Art & Culture, Entertainment, Home

ହାମଲେଟ; ଡେନମାର୍କର ରାଜକୁମାର: ୱଲିଅମ ସେକ୍ସପିଅର, ଅନୁବାଦ – ସାକେତ ସ୍ରିଭୁସଣ ସାହୁ

Spread the love

ଅଂକ – ଏକ (ଦସ୍ୟୃ – ଏକ) ( ଏଲସିନୋର । ଦୁର୍ଗ ସାମନା ର ଗୁଟେ ମଚାନ । ଫ୍ରାନସିସ୍କୋ ପହରା ଦଉଥେ ବେଲକେ ଏଇଛେ ବର୍ନାଡୋ ।)

ବର୍ନାଡୋ – କିଏ ଅ, ଅଛ ବୋ ହେନ ?
ଫ୍ରାନସିସ୍କୋ – ର ର ତମେ କିଏ ଜେ ପହେଲା ଅଟକ ହେନ କିଏ ଜେ ତମେ ଆଘୋ ମତେ ବତ ନ
ବର୍ନାଡୋ – ମାହରାଜକର ଜଏ ହଉ
ଫ୍ରାନସିସ୍କୋ – ହେଁ ବର୍ନାଡୋ କାଏଁରେ ?
ବାର୍ନାଡୋ – ଚିନଲୁ
ଫ୍ରାନସିସ୍କୋ – ତୋର ସମିଆଁକେ ଠିକ ପହଁଚିଛୁ
ବର୍ନାଡୋ – ଫ୍ରାନସିସ୍କୋ, ସରଲା ନ ତ ତୋର ପହର
ଜା ଆରାମ କର ଏତକର
ଫ୍ରାନସିସ୍କୋ – ସମିଆଁକେ ଆସି ମତେ ଛଡାଲୁ, ଧନ୍ୟବାଦ
କନକନି ସିତ ହୁଲହୁଲେଇ ଦଉଛେ
ଛାତି ମୋର ବଡା ଦୁର୍ବଲ
ଡର୍ହେ ଅଂଧାରେ ଘବରେଇ ଧୁକପୁଚ ହେସି
ବର୍ନାଡୋ – ଜେ, ହେଲା ଭେଲ ହେନ୍ତା ଅସବିଧା ?
ଫ୍ରାନସିସ୍କୋ – ନେଇଁ ନେଇଁ
ମୁସାଟେ ବି ମତେ ନେଇଁ ଦେଇ ବାଧା
ବର୍ନାଡୋ – ହଉ ଜିବୁ ବଏଲେ ଜା ଏତକର
ହଁ ସୁନ, ଜଦି ହୋରାସିଓ ଆର ମାରସେଲସ କେ ଭେଟବୁ
ବଏଲେ ଟିକେ ଜଲଦି ପଠେଇଦେବୁ
ଏକେ ସାଂଗେ ପହରା ଦେମୁଁ
ଫ୍ରାନସିସ୍କୋ – ମତେ ଲାଗୁଛେ ସେମାନେ ଇନକେ ଅଉଛନ
କିଏ ଅ
ର ର ଅଟକ ହେନ
( ହୋରାସିଓ ଆର ମାରସେଲସ ଏଇଛନ )
ହୋରାସିଓ – ସାଂଗ ଅଉଁ ତମର
ମାରସେଲସ – ଆଦେସ ପାଲନକାରି ରାଏଜ ର ସେବକାରି
ଫ୍ରାନସିସ୍କୋ – ଆସ, ଆସ ଇଠାନକେ
ମାରସେଲସ – ଜ ବିଦାୟ ତମକେ ସଚ୍ଚା ପ୍ରହରି ତମର ଠାନକେ କିଏ ଆଏଲା ?
ଫ୍ରାନସିସ୍କୋ – ମୋର ଠାନକେ ବର୍ନାଡୋ ଆଏଲା
ଭଲେ ଭଲେ କଟୁ ତମର ରେତ (ଜେଇଛେ )
ମାରସେଲସ – ହେଁ ବର୍ନାଡୋ !
ବର୍ନାଡୋ – ଉଁ…, ହେଟା ହୋରାସିଓ କେଁ ?
ହୋରାସିଓ – ନେଇଁ ତାର ଭୁତ
ବର୍ନାଡୋ – ଆସ ଆସ ଦୁହି ଲୋକ
ମାରସେଲସ – ଏଜ ରାତି କାଣା ସେଟା ଫେର ବାହାରଲା ଭେଲ ?
ବର୍ନାଡୋ – ନେଇଁ ତ ମୁଇଁ କିଛି ନି ଦେଖି
ମାରସେଲସ – ହୋରାସିଓ ଇ ସବୁ ମନର ଭରମ ଏ ବଲୁଛେ
ଆଁଖି ନି ଦେଖବାର ତକ
ଭୁତ ପେତେନକେ ପରତେ ନେଇଁ କରୁଛେ
ଆମେ ତ ଦୁଇ ଦୁଇ ଥର ଦେଖଲୁଁ ନ
ହେଥିର ଲାଗି ତାକେ ସାଂଗେ ଆନିଛେଁ
ନିଜର ଆଁଖି ପରଖି ନଉ ଘଡି ଘଡି କରି ରେତ ସାରା
ଆର ଜଦି ସେ ଛେଁ ଫେର ବାହାରେ
ତ ଘଡେ କଥା ହେବା
ଆର କହେବା କାହାର ଏଁଖ ସତ
ହରାସିଓ – ବେକାର କଥା
ଦେଖବ ଆର ନି ବାହାରେ
ବର୍ନାଡୋ – ଟିକେ ଥାବେ ବସ
ଆର ଆମର କଥାକେ ତମର କାନକେ ଟିକେ ଜେଇଦିଅ
ବିଲକୁଲ ତ ବାଟ ରୁଂଧି ଦଉଛ
ଦହ ଦହ ଦୁଇ ଦୁଇ ରେତ ଆଁଖି ଦେଖିଛୁଁ
ହରାସିଓ – ଆଛା ଛା ହଉ ହେଲା
ତମର କଥା ହେଲେ ଠିକ
ଆସ ବସ ଆର କାଣା କାଣା ହେଲା ଜେ
ମୁଲୁସ୍ଟ୍ରୁ ଫେର ଥରେ କହ
ବର୍ନାଡୋ – ଗଲା ରାତି
ହେ ଦେଖୁଛ କେଁ
ହେ ହେ ହେ ପହତିଆ ତରାର ତଲର ତରା
ଜେନ ନ ଅଛେ
ହେ ଭଏରକ ଉକ୍ୟା କରି କରି ଖଁସରୁଥେ
ମାରସେଲସ ଆର ମୁଇଁ ଥିଲୁଁ
ରାତି ର ଦୁସ୍ରା ପହର ସରିଥିଲା ନ
(ବାହାରିଛେ ଭୁତ )
ମାରସେଲସ – ଏ… ସ… ସ… ତୁମପଡ
ହା ଦେଖ ସେ ଫେର ବାହାରଲା
ବର୍ନାଡୋ – ଦେଖ ସ୍ୱଏକାଦ ସେ ଚେହେରା
ଜେନ୍ତା ମଲା ରଜା ର ଉବକାଲା ଛଏଁରା
ମାରସେଲସ – ହରାସିଓ ତମେ ପଢା-ସୁନା ଲୋକ
ତମେ ଜ କଥା ହ

ବର୍ନାଡୋ – ହେ ଛଏଁରା କାଣା ମଲା ରଜା ବାଗିର ନାଇଁ ଦିସବାର
ଦେଖନୁ ଦେଖ
ହରାସିଉ ଟିକେ ଭଲକରି ପାଖୁ ପରଖି ଦେଖ

ହରାସିଓ – ସତେ ତ ସ୍ୱଏକାଦ ସେ ଚେହେରା
ଡର୍ହେ ଟିକେ ଥତୋତମୋ ଲାଗୁଛେ
ହଡବଡେଇ ଜଉଛେଁ

ବର୍ନାଡୋ – ତାହାକେ ପଚରାବାର କଥା

ମାରସେଲସ – ପଚର ପଚର ତାହାକେ ହରାସିଓ

ହରାସିଓ – କିଏ, କିଏ ଅ ତମେ
ଏତକି ରାତି ମସାନପଦା ନ ଆରାମ କରବାର ଛାଡି
ବାହାରେ କାଁଜେ ବୁଲୁଛ
ଆର ଏକଦମ ସେହି ଜୁଦ୍ଦ ର ଭେସେ
ଜେନଟାକି ଆମର ମାହରାଜ ପିଂଧୁଥିଲେ
ତମକେ ମାହାପ୍ରୁ କିରିଆ
କହ କହ ତମେ କିଏ ଅ ଜେ ?

ମାରସେଲସ – ବିରଝି ଗଲା କେଁ

ବର୍ନାଡୋ – ପଲଉଛେ ଦେଖ

ହରାସିଓ – ଅଟକ ର ଟିକେ ସୁନ
କହ ଜବାବ ଦିଅ କିଏ ଅ ତମେ
(ଭୁତ ଜେଇଛେ )

ମାରସେଲସ – ଗଲା ପଲେଇଗଲା
ଆର ନେଇଁ କହେଁ ନ

ବର୍ନାଡୋ – ଇ ବୁଆ ହରାସିଓ
ତମର ଚେହେରା କେନ୍ତା ଫିକା ଦିସୁଛେ
ତମେ ତ ଥରଥରଉଛ, ସେତା ଦିସୁଛ
ସପନେ ଭମକିଲା ବାଗିର ନେଇଁ ଲାଗବାର ତ
ବଏଲେ କାଣା ଭାବଲ ସେ

ହରାସିଓ – ମାହାଁ ହୋ ସତେ
ଆଁଖି ନି ଦେଖିଥିଲେ କେଭେ ବିସାସ ନି କରିଥିତିଁ

ମାରସେଲସ – ଦେଖଲ ରଜା ର ଭୁତ ବାଗିର ଦିସୁଥିଲା କି ନି

ହରାସିଓ – ଜେନ୍ତା ତମେ ତମର ବାଗିର ଦିସସ
ଇତାର ବି ହେନ୍ତା ଭେସ
ସ୍ୱଏକାଦ ସ୍ୱଏକାଦ ହେନ୍ତାଟା ପିଂଧିଥିଲେ
ନରୱେ ରଜା ସାଂଗେ ଜୁଦ୍ଦ ବେଲେ
ତାକର ଚେହେରା ଥି ବି ହେଇ ଭାବ
ହେଇ ଗଂଭିର
କଥା କଥାକେ ଏନ୍ତା ଥରେ ରିସ୍ମି ହେଇଗଲେ
ଜେ ଚଲତି ରଥୁଁ ବାଟର ଗୁଟେ ଖମ ଘିଚି ଦେଇଥିଲେ

ମାରସେଲସ – ହେଥିର ଲାଗି ଦୁଇଥର ହେଲାନ ଆଘୋନୁ
ଆର ଏଜ ଇ ରାତି
ଆମର ପହରା ଦେଖି ଏଇଥିଲା

ହରାସିଓ – କେଁ ଥିର ଲାଗି ଜେ କହି ନି ପାରେଁ
ହେଲେ ସବୁ କଥାକେ ମୁଲୁସେସ ଜୁଟେଇ ଦେଲେ
ମତେ କେ ଁ ଜେ ଇ ରେଜ ଉପ୍ରେ
ବିପଦ ର ବାଦଲ ଢାଁପି ଆନଲା ବାଗିର ଲାଗୁଛେ

ମାରସେଲସ – ବଏଲେ କିଏ ଜାନିଛେ ଜେ ମତେ କହତ ସତେ
କେଁଜେ ରେଜେ ଏଡେ କଡା ପହରା ଲଗା ହେଇଛେ
କାଁଜେ ଲୋକକୁ ଘଡେ ନ ଥାକି ଦିଆ ହଉଛେ
ଆର ଦିନ ରେତ ଅହରହ
ଜୁଦ୍ଦ ର ଅସତ୍ରସସତ୍ର ବନା ହଉଛେ
କାଁଜେ ତିହାର ବା’ର ଛୁଟି ନେଇଁ
ଖାଲି ଦିନ-ରେତ ଜାହାଜମନେ ବନା ହଉଛେ
ଏନ୍ତା ହି କେଁ ହରବର
ବିଲକୁଲ ବଂଦ ନି ହେବାର କବାର
କହ ଜାନିଛ
ଇ ସବୁର ମାନେ କାଣା ?

ହରାସିଓ – ଜାନିଛେଁ
ଲୋକ କହେସନ ସୁନିଛେଁ
ଆମର ମାହରାଜ
ଭୁତ ନେଇଁ ବାହାରିଥିଲା କେଁ ତାକର
ଜେଇନଛ ତ ତାହାକୁ ଫୋଟିନବ୍ରା ରିସ୍ମି କରି କରି ଜୁଦ୍ଦକେ ଡାକିଥିଲା
ହେନ୍ତେହି ତ ସତ୍ରୁ
ତେହିଁ ଗର୍ବେ ହୁଁକରାଲା
ରାଗେ ଜରଜର ରଜା ବାହାରଲେ ଜୁଦ୍ଦ କେ
ଜୁଦ୍ଦ ଥି ତାହାକେ ହରାଲେ
ଆର ନିଅମ ଅନସାରେ ବାଜି ଲାଗଲା ରାଜ୍ୟ
ଦଖଲ କଲେ
ଆର ସେ ବି ଜିତିଥିଲେ
ହେ ସମାନ ଭାଗ ପେଇଥିତା
ଜେତକି ଆମର ରଜା ବାଜି ଲଗେଇଥିଲେ
ହେଲେ ତାର ଜୁଆନପିଲା ବୁପରା ଫୋଟିନବ୍ରା
ରାଗେ ରେଜ ବାହାରେ
ଗୁଡାଦୁ ଗୁଂଡା ପୁସି କସି ହଉଛେ
ସାଫ ଜନା ଜଉଛେ
ବୁଆର ରାଗ ସୁଝାବାର କେ
ପୁଓ କସକସେଇ ଜଉଛେ
ହେତିର ଲାଗି ଜୁଦ୍ଦ ର ହିସାବେ-କିତାବେ
ଜୋଟଜାଟ ଚାଲିଛେ
ଆର ପହରା କଡା କରା ହଉଛେ

ବର୍ନାଡୋ – ତମେ ଠିକ କହୁଛ
ହେନ୍ତା ହେଇଥେଇପାରେ
ନେହେଲେ ଆମର ପହରା ବେଲେ
ଇ ରହସ୍ୟମଏ ଚେହେରା
ହେନ୍ତା ଜୁଦ୍ଦ ର ଭେସେ କାଁଜେ ବାହାରତା
ଜେନ ଭେସେ ଆମର ମଲା ରଜା ଲଢିଥିଲେ
ଆର ଦେଖ ସେ ଜୁଦ୍ଧ ର ରାଗରୋସ
କେନ୍ତା ଇହାଦେ ବି କୁହୁଲୁଛେ ତେଲ

ହାରାସିଓ – ଧୁଏଲ ଝିଟି ହେଲେ ଜେନ୍ତା
ଘେ ଏଁଖ ଖୁଜାସି
ଇ ଛଏଁରା ବି ହେନ୍ତା
ଆମର ମନକେ ଗୁନ୍ଦଲଉଛେ
ଜୁଲିଅସ ସିଜର ତାର ଫଟା କପାଲ ର
ଲେଖା ର ପରିଣାମ ଭୁଗତିବାର ଆଘୋନୁ
ରୋମ ରାଏଜେ ବଡା ଉଲେ ଦୁଲେ ହଁସୁଥିଲା
ଆର ହଠାତ
ଉଠି ଏଲେ ମସାନ ପଦାର ମଲା
ତାକର ମୁହଁ ଢଁପା କପଡା ସାଂଗେ
ସାରା ନଗର ବାଟେ ଘାଟେ
କିର୍ଲା-ଗୁଗା ହୋ ହାଲ୍ଲା
ଆର ବାନଢି ତରା ଜୁଏ ହୁଲା ହୁଲା
ରକ୍ତ ର ଓସ ଥିପଲା ଖଣିଆ ସୁରୁଜ ଉଦଲା
ତେନୁ ଅଂଧାର ହେଇଗଲା
ଏତେ ଅଂଧାର ଜାନ
ସେସ ଫଏସଲା ର ସମିଆଁ ପହଁଚିଗଲା
ଆକାସ ଆର ଧରତି ବି
ଏନ୍ତା ଡରଡରନ୍ୟା ନକସାନକେ ଆଘୋନୁ ଜନେଇ ଦେସନ
ଆର ହେଟାମାନେ ହିଁ ବିଚାର କରସନ
ଆମର ଭାଗ୍ୟ
ଆର ଇ ରେଜ ଉପ୍ରେ ହେବାର ବିପଦ ମାନକର

(ଭୁତ ଫେର ବାହାରିଛେ)

ଇ ବୁଆ
ଚୁପ ତୁମପଡ ତୁମପଡ
ଫେର ବାହାରଲା ସେଟା
ଜେସିଁ ଅଟକାସିଁ
ଜାଣା ହେଲେ ହେବା ଦେଖାଜିବା
ଅଟକ ତ ଛେଁ
ଜାନସୁ ଜଦି କେନସି ସୋର ସବଦ କରି ତ କହ ମତେ
କହ କାଣା କଲେ ସାନ୍ତି ଲାଗବା ତତେ
ଆର ମତେ ଉସତ
କି କେନସି ବିପଦ ପଡବା ଇ ରେଜ ଉପ୍ରେ
ଜାନିଛୁ ଜଦି ଆଘୋନୁ କହେଲେ
ତାର ଉପେ କରିହେବା କହ
କି ଜିଁ ଥିଲା ବେଲେ
କେନ ଚୁରାଲା ଲୁକାଲା ହଁଡା-ହୁଁଡି ତୁପିଛୁ
ହେଥିର ଲାଗି ବି ମସାନମାନେ ପରେ ରାତି ବୁଲୁଥିସନ

(କୁକରା ଡାକିଛେ)

କହ ଜଦି କିଛି କହେବ
ଅଟକ ନୁ ଅଟକ
ଅଟକା ମାରସେଲସ

ମାରସେଲସ – ମାରମିଁ କେଁ ଗୁଜେର

ହରାସିଓ – ମାର ନେଇଁ ଅଟକିଲେ

ବାର୍ନାଡୋ – ଆନ ଧରମାଁ ପୁତାକେ ଆଦେ ଦେ ଦେ

ହରାସିଓ – ଇନଥିଲା ହେ ଦେ ଦେ
(ଭୁତ ପଲେଇଛେ)

ମାରସେଲସ – ଇ, ଗଲା
ଭୁତ କେ ଧରବାରଟା ଭୁଲକଲାଁ
ଭୁଲିଗଲାଁ ଜେ ପବନ ବାଗିର ଗୁଟେ
ଛିଁ ନି ପାରଲା ଜିନିସ ମୁଠାଥି ଧରୁଥିଲାଁ
ଧରି ତ ନେଇଁ ପାରଲାଁ
ଉଲଟ୍ୟା ସରମେ ମରିଗଲା

ବର୍ନାଡୋ – କାଣା ଜେ କହେଲା ବାଗିର କରୁଥିଲା କି ତ କୁକ୍ରା ଡାଖଲା

ହରାସିଓ – ଆର କୁକରା ଡାକ ସୁନଲା କି ତ ଚାଲି ବସଲା
କେନ୍ତା ଗୁଟେ ଡରଡରନ୍ୟା ବିପଦ ର
ସୁରାକ ସୁଂଘି ପକାଲା
ସୁନିଛେଁ କୁକରା ପରେ ସଖାଲ ର ମୁହରିଆ
ତାର ଉଁଚା ଡାକେ ମାହାପ୍ରୁ କେ ଉଠେଇଦେସି
ଆର ପେନ ପବନ ମାଏଟ ଜୁଏ ର
ଭୁତ ପେତେନ କେ ଚେେତେଇ ଦେସି
ଜେ ଜିଏ ଜେନ ବି ଥଉ ଫିରି ଏସନ
ନିଜର ନିଜର ମସାନପଦା କେ
ଦେଖ ଇ କଥା ଇହାଦେ ଇଠାନେ ପ୍ରମାଣ ହୈଗଲା
କୁକରା ଗୁଗାଲା କି ଭୁତ ପଲେଇଗଲା
ଲୋକ ବଲସନ ଜେନ୍ତା ଫୁସମାସ ଏସି
ଉସତେ ଉଛବ ମନାବାର କେ
କୁକ୍ରା ପରେ ସାରା ରେତ ଗୁଗାସି
ସେ ସମିଆଁ ଭୁତପେତେନ ତାକର
ଆସ୍ଥାନ ନି ଛାଡନ
କି ରାତି କାହାରି ର କେନସି ନକସାନ ନି କରନ
କେନସି ନ ଅସୁବ ନେଇଁ ହୁଏ
କେନ ଗ୍ରହ ନେଇଁ ଗ୍ରାସେ
ଗ୍ରହ ନଖ୍ୟତ୍ର କାଟନ ନେଇଁ
ଦେବତା ଭୁତ ଟଣେହି ଟାଂଗେନ
କାହାରି ର ମଂତର କାମ ନି ଦିଏ
ବଡା ସୁବ ସମିଆ

ହରାସିଓ – ମୁଇଁ ବି ହେନ୍ତା ସୁନିଛେଁ
ଆର ଟିକେ ଟିକେ ବିସାସ ବି ଲାଗସି
ଦେଖ ସକାଲ ର ବେଲ
ଲାଲ ଜରଜର ପଛରା ଉଢି
ସାମନା ର ଉସେ ଚଢି ଚଢି
ପୁରୁବ ପରବତେ ଜଉଛେ ମାଡି
ଏତକର ସରଲା ଆମର ପହରା
ମୁଇଁ ବଲୁଛେଁ ଜାହା ଜାହା ଘଟଲା
ଜେତେ ଜେତେ ଦେଖଲାଁ
ସାରା ରାତି ର କଥା ହାମଲେଟ କେ କହେମାଁ
ଜଦି ବି ଆମକେ କିଛି ନି କହେଲା
ତୁମ ପଡଲା
ଦେଖବ ତାହାକେ ଜରୁର କହେବା
ଜଦି ସବେ ହଁ ବଲବେ ବଏଲେ
ସାରା ରେତ ଭଏର କଥା ହେମାଁ
ଆର ଘଟଣା ଟା ଜନାମାଁ
ନିଜର କବାର ସାଂଗେ ନିଜର ଲାଗେଲେସରକର
କଥାବି ବୁଝବାର କଥା କି ନେଇଁ ?

ମାରସେଲସ
– ଠିକ ଅଛେ କହିଦେମା
ଆର ମୁଇଁ ସଖାଲୁ ପତା ଲଗଉଛେଁ
ତାହାକୁ ସୁବିଧା ଥି କେନ ଭେଟମା ଜେ
(ଜେଇଛନ)

Previous ArticleNext Article