ପ୍ରବଞନା
ସର୍ବତ୍ର କ୍ଷୁଦ୍ର କ୍ଷୁଦ୍ର ଗୋଷ୍ଠୀରେ ମଧ୍ୟ ଭାଷା ସଚେତନତାର ଉଦ୍ରେକ ହେଇଥିବାରୁ ଭାଷା କ୍ଷେତ୍ରରେ ନିଜସ୍ୱ ସ୍ୱରୂପ ଥିବା କୌଣସି ବିସ୍ତୃତ କ୍ଷେତ୍ର ନିଷ୍କ୍ରିୟ ରହି ନ ପାରେ । କୋଶଳ ପ୍ରାୟଃ ଏକ କୋଟି ଜନ ବସତିର ଗୋଟିଏ ବିଶାଳ ପ୍ରଦେଶ ହୋଇଥିବାରୁ ସେଠାରେ ମଧ୍ୟ ହଲଚଲ ପ୍ରକାଶ ପାଉଛି । ଏଥିରେ ଉପକୂଳ ଅଂଚଳରେ ପ୍ରତିକୂଳ ପ୍ରତିକ୍ରିୟା ହେଉଥିବା କଥା ପୂର୍ବେ କୁହା ଯାଇଛି । ଏଥିରେ ବିବ୍ରତ ହୋଇ ବୋଧହୁଏ ଓଡ଼ିଶା ସାହିତ୍ୟ ଏକାଡେମୀ, ପ୍ରତ୍ନଲିପି ବିଶାରଦଶ୍ରୀ ସତ୍ୟନାରାୟଣ ରାଜଗରୁଙ୍କ ଦ୍ୱାରା ଲେଖାଇ ‘ଓଡି଼ଆ ଭାଷାର ଉପଭାଷା’ ନାମରେ ଗୋଟିଏ ପୁସ୍ତକ ୧୯୮୨ରେ ପ୍ରକାଶ କରିଛନ୍ତି । ଏଥିରେ ପଶ୍ଚିମ ଓଡ଼ିଶାର ଉପଭାଷା ସମ୍ବଲପୁରୀ ଭାଷା ଶୀର୍ଷକରେ ଯାହା ଚର୍ଚ୍ଚା କରା ଯାଇଛି ଓ ଯେନ ତେନ ପ୍ରକାରେଣ ଏହାକୁ ଓଡ୍ର ପ୍ରାକୃତ ବା ତଜ୍ଜାତ ଭାଷା ବୋଲି ଯେମିତି ଅନାବଶ୍ୟକ ଜୋର ଦିଆ ଯାଇଛି, ସେଥିରୁ ଭାତହାଣ୍ଡିରୁ ଚାଉଳ ଚିପିଲା ପରି ଦୁଇ ତିନିଟି ବିଷୟ ଦେଖାଯାଉ ।
ଲରିଆ ଏହି ପୁସ୍ତକର ୧୦୨ ପୃଷ୍ଠାରେ ଲେଖାଅଛି ଯେ, “ସେମାନଙ୍କ (ଚେଦି ହୈହୟ ସୈନ୍ୟ) ସାହଚର୍ଯ୍ୟ ହେତୁ କେତେକ ଉଡ୍ର ବ୍ୟବସାୟୀ ମଧ୍ୟ ଭାରତରେ ବାଣିଜ୍ୟ ବ୍ୟବସାୟ କରି ହିନ୍ଦୀ ମିଶ୍ରିତ ଉଡ୍ର ଭାଷା ବ୍ୟବହାର କରିବାକୁ ଲାଗିଲେ, ସେମାନେ ଲରିଆ ନାମରେ ପରିଚିତ ହୁଅନ୍ତି” ଏହା ସଙ୍ଗେ ଓଡି଼ଶା ରାଜ୍ୟର ପଶ୍ଚିମାଂଚଳ ଅପେକ୍ଷା ମଧ୍ୟ ପ୍ରଦେଶ ପୂର୍ବାଂଚଳ କ୍ଷେତ୍ରରେ ସେମାନେ ବିପୁଳ ସଂଖ୍ୟାରେ ବାସ କରୁଥିବା ମଧ୍ୟ କହନ୍ତି । ଏଥିରେ ପ୍ରତ୍ୟକ୍ଷ ଜ୍ଞାନର ଅଭାବ ପରିଲକ୍ଷିତ ହୁଏ ।
ଲରିଆ ଶବ୍ଦ ବାସ୍ତବରେ କୌଣସି ଗୋଷ୍ଠୀ କୁ ବୁଝାଏ ନାହିଁ, ଏହା ମୁଖ୍ୟତଃ ଛତୀଶଗଢୀ ଭାଷାର ପର୍ଯ୍ୟାୟ ରୂପେ ବ୍ୟବହୃତ ହୁଏ । ତଦନୁଯାୟୀ ଏ ଭାଷାଭାଷୀ ଲୋକେ ମଧ୍ୟ ଲରିଆ ବୋଲାଯାନ୍ତି ଓ ତାଙ୍କ କ୍ଷେତ୍ରକୁ ମଧ୍ୟ ‘ଲରିଆ ରାଏଜ୍’ ବୋଲାଯାଏ । ଏହା କୋଶଲ ପ୍ରଦେଶ ସୀମା ସଂଲଗ୍ନ ହୋଇଥିବାରୁ ବହୁ ସଂଖ୍ୟାରେ ଲରିଆ ଭାଷୀ ମାନେ ବ୍ୟୃତ୍ତର୍ଥ ଆସି ସ୍ଥାୟୀ ଭାବେ ବସବାସ କରନ୍ତି ।
ଗ୍ରିଅରସନଙ୍କ ସମେତ ବର୍ତ୍ତମାନର ମଧ୍ୟ କେତେକ ବିଦ୍ୱାନଙ୍କ ମତରେ ଲରିଆ ଛତୀଶଗଢୀ ର ହିଁ ପର୍ଯ୍ୟାୟ ବାଚକ ଅଟେ । ତେବେ ବର୍ତ୍ତମାନର ଆଂଚଳିକ ଭେଦଦୃଷ୍ଟିରେ ଅଧ୍ୟୟନ କରି ଗବେଷକ ମାନେ ଏ ଭାଷାକୁ ଛତୀଶଗଢୀର ଓଡି଼ଆ ମିଶ୍ରିତ ନିମ୍ନ ସ୍ତରର ଛତୀଶଗଢୀ ଭାବନ୍ତି । ନିମ୍ନ ଉଦ୍ଧୃତିରୁ ଏହା ସ୍ପଷ୍ଟ ହେବ :
पूर्बी छत्तिसगढी-लरिआ: सामान्य परिचय- “भ्रमबश हिन्दी के बैज्ञानिक अभीतक लरिया को छत्तीसगढी का समानार्थी मानते आये है । कर्नU बाबा rसमंबलपुर को ओडीशा तथा रायपुर-बिलासपुर आदि को लरिया क्षेत्र माानते है ।” ओर इस क्षेत्र कि बोलिओँ को भि क्रमश: ओडिआ तथा लरिआ कहा है। डष्ठा: भाU चन्द्र राब तैलंग ने माना है कि छत्तीसगढी ही पूर्ब को और लरिया कहलाती है । छत्तीसगढी की पूर्बी सीमा पर स्थित ओडिशा के संबलपुर जिले के पार्श्बबत्त्र्ती क्षेत्रो मे छत्तीसगढी का मिश्रित रूप प्रचलित है । उसे लरिया कहते है । स्बर्गीय लोचन प्रसाद पाण्डेय ने लिखा है “इस क्षेत्र के निबासी अपने पश्चिमस्थित छत्तीसगढप्रदेश को लरिया कहते है । बस्तुत: लरिया छत्तीसगढी का ओडिया मिश्रित रुप है ।” (डष्ठा: कान्ति कुमार, छत्तीसगढी भाषा ब्याकरण और कोष । पृष्ठ ६७)
ଏ ବିଷୟର ଅବବୋଧ ପାଇଁ ସଂକ୍ଷେପରେ ଏତିକି ହିଁ ଯଥେଷ୍ଟ ।
ଏହି ଲରିଆ ମାନଙ୍କୁ ଯେଉଁମାନେ ଉପକୂଳ ସହ ବେପାର କରୁଥିଲେ ସେମାନେ ଖାଉଡ ନାମରେ ଅଭିହିତ ହେଉଥିବା ଦର୍ଶାଇ ତାକୁ ଅଳୀକ କଳ୍ପନା ପ୍ରସୂତ ‘ଖା-ଉଡ୍ର’ ଭାବେ ଅର୍ଥହୀନ ବିଶ୍ଳେଷଣ କରି ଧରିମାରି ଓଡି଼ଆ ସିଦ୍ଧ କରିବାର ଯେଉଁ ପ୍ରୟାସ କରିଛନ୍ତି ତାହା ମଧ୍ୟ ବିଚାର୍ଯ୍ୟ । ପୂର୍ବ କାଳରେ କୋଶଳର ଲୋକେ ବଳଦପିଠିରେ ଲଦନ ଲଦି ଉପକୂଳ ସହ ବ୍ୟାପାର କରୁଥିଲେ । ଦୈନିକ ଜୀବନର ନିତାନ୍ତ ଆବଶ୍ୟକ ଲୁଣ ହିଁ ଏକମାତ୍ର ମୁଖ୍ୟ ବାଣିଜ୍ୟ ଦ୍ରବ୍ୟଥିଲା । ଉତ୍ତର ପଟର ଲୋକେ ଓଡି଼ଶାକୁ ଓ ଦକ୍ଷିଣ ପଟର ଲୋକେ କଳିଙ୍ଗ (ପାର୍ବତୀପୁର)କୁ ଲୁଣ ଆଣିବା ପାଇଁ ବଳଦ ଦଳ ଧରି ଯାଉଥିଲେ ।
ଭକ୍ଷା ଭଦ୍ରେ ବଳୀବର୍ଦ୍ଧେ (ଅମରକୋଷ) ସଂ-ଭକ୍ଷା-ପ୍ରାଂ-ଉକ୍ଖା ‘ଆଲ୍ଲିଲ୍ଲୋଲ ବନ୍ତେ ନ୍ତା ମତୁପଃ’ (ପ୍ରାଂ ପ୍ରଂ ୪-୨୫) ଆଲୁ, ଇଲୁ ଉଲ୍ଲ୍, ଆଲ୍, ବନ୍ତ, ଇନ୍ତ ଇତ୍ୟେତା ଆଦେଶାଃ ମତୁପଃ ସ୍ଥାନେ ଭବନ୍ତି । ତଦ୍ ଅସ୍ୟ, ଅସ୍ତି, ଅସ୍ମିନ ବା ଇତି ମତୁପାର୍ଥାଃ । (ତଟô୍ଟୀକାୟାଂ ଭାମହଃ) ତେଣୁ, ଉକ୍ଖା+ଆଲ>ଉକ୍ଖାଲ>ଉଖାଲ>ଉଖାଡ ତଦ୍ବତ – ଉକ୍ଖା+ଆଳୁ>ଉକ୍ଖାଳୁ>ଉଖାଲୁ>ଉଖାଡୁ । ଏହି ଦୁଇଟି ଶବ୍ଦରୁ ବାହୁଲ୍ୟକାତ୍ ଖାଉଡ଼, ଖୁଆଡ଼, ଖାଡୁ ଆଦି ଶବ୍ଦ ନିଷ୍ପନ୍ନ ହୁଏ । ଏହା ବସ୍ତବରେ ବଳଦଦଳର ସ୍ୱାମୀକୁ ବୁଝାଉଥିଲେ ହେଁ, ଲାକ୍ଷଣିକ ରୂଢ଼ୀ ଯୋଗୁଁ ଲଦା ବ୍ୟାପାରରେ ଖଟା ଯାଉଥିବା ବଳଦସମୂହକୁ ବୁଝାଏ । ଖାଡୁ ଲଦୁଛନ, ଖାଡୁ ଲମାଲେନେ (ଲମ୍ବାଇବା-ଯାତ୍ରାରମ୍ଭ କରିବା) ଖାଡୁ ଢ଼ିଲିବା, ଖାଡୁ ଉତରାବା,ଖାଡୁଢ଼ିଲା ଠାନ (ପଡ଼ଉ) ଆଦି ପ୍ରୟୋଗରୁ ଏହା ସ୍ପଷ୍ଟ । ଏହି ଖାଉଡ଼ ଶବ୍ଦ କୋଶଳରୁ ଲଦଉ ମାନଙ୍କ ସହ ଯାଇ ଦଳ ବା ଗୋରୁ ପଲ ଅର୍ଥରେ ଓ ସ୍ୱର ବ୍ୟତ୍ୟୟ ଜନିତ ଖୁଆଡ଼ ଶବ୍ଦ ଗୋରୁ ଗୋଠ ଅର୍ଥରେ ବ୍ୟବହୃତ ହୁଏ । (ପୂ:ଚ:ଓ:ଭା:କୋଷ) ଖାଡି଼ବଳଦ, ଖାଡି଼ମୁଣି ଆଦି ମଧ୍ୟ ଏହାର ବିକୃତି ଅଟେ । (ସ୍ୱରାଣାଂ ସ୍ୱରାବହୁଲମ: ହେଂ) ଏହା ସଂସ୍କୃତରୁ ପ୍ରାକୃତ ହୋଇ ସିଧା ସଳଖ କୋଶଲୀକୁ ଆସିଛି । ଏହା କୋଶଲୀ ଭାଷାର ନିଜସ୍ୱ । ଏଣୁ ଖା ଉଡ୍ର (କୋଶଲୀ ଭାଷାକୁ) ଏ ଆଦେଶ ନିରର୍ଥକ ।
‘କିସମୁହିଁ ଲେଖିବି ବା କିସ ମୋର ଭାକା’ ପୃଷ୍ଟା ୧୩୦ ଟୀକାରେ ସେ ଲେଖିଛନ୍ତି ଭାକା ଶବ୍ଦଟି ଭେକରେ ପରିଣତ ହୋଇ ବୃତ୍ତି ବା ଉପାୟ ଅର୍ଥରେ ବ୍ୟବହୃତ ହୁଏ ।’ ଏହା ସଂମ୍ପୂର୍ଣ୍ଣ ପ୍ରମାଦିକ । କିସ କିମର୍ଥେ, (ପ୍ରା: ପ୍ର: ୯-୧) ସୂତ୍ର ଅନୁଯାୟୀ ଏହା ପ୍ରାକୃତ ଆଦେଶ ଅଟେ ଓ ବଙ୍ଗଲାରେ ବି ବ୍ୟବହୃତ ହୁଏ । ହିନ୍ଦୀରେ ବି ଳରଷ୍ଫରଙ୍ଗଙ୍ଖର ଶବ୍ଦର କାରକ ରୂପ ମାନଙ୍କରେ ରଲଳରଷ୍ଫଜ୍ଞର ଏକ ବଚନରେ ଓ ରଲଳରଷ୍ଫଙ୍ଖର ବହୁ ବଚନରେ ବ୍ୟବହୃତ ହୁଅନ୍ତି । କୋଶଲୀରେ କିସ ର ବ୍ୟବହାର ନାହିଁ ।
ଭାକା ଓ ଭେକ ଦୁଇଟି ସଂପୂର୍ଣ୍ଣ ଭିନ୍ନ ଶବ୍ଦ । ଏହା ଭାଷା ଓ ଭେଷ, ସଂ, ବେଶ ଶବ୍ଦର ଶ ଠାରେ ଖ ଆଦେଶ କରି ଆଘୋଷୀ କରଣ ଦ୍ୱାରା ନିଷ୍ପନ୍ନ
हिं तन उजला मन साँवला बगुजे का सा भेख aग् मृषा न होई देवरिसि भाखा ।
उमा सो वचन हृदय ध्यारि राखा ।। (रा० च० भा०)
ଓଡି଼ଆରେ- ‘ଭେକଥିଲେ ଭିକ ମିଳେ’ ରୁ ଏହାମଧ୍ୟ ସ୍ପଷ୍ଟ । ବ୍ରଜଭାଖା, ଉତରୀଭାଖା ଆଦିରୁ ଓ କୋଶଲ ଅଂଚଳରେ ଉଚ୍ଚସ୍ୱରରେ ଅଯଥା ଗାଳି ଗୁଲଜ କରୁଥିଲେ ଶରବ୍ୟ ବ୍ୟକ୍ତି (ବିଶେଷତଃ ସ୍ତ୍ରୀ ଲୋକ) ବ୍ୟଙ୍ଗାର୍ଥରେ ‘ଭାକୁଛେ’ ବୋଲି କହିଥାନ୍ତି । ଦେବତା ଆବିଷ୍ଟ ବ୍ୟକ୍ତିର କଥନକୁ ମଧ୍ୟ ‘ଦେବ୍ତା ଭାକୁଛେ’ ଏପରି କହିଥାନ୍ତି । ଶବ୍ଦମାନଙ୍କ ବିଷୟରେ ଯେଉଁ କୋଶଲୀ ଉପରେ ଓଡି଼ଆ ଆଦେଶର ବିବରଣ ପୃଷ୍ଠା ୧୧୨ରେ ଦେଇ ଅଛନ୍ତି, ତାହା ମଧ୍ୟ ପ୍ରାମଦିକ । ବିସ୍ତାର ଭୟରେ ଏଠାରେ ମାତ୍ର ଗୋଟିଏ ଶବ୍ଦର ବିବରଣ ଦିଆ ହେଉଛି । ଚ ସ୍ଥାନରେ କ ଆଦେଶ କରି କୋଶଲୀ ଭାଷାରେ ଲୁଚିବା ସ୍ଥାନରେ ଲୁକ୍ବା ହୁଏ ବୋଲି ଯାହା କୁହା ଯାଇଛି, ତାହା ଅଭୂୟୋଦର୍ଶନରୁ ହେଉ ବା ସ୍ୱେଚ୍ଛାକୃତ ଅଭିସନ୍ଧି ମୂଳକ ହେଉ, ପ୍ରାମାଦିକ ହିଁ ଅଟେ ।
ନି+ ଲିଙ୍ ଧାତୁ ଲୁଚିବା ଅର୍ଥରେ ପ୍ରଯୁକ୍ତ ହୁଏ (ମାତୁର୍ନିଲୀୟତେ କୃଷ୍ଣଃ) ଅପଭ୍ରଂଶ ଭାଷାରେ ନି + ଲୀ ସ୍ଥାନରେ ଅନ୍ୟାନ୍ୟ ଆଦେଶ ସହ ଲୁକ୍ ମଧ୍ୟ ଗୋଟିଏ ଆଦେଶ ଯଥା: ‘ଓ ଗୋରୀ ମୂହ ଣିଜ୍ଜିଅଊ ବବ୍ଦଲି ଲୁକ୍କୁ ମିଅଂକୁ’-ଅଥବା ଜଈ ଜଡ୍ଡା ରୂସଇ ଚିତ୍ତା ହାସଇ, ଅରାଗୀ ପିଟ୍ଠି ଥାପ୍ପିଆ, କର ପାଆ ସଂଭରି କିଜ୍ଜେଭିତ୍ତରି, ଅପ୍ପା ଅପ୍ପି ଲୁକ୍କିଆ…..ଆଦି ଏହି ଧୁଆଁ ବାଣ ବାସ୍ତବତାର ପବନ ପ୍ରବାହିତ ହେଲେ ବିଦ୍ୱଦ୍ଜନ ଚକ୍ଷୁକୁ କେତେ କାଳ ଢ଼ାଙ୍କି ରଖିବ, ବିଚାର୍ଯ୍ୟ ।