Entertainment, Home

୧୬ତମ ଏକ ଦିବସୀୟ କାହ୍ନୁଚରଣ ମେମୋରିଆଲ କ୍ୟାରମ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

Spread the love

ପଦ୍ମପୁର ସହରର ବଡ଼ପଡା ଯୁବଜ୍ୟୋତି କ୍ଳବ ଆନୁକୂଲ୍ୟରେ ସପ୍ନେଶ୍ବର କଲ୍ୟାଣ ମଣ୍ଡପ ଠାରେ ୧୬ତମ ଏକ ଦିବସୀୟ କାହ୍ନୁଚରଣ ମେମୋରିଆଲ କ୍ୟାରମ ଟୁର୍ଣ୍ଣାମେଣ୍ଟ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି ।ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ଏନ.ଏ.ସି ଅଧ୍ୟକ୍ଷ ସିଦ୍ଧାର୍ଥ ସିଂ ବରିହା ଓ ସମ୍ମାନୀତ ଅତିଥି ଭାବରେ ବେଣୁମାଧବ ଦୋରା ଯୋଗ ଦେଇ ଖେଲାଲି ମାନଙ୍କୁ ଉତ୍ସାହିତ କରିଥିଲେ ।ଏହି ଟୁର୍ଣ୍ଣାମେଣ୍ଟରେ ୩୬ ଗୋଟି ଦଳ ଅଂଶଗ୍ରହଣ କରିଥିଲେ ।ଉଦଯାପନୀ ଉତ୍ସବରେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ବିଜୟ ରଞ୍ଜନ ସିଂ ବରିହା ମୁଖ୍ୟ ଅତିଥି ଭାବରେ ଏବଂ ପୁରନ୍ଦର ପ୍ରଧାନ ଓ ବେଣୁମାଧବ ଦୋରା ସମ୍ନାନିତ ଅତିଥି ଭାବରେ ଯୋଗଦେଇ ଝାରସୁଗୁଡାର ଗୁଡ୍ଡୁ ଓ ସମ୍ପଦଙ୍କୁ ବିଜେତା ଏବଂ ଲାଉମୁଣ୍ଡାର ପିଣ୍ଟୁ ଓ ହୄଷିକେଶଙ୍କୁ ଉପବିଜେତା ଏବଂ ଲାଉମୁଣ୍ଡାର ପିଣ୍ଟୁଙ୍କୁ ଶ୍ରେଷ୍ଠ ଖେଲାଲି ପୁରସ୍କାର ରାଶି ସହ ଟ୍ରଫି ପ୍ରଦାନ କରିଥିଲେ ।କମଳ,ଅଚ୍ୟୁତା,ନରେଣ,ଜିତେନ,ଚୁଡା,ସୁମନ୍ତ, ଟୁନା,ବିକାଶ, ସଂଜୀବ, ଶ୍ରୀକାନ୍ତ ଓ ରିଙ୍କୁ ପ୍ରମୁଖ ଖେଳ ପରିଚାଳନା କରିଥିଲେ ଏବଂକେଶବ,କୁନା,ସୁରଜ,ପ୍ରକାଶ, ମହେଶ,ପ୍ରେମା,ଲିଆ,ଘସିଆ,ରବି,ଶିବା,ଟିଙ୍କୁ ଓ ଯୁବଜ୍ୟୋତି କ୍ଳବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

Previous ArticleNext Article