ଭ୍ରମ
ବାସ୍ତବତା ଯାହା ହେଉ ନା କାହିଁକି, କି କୋଶଲୀ କି ଓଡ଼ିଶୀ-ସମସ୍ତଙ୍କ ମନରେ ଗୋଟିଏ ନିତାନ୍ତ ଭ୍ରମ ଧାରଣା ଦୃଢ଼ମୂଳ ହୋଇ ରହିଯାଇଛି । ତାହା ହେଉଛି, କୋଶଲୀ ଭାଷା ଓଡ଼ିଆ ଭାଷାର ଗୋଟିଏ ଉପଭାଷା ଅଟେ । ଏହି ଭାବନାରେ ହିଁ କେହି ‘ଅବକ୍ଷୟିତ’ ଭାଷା କେହି ‘ପ୍ରାଦେଶିକ’ କେହି ‘ଆଂଚଳିକ’ ତ କେହି ଇଂରେଜୀ ପରାୟଣ ଏହାକୁ ‘ଊସବକ୍ଷରମଗ୍ଧ’ ବୋଲି କହିଥାନ୍ତି । ଏହା ଏତେ ଦୃଢ଼ ମୂଳ ଭାବେ ପ୍ରତିନିବିଷ୍ଟ ହୋଇଯାଇଛି ଯେ, ବାସ୍ତବତା, ଯୁକ୍ତିତର୍କ କିମ୍ବା ଭାଷାର ବିଭିନ୍ନ ବିଭାବ ପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା କେହି ଅନୁଭବ କରୁ ନାହାନ୍ତି । ବରଂ ନାନା କୁଯୁକ୍ତି ଦେଖାଇ କୋଶଳ ପ୍ରଦେଶକୁ ସବୁ ଦୃଷ୍ଟିରୁ ଓଡିଶାର ହିଁ ଗୋଟିଏ ପତିତ ବା ଊରଶରଦ୍ଭରକ୍ସବଗ୍ଧରୟ ଅଂଶ ଭାବେ ପରିକଳ୍ପିତ ବା ଚିତ୍ରିତ କରିଥାନ୍ତି ।
““Dialect: – A variety or form of a language peculiar to a district or class especially but not necessarily other than a thliterary or standard form. A peculiar manner of speaking” (Chambers- 20 Century Dictionary, Indian Edition – ୧୯୬୪) ଏହି ଦୃଷ୍ଟିରୁ ବିଚାର କଲେ ମଧ୍ୟ ଗୋଟିଏ ବିସ୍ତୃତ କ୍ଷେତ୍ରର ପ୍ରାୟଃ ଏକ କୋଟି ଜନତାର ଭାଷା କୌଣସି ମତେ ଉପଭାଷା ହୋଇ ପାରେନା । ଶ୍ରୀ ଗ୍ରୀଅରସନଙ୍କ ଧୋଖା ଖାଇବା କଥା ପୂର୍ବେ କୁହାଯାଇଛି ।
ଡଃ ପାଣିଗ୍ରାହୀଙ୍କ ମତ: “These two branches of Prachya Prakit met and mingled in orissa and formed a new language, which came to be known as Oriya” (Dr. K. C. Panigrahi-History of Orissa-1981) Mingled in Orissa I Came to be known as Oriya ରୁ ସ୍ପଷ୍ଟ ଯେ, କୋଶଲୀ ଭାଷା ବା ପ୍ରାକୃତ ନୂତନ ଉଦ୍ଭୁତ-ଭାଷାର ଗୋଟାଏ ଉପାଦାନ ହୋଇଥିଲେ ହେଁ ‘ତଦ୍ ବହି ଶ୍ଚ’ ଭାବେ ଏବେ ସୁଦ୍ଧା ବର୍ତ୍ତମାନ ।
ଡଃ ଚାଟ୍ଟାର୍ଜିଙ୍କ ମତ ଦେଖନ୍ତୁ : “When did the Aryan language Penetrate to Orissa ? We have spoken about the two routes of its passage from North India to this state, one from Magadha and West Bengal and the other from Kosala or Mahakosala.” (Dr. S. K. Chatterji, The People, Language and Culture of Orissa, Artaballabha Mahanti Memorial Lectures, first series, 1964 Page 20, Orissa Sahitya Academi-Publication-1960) କୌଣସି ବିଷୟର ପୂର୍ଣ୍ଣ ଜ୍ଞାନର ଦାବୀ କେହି କରିବା ଉଚିତ ନହେଲେ ମଧ୍ୟ ନିଷ୍ଣାତ ବିଦ୍ୱାନ ମାନଙ୍କ ଠାରେ ଶଙ୍କା କରିବା ସମୀଚୀନ ନୁହେଁ । ଯେଉଁ ବିଦ୍ୱାନ ମାନେ ଓଡ଼ିଆ ଭାଷାର ଉତ୍ପତ୍ତି ଆଦିର ଆଲୋଚନା ବା ଗବେଷଣା କରିଛନ୍ତି, ଯେ କୌଣସି କାରଣରୁ ହେଉ ସେମାନେ କୋଶଲୀ ଭାଷା-ବିଷୟକୁ ଏଡାଇ ନେବା ଉପଯୁକ୍ତ ହିଁ ହୋଇଛି, ଯେହେତୁ ଏହା ଗୋଟିଏ ସମ୍ପୂର୍ଣ୍ଣର୍ର୍ର୍ର୍ର୍ର୍ର୍ର୍ର୍ର୍ର୍ର୍ର୍ର୍ର୍ର୍ ଭିନ୍ନ ଭାଷା । ଯେଉଁମାନେ ବା ଉପର ତଥ୍ୟାବଳୀକୁ ମୋଟେ ଦୃଷ୍ଟି ପରିସରକୁ ନ ଆଣି ନାମ ମାତ୍ରକେ ଅଳ୍ପ ଓ ଅସମ୍ୟକ ଆଲୋଚନା କରି ନିସ୍ତାର ପାଇ ଯାଇଛନ୍ତି, ସେମାନେ ଜାଣି ବୁଝି ଏହା କରି ନ ଥିଲେ ହେଁ ଉପଭାଷାର ପୂର୍ବଗ୍ରହ ଗୃହୀତ ହୋଇ ‘ଗୋଶୃଙ୍ଗ ଗ୍ରାହିକା’ ନ୍ୟାୟରେ ଶିଂଘ ଧରି ଟାଣିଲେ ‘ଗାଈ ସହ ଲାଙ୍ଗୁଳ ତ ଆସିବ, ଲାଙ୍ଗୁଳ ଟାଣି କି ଲାଭ?’ ଭାବନାରେ ଅଭିନିବିଷ୍ଟ ଥିବା ଯୋଗୁଁ ବାସ୍ତବତାକୁ ଧରି ପାରିନାହାନ୍ତି । ନ ସତ୍ୟଂ ପକ୍ଷ ସଂଶ୍ରୟାତ୍ ।
ସୁର ଛିପେ ନହିଁ ବାଦଲ ଛାୟେ
ବାଦଲ ଯେତେ ନିବିଡ ଭାବେ ଢାଙ୍କିଥିଲେ ହେଁ ସୂର୍ଯ୍ୟର ଅସ୍ତିତ୍ତ୍ୱକୁ ଅସ୍ୱୀକାର କରାଯାଇ ନ ପାରେ । ବେଳେ ବେଳେ ଉଙ୍କି ମାରିଯାଏ ମଧ୍ୟ, ସେହିପରି ଗୋଟିଏ ଅଭିନିବେଶର ଘନାବରଣ ଆଡର ଆଲୋଚନା ରେ ସୁଦ୍ଧା ସତ୍ୟ ନିଜ ବଳରେ ଉଙ୍କି ମାରିଯାଏ ବା ସଙ୍କେତ କରିଯାଏ ।
ସମ୍ବଲପୁରୀ ଭାଷାକୁ ଅନୁଧ୍ୟାନ କରି, ଏହା ଅନେକାଂଶରେ ହିନ୍ଦୀ ଭାଷା ଦ୍ୱାରା ପ୍ରଭାବିତ ବୋଲି ମତ ଦେଲେ ମଧ୍ୟ ତାର ବାକ୍ରୀତି ଏବଂ ଶବ୍ଦ ଭଣ୍ଡାର ବହୁପରିମାଣରେ ମୌଳିକ ସଂପଦରେ ସମୃଦ୍ଧ । (ପ୍ରମୋଦ କୁମାର ଦାସ, ସପ୍ତର୍ଷି, ମେ ୧୯୮୨)
‘ଓଡିଆ ଭାଷାର ଉପଭାଷା’ ପୁସ୍ତକରେ ଶ୍ରୀ ସତ୍ୟନାରାୟଣ ରାଜଗୁରୁ “ଯେ କୌଣସି ଉପଭାଷା ର ପରିବର୍ତ୍ତିତ ଉଚ୍ଚାରଣ ରୀତି ଏବଂ ଶବ୍ଦ ପ୍ରୟୋଗ ଯେ କେବଳ ପଡୋଶୀ ଭାଷାମାନଙ୍କ ପ୍ରଭାବର ପରିଣତି- ତାହା ଠିକ ନୁହେଁ ବରଂ ତାହା ପୂର୍ବରୁ ଅଭ୍ୟସ୍ତ ପ୍ରାକୃତ ଭାଷାର ସ୍ୱରୁପ” ବୋଲି ସିଦ୍ଧାନ୍ତ କରିବା ଯୁକ୍ତି ଯୁକ୍ତ । ସମ୍ବଲପୁରୀ ଓଡିଆ ନାମରେ କୋଶଲୀ ଭାଷାର ଆଲୋଚନାରେ ଏପରି କହିଥିଲେ ହେଁ, ସେ ଏ ଭାଷାର ପ୍ରାକ୍ ପ୍ରାକୃତିକ ର ଅନୁସନ୍ଧାନ କରି ନାହାନ୍ତି । ଡ. ଖଗେଶ୍ୱର ମହାପାତ୍ର ତାଙ୍କ ଓଡିଆ ଲିପି ଓ ଭାଷା ପୁସ୍ତକରେ ଓଡିଆ ଭାଷାର ଉଦ୍ଭବରେ କୋଶଲୀ ଭାଷାର ଉପାଦାନତ୍ତ୍ୱ ଦେଖାଇଛନ୍ତି, ମାତ୍ର ମିଶ୍ରଣ ପରେ କୋଶଲୀ ଭାଷା ସଂପୂର୍ଣ୍ଣ ଉଭେଇ ଯାଇଥିବା ଦେଖାଇ ପାରିନାହାନ୍ତି, ଯେହେତୁ ସେ ଭାଷା ବର୍ତ୍ତମାନ ସୁଦ୍ଧା ଜୀବିତ । ସେହି କ୍ଷେତ୍ରକୁ କୋଶଳ କହି ଭାଷାକୁ ଓଡିଆ କହିବା ବିଡମ୍ବନା ନୁହେଁ କି ? (ଦ୍ର.ପୃ: ୧-୩)