ଭାଷା ବିଚାର
ଏହା ପୂର୍ବେ କୁହାଯାଇଛି ଯେ, ପ୍ରାକୃତ ଭାଷା ଶୂରସେନ ବା ମଥୁରା ଆଦି ପ୍ରଦେଶରେ ଯେଉଁ ରୂପ ଗ୍ରହଣ କଲା ତାକୁ ଶୌରସେନୀ ପ୍ରାକୃତ କହନ୍ତି । ଏହି ଶୌରସେନୀ ପ୍ରାକୃତ ପୂର୍ବକୁ ଗତିକରି ମଗଧରେ ପହଂଚି ମାଗଧୀ ପ୍ରାକୃତ ନାମରେ ଖ୍ୟାତହେଲା, କିନ୍ତୁ ଏହି ଦୀର୍ଘ ପଥରେ ଯାଉଁ ଯାଉଁ ମଝିରେ ସ୍ୱ ବିଲକ୍ଷଣ ବିଲକ୍ଷିତ ଗୋଟିଏ ରୂପନେଇ ସେଠାରେ ସ୍ଥିର ହୋଇଗଲା । ମଗଧ ଯିବାର ଅଧା ବାଟରେ ଏ ରୂପ ଗୃହୀତ ହୋଇ ଥିବାରୁ ଏ ପ୍ରାକୃତକୁ ଅର୍ଦ୍ଧ ମାଗଧୀ କହନ୍ତି । ପରେ ଏଥିରୁ ଯେଉଁ ଭାଷାମାନେ ବିକଶିତ ହେଲେ ସେମାନଙ୍କୁ ଅର୍ଦ୍ଧମାଗଧୀ ଗୋଷ୍ଠୀ କହନ୍ତି । ଆଧୁନିକ ଗବେଷକମାନେ ଏହାକୁ ପୂର୍ବୀ ହିନ୍ଦୀ ଗୋଷ୍ଠୀ କହନ୍ତି ।
କିନ୍ତୁ ପଶ୍ଚିମୀ ହିନ୍ଦୀ ଠାରୁ ଏହାର ବୈଲକ୍ଷଣର ସ୍ପଷ୍ଟତା ପାଇଁ ଏହାକୁ ଏବେ ଅନେକେ କୋଶଲୀ ଗୋଷ୍ଠୀ କହନ୍ତି । ଯେହେତୁ, ଏ ଗୋଷ୍ଠୀର ଭାଷାମାନ କୋଶଳ (ଉତ୍ତର ଓ ଦକ୍ଷିଣ) କ୍ଷେତ୍ରରେ ହିଁ ଆବଦ୍ଧ ରହିଛନ୍ତି । ସେମାନେ ହେଲେ ଅୱଧୀ, ବଘେଲଖଣ୍ଡୀ, ଛତୀଶଗଢୀ ଓ କୋଶଲୀ । ଅତି ନିକଟ ହେତୁ ଅୱଧୀ ଓ ବଘେଲଖଣ୍ଡୀ ର ପ୍ରଭେଦଅତି ସୂକ୍ଷ୍ମ ହେବାରୁ ଅନେକେ ଏହାକୁ ଅୱଧୀରେ ହିଁ ଅନ୍ତର୍ଗତ କରାନ୍ତି ଅଥବା ତାକୁ ଅୱଧୀ ର ହିଁ ଉପଭାଷା ବୋଲି କହନ୍ତି । ଅତଏବ ଏ ତିନି ଭାଷାର ଏକ କୋଷ୍ଠିକତା ପରିଶିଷ୍ଟରେ ପ୍ରଦତ୍ତ କୋଷ୍ଠକ ୧ ଓ ୨ରୁ ସ୍ପଷ୍ଟ ହେବ ।
ମଧ୍ୟ ପ୍ରଦେଶ ବସ୍ତର ଜିଲ୍ଲାର ଭତରୀ ମାନଙ୍କ ଭାଷାକୁ ଗ୍ରିଅରସନ ଓଡ଼ିଆର ଏକମାତ୍ର ଉପଭାଷା ବୋଲି କହିଛନ୍ତି । ସେତିକିରେ ସନ୍ତୁଷ୍ଟ ରହି ବର୍ତ୍ତମାନ ଯାଏଁ କେହି ଓଡ଼ିଆ ବା କୋଶଲୀ ପ୍ରେମୀ ଏହାର ବିସ୍ତୃତ ଆଲୋଚନା କି ଗମ୍ଭୀର ଅନୁଶୀଳନ କରିଥିବା ଜଣାନାହିଁ । ଏ ଅବହେଳାର ସୁଯୋଗ ନେଇ ଛତୀଶଗଡ ଼ର ଗବେଷକ ମାନେ ଏହାକୁ ଛତୀଶଗଢୀ ର ଅନ୍ତର୍ଗତ ବୋଲି ସିଦ୍ଧ କରିବାକୁ ଚେଷ୍ଟା କରୁଛନ୍ତି ଓ ଗ୍ରିଅରସନଙ୍କ ନିର୍ଣ୍ଣୟକୁ ଓଡ଼ିଆ ସ୍ଥିତ ଭତରୀଙ୍କ ଭାଷା ବୋଲି କହୁଛନ୍ତି (ଦ୍ରଷ୍ଟବ୍ୟ – ଭାଲଚନ୍ଦ୍ର ତୈଲିଙ୍ଗ ଓ ଅନ୍ୟମାନଙ୍କ ସନ୍ଦର୍ଭ) ଡ: ଖଗେଶ୍ୱର ମହାପାତ୍ର ମଧ୍ୟ ଏଥିପାଇଁ ପରିବେଦନା ପ୍ରକାଶ କରିଛନ୍ତି । (ଓଡ଼ିଆ ଲିପି ଓ ଭାଷା ପୃ: ୭୫)
ବସ୍ତରର ହଲବୀ ଭାଷାକୁ ସମସ୍ତ ଗବେଷକ ମରାଠୀ, ଛତୀଶଗଢ଼ୀ ଓ ଓଡ଼ିଆର ମିଶ୍ରିତ ରୂପ ବୋଲି କହିଥାନ୍ତି । ଏହା ବାସ୍ତବ ହେଲେ ମଧ୍ୟ ତାର ସମୂହ ରୂପ ଦେଖିଲେ କୋଶଲୀ ଭାଷା ହିଁ ଏଥିରେ ପ୍ରମୁଖ ଅଟେ ଓ ଏହାକୁ ଛତୀଶଗଢ଼ୀ ଓ ମରାଠୀ ମିଶ୍ରିତ କୋଶଲୀ ଭାଷା କହିଲେ ମଧ୍ୟ ଅତ୍ୟୁକ୍ତି କି ଅଯଥା ଦାବୀ ହେବ ନାହିଁ ହେଲେ, ଗଭୀର ଅଧ୍ୟୟନ ଓ ତୁଳନାତ୍ମକ ଉପସ୍ଥାପନ ଦ୍ୱାରା ଏହା କହିବାକୁ ବର୍ତ୍ତମାନ କେହି ନାହିଁ । ହଲବୀ ଓ କୋଶଲୀ ସଂପର୍କର କିଂଚିତ ଆଭାସ ପରିଶିଷ୍ଟରେ ପ୍ରଦତ୍ତ କୋଷ୍ଠକ ୪ ଓ ୫ ରୁ ମିଳିପାରିବ ।
ବର୍ତ୍ତମାନ ଏ ଭାଷାର ସ୍ୱତନ୍ତ୍ରତା ଓ ବ୍ୟାପକତା ସୂଚକ କେତେକ ବିଶେଷତାର ବିଚାର ନିମ୍ନରେ କରାଯାଇଛି ।
ରହ ଧାତୁ : ରହ ଧାତୁର ପ୍ରୟୋଗ ଓଡିଆରେ ମାତ୍ର ମୂଖ୍ୟ କ୍ରିୟା ରୂପେ ହୋଇଥାଏ ।
ଯଥା- ମୁଁ ଘରେ ରହୁଛି ।
ହରି କଲିକତାରେ ରହେ ।
ଘରେ ନ ରହନ୍ତି ଗଉଡେ (କେ:କୋ:) ଆଦି ।
କିନ୍ତୁ, କୋଶଲୀ ଭାଷାରେ ମୁଖ୍ୟ କ୍ରିୟା ଭାବେ କ୍ୱଚିତ ବ୍ୟବହୃତ ହେଲେ ହେଁ ସହାୟକ କ୍ରିୟା ରୂପେ ହିଁ ତାର ବ୍ୟବହାର ସମଗ୍ର କୋଶଲ ପ୍ରଦେଶରେ ବ୍ୟାପକ ରୂପେ ଦେଖାଯାଏା ଯଥା:
ହିନ୍ଦୀ- ମୈଁ ଜା ରହା ଥା ।
ବିହାରୀ- ହମ୍ ଜାତ ରହଲି ।
ଅୱଧୀ- ମୈଁ ଜାତ ରହେଉଁ (ରା: ଚ ମା:)
ଜସପୁରୀ- ମୁଇଁ ଯାଉ ରେଲି ।
କୋଶଲୀ- ମୁଇଁ ଯାଉ ଥିଲି ।
ଭତରୀ- ହୁଁ ଯାଉ ରଲି କୋରାପୁଟିଆ
(ଦେଶିଆ)- ମୁଇଁ ଜାଉ ରେଲି
ଦେବଭୋଗୀ- ମୁଇଁ ଯାଉ ରେଲି
ଅଟେ, ଆଏ: ସଂସ୍କୃତ ବୃତ୍ ଧାତୁର ପ୍ରାକୃତ ବଟ୍ଟେ, ବଟ୍ଟଇ ରୂପର ଓଡ଼ିଆ ରୂପ ହେଉଛି ଅଟେ ଓ ଅଟଇ । କୋଶଳ ପ୍ରଦେଶରେ ଏ ଉଭୟ ରୂପ ମୋଟେ ବ୍ୟବହୃତ ହୁଅନ୍ତି ନାହିଁ । ତତ୍ ପରିବର୍ତ୍ତେ ଆସ୍ (ଆଂପଂ) ଧାତୁର ରୂପ ଆସ୍ତେ > ଆସେସ୍ > ଆସେ > ଆହେ > ଆଏ > ଆଏ, ରୂପ ବ୍ୟବହାର କରାଯାଏ । ଅଟେ ସହ ଆଏ ର କୌଣସି ସଂପର୍କ ନାହିଁ । ଭତରୀ ଓ ହଲବୀ ଯାଏ ଏହାର ବ୍ୟବହାର ଅଛି ଯଥା: ମୋର ନାଁଓ ଟୁନୁ ଆୟ ।
ଅଛି, ଅଛେ : ଆପାତ ଦୃଷ୍ଟିରୁ ଅଛେ କୁ ଓଡିଆ ଅଛି ର କୋଶଲୀ ସଂସ୍କରଣ ବୋଲି କହି ଦିଆଯାଇପାରେ, କିନ୍ତୁ ଏହା ପ୍ରାମାଦିକ ଅଟେ । ସଂ ଅସ୍ (ଘଂ-ପଂ) ଧାତୁର ପ୍ରାକୃତ ଆବେଶ ଅଚ୍ଛ (ଅସ୍ତେରଚ୍ଛ, ପ୍ରାଂ ପ୍ରଂ ୧୨-୧୯)ର ଅଛଇ, ଅଛି ଆଦି ରୂପ ଓଡିଆରେ ପ୍ରଯୁକ୍ତ ହୁଏ । କିନ୍ତୁ ଏ ଅସ୍ ଧାତୁର ପ୍ରୟୋଗ କୋଶଲୀ ଭାଷାରେ ନାହିଁ । ତତ୍ ପରିବର୍ତ୍ତେ ସଂ ଆସ (ଆଂ) ଧାତୁର ପ୍ରଚଳନ ଅଛି । ପୂର୍ବୋକ୍ତ ଆଏ ଏହାର ଅନାବିଷ୍ଟ ସିଦ୍ଧ ପଦଆସ୍ତେର ପ୍ରାକୃତ ରୂପ ଅଟେ । ଆସ୍ ର ପ୍ରାକୃତ ଆଦେଶ ଆଚ୍ଛ୍ର ରୂପ ‘ଆଛେ’ ଅଟେ । ଯଥା ପ୍ରାକୃତରେ
ଣବ ମଂଜରି ଲିଜ୍ଜିଅ ବୁଅହ ଗାଛେ,
ପରି ଫୁଲ୍ଲିଅ କେସୁ ଣଅ ବଣ ଆଛେ
ଜଇ ଇତି ଦିଗଂତର ଜାଇହି କଂତା,
କିଅ ବମ୍ମହ ଣଥି କି ବସଂତା । । (ପ୍ରା.ପୈ, ୧୪୪)
ଅୱଧୀରେ ଯଥା:
ଆଗେ ମୁନିବର ବାହନ ଆଛେ
ରାଜ ସମାଜ ଜାଇ ପାଛେ । । (ରା.ଚ.ମା)
ବର୍ତ୍ତମାନ ସୁଦ୍ଧା ବଲାଙ୍ଗୀର, କଳାହାଣ୍ଡି, ଖଡିଆଲ ଆଦି ଅଂଚଳମାନଙ୍କରେ ବିଶେଷତଃ ଗାଁ ଗହଳର ଶୁଦ୍ରାଦି ପ୍ରଜାତିକ ଭାଷାରେ ଏହି ଅଛେ କ୍ରିୟାର, ଗଲା ଆଛେ, ଖାଏଲା ଆଛେ, ଘରେ ଆଛେ, ଆଦି ରୂପର ବ୍ୟବହାର ମାନ ରହିଛି :
ଭତରୀରେ ଯଥା – ମୋକେ ମୋର ଆୟା ପୋସଲୀ ଆଛେ । ଆଦି
ହଲବୀରେ ଯଥା – କାଏଁ ବିଚାର ଆଛେ । ଆଦି
ପ୍ରାକୃତରୁ ପଦ ବ୍ୟବସ୍ଥା ଉଠିଗଲା ପରେ ମଧ୍ୟ ଏହା ଆଛି, ଆହି ଆଦି ରୂପରେ ବିଦ୍ୟମାନ ଥିବା ଜଣାଯାଏ । ପରବର୍ତ୍ତୀ କାଳରେ ସମାଜର ଉଚ୍ଚସ୍ତର ବା ଶିକ୍ଷିତ ସମାଜରେ ସରଳୀ କରଣ ଯୋଗୁଁ ହେଉ ବା ଓଡିଆ ଅଛି ର ଅନୁକରଣରେ ହେଉ ଏହାର ରୂପ ‘ଅଛେ’ ହୋଇଯାଇଥିବା ଅନୁମେୟ ।
ଅୱଧୀରେ ଯଥା :
ମତି ଅତି ନିଚ ଉଁଚ ରୁଚି ଆଛି
ଚାହିୟ ଅମିୟ ଜଗ ଜୁରଇ ନ ଛାଛି
ପୁଛିୟ କିସ କହାଁକାର ଆହି । । (ରା.ଚ.ମା)
ତେବେ ଅୱଧୀରେ ମଧ୍ୟ ଏ ପ୍ରୟୋଗ ଲୁପ୍ତ ହୋଇ ଆସି ଏବେ ସଂପୂର୍ଣ୍ଣ ଲୋପ ପାଇଯାଇଥିବା ଜଣାଯାଏ ।
Ach (ଆଛ) appears to have been in frequently used in early Awadhi, but it is entirely absent in modern Awadhi. (B.R. Saksena Evolution of Awadhi, Page 238). We find three instances of “Achh” verb in Jayasi. ‘Achhi’ and ‘Achh’ (Page 333.)
ନିଷେଧ ଅବ୍ୟୟ : ନାହିଁ, ନାଇଁନ, ନା, ନି ମତ୍ ଆଦିର ପ୍ରୟୋଗ ପୂର୍ବୀ ବା ମାଗଧୀ ଗୋଷ୍ଠୀରେ କ୍ରିୟା ପରେ ପ୍ରୟୋଗ କରାଯାଏ । କିନ୍ତୁ କୋଶଲୀରେ ଏହା କ୍ରିୟା ପଦପୂର୍ବରେ ପ୍ରୟୋଗ ହୁଏ ଯଥା :
ହିନ୍ଦୀ – ମେଁ ନହିଁ ଜାତା
କୋଶଲୀ – ମୁଇଁ ନାଇଁ ଯାଏଁ ।
ବଙ୍ଗଳା – ଆମି ଯାଏବୋ ନା ।
ଓଡିଆ – ମୁଁ ଯିବି ନାହିଁ ।
କିନ୍ତୁ ବେଦଠାରୁ ଚାଲି ଆସୁଥିବା ଉତ୍ତରୀୟ ପରଂପରା ହୋଇଥିବାରୁ ଏହା କୋଶଲୀ ଭାଷାର ସ୍ୱୀୟତା ଓ ଗୋଷ୍ଠୀ ଅନୁରୂପତା ହିଁ ଅଟେ । ଯଥା:
‘ଏବା ମେ ପ୍ରାଣ ମାରିଷଃ, ଯସ୍ତନ୍ନ ବେଦକି ମୃଚା କରିଷ୍ୟତି’- ଆଦି ବେଦବାକ୍ୟ, ମା ନିଷାଦପ୍ରତିଷ୍ଟାଂ ତ୍ୱମଗମଃ, ନମେ ପାର୍ଥାସ୍ତି କର୍ତ୍ତବସ’- ଆଦି ଆର୍ଷ ବାକ୍ୟ, ମା ବ୍ରୁହି ଦୀନଂ ବଚଃ, ମା କୁରୁ ଧନ ଜନ ଯୌବନ ଗର୍ବମ- ଆଦି ମହାଜନ ବାକ୍ୟ, ତାସୁ ଜଣଣୀ କିଂ ଣ ଥକ୍କଉବଙ୍କାଭ (ପ୍ରାଂ ପୈଂ)- ଆଦି ପ୍ରାକୃତ ବାକ୍ୟ, ଗାଗର ଛୂବ ନ ଦେଇ (କବୀର), ନହିଁ ଜାନଉଁ କଛୁ ଅଉରୁ କବାରୁ (ରାଂ ଚଂ ମାଂ) ଆଦି ଏହାର ପ୍ରକୃତ ଦୃଷ୍ଟାନ୍ତ । ଏ ଦୃଷ୍ଟିରୁ ଏହାକୁ ମାତ୍ର ହିନ୍ଦୀର ପ୍ରଭାବ କହିଦେବା ଏକଦେଶଦର୍ଶିତା ହିଁ ଅଟେ । ବାକ୍ୟରେ ବଳାଧାନ ବା କବି ସ୍ୱାତନ୍ତ୍ର୍ୟରେ ଅନ୍ୟଥା ପ୍ରୟୋଗ ନିଷିଦ୍ଧ ନ ହେଲେ ସୁଦ୍ଧା ଏହା ସାଧାରଣ ବ୍ୟବହାର ନୁହେଁ ।
ଅକାରର ଅନୁଚ୍ଚାରଣ : ସମସ୍ତ ବିଦ୍ୱାନ ମାନେ ପଦାନ୍ତସ୍ଥିତ ଓ ସ୍ୱରାଘାତ ସ୍ଥାନୀୟ ‘ଅ’ କାରର ଅନୁଚ୍ଚାରଣକୁ ହିନ୍ଦୀର ପ୍ରଭାବ କହିଥାନ୍ତି ଓ ଏହାର ସ୍ପଷ୍ଟତା ପାଇଁ ବା ଓଡିଆ ଠାରୁ ଏହାର ଭିନ୍ନତା ପାଇଁ ହଲନ୍ତ ଚିହ୍ନର ପ୍ରୟୋଗ କରିଥାନ୍ତି । କୋଶଲୀ ଭାଷାର ଏହା ସ୍ୱ ଗୋଷ୍ଠୀ ପୂର୍ବୀ ହିନ୍ଦୀର ଅନୁରୂପ ସ୍ୱାଭାବିକ ହୋଇ ଥିବାରୁ ହଲନ୍ତ ଚିହ୍ନର ଆବଶ୍ୟକତା ନାହିଁ । ହିନ୍ଦୀ, ବଙ୍ଗଳା, ଅସମିଆ କିମ୍ବା ମହାରାଷ୍ଟ୍ରୀ ଆଦିରେ ଏ ଅନୁଚ୍ଚାରଣ ଥିଲେ ହେଁ କେହି ହଲନ୍ତ ଚିହ୍ନ ଦିଅନ୍ତି ନାହିଁ । ଭାଷା ଜ୍ଞାନର ଏହା ଗୋଟିଏ ଅଙ୍ଗ ହୋଇଥିବାରୁ ଅନ୍ୟ ଭାଷା ଭାଷୀକୁ ଶିକ୍ଷା ଦେବା ପାଇଁ ଏହା କରାଯାଇପାରେ । ସାଧାରଣ ଲିଖନରେ ଆବଶ୍ୟକତା ନାହିଁ । ଉଚ୍ଚାରଣ ହେଉ ନ ଥିଲେ ହେଁ ଏହା ଲୋପ ନୁହେଁ । ଗୀତ ଆଦିରେ କିମ୍ବା ସ୍ୱରାଘାତର ସ୍ଥାନ ପରିବର୍ତ୍ତନରେ ଏହା ସ୍ୱତଃ ଉଚ୍ଚାରିତ ହୁଏ ।
ଯଥା- ରାମ୍ ଓ ରାମର୍ । ଆମର ଘରେ ଅଛେ ଦୁର୍ପତି ଝିଅ ତଥା ଆମର ପରାକେ ନାଇଁ ଯିବ ବୁଲିରେ । … … ଆଦି ।
ଦନ୍ତ୍ୟ ଓ ମୂର୍ଦ୍ଧନ୍ୟ ନ : ପ୍ରାୟଃ ସମସ୍ତେ କୋଶଲୀ ଭାଷାର ଦନ୍ତ୍ୟ ଉଚ୍ଚାରଣକୁ ଓଡିଆ ମୂର୍ଦ୍ଧନ୍ୟ ଉଚ୍ଚାରଣର ଅପଭ୍ରଂଶ ବୋଲି କହିଥାନ୍ତି । ଏହା ସଂପୂର୍ଣ୍ଣ ଭ୍ରମାତ୍ମକ ଓ ଏକଦେଶଦର୍ଶିତା ଅଟେ । ପ୍ରାକୃତ ରେ ‘ନୋଣଃ ସର୍ବତ୍ର’ (ପ୍ରା- ପ୍ରଂ ୨-୪୨) ସୂତ୍ର ଅନୁଯାୟୀ ବନ ଆଦି ସ୍ୱାଭାବିକ ଦନ୍ତ୍ୟ ସ୍ଥାନରେ ମଧ୍ୟ ମୂର୍ଦ୍ଧନ୍ୟ ଉଚ୍ଚାରଣ ହୋଇଥାଏ । କିନ୍ତୁ ପୈଣାଚିକ ପ୍ରାକୃତର ‘ଣୋନଃ’ (ପ୍ରାଂ ପ୍ରଂ ୧୦-୫) ସୂତ୍ର ସମଗ୍ର ଗାଙ୍ଗେୟ ଉପତ୍ୟକାରେ ଅସମିଆ ପର୍ଯ୍ୟନ୍ତ ଚଳୁଥିବାରୁ ଓ କୋଶଲୀ ବା ପୂର୍ବୀ ହିନ୍ଦୀ ଏହି କ୍ଷେତ୍ରରେ ପଡୁଥିବାରୁ ସମଗ୍ର ଦକ୍ଷିଣ କୋଶଳରେ ମଧ୍ୟ ତାହା ହିଁ ଅନୁସୃତ ହେଉଛି । ନିମ୍ନ ଉଦ୍ଧୃତି ଏ ପରିପ୍ରେକ୍ଷୀରେ ଅବଧେୟ:
ब्रजभाषा में तो पूबाी भाषाओं की तरह (उfडया को छोडकर) मुध&न्य ण fमलता ही नहीं-वेÀवल तत्सम शव्दों में पद मध्य में यह पाया जाता है । fकन्तु वहां भी उच्चारण शुद्ध प्रfतवेfष्टत न होकर वत्स्य& कोfट का होता है ।’ (ँ. ए. न्न्ब्&ीे प्रां पै. व्यास्व्या, fद्वं भां, पृष्ट 235.)
The cerebral ‘n. now lost in the Ganges Valley east of the Punjab using dialects of western Hindi (It is not found now in Hindustani or Khariboli, in Braj, Kanauj and in Bundeli, in the Kosali dialects, in the Bihari dialects in Bengali and Assamese. It is still present in Oriya, in Punjabi, in Rajasthani, in Gujarati, Sindhi and in Marathi) appear to have been present as a living sound in old Koshali of the “uktivyakti”. (Dr. S. K. Chatterjee ‘uktivyakti’ (study) Sec 27, Page-14) B. S. Vyas ବ୍ୟାଖ୍ୟାରେ ଉଦ୍ଧୃତ Part II, Page 136, 137
ଲ କାର : ପ୍ରତିବେଷ୍ଟିତ ମୂର୍ଦ୍ଧନ୍ୟ ‘ଳ’ ର ଉଚ୍ଚାରଣ ଓଡିଆ ବ୍ୟତିରେକେ ମହାରାଷ୍ଟ୍ରୀ ଗୁଜରାତୀ, ରାଜସ୍ଥାନୀ, ହରିଆଣୀ ଆଦିରେ ଥିଲେ ହେଁ ଗାଙ୍ଗେୟ ଉପତ୍ୟକାର ମୂର୍ଦ୍ଧନ୍ୟ ‘ଣ’ କାର ସାଙ୍ଗେ ତଦ୍ଗୋଷ୍ଟୀକ ଦକ୍ଷିଣ-କୋଶଳର ଭାଷାମାନଙ୍କରୁ ମଧ୍ୟ ଉଭେଇ ଯାଇଛି । ଏଣୁ କୋଶଲୀକୁ ଉପଭାଷା ଭାବି ଏହାକୁ ମୂଳ ଭାଷାରୁ ବିଚ୍ୟୁତି ଭାବିବା, ସମ୍ୟକ ଅବଧାରଣା ନୁହେଁ ।
ଯ କାର : କୋଶଲୀ ଭାଷାରେ ମଧ୍ୟ ବ୍ରଜଭାଷା ଅୱଧୀ ଆଦିପରି ଅନ୍ତ୍ୟସ୍ଥ ‘ଯ’ କାର ପରିବର୍ତ୍ତେ ବର୍ଗ୍ୟ ‘ଜ’ ର ହିଁ ଉଚ୍ଚାରଣ ହୁଏ । ଓଡ଼ିଆ ଅନୁକରଣରେ ଯୋଗୀ, ଯଜ୍ଞ, ଯୁବା, ଯମୁନା ଆଦି ଲେଖି ଦେଉଥିଲେ ମଧ୍ୟ ଉଚ୍ଚାରଣ ‘ବର୍ଗ୍ୟ’ ହିଁ ହୋଇଥାଏ । ଏହା ମଧ୍ୟ ସ୍ୱ ବର୍ଗ ତୁଲ୍ୟ ହୋଇଥିବାରୁ ଓଡିଆରୁ ଅବକ୍ଷୟିତ ନୁହେଁ ।
ଅପିନିହିତି : ଏହା ଆଧୁନିକ ଭାଷା ଶାସ୍ତ୍ରର ଗୋଟିଏ ବିଶେଷ ଉପଲବ୍ଧି । ଏହାର ସଂକ୍ଷିପ୍ତ ପରିଭାଷା ହେଉଛି- “ଓଦ୍ଭଗ୍ଦରକ୍ସଗ୍ଧସକ୍ଟଦ୍ଭ କ୍ଟଲ ବ କ୍ଷରଗ୍ଧଗ୍ଧରକ୍ସ କ୍ଟକ୍ସ ବ ଗ୍ଦଚ୍ଚକ୍ଷକ୍ଷବଭକ୍ଷର ଙ୍ଗସଗ୍ଧଷସଦ୍ଭ ବ ଙ୍ଗକ୍ଟକ୍ସୟ, ଭାଷା ଶାସ୍ତ୍ର ମାନଙ୍କରେ ଏହାର ବିସ୍ତୃତ ଆଲୋଚନା ଥିଲେ ହେଁ, ଏଠି ଅଳ୍ପରେ ତାହା ସମ୍ଭବ ନୁହେଁ । ଓଡିଆରେ ସମସ୍ତ ସ୍ୱରର ସ୍ପଷ୍ଟ ଉଚ୍ଚାରଣ ହେଉଥିବାରୁ ଏ ପ୍ରକ୍ରିୟା ଦେଖାଯାଏ ନାହିଁ । କୋଶଲୀ ଭାଷାରେ ବିଶେଷ କରି ଶବ୍ଦର ପରଭାଗରେ ହାର କାର୍ଯ୍ୟକାରିତା ସ୍ପଷ୍ଟ ଲକ୍ଷଣୀୟ ଯଥା: ପାନି-ପାଏନ, ଦାଲି-ଦାଏଲ, ନଦୀ-ନଏ, ଧୂଳି-ଧୁଇ, ବଢି- ବୁଏଡ, ଘୁଁସ-ଘୁଁଇ, ଦୋଳି-ଦୁଏଲ, କୋଡି-କୁଏଡ, ଗାଳି-ଗୁଏଲ, ପାରିଧି-ପାରେତ୍, ମାନ୍ୟ-ମାଏନ, ଅନ୍ୟ-ଅଏନ, ଶଲ୍ୟ-ଶଏଲ, ଲାବଣ୍ୟ-ଲଏବାନ ଆଦି । ବଚନ-ବୈନ, ନୟନ-ନୈନ, ଗଲି-ଗୈଲ, ଚ୍ଛଲୀ-ଛୈଲ ଆଦି ହିନ୍ଦୀରେ ମଧ୍ୟ ଦେଖାଯାଏ । ଏହା ସ୍ପଷ୍ଟତଃ କୋଶଲୀ ଭାଷାର ପାରିବାରିକ ସୂଚନା ଅଟେ । ଏହାକୁ ଓଡିଆର ଆଂଚଳିକ ବୈଶିଷ୍ଟ୍ୟ ଭାବିବା ଉଚିତ ନୁହେଁ, ଯେହେତୁ ଏହା ଓଡିଆର ପରଂପରା ନୁହେଁ । ଏ ସବୁ ବ୍ୟତୀତ ଭାଷା ଭିନ୍ନତା ସୂଚକ ନିମ୍ନ ବିଭାବମାନଙ୍କ ପ୍ରତି ମଧ୍ୟ ଦୃଷ୍ଟି ଦେବା ଉଚିତ ।
୧ । ସଂସ୍କୃତ ଶବ୍ଦର ପ୍ରାକୃତ ବିକଳ୍ପମାନଙ୍କ ଅଲଗା ପ୍ରୟୋଗ ଯଥା-
ସଂ- କିମ, ପ୍ରାଂ-କାଇଁ, କବଣ, କିସ, ଓଡିଆ- କେବଣ, କିସ, କୋଶଲୀ-କାଏଁ ।
ସଂ- ରୁହ୍ + ଣିତ- ରୋହୟତି, ରୋପୟତି ଓଡିଆ-ରୋଇବା, କୋଶଲୀ-ରୋପିବା
୨ । ଗୋଟିଏ ଧାତୁ ଶବ୍ଦର ସାଧ୍ୟ ବା ସିଦ୍ଧ ଅବସ୍ଥାରୁ ବ୍ୟୁତ୍ପନ୍ନ ଏକାର୍ଥକ ଭିନ୍ନ ଶବ୍ଦ ଯଥା-
ସଂ- ବପ୍ତା, ପ୍ରାକୃତ- ବପ୍ପା, ଓଡିଆ- ବାପା ।
ସଂ- ବପ୍ତୃ, ପ୍ରାକୃତ- ବପ୍ପୁ – କୋଶଲୀ- ବପ୍ପୁ > ବୁପ୍ପା > ବୁଆ ।
ସଂ- ଭଗିନୀ- ପ୍ରାକୃତ- ଭଇନୀ, ଓଡିଆ- ଭଉଣୀ, କୋଶଲୀ- ବହନୀ
୩ । ଗୋଟିଏ ଧାତୁ ବା ଶବ୍ଦ ନିଷ୍ପନ୍ନ ଏକାର୍ଥକ ପ୍ରାକୃତ ଆଦେଶର ପୂର୍ବାପର ଅବସ୍ଥାର ପ୍ରୟୋଗ ଯଥା-ସଂ-ମୁଦ୍ ସଂସର୍ଗେ ଧାତୁରୁ- ପ୍ରାକୃତ – ମୁଜ, କୋଶଲୀ-ମୁଜବା, ଓଡିଆ- ବୁଜିବା । ସଂ-କରକ, ପ୍ରାକୃତ- କରଆ, କୋଶଲୀ- କରା, ଓଡିଆ- କୁଆ (ପଥର) ।
୪ । ଭିନ୍ନ ଧାତୁ ବା ଶବ୍ଦ ନିଷ୍ପନ୍ନ ଭିନ୍ନାର୍ଥକ ସମଶ୍ରୁତିକ ଭିନ୍ନ ଶବ୍ଦ ଯଥା : କୋଶଲୀ- କ୍ରିଣ୍, ଦ୍ରବ୍ୟ ବିନିମୟରେ ‘ଘିଣ’ ଆଦେଶରେ ଘିନବା । ଓଡିଆ- ଘିଣି ଗ୍ରହଣେ ଧାତୁରୁ ଘେନିବା-ଗ୍ରହଣ କରିବା । କୋଶଲୀ- ଓହଲବା- ଅବ + ହ୍ୱଲ ଗତୈରୁ ପାଣିରେ ଦୂରକୁ କିମ୍ବା ପ୍ରବାହରେ ତଳକୁ ଭାସିଯିବା, ଓଡିଆ-ଓହଳିବା-ଅବ + ରୂହ ଧାତୁରୁ ତଳକୁ ଲମ୍ବି ଆସିବା
୫ । ଏକାର୍ଥକ-ଭିନ୍ନ ବ୍ୟୁତ୍ପନ୍ନ-ଭିନ୍ନ ଶବ୍ଦ ଯଥା: କୋଶଲୀ- ଜ୍ୟୋତିଃ ରୁ ‘ଜୁଏ’, ଓଡିଆ ଅଗ୍ନିରୁ ‘ନିଆଁ’ କୋଶଲୀ- ଶ୍ମଶ୍ରୁରୁ ‘ମେଛା’, ଓଡିଆ-‘ନିଶ’ କୋଶଲୀ- କୃଷ୍ ବିଲେଖନେ ରୁ-‘କସ୍ନା’ ଓଡିଆ- ଫଳା ବିଶରଣେରୁ-‘ଫାଳ’
୬ । ଭ୍ରମୋପାଦକ ଶବ୍ଦ କେତେକ ଶବ୍ଦ ଏକା ମୂଳରୁ ଆସିଥିବାରୁ ବର୍ତ୍ତମାନ ରୂପରେ ଏକା ଭାଷାର ଭିନ୍ନ ଉଚ୍ଚାରଣ ପରି ଦିଶନ୍ତି, କିନ୍ତୁ ଉଭୟଙ୍କ ବ୍ୟୁତ୍ପତ୍ତି କ୍ରମ ଭିନ୍ନ ହୋଇଥିବାରୁ ଭିନ୍ନ ଭାଷାର ଶବ୍ଦ ବୋଲି ଜଣାଯାନ୍ତି ଯଥା- ସଂ- ବିବାହ, ପ୍ରାକୃତ- ବିଆହ, କୋଶଲୀ-ବିହା, ଓଡିଆ-ବାହା ସଂ-ପ୍ରଥମ, ପ୍ରାକୃତ- ପଢମ, କୋଶଲୀ – ପର୍ହୁଁଆଁ,ଓଡିଆ-ପୋଢୁଆ (ବା ପୋଢୁଅଁ)
୭ । ସ୍ୱକୀୟ ମୂଳରୁ ବ୍ୟୁତ୍ପନ ଶବ୍ଦାବଳୀ ଯଥା- ନିତ୍ୟାନି, ଇଲା, ବିନୋ ବା ବେନୁଆ, ଅନ୍ଧାନ.. ଆଦି
୮ । ଅର୍ଥ ପ୍ରକାଶନରେ ଭିନ୍ନତା ଯଥା- କୋଶଲୀ- ଜର ଆନୁଛେ, ଓଡିଆ- ଜର ଆସୁଛି । କୋଶଲୀ- ପାଏନ ମାରୁଛେ, ଓଡିଆ-ପାଣି ବରଷୁଛି । କୋଶଲୀ- ସକାଲ ପାଏଲା, ଓଡିଆ- ରାତି ପାହିଲାଣି ..ଆଦି ।