କଲେଜ ଛାଡ଼ଲା ଉତାରୁଁ ସିରବଛ ଗୁଟେ ନାମକରା ଫଟୋଗ୍ରାଫର ହେବାର ସପନ ଦେଖସି । ପାଁଚ ହଜାର୍ ଟଁକାର୍ କେମ୍ରାଟେ ଧରିକରି ଝାର-ଜଂଗଲ, ମାଲେ-ବାହାଲେ, ବଝା-ବାତଲିଆ ବାଗିର ବୁଲୁଥିସି । ଜିବ-ଜଁତୁକର ଫଟୁ ଥି ତାର ଜହ ମନ । ଥରେ ଗୁଟେ ଜାତିଅ ସ୍ତରର ଫଟୁ ଉଠା ପ୍ରତିଜୋଗିତା ଲାଗି ଘୁସନା ହେଲା । ନୁଆଁ ପ୍ରତିଭା ଖୁଜବାର ଆରୁ ତହଁକ ଦେବାର ଲାଗି ଥିଲା ପ୍ରତିଜୋଗିତା । ପୁରୁସ୍କାର ପଏସା ପଚାସ ହଜାର ଟଁକା । ସିରବଛ ଲାଗି ଜେତେତେ ଆଏ । ଆଲମାଲ ପାଇଗଲେଁ ଦାମକିଆ କେମରା ଟେ ଘିନମି ବଲି ମନେ ମନେ ଭାବି ନେଲା । ଫଟୁ ଇଂଟରନେଟ ରେ ପଠା ହେବା । ଦୁଇ ଦିନ ସମିଆ ଅଛେ । ଜେତକି ଉଠେଇ ଥିଲା ଉଲଟେଇ ପୁଲଟେଇ ଦୁଇ ଚାଁପ ଦେଖିନେଲା । କେନସିଟା ମନକେ ନାଇଁ ପାଏଲା । ହଠାତ ତାର ମନକେ ଉପେଟେ ଢୁକଲା – ବଁଗଟେ ଝୁରି ଟାକେ ଖପକରି ଠଁଟେଁ ଧରୁଥିବା ବେଲେଁ ଲକଠକ ଫଟୁ ଘିଚା ହେବା ।
ବାଏର ପଛ ଆଡ଼ର ଡୁଲି ଥି ପାଏନ ଚପା ହଇଛେ । କାଣି ବଁଗ ଟେ ସବୁଦିନ ଆଏସି । ସଖାଲ ଧରମୁ ସିରବଛ ଡୁଲି ନ ହାଜର । ଦେଖଲା ତାର ଆଘୋନୁ ବଁଗ ଟା ଅମରି ଜାଇଛେ । ବଁଗ ଜୁଗିଛେ ଝୁରିକେ ସିରବଛ ଜୁଗିଛେ ଫଟୁ ଘିଚବାର ମଉକା କେ । ସଖାଲ ଟା ମଏଧାନ ହେଲା, ମଏଧାନ ବେଲ୍ବୁଡ଼ା । କାହିର୍ ଝୁରି କାହିର ଫଟୁ । ମୁହୁଁ ଉଲମେଇ କରି ସିରବଛ ଫିରି ଆଏଲା । ସେଦିନ ରାତିଁ ସିରବଛ ଖାଇ ବସଲା ବେଲେଁ – ଆରୁ ଗୁଟେ ରୁଟି ଦେ ଗୋ – ବଲି ମାଁ କେ କହେଲା । ତାର ମାଁ ଥାଲି କେ ରୁଟି ଟେ ଫିକି କରି କହେଲେ – କାମ ଧଂଧା କିଛି ବଲି କିଛି ନାଇଁ ଖାଲି ଖାଇ ମରୁଥା । ସିରବଛ ଦୁଖମନା ନାଇଁ ହେଲା । ଉଲଟା ଆରୁ ଗୁଟେ କଥା ତାର ମନକେ ଜୁଟଲା ।
ତାର ଆର ଦିନ ଝାଇଁ ଝୁରି ଟେ ଧରିକରି ଡୁଲି କେ ଗଲା । କେମରା ସଜବଜ କରି ବଁଗ ପାସ କେ ଝୁରିଟା ଫିକି ଦେଲା । ବଁଗ ଜେନ୍ତା ଟପକରି ବେଁଟଲା ସିରବଛ ସେନ୍ତା ଖଚକରି ଫଟୁ ଘିଚିନେଲା । ଲେକିନ ଗୁଟେ ଆବାଜ ସୁନିକରି ସେ ହିଟି ପଡ଼ିଥିଲା ନ । ଝୁରି କେ ଥୁକିକରି ବଁଗ କହୁଥିଲା – ତୁଇ ଫଟୁ କରବାର ଅଛେ ବଲି ଝୁରି ଟୁଡ଼େଁ ଧରିଥିଲିଁ । ନେହେଲେଁ ଫିକଲା ଜିନିସ ଖାଏବାର ଟା ମୋର ଧରମେ ନାଇଁ ନ । ମୁଇଁ ପଛେ ଆରୁ ଦୁଇ ଦିନ ଭୁଖେଁ ରହେମି ନିଜେ ଧରଲା ଝୁରି ଖାଏମି । ତୋର ଫଟୁ ଦୁସରା ଝନେ ଚୁରେଇ କରି ପୁରୁସ୍କାର ପାଏଲେ ତତେ କେନ୍ତା ଲାଗବା?
ସେଦିନ ରାଏତ ତକ ସତ ଆରୁ ସପନ ସିରବଛ ର ମୁଡ଼େଁ ଗୁଲେଇ-ଘାଁଟି ହେଇ ଜାଉଥାଏ । ଫଟୁ ପଠାତିଁ ନାଇଁ ପଠାତିଁ ହଇ ହଇ ସେସକେ ପଠେଇ ଦେଲା । ତାର ଆର ଦିନ ୱେବ୍ସାଇଟ ରେ ପୁରୁସ୍କାର ତାଲିକା ଥି ନିଜର ନାଁ ଦେଖି କରି ଡେଢ଼ ପୁରୁସ ଡେହେଁକି ପକାଲା ସିରବଛ । ତଲେଁ ପଡ଼ଲା ବେଲେଁ ଏକା ତାର ମୁହୁଁ ତାର ସୁଖେଁ ବାହାରି ପଡ଼ଲା – ଇ ପୁରୁସ୍କାର ତୋର ଆଏରେ କାଣି ବଁଗ !
ପାହାଡସ୍ରିଗିଡା, ବରଗଡ