ଜନମ: ୧୯୨୫, ସରଗବାସ: ୧୮/୧୧/୨୦୧୨
ଉଜଲବତି ପଣ୍ଡାଂକର ଜନମ ବରଗଡ ଜିଲା ସୋହେଲା ପାଖର ଅର୍ଜୁଣ୍ଡା ନ ହେଇଥିଲା । ତାକର ବାପା ହଉଛନ “ଗଁଲିଆ ରାମାୟଣ” ର ରଚୟତା କପିଲ ମାହାପାତ୍ର ଆର ମାଁ ହଉଛନ ସୁନାଫୁଲ । ଉଜଲବତି ଭଟଲି ପାଖର ନୁଆଁପାଲି ର ଗୁଣମଣି ପଂଡା କୁ ବିହା ହେଇଥିଲେ । ତାକର ବାପ ବାଗିର ଉଜଲବତି ବି ଆସୁକବି । ନାଟ ଲେଖବାର ଆର ସିଖାବାର ଥି ମାହିର । ସାଂଗେ ସମପରଦା ଆର ସଂଚାର ଗାହାକେନ ବି ଥିଲେ । ସେ ଦୁଇ କିଲାସ ତକ ପାଠ ପଢିଥିଲେ । ଉଜଲବତି ରାମାୟଣ ଲେଖବାର ଆଘୋନୁ ଲିଲା, ନାଟ, ଆର ଭଜନ ମାନେ ବି ଲେଖିଥିଲେ । ତାକର ଲେଖା ମାନେ ହେଲା: ଗୌରାଂଗ ଲୀଲା, କୃଷ୍ଣ ଲୀଲା, ରାମ ଲୀଲା ଆର ଚନ୍ଦନ ଯାତ୍ରା । ନାଟକ: ରୁକ୍ମିଣୀ ବିଭା, ଜଳନ୍ଧର ବଧ, ଆଦ୍ୟକାଣ୍ଡ ରାମାୟଣ, ଶଶୀରେଖା ପରିଣୟ ଓ ଭାଗ୍ୟର ଲେଖା ।
ତାକର ରାମାୟଣ ବିସେନେ ପ୍ରଫେସର ହୃଦମଣି ପ୍ରଧାନ ଲେଖସନ:
“ଉଜଲବତିକର ରାମକଥା ଛୁଟିଛେ ଛାଟେଛାଟ, ପାଠକ ଆର ସ୍ରୋତା ର ତରଲ ଢଲମଲ ମନକେ ଖାଲି ରାମରସେ ବୁଥବୁଥା କରବାକେ । ସାହିତ୍ୟତ୍ତତତ୍ୱମାନକର ଇ ଏଖେ ଗୁଟେ ତତ୍ୱ (ରସ ତତ୍ୱ) ରାମରସ ଉଜଲବତିକର ରାମେଣ ଥି ଛୁଆ ଟେ ବି ଜେନ ଚାଟି ପୁଛିକରି ଖାଇ ପାରବା ହେଟା ହିଁ ଇ ରାମକଥା ର ମହାନତା । ତଥାବ, ଭାସାର ଚମତକାରି ଆରୁ ସାହିତ୍ୟର ହିରାନିଲା ବି ଇ ନ ମିଲବା । ବାକି ହେ ସବୁ ବି ଛୁଆକର ଟା ଆରୁ ମା ମାନକର ଟା । ମା-ଛୁଆକର ନିରିହପନ ଆରୁ ସରଲତା ।
ବିସ୍ୱାମିତ୍ର ମୁନି ରାମ-ଲଖ୍ୱଣ କୁ ନେଇ କରି ଜଉଛନ:
ଘୋର ଜଂଗଲ ପାହାଡତଲ କଟକଟଉଛେ ଝାର
ବିସ୍ୱାମିତ୍ର ବଏଲେ ପିଲେ କେନ୍ତା ହେମା ପାର ।
ରାମ ଲଖ୍ୱଣ ବଏଲେ ଗୁରୁ ଛୁଛାଟାକେ ଡରସ
ବାଟେ ଘାଟେ ଛଏରା ଦେଖଲେ ଥକିକରି ବସସ । (୧.୭-୮)
ଇନୁ ଆର ଜହ ସରଲ, ସହଜ, ଆର ସୁନ୍ଦର ଆମର ଭାସାଥି କାଣା ହଇପାରେ ।
*** *** *** *** ***
ଜେନ ନ ଜେନ୍ତା ମହାକାବ୍ୟର ବିସୁଦ୍ଧ ଅଲଂକାର, ଅତିସୟୋକ୍ତି ଦେଖବାକେ ମିଲସି । ଜେନ୍ତା:
ଏତକି ବେଲକେ ତାଡକା ଅସୁରେନ ଡୁଲଂଗି ଏଡେ ଆଁ
ଉପରେ ଉପରେ ଉଡି ଜଉଛେ କୁଲା ଉଡେ ଉଡେ କାନ (୧.୯)
ରାମ-ରାବନ ଜୁଧ୍ୟ ନ ରାବନ ଜେନ କହୁଛେ ରାମକୁ, ତେହିର ଅତିସୟୋକ୍ତି ଦେଖୁନ:
ମାରି ମାରି ଥକିଗଲେ ରାବନ ଦେଖି ହଁସଲା
ତାଡକା ସୁବାହୁ ବାଲି ବାଗିର ମତେ ଭାବଲୁ କାଏଁ ବଏଲା ।
ସିଂଘର ଆଗେଁ ସସାର ଖେଲ ବିଲେଇର ଆଗେ ମୁସା
ନାଗର ସାଂଗେ ବେଂଗ ଲଢୁଛେ ଦେକତ ତୋର ଭରସା । (୬.୫୮୨-୩)
*** *** *** *** ***
ଇନ ଅତିସୟୋକ୍ତି (Epic Exaggeration) ବି ଅଛେ ଆରୁ ସ୍ଲେସ(Irony) ବି ଅଛେ ।
*** *** *** *** ***
ଆରୁ ଗୁଟେ କଥା ହେଲା ସମାଜର ରିତିନିତିର କଥା । ଉଜଲବତି ଇ ଇଲାକାର ରିତିରିବାଜ, ଇହାଦେର ଆମର ସମାଜର କଥା ଆରୁ ଆମର ଲୋକମାନକର ଚାଲଚଲନ ବି ଜେନ୍ତା ଦେଖିଛନ ସେନ୍ତା ଗାଇଛନ ।
“ବର ବରଲେ ଘଡି ସାଏକଲ ରେଡିଓ ସୁନାର ମୁଦି
ଗଂଗା-ଜମୁନା ପଛରି ସାଂଗେ ସୁପରଫାଇନ ଧୁତି (୧.୩୦)”
ଇନ ଗଁଲି ଗାଁ ନ ଜେନ୍ତା ହେସି:
“ଦୁହି ସମଧି ଜୁହାର ଭେଟ ପାନ-ବିଡି-ସିଗରେଟ (୧.୨୫)”
ତେହିଁର ଲାଗି କଲରିଜ(ST Coleridge) ବଲୁଛନ, ଏ ଭାଇ, ଇ ସମଭବ-ଅସମଭବ ବିଚାରକେ ମନୁ ଅଲଗେଇକରି (Willing Suspense of Disbelief ) କାବ୍ୟ କବିତା (ସାହିତ୍ୟ) ପଢ କି ସୁନ ।