନାନାଦି ସମସ୍ୟା ଅଛେ । ତ ଛୁଆ ଜେତେବେଲେ ନିଜର ଭାସା ଠିକ ସେ ଜାନିଜିବା ଆର ନିଜର ଭାସା ଦ୍ୱାରା ଅଲଗା ଭାସା କେ ପଢବା ବଏଲେ ନିହାତି ଭାବେ ଛୁଆ ଭଲସେ ଅଲଗା ଭାସା ର କି ଅଲଗା ବିସୟ ବସ୍ତୁ ମାନକୁ ବୁଝି ପାରବା । ଆର ଆପଣମାନେ ଜାନିଛନ ଜେ ସିଖ୍ୟା ହିଁ ବିକାସ ର ଚାବି ଏ । ଜେନ ଦିନ ଇ ଅଂଚଲ ରେ ସିଖ୍ୟା ର ପ୍ରଚାର-ପ୍ରସାର ଅଂଚଲ ର ଭାସା ରେ ହେବା, ସେ ଦିନେ ଅଂଚଲ ରେ ବିକାସ ବି ଆପେ-ଆପ ହେତେଲ ଜିବା ।
କୋସଲି ଭାସା କେ ସରକାର ଅସ୍ଟମ ସୁଚି ନ ସାମିଲ କରବାର ଲାଗି ବିଚାର କରୁଛନ । କୋସଲି କେ ମିସେଇ କରି ୩୮ ଟା ଭାସା ଇହାଦେ ବିଚାରଧିନ ଅଛେ ବଲି ଜନାପଡିଛେ । ତ ଇହାଦେ ଆମର ମୁଖିଆ କାମ ହଉଛେ ସବେ ଲାଗି ପାଟି କରି କୋସଲି ଭାସା କେ ଅସ୍ଟମ ସୁଚି ନ ସାମିଲ କରାହଉ ବଲି ସରକାର କେ ବିନମ୍ର ଅନୁରୋଧ ମାନେ କରୁଁ ।
ସାକେତ ଶ୍ରୀଭୂଷଣ ସାହୁ