ଶ୍ରୀ ଶ୍ରୀ କୋଶଲନାଥଂକ ନାମରେ କୋଶଲ୍ବାସୀ ଓ କୋଶ୍ଲୀ ଭାଷୀଂକ ଉଦ୍ଦେଶ୍ୟରେ ଉତ୍ସର୍ଗୀ କୃତ
ଓଁ କୋଶଲନାଥାୟ ନମଃ
ପ୍ରାକ୍କଥନ
ଗତ ପାଂଚ ବର୍ଷ ପୂର୍ବେ ‘ଓଡି଼ଶା ଲେଖକ ସାମ୍ମୁଖ୍ୟ’ ଦ୍ୱରା ଭୂବନେଶ୍ୱର ଠାରେ ଭାଷା ସମ୍ବନ୍ଧୀୟ ଗୋଟିଏ ସଂଗୋଷ୍ଠୀ(ସେମିନାର)ର ଆମନ୍ତ୍ରଣ ପାଇ ସେଠାରେ ଉପସ୍ଥାପିତ କରିବା ଉଦ୍ଦେଶ୍ୟରେ ଏ ପ୍ରବନ୍ଧଟି ଲେଖା ହୋଇଥିଲା । ଦୁଃଖର କଥା ମୁଁ ସେଠାରେ ପହଞ୍ôଚ ତା ସ୍ଥକିତ ହୋଇ ଥିବାର ଜାଣିଲି । ସାମ୍ମୁଖ୍ୟର ସଭାପତି ଶ୍ରୀ ସାତକଡି଼ ହୋତାଙ୍କୁ ଏ ବିଷୟ ଜଣାଇ ବାରୁ ସହୃଦୟତା ପୂର୍ବକ ସେ ସଂଧ୍ୟ୍ୟାବେଲେ ଗୋଟିଏ କ୍ଷୁଦ୍ର ମିଳନରେ ଏହାକୁ ପାଠ କରିବା ପାଇଁ ରବୀନ୍ଦ୍ର ମଣ୍ଡପର ଗୋଟିଏ କମରାରେ ବ୍ୟବସ୍ଥା କଲେ । ସେଠାରେ ତାଙ୍କ ବ୍ୟତୀତ ତିନି ଚାରି ଜଣ ମାତ୍ର ଜିଜ୍ଞାସୁ ଉପସ୍ଥିତ ଥିଲେ । ତନ୍ମଧ୍ୟେ ଜଣେ ଖ୍ୟାତନାମା ଓଡ଼ିଆ ଲେଖକ ବି ଥିଲେ । ପ୍ରବନ୍ଧ ପାଠର ଅଳ୍ପ ସମୟ ପରେ ଉକ୍ତ ମହାଶୟ ଏହାକୁ ପୃଥକ୍ତାବାଦ କହି ସର୍ବ ସୌଜନ୍ୟ ତ୍ୟାଗ ପୂର୍ବକ ଘୋର ବିରୋଧ କରି ପଢ଼ିବାକୁ ଦେଲେ ନାହିଁ । ଶେଷରେ ଶ୍ରୀ ହୋତା ଖିନ୍ନ ଚିତ୍ତରେ ମିଳନ ସାଙ୍ଗ କରି ଦୟା ପୂର୍ବକ ରାତିରେ ମୋତେ ନିଜ ଗାଡ଼ିରେ ମୋ ବସାରେ ଛାଡି଼ ଦେଲେ । ସେହି ସଂଗୋଷ୍ଠୀ ଆଉ ହୋଇ ନାହିଁ । ଭାଷା ଚେତନାର ଉନ୍ମେଷ ସର୍ବ ଭାରତୀୟ ସ୍ତରରେ ହେଉ ଥିବାରୁ କୋଶଳ ଅଂଚଲ ମଧ୍ୟ ବାଦ ପଡୁନାହିଁ । ଏଠାରେ ମଧ୍ୟ କିଛି ଚାଞ୍ଚଲ୍ୟ ଦେଖା ଦେଇଛି । ଅନ୍ୟାନ୍ୟ ଛୋଟ ଗୋଷ୍ଠୀର ଭାଷାମାନଙ୍କ ଉନ୍ନୟନ ପାଇଁ ସରକାର ନିଷ୍ଠାର ସହିତ ସଚେଷ୍ଟା ଥିଲା ବେଲେ ଏ ବୃହତ୍ ଅଂଚଳର ଭାଷା ପ୍ରତି ବିରୋଧର ଉଦ୍ଦେଶ୍ୟ ସ୍ପଷ୍ଟ । ଏ ପରିପ୍ରେକ୍ଷୀରେ ଏ ଚାଞ୍ଚଲ୍ୟ ସ୍ୱାଭାବିକ । କୋଶଲୀ ଭାଷୀଙ୍କ କ୍ଷୀଣ ସଂଚେତନା, ସଂଗଠନର ଅଭାବ ଓ ଅଂଚଳ ବିଶେଷର ଆତ୍ମଘାଚୀ ସଂକୀର୍ଣ୍ଣତାରେ ମୁହ୍ୟମାନ ଥିଲାବେଲେ ସରକାରୀ ବେସରକାରୀ ପ୍ରବଳ ବିରୋଧର ସମ୍ମୁଖୀନ ହେଉଥିବା ଏ ଭାଷାର ଦୁର୍ଦ୍ଦଶା ଅକଥନୀୟ । ‘ଓଙ୍ଗି଼ଶା ସାହିତ୍ୟ ଏକାଡେମୀ’ ‘ଓଡ଼ିଆ ଉପଭାଷା’ ( ଶ୍ରୀ ସତ୍ୟନାରାୟଣ ରାଜଗୁରୁ, ୧୯୮୨) ଓ ‘ପଶ୍ଚିମ ଓଡି଼ଶାର କଥିତ ଓଡି଼ଆ ଭାଷା’ (ଶ୍ରୀ ଗୋପବନ୍ଧୁ ରଥ, ୧୯୮୮) ଏ ଦୁଇଟି ସୋଦ୍ଦେଶ୍ୟ ବରାଦୀ ପୁସ୍ତକ ଓ ଶ୍ରୀ ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ସଂଗୃହୀତ ‘କୋଶଲୀ ଶବ୍ଦ କୋଷ’ କୁ ‘ସମ୍ବଲପୁରୀ ଓଡି଼ଆ ଶବ୍ଦ କୋଷ’ ନାମରେ ପ୍ରକାଶିତ କରିବା ଦ୍ୱାରା ଏ ଭାଷାକୁ ସ୍ପଷ୍ଟ । ଶ୍ରୀ ସୁରେନ୍ଦ୍ର ନାଥ ଶତପଥୀ, ସଂପାଦକ, ଓଡି଼ଶା ସାହିତ୍ୟ ଏକାଡେମି, ଏହା ବହୁ ବର୍ଣ୍ଣରେ ରଂଜିତ ଓଡି଼ଆ ଭାଷାର ଆଉ ଗୋଟିଏ ବର୍ଣ୍ଣାଢ଼୍ୟ ଅଭିବ୍ୟକ୍ତି ଛଡ଼ା ନଶ୍ଚୟ ଆଉ କିଛି ନୁହେଁ କହି ଏକା ଚୋଟରେ ବଳି ପଶୁର ବେକ ପରି କଥା ଛିଣ୍ଡାଇ ଦେଇଛନ୍ତି । ଏ ପ୍ରବଳ ବିରୋଧ ସମ୍ମୁଖରେ ସମ୍ବଲପୁରୀ ବାଦୀ କତିପୟ ବୁଦ୍ଧିଜୀବୀଙ୍କ ‘ପଲଲାଗ୍ନି ବିକ୍ଷୋଭ’ ଅକିଞ୍ଚିତ କର ମାତ୍ରା ନିଷ୍ଠାପର କର୍ମୀ ଓ ସଂଗଠନର ଅଭାବରୁ ଏହା ଏକ ଆନ୍ଦୋଳନ ଭାବେ ଗତି ବେଗ ପାଇ ପାରୁ ନ ଥିଲେହେଁ ଭବିଷ୍ୟତ ସୂଚନା ତ ମିଳୁଛି ହିଁ । ପୂର୍ବ ପଟର ଏ ଅବ୍ୟସ୍ତତା ଭିତ୍ତିକ ଶ୍ରେଷ୍ଠଂମନ୍ୟତା ଜନିତ ବିରୋଧ ଓ ପଶ୍ଚିମ ପଟର କ୍ରମ ଜାଗ୍ରତ ଭାଷା ଚେତନାର ଟଣା ଓଟରା ରାଜ୍ୟର ସଂହିତ ଓ ସାମଂଜସ୍ୟ ପ୍ରତି ଯେ ବିପଦସୃଷ୍ଟି କରିବ ଏହି କହିବା ବାହୁଲ୍ୟ ମାତ୍ର । ସଂପ୍ରତି ଭାରତର ଅନ୍ୟତ୍ର ଚାଲିଥିବା ମୁଖ୍ୟତଃ ଭାଷା ଭିତ୍ତିକ ଅସ୍ୱସ୍ତିକର ହଲଚଲକୁ ଦୃଷ୍ଟି ପରିସରରେ ରଖି ଦମନ ବା ନିଷ୍କସନ ମନୋଭାବକୁ ପରିହାର କରି ସହିଷ୍ଣୁତା ସମତା ଓ ସହୃଦୟତା ସହ ବାସ୍ତବତାର ସ୍ୱୀକୃତି ଓ ସମ୍ମାନ ପୂର୍ବକ ଏ ଭାଷାର ଉଦ୍ଧାର ଓ ଉନ୍ନୟନ ହିଁ ଏକ ମାତ୍ର ପନ୍ଥା । ‘ଆରୋପିତ ଭୃଭିରମଷଣା କ୍ଷିଭିଃ’ ସମ୍ମଖୀନ ନ ହୋଇ ‘ଅନ୍ୟୋଽନ୍ୟସ୍ନୈ ବଲଗୁ ବଦନ୍ତ ଏତ’ ନୀତି ଧରିବା ଉଚିତ । ‘ବିବିଧତାରେ ଏକତା’ ଆମର ରାଷ୍ଟ୍ରୀୟ ମୂଳ ମନ୍ତ୍ରର ଏହାହିଁ ନିର୍ଦ୍ଦେଶ । ଏ ପରିସ୍ଥିତିରେ କୋଶଲୀ ଭାଷାର ବାସ୍ତବତାର ସମ୍ୟକ୍ ଜ୍ଞାନ ଉଭୟ ପକ୍ଷ ପାଇଁ ଅପରିହାର୍ଯ୍ୟ । ଏଥିରେ ଏ ପ୍ରବନ୍ଧ ଯଥେଷ୍ଟ ସାହାଯ୍ୟ କରି ପାରିବାର ଆଶା ରହିଛି । ମୁଁ ଗତ ପ୍ରାୟଃ ପାଞ୍ଚ ବର୍ଷ ହେବ ସନ୍ତତ ରୁଗଣ ଓ ଆପାତତଃ ଶଯ୍ୟା ଶାୟୀ ରହୁଥିବାରୁ କୋଶଲୀ ଭାଷାର କିଛି ନୂତନ ଦିଗର ଆଲୋଚନା କରି ପାରୁନାହିଁ । ବାସ୍ତବତାର ସମ୍ୟକ ବିନା ନିଚ୍ଛକ ଉତ୍ତେଜନା ଦ୍ୱାରା କୌଣସି ସତ୍ ଲକ୍ଷ ପ୍ରାପ୍ତ କରାଯାଇ ନ ପାରେ । ବିରୋଧର ଭିତ୍ତି ମଧ୍ୟ ବାସ୍ତବତା ହେବା ଉଚିତ । ମୋର ଏ ଅସହାୟ ଅବସ୍ଥାରେ ଏ ପ୍ରବନ୍ଧର ସଂପାଦନା ଓ ପ୍ରକାଶନର ବ୍ୟବସ୍ଥା ସ୍ୱତଃ ପ୍ରବୃତ୍ତ ହୋଇ ମୁଣ୍ଡାଇ ଥିବାରୁ କୋଶଲ ଭାରତୀର ପରମ ସେବକ ଡ଼: ଦୋଳଗୋବିନ୍ଦ ବିଶୀ ଅତ୍ୟନ୍ତ ଆତ୍ମୀୟ ସହଯୋଗୀ ସୁହୃଦ୍ ହୋଇ ଥିଲେ ମଧ୍ୟ ମୋର କେତେ ଗଭୀର କୃତଜ୍ଞତାର ଭାଜନ ହୋଇଛନ୍ତି ତାହା ପ୍ରକାଶ କରିବାରେ ମୁଁ ଅକ୍ଷମ । କୋଶଲାୟନ ସଂସ୍ଥା ଏହାର ପ୍ରକାଶନ ଭାର ଗ୍ରହଣ କରିଥିବାରୁ କେବଳ ମୋର ନୁହେଁ ବରଂ ସମଗ୍ର କୋଶଲ ଭାଷୀଙ୍କ ଧନ୍ୟବାଦାର୍ହ ।
କୋଶଲ ଭାରତୀ ଜୟତୁ! କୋଶଲ ଭାରତୀ
।। ଇତି।।
ଶ୍ରୀ ପ୍ରୟାଗଦତ୍ତ ଜୋଷୀ
ବିଦ୍ୱତ୍ ବିଧେୟ ଖଡ଼ିଆଳ