କେନସି ବି ଭାସା ର ବ୍ୟାକରଣ ଆର ଲେଖବାର ଢାଁଚା ହମିସା ବଦଲୁଥିସି । କୋସଲି ଭାସା ର ବ୍ୟାକରଣ ବି ହେନ୍ତା ଗୁଟେ ବିବର୍ତନ ର ଧାରେ ବୁହୁଛେ ବଏଲେ ଭୁଲ ନାଇଁ ହୁଏ । ଗୁରଦୁଟେ କାରଣ ରୁ ଭାସା ଆଖର-ପାଖର ଜିନିସ ରୁ ପ୍ରଭାବିତ ହେସି, ବିସେସକରି କେନସି ଗୁଟେ କି ଜୁଡେ ଜିନସ କେ କାରକ ଆନ ବଲି କହି ନାଇଁ ହୁଏ, ଜେନ୍ତା ବେପାର-ବନିଜ, ବିହା-ବରପନ, ସାଂସ୍କୃତିକ ଲେନ-ଦେନ ଏନ୍ତା ଗୁର୍ଦୁ କାରଣ ମାନେ ଅଛେ ଜେନଟା ଗୁଟେ ଭାସା କେ ପ୍ରଭାବିତ କରସି, ଗୁଟେ ଭାସା ଥି ଆର ଗୁଟେ ଭାସା ର ସବ୍ଦ ମିସସି, ଚଲସି ଆର ଭାସାମାନେ କେତେ କେତେ ବେଲେ ଜେ ନିଜର ନିଜର ଭିତରେ ସବ୍ଦ ର ଲେନ-ଦେନ କରସନ ବଡା କଠିନ ଏ କହେବାରଟା । ଗୁଟେ ଭାସା ଏକଦମ ‘ସୁଦ୍ଧ’ ହିସାବେ ଚଲବାରଟା କଠିନ ଏ ଆର ବୋଧେ କେନସି ଭାସା ଆଏଜକା ଇ ଦୁନିଆ ଥି ତାର ‘ସୁଦ୍ଧ ରୁପ’ ଥି ନେଇଁ ଚଲବାର । ମୁଇଁ ଜେନ ‘ସୁଦ୍ଧ’ କଥା କହୁଛେଁ ସେନ ମୋର ସେ ‘ସୁଦ୍ଧ ଭାସା’ ର ଅର୍ଥ କାଣା ଏ ବି କହେବାର ଜରୁରି ଭାବୁଛେଁ ।
ମନେକର ଗୁଟେ ଅଂଚଲ ନ ଦସଟା ଗାଁ ଅଛେ ଆର ସେ ଦସ ଖଁଡ ଗାଁ ଥି ଦସଟା ଜାତି ର ଲୋକ ରହେସନ ଆର ସେ ଅଂଚଲ ନ ‘ଅ’ ବଲି ଭାସାଟେ ବେଭାର କରସନ । ହେଲେ ଆପଣମାନେ ସବେ ଜାନିଥିବେ ଆର ଅନୁଧ୍ୟାନ କରିଥିବେ ଜେ, ଜଦି ଗୁଟେ ଘରେ ପାଁଚ ଲୋକ ବି ଥିବେ ବେଲେ ସେ ପାଁଚ ଲୋକ ପାଁଚ କିସମେ କଥାବାର୍ତା କରୁଥିବେ; କେଭେ ବି ସବୁ ଲୋକ ର କଥାବାର୍ତା ହେବାର ଢାଁଚା ସମାନ ନୁହେସେ କି ଭାସା କେ ବେଭାର କରବାର ତରିକା ସମାନ ନୁହେସେ । ଇ ଭାସା ର ବେଭାର କରବାର ଭିନ୍ନତା ନୁ ହିଁ ଗୁଟେ ଭାସା ଭିତରେ ବି ସାମାନ୍ୟ ସାମାନ୍ୟ ହଲକା-ଫୁଲକା ଫରକ ରହେସି ଆର ସେ ଜେନ ଦସଟା ଜାତି ର ଆର ଦସ ଖଁଡ ଗାଁ ର ଲୋକ ର ବେଭାର କରୁଥିବାର ଭିନେ ଭିନେ ଭାସା କେ ଅଂଚଲ ର ମୁଖିଆ ଭାସା ନୁ ଚିହ୍ନବାର ଲାଗି ଭାସାବିଗ୍ୟାନିମାନେ ତାକର ସୁବିଧା ଲାଗି ସେ ଭିନେ ଭିନେ ଭାସା କେ ମୁଖିଆ ଭାସା ‘ଅ’ ର ଉପଭାସା ବଲି କହେସନ ହେଲେ ପ୍ରକୃତ ରେ ଉପଭାସା ବଲି ହେନ୍ତା କିଛି ନେଇଁନ; ହେ ଦସ ଖଁଡ ଗାଁ ର ଦସଟା ଜାତି ର ଭାସା ବି ଗୁଟେ ଗୁଟେ ଭାସା ଆନ କିନ୍ତୁ ଭାସା ବିଗ୍ୟାନ ର ସୁବିଧା ଲାଗି ମୁଖିଆ ଭାସା ‘ଅ’ ର ଉପଭାସା ବଲି ଧରି ନିଆ ଜାଏସି କାରଣ ସେ ଦସି ଖଁଡ ଗାଁ ର ଆର ଦସି ଜାତି ର ଲୋକ ର ଭାସା ର ଭିତରେ ତାଲମେଲ ଆର ସଂପର୍କ ଅଛେ ବଲି ନେହେଲେ ପ୍ରକୃତ ରେ ‘ଅ’ ଭାସା ହଉଛେ ହେ ଦସି ଖଁଡ ଗାଁ ର ଆର ଦସି ଜାତି ର ମିସରି ଭାସା, ଆର ସେ ଦସି ଖଁଡ ଗାଁ ଥି ଫେର ଅଲଗ ଅଲଗ କୁଟୁମ ଅଛନ, ସେ ଅଲଗ ଅଲଗ କୁଟୁମ ର ଭାସା ବି ଜେନ୍ତା କଲେ ଅଲଗା, ସେ କୁଟୁମ ମାନକର ଭିତରେ ବି ତ ଅଲଗ ଅଲଗ ଲୋକ ଅଛନ ସେମାନକର ଭାସା ବି ତ ଅଲଗା ତ କେନସି ଭାସା ଏକଦମ ସୁଦ୍ଧ ବଲି କହି ପାରମା କାଏଁ ? ମୋର କହେବାର ମାନେ ଗୁଟେ ଭାସା ରେ ପରତ ପରତ ହେଇକରି ସବ୍ଦମାନେ ମିସରି ହେଇକରି ଥିସି । ପୁରାପୁରି ଏକା ସବ୍ଦ କି ଏକା ଢାଁଚା ର କଥାବାର୍ତା ଗୁଟେ ଘରେ, ଗାଁ ନ କି ଅଂଚଲ ନ ନାଇଁ ମିଲେ ।
ଇ କଥାଟା କେ ଆର ଟିକେ ସଫା କରିଦେସିି; ଆମର ଅଂଚଲ ଜେଭୁ ଅଛେ ସେ ଦିନୁ ଇନ ଜିଏ ଜିଏ ବି ହଉ କିଛି ଲୋକ ରହୁଥିଲେ । ସେମାନେ ତାକର ଦରକାର ବେଲେ କଥାବାର୍ତା ବି ହଉଥିଲେ । ସେମାନେ କଥାବାର୍ତା ହେଲାବେଲକେ ଜାଣା ହଉ ଗୁଟେ ଭାସାଟେ ବେଭାର କରୁଥିଲେ । ଫେର ଆମର ଅଂଚଲ କେ ଭିନେ ଭିନେ ସମିଆଁ ଥି ଭିନେ ଲୋକ ସାସନ କରିଛନ । ନଲ, ନାଗ, ସର୍ବବାହୁପ୍ରିୟ, ଚୋଲ, ଗଂଗ, ସୋମ, କାଲଚୁରି, ଚୁହାନ, ମରାଠା, ଇଂରେଜ ଇତ୍ୟାଦି ଇତ୍ୟାଦି । ସାସକମାନେ ବାହାରୁ ବି ଆଇଛନ । ବାହାର ର ଲୋକ ତାକର ସାଂଗେ ତାକର ଭାସା ଆନିଛନ, ଇନର ଲୋକର ସାଂଗେ କଥାବାର୍ତା ଲେନଦେନ କଲା ବେଲକେ ସେ ଭାସା ଆର ଆମର ଭାସା ମିସିଛେ । ମୁନୁସ ବଡା ସୁବିଧାବାଦି । ତାହାକେ ଜେନଟା ସୁବିଧା ଲାଗସି ହେଟା କରସି । ମନେକର ହେ ସମିଆ ରେ ଗୁଟେ ଫୁକା ବେପାରି ବିଦେସି ସନ୍ୟମାନକୁ ଫୁକା ବିକୁଥିବା ବେଲେ କହୁଥିବା: ‘ଏକ ଫୁକା ଫାଇବ ରୁପିଜ’ । ସେ ଫୁକା ବିକଲା ବେଲକେ ବ୍ୟାକରଣ ଦେଖବା କି ତାର ବେପାର ? ଏଭର ଉଦାହରଣଟେ ଦଉଛେଁ ଆମର ଆଡକେ ରାଜସ୍ଥାନିମାନେ ମାଏଟ ବୁହା ଟ୍ରାକ୍ଟର ଆର ଜେସିବି ମାନେ ଧରିକରି ଆଏସନ । ସେମାନେ ଜେତେବେଲେ କିରାନା ଦୁକାନ କେ ସାମାନ ଘିନି ଜାଏସନ କି ସ୍ଟୋଭ ଜାଲବାର ଲାଗି କିରୋସିନି ଘିନି ଜାଏସନ, ରାଜସ୍ଥାନି କୋସଲି ଥି ନାଇଁ କହେ କି କିରାନା ଦୁକାନି କି କିରୋସିନି ଦୁକାନି ରାଜସ୍ଥାନି ନେଇଁ ବୁଝେ ହେଲେ ସେମାନକୁ ଲେନଦେନ କରବାର ଥି ଅସବିଧା ନେଇଁ ହୁଏ । ରାଜସ୍ଥାନି ଆର ଦୁକାନି ତାକର ସୁବିଧା ଲାଗି ସେମାନେ ଗୁଟେ ମିସାଗୁଲା ଭାସା ବନେଇନେସନ; ସେଟା ଚଲସି, ଭାସା ବନି ଜାଏସି । ଏନ୍ତା ହିଁ ହେସି ସବୁ ଭାସା ର ବିକାସ ।
ଭାସା ଜେତେବେଲ ତକ କଥାବାର୍ତା ଥି ଥିସି ତ କିଛି କଚରକାଚର ନାଇଁ । ଜେତେବେଲେ କେନସି ଭାସା ଥି ଲେଖବାର ମୁଲ ହେସି ତାହାକେ ନାନାଦି ଜିନିସ ଦରକାର ହେସି; ତାହାକେ ଗୁଟେ ବ୍ୟାକରଣ ଦରକାର, ଗୁଟେ ଲିପି ଦରକାର । ଆର ଝମେଲା ମାନେ ମୁଲ ହେସି ଆର ସେସକେ ଝମେଲା ମାନେ ଖତମ ବି ହେସି । ଆମର ଭାସା ଜଦି ବି କେତନି କେତେ ଦିନୁ କଥାବାର୍ତା ରେ ଚଲି ଅଉଥିଲା ହେଲେ ବି ଲିଖିତ ହିସାବେ ତାର ଥିତି ଖାସ କିଛି ନାଇଁ ଥାଇ । ହେଲେ ଉସତ ର କଥା ଏଭେ ଏଭେ ଆମର ଭାସା ଥି ଲେଖବାର ଗୁଟେ ଜୋରଦାର ତହଁକ ଟେ ଦେଖବାର କେ ମିଲୁଛେ । ଜାନବାର କେ ମିଲୁଛେ ଜେ ପ୍ରାୟ ସହେ କୁଡେ ବଛର ତଲେ ୧୮୯୧ ମସିହାରେ ‘ସମ୍ବଲପୁର ହିତୈଷିଣୀ’ ରେ କବି ମଧୁସୁଦନକର କବିତା ଟେ ଛପା ହେଇକରି ବାହାରିଥିଲା । ତେହରୁ ପଲେଇ ଆସୁନ ସତୁର ଦସକ ଆଡକେ; ୧୯୭୧/୭୨ ଆଡେ ଆମର ଭାସା ର ବ୍ୟାକରଣ ଆଲୋଚନା କେ ଆସିଛେ । ମୁଖିଆ କରି ଦୁଇ କିସମ ର ବ୍ୟାକରଣ ଢାଁଚା ଚଲଲା । ଗୁଟେ ‘ଦନ୍ତ୍ୟ ସ ନିଅମ’ (ହ୍ରସ୍ୱ ନିଅମ) ଆରଟା ଚିରାଚରିତ ଓଡିଆ ବ୍ୟାକରଣ ଢାଁଚା । ‘ଦନ୍ତ୍ୟ ସ ନିଅମ’ ସହଜ ଆର ସଠିକ ହେଇଥିଲେ ବି ପ୍ରଚାର ପ୍ରସାର ର କମି ନୁ ଗୁଟେ ସିମିତ ଲେଖକ ଗୁସ୍ଟି ଭିତରେ ରହିଜେଇଛେ । ଆର ପଖ୍ୟେ ଉଡିଆ ବ୍ୟାକରଣ ଥି କୋସଲି ଲେଖବାର କାରଣ ହଉଛେ, ଆମେ ଛୁଆ ଦିନୁ ସ୍କୁଲରେ ଉଡିଆ ପଢୁଛୁଁ, ଉଡିଆ ବ୍ୟାକରଣ ସାଂଗେ ପରିଚିତ ଅଛୁଁ ଆର ସବୁ ନୁ ବଡ କଥା ହେଲା ଆମର ସବୁ ପିଢି ର ସବୁ ଲେଖକ ବା ଆମର ଭାସା-ଭାସି ର ସବୁ ଅଂଚଲ ର ଲୋକର ନିକେ ‘କୋସଲି ଗୁଟେ ସ୍ୱତଂତ୍ର ଭାସା ଆର ତାର ସ୍ୱତଂତ୍ର ବ୍ୟାକରଣ ଅଛେ’ ଇ କଥାଟା ନୁହେ ପହୁଁଚେ ତେଲ । ଏନ୍ତା ପରିସ୍ଥିତି ରେ ଗୁଟେ ଲେଖକ କି କବି କି ସୃଜନସିଲ ଲୋକ ଲେଖବାର କେ ଜେତେବେଲେ ବସବା ସେ ନିଜର ସୃସ୍ଟି ଉପରେ ଜହ ଧ୍ୟାନ ଦେବା କି ଭାସା ର ବ୍ୟାକରଣ ଦେଖବା ? ଆର ହେନ୍ତେହି ତ ସବୁବେଲେ ଉଡିଆ ଏକାଡେମି ଆର ଉପକୁଲ ଅଂଚଲ ର ଲୋକମାନେ କୋସଲି କେ ଦବାବାର ଅହରହ ଚେସ୍ଟା କରୁଛନ । ‘ଦନ୍ତ ସ ନିଅମ’ ଥି ଫ୍ରଫେସର ହୃଦମଣି ପ୍ରଧାନ, ପ୍ରଫେସର କେସରଂଜନ ପ୍ରଧାନ, ଡ. ସନ୍ତୋସ କୁମାର ରଥ, ପ୍ରାବଂଧିକ ନିମାଇଁ ଚରଣ ପାଣିଗ୍ରାହି, ଉତ୍ପନ୍ନ ଭୋଇ, ପିତାମ୍ବର ଗୁରୁ ଆଦି ମୁଖିଆ ସାହିତିକ ମାନକର ସାଂଗେ ମୁଇଁ ନିଜେ ବି ଇ ନିଅମ ରେ ଲେଖସିଁ । କୋସଲି ବ୍ୟାକରଣ ର ପାଏନ ଥିର ହେବାର କେ ସମିଆ ଲାଗବା । ଇଟା ଖାଲି ଆମର ଭାସା ସାଂଗେ ନାଇଁ ଘଟବାର, ସବୁ ଭାସା ଥି ଏନ୍ତା ସମିଆ ଘାଏ ଘାଏ ଏସି ଆର ତାର ଆପେ ଥିର ହେଇ ଜେସି । ଇଂରାଜି ଭାସା ବି ୧୬୦୦ ସଦି ଆଡକେ ହିଁ ଜାଇକରି ଥିର ହେଇଛେ । ଇଂରାଜି ରେ ବି ଗୁଟେ ବଢେ ଘିଚାଟନା ଥିଲା ଜାହାକେ ଗ୍ରେଟ ଇଂଗଲିସ ଭାୱେଲ ସିଫ୍ଟ (Great Vowel Shift) କହେସନ । ସଂସ୍କୃତ ରେ ବି ଦୁଇ କିସମ ର ସଂସ୍କୃତ ଚଲୁଥିଲା; ବୈଦିକ ସଂସ୍କୃତ ଆର କ୍ଲାସିକାଲ/ପାଣିନି ସଂସ୍କୃତ । ତ ଇହାଦେ ଆମର ଭାସା ଥି ଜେନ ବ୍ୟାକରଣ କେ ନେଇଁ କରି ଘିଚାଟନା ଅଛେ ସେଟା ଗୁଟେ ବହୁତ ବଡ କଥା ନେଇଁସେ । ଇଟା ଗୁଟେ ଭାସା ବିବର୍ତନ ର ଅବସ୍ଥା ଏ । ବରଂ ଆମେ ମାନେ ଉସତ ହେବାର କଥା ଜେ ଆମର ଭାସା ଇ ଅବସ୍ଥା ତକ ପହଁଚିଲା ନ ଆର ଆମେ ସବେ ଚେସ୍ଟା କରବାର କଥା ଜେ କେନ୍ତା କରି ଇ ଅବସ୍ଥା ନୁ ଜଲଦି ପାର ହେଇକରି ଆଗକେ ବଢମା ।
ଇହାଦେ ର ଲାଗି ମୋର ସବୁ କୋସଲି ଲେଖକ ଭାଇ ବୁହେନ ମାନକୁ ବିନମ୍ର ଅନୁରୋଧ ଜାହାକେ ଜେନ ବ୍ୟାକରଣ ଠିକ ଲାଗୁଛେ ସେ, ସେ ନିଅମ କେ ଧରି କରି ଲେଖୁନ; ହେଲେ ଲେଖବାର ବଂଦ ନାଇଁ କରୁନ । ଲେଖି ଚାଲୁନ, ଆମକେ ଲେଖା ଦରକାର ଅଛେ, ଭଲ ଲେଖା ଦରକାର ଅଛେ ଆର ଗୁର୍ଦୁ ପରିମ।।ଣ ରେ ଦରକାର ଅଛେ ।
ସାକେତ ଶ୍ରୀଭୂଷଣ ସାହୁ