Art & Culture, Entertainment, Home

ହାମଲେଟ । । ସେକ୍ସପିଅର । । ଅନୁବାଦ: ସାକେତ

Spread the love

ଦୃସ୍ୟ -୨
(ରାଜମହଲ ଭିତରର ଗୁଟେ ବଖରା, ଏଇଛନ ରଜା, ରାନି, ହାମଲେଟ, ପୋଲୋନ୍ୟସ, ଲରେଟ, ଭୋଲ୍ଟିମାଡ, କର୍ନେଲ୍ୟସ, ଦରବାରି ଆର ପ୍ରହରି )

ରଜା – କୁମାର
ମନେ ମୋର ଦଦାର ମରନ କଥା ମଥି ହଉଛେ
ସୁରତା ଲହର ଭିଜେଇ ଭିଜେଇ ତାଜା କରୁଛେ
ରଜା ଦରଦ ଦୁଖ କେ ଦବେଇ ଦେଲେ
ସାରା ରାଏଜେ ଫେର ସେ ଦୁଖ ଉବକି ଅଉଛେ
ଆର ରାଏଜେ ଦର୍ଦେ ଝରାଲା ଆଁଖଲ ର ଆଁଖି
ସଁକରି ସମି ଜଉଛେ
ହେଲେ ବିବେକ ମନ କେ ସଂଭଲଉଛେ
ତାର ସୁରତା ଥି ବୁଡି ଜଉଥିଲେ ବି
ରାଏଜ ଭାର କଥା ଭୁଲି ନେଇଁ ଜିବାର
ଜେଭେ ଘଡେ ତାର କଥା ସୋର କରସିଁ
ଫେର ଆର ଘଡି ରାଏଜ ର କଥା ଭାବସିଁ
ଜିଏ ଦିନେ ମୋର ବହୁ ଥିଲେ
ଆଏଜ ସେ ସିଆନି
ଆର ଇ ଜୁଦ୍ଧବର୍ନ୍ୟା ରାଏଜ ର ରାନି

ମନର ବଖରା ଥି ଜେତେ ଉସତ ତେତେ ଦୁଖ
ଗୁଟେ ଆଖୁଁ ସୁଭ ର ଆଁଖଲ ବଏଲେ
ଆର ଆଁଖୁ ଅସୁବ ର ଆଁଖଲ
ଛନେ ବିହାଘର ର ଗହ ଗହ କେ ଉସତ ଲାଗଲେ
ଆର ଘଡି କାମଘରେ ମନ ବୁତରି ଜଉଛେ
ଉସତ ଆର ଦରଦ ସମାନ ସମାନ
ତମେ ସବେ ସବୁବେଲେ ଭାବି ବିଚାରି
ମତେ ରାଏଜ କାମେ ସାହାଜ ସହଜୋଗ କରିଛ
ଆର ଭାବୁଛେଁ ଏନ୍ତା ସବୁଦିନେ ସାହେଜ କରୁଥିବ
ସବେ ତ ଜାନିଥିବ
ଜୁଆନ ଫୋଟିନବ୍ରା, ଦଦା ର ମରନ ଖବର ସୁନି
ଆମକେ ଟିକେ ହଲକା ଥାବ କରୁଛେ
ଭାବୁଛେ ରାଏଜ ଛିନ ଛତର ହେଇ ଜେଇଛେ
ଆର ମଉକାର ଫାଏଦା ନେବାରକେ
ତହଁକି ଉତକୁଛେ ଆର
ଖବେର ପଠେଇଛେ
ତାକର ନୁ ଜବତ କଲା ରାଏଜ ଫିରେଇ ନେବାରକେ
ବାକି କଥା ତ ଇ ସବୁ ବାବଦେ ଜାନିଛ
ଇହାଦେ ଇ ସଭାର କବାର ହେଲା
ଆଗକେ କେନ୍ତା କରମା ବିଚାର କର
ତାର କକା ନରୱେ ର ରଜା କେ
ଅବସ୍ୟ ଆଗତୁରିଆ ଜନେଇ ଦେଇଛେଁ ଜେ
ଇ ବାବଦେ ତାହାକେ କେନସି ସାହେଜ ନାଇଁ କରବେ
ଆର ଆଗକେ ବଢବାର କେ ମନା କରବେ
କାଁଜେ ବଏଲେ
ସେ ତାର ତାର ଗୁଟେ ସନ୍ୟ ଦଲ ଗଢି ପକେଇଛେ
ଆର ଜୁଦ୍ଧ ଲଢବାର କେ ତିଆର ହଉଛେ
ବଏଲେ ତମେ କର୍ନେଲ୍ୟସ ଆର ଭାଲ୍ଟିମାଡ
ଚିଠି ନେଇକରି ନରୱେ ଜ
ତମକେ କିଛି ଅଏଧକା କରା ନେଇଁ ପଡେ
ସବୁ କଥା ଖୁଲାଖୁଲି ଲେଖା ହେଇଛେ
ଜ ଏତକର ତମର କାମେ ଲାଗିପଡ

କର୍ନେଲ୍ୟସ-ଭାଲ୍ଟିମାଡ – ଆପଣକର ଆଦେସ ଆମର କବାର ମାହରାଜ
ଆର ଜେତକି ଦରକାର ସେତକି ନିସଚେ କରାହେବା
କାମ ବାକି ନେଇଁ ରହେ ମାହରାଜ

ରଜା – ମୋର ସଂଦେହ ନେଇଁନ
ତମେ ନିସଚେ କାମ କରବ
ଜ ତମେ ମୋର ହାର୍ଦିକ ବିଦାୟ
( ଦୁହେଁ ଜେଇଛନ)

ଆରେ ଲରେଟ, ଆର ତମର ଖବର କାଣା
କାଣା ଗୁଟେ ଦରଖାସ୍ତ କଥା କହୁଥିଲ
ତମେ କାଣା ଚାହୁଁଛ ଲରେଟ
ହେଲେ ମନା କରିଦେବାର ବାଗିର
କଥା ନାଇଁ କହେବ
ଅବସ୍ୟ ମୁଇଁ ନି ଭାବବାର ଜେ
ତମେ ହେନ୍ତା ଅନୁରୋଧ କରବ
ଆର ମୁଇଁ ମନା କରିଦେମି
କି ତମର ଇଚ୍ଛା ଥି ମୋର ହଁ ନେଇଁ ନ
କି ହେନ୍ତା କେନସି କଥା ଜେନଟା କି
ତମେ ଠିକସେ ମୋର ସାମନେ କହି ନି ପାରବାର
ମୁଡ଼ ମନର କାମେ ହେତକି ନି ଆସିଥିବା
କି ହାତ ଟୁଣ ର
ଜେତକି ତମର ବାପା ଇ ରାଏଜ ର ଲାଗି
ରଜା ର ଲାଗି କରିଛନ ଜେ
କହ ଲରେଟ ତମକେ କାଣା ଦର୍କାର ?

ଲରେଟ – ଆପଣକର ଅନୁମତି ଆର ଆର୍ସିବାଦ ଦର୍କାର ମାହାରାଜ
ଫ୍ରାନ୍ସ ଫିରିଜିବାର କେ
ଉସତ ମନେ ସେନୁ ଆଇଥିଲିଁ
ଆପଣକର ରାଏଜଭିସେକ ଦେଖି
ଆର ମୋର କର୍ତବ୍ୟ କରି
ଏତକର ତ ମୋର କବାର ସରଲା ମାହରାଜ
ତ ଫେର ଫ୍ରାନ୍ସ ଫିରିଜିମିଁ ବଲୁଛେଁ
ଅନୁମତି ଦଉନ ମାହରାଜ

ରଜା – ତମର ବାପା ନୁ ଅନୁମତି ମାଗଲ ନ କି ନେଇଁ
କାଁ ବଏଲେ ପୋଲୋନ୍ୟସ ?

ପୋଲୋନ୍ୟସ – ଖାଲି ତ ଜିମି ନ ଜିମି ନ ବଲି ଥୁତରି ପକଉଛେ
ସେସକେ ବାଧ୍ୟ ହେଇ ତାର ମନକେ
ଜା ହେଲେ ବଏଲିଁ
ଆର ଆପଣକୁ ବି ବିନତି କରୁଛେଁ
ତାହାକେ ଜିବାର କେ ଅନୁମତି ଦଉନ

ରଜା – ସମିଆଁ ଟା ତମର ପଖିଆ ହେଇଛେ ଲରେଟ
ଜ ମନମାନି ବେଭାର କର
ଏତକର ମୋର ପୁତରା ଆର ପୁଓ ହାମଲେଟ ର ପାଲି

ହାମଲେଟ – (ମନକେମନ) ହଁ, ସଂପର୍କିୟ ନୁ ଟିକେ ଅଏଧକା
ହେଲେ ଆମର ସଂପର୍କ ଜେତକି ଭାବ ର
ସେନୁ ଟେିକ କମ

ରଜା – କୁମାର ଏତକିବେଲ ଜାଏକ ବି କେନ୍ତା
ଦୁଖ ର ବାଦଲେ ଘେରେଇ ହେଲା ବାଗିର ଦିସୁଛୁ

ହାମଲେଟ – ନେଇଁ ନେଇଁ ନେଇଁ ମାହରାଜ
ହେନ୍ତା କିଛି ନେଇଁସେ
ବାହାରେ ଟିକେ ଜହବେଲ ଖରା ଥି ରହିଗଲି ତ

ରାନି – କୁମାର ଆର କେତେଦିନ ଇ ରାଏତ ବାଗିର
ଇ ନିସ୍ତେଜ ବରନ୍ୟା ଚେହେରା ଧରିଥିବୁ
ଛାଡ ବାବୁରେ ସବୁ
ଘଡେ ନିଜର ବାଗିର କାରି ଇ ରାଏଜ କେ ଦେଖି ଦେଖ
ରାଏଜ ତୋର ଉସତ ମନର ହଁସ ହଁସ ଚେହେରା
ଦେଖବାର କେ ଚାହୁଁଛେ
ହମିସା କାଣା ଆଏଁଖ ଉଲମେଇ ରହୁଛୁ ?
ଜେନ୍ତା ମାଏଟ ତଲର ତୋର ବାପାକେ ଦେଖୁଛୁ
ତୁଇ ଜାନିଛୁ
ମରନ ଟା ନୁଆଁ କି ବିଚିତ୍ର ନୁହେଁ
ସମକିରର ଲାଗି ଆଏସି
ସବୁ ଜନମ କେ ମରନ ତୟ ଆଏ
ମରନ ଅମର ଆଏ

ହାମଲେଟ – ହଁ ମାହରାନି
ମରନ ନୁଆଁ ନୁହେଁ

ରାନି – ଜଦି ନୁଆଁ ନୁହେଁ, ସମକୁ ସମାନ ଆଏ
ତ ଫେର ତୁଇ କାଏଁଜେ ଏତକି ଅଲଗା ବାରି ହଉଛୁ

ହାମଲେଟ – ମୁଇଁ ଦେଖେଇ ହଉଛେଁ ମାହରାନି ?
ନେଇଁ ନେଇଁ ହେନ୍ତା ଦେଖେଇ ନି ହେବାର
ଦରଦ କେ ଜାନିଛେଁ
ଦେଖେଇ ହେବାରଟା ନେଇଁ ଜାନି
ଦିସୁଥିମି ହେନ୍ତା
ଇ କଲା କୋଟ ଗାଢା ପଛରା
ଲମା ଲମା ସାଁସ
ଆର ଆଁଖଲ ନଦିର ଧାରା
କି ଉଦାସ ଚେହେରା
କି ଆର କେନ କେନ ଦୁଖି ମନ ର ଚିହ୍ନା ନୁ
ମତେ ଜାନି ନି ପାର
ଇ ସବୁ ଦିସସି ଉପରଛଲକ୍ୟା
ଦୁଖ ଦେଖେଇ ହେବାରକେ
ଜିଏ ପାରି ସେ ବେଭାର କରି ପାରେ
ହେଲେ ଦୁଖ କେତେ ଅଛେ ଭିତ୍ରେ ଜେ
ଇ ସବୁ ଉପରଛଲକ୍ୟା ଚିହ୍ନା ଜନେଇ ନି ପାରେ
ଆର ଆପଣ ଜାହା ଦେଖୁଛନ ସବୁ ଉପରଛଲକ୍ୟା ଭେସ

ରଜା – ଭଲକଥା କୁମାର
ପୁଓ ହିସାବେ ବାପାର ସୁରତା ଥି ଜରୁର କାଂଦବାର କଥା
ଆର ଇ କଥା ବି ଜାନବାର କଥା ଜେ
ହେନ୍ତା ତୋର ବାପା ତାର ବାପା କେ ହଜେଇଥିଲା
ତାର ବାପା, ତାର ବାପାକେ ହଜେଇଥିଲା
ଆର ପୁଓମାନକର କର୍ତବ୍ୟ ଆଏ
ବୁଆ ର ମରନ ଦୁଖେ ଗୁଟେ ସମିଆଁ ସିମାତକ
ନିସଚେ ଦୁଖମନା ହେବାର
ହେଲେ ଜଣେ ଜଦି ଏନ୍ତା କାଂଦିବସଲା
ଆର ଛାଡବାର କେ ନାରାଜ ହେଲା
ତ ତାହାକେ ସହଜେ
ମାହାପ୍ରୁ ବି ମାଫ କରି ନି ପାରେ
ମୁନୁସ ପିଲାକେ ଦୁଖ ଦୁର୍ବଲ କରିଦେସି
ଦୁର୍ବଲମନ ଦୁର୍ବଲ ଦିମାଗ
ଅବୁଝା ଲୋକ କେ ମାହାପୁରୁ ସାହା ନି ହୁଏ
ଆମେ ଦହ ଦହ ଜାନି ଜାନି
ଗୁଟେ ଫି ଦିନିଆ ଜିନିସ ଲାଗି
ଅଏଦକା ଦୁକମନା କାଏଁଜେ ହେମା ବାବୁ
ଜେନଟା କି ଦିନେନା ଦିନେ ବାଧ୍ୟ ଘଟବା
ନେଇଁ ନେଇଁ ଇଟା ବିଦ୍ରୋହ ଆଏ ମାହାପ୍ରୁ ବିରୁଦେ୍ଧ
ବୁଧି ବିବେକର ଏକଦମ ଉଲଟ୍ୟା କଥା
ଜନମକେ ମରନ ନିସଚିତ ଆଏ

ମୁଇଁ ତତେ ବିନତି କରି କହୁଛେଁ
ତୁଇ ଇ କଂଦାବୁବା ଛାଡ
ଆର ମତେ ଟିକେ ଦେଖ
ଜେନ୍ତା ତୋର ବାପାକେ ଦେଖୁଥିଲୁ
ଆର ଇ ରାଏଜ ଜାନୁ ଜେ
ତୁଇ ଇ ତକ୍ତା ର ଉତରଅଧିକାରି
ମୁଇଁ ବି ତତେ ହେତକି ଭଲ ପାଏସିଁ
ଜେତେ ଗୁଟେ ବାପ ତାର ପୁଓକେ ଚାହେଁସି
ଜଦି ଫେର ତୁଇ ପଢିଜିମି ଭାବୁଛୁ
ବଏଲେ ଆର ନେଇଁ ଜା ନ
ଇନ ମୋର ପାଖେ ରହି
ରାଜକାଜ ଥି ଟିକେ ସାହେଜ କର
ଜେନ୍ତା ଗୁଟେ ଦରବାରି, ସଂପର୍କିୟ କି ପୁଓ କରସି

ରାନି – ତୋର ମାଁ ର ଗୁହାରି କେ ତ ମନା ନାଇଁ କରି ଦଉ
ରହିଜା ଇଠାନେ
ନାଇଁଜା ପଢି

ହାମଲେଟ – ତମର ବୋଲ ଜେତେ ପାରମି ନିସଚେ କରମି

ରଜା – ତୋର ଉତର ସୁନି ମତେ ଉସତ ଲାଗଲା
ତୋର ଇ ବେଭାର ମୋର ମନକେ ଛିଁ ଗଲା
ତୁଇ ନିଜକେ ଆମର ନୁ କେଭେ ପର ନି ଭାବବୁ
ଆସ ରାନି ଆମେ ଉସତ ମନାମା
ଖାଏମା, ପି’ମା ଆର
ବଜା ଗଜା ନାଚେ ଗିତେ ମହଲ ଦୁଲକେଇ ଦେମା
( ଦୁହେଁ ଜେଇଛନ )

ହାମଲେଟ – ଓ, ଇ ଟାନ ମଉସ ଲୁଥାଲୁଥା ପଘଲି
ଓସ ବୁଂଦା ବାଗିର ତଗଲି କାଏଁ ନି ଜିବାର
ନିଜକେ ଘାରିହେଲେ ଜଦି ପାପ ନେଇଁ ଲାଗତା
ପରାନ ଟା ଉଡି ଜାଏତା କାଏଁ
ଜିବନ ଟା କେନ୍ତା ନିସୋସ ନିସ୍ତେଜ
ନିହାତି ଅର୍ଦବା ଲାଗୁଛେ
ପୁରଥି ଟା ଜାବତ୍ୟ ବାସି ବାସି ଗଂଧି
ସିଗବିଗା ଲାଗୁଛେ
ଦୁନିଆଁ ଟା ଏକଦମ ବିନମାଲି ର ବାଏର
ନେଇଁ ହେଲା ଅର୍ଦବା ଅଦରକାରି ଗଛ ବାଏର ଭଏର
ଭୋଲ ନିସାଥି ମାତିଛନ ସିଆନ ସ୍ୟାନି
ଗଂଧି ଫଏଲାବାର ବିହନ ବୁନା ଥି
ଭାବି ନେଇଁ ହୁଏ ଲୋକ ଏନ୍ତା କେନ୍ତା କରୁଛନ
ଦୁଇମାସ ନେଇଁ ପୁରିଥିବା ବାପା ର ମରବାର
ଏଭର ରଜା ନୁ କେଡେ ବଢିଆ
ଜୁଲାଲେ ସେଟାୟର ଆର ହାଏପରିଏନ
କେତେ ଗହକି କେତେ ସଉକ କରୁଥିଲେ ମାଁ କେ
ମଜା ଆଏ ପବନ ର ଜେ ତାକର ଥଉନ ଥଉନ
ମାଁ ର ଗାଲ କେ ଛିଁ ଦେବା
ହେ ମାହାପ୍ରୁ ! ସୋର କଲେ କଏଲଜା ଜଲି ଜଉଛେ
ପେଟ ଜଲି ଜଉଥିଲେ ବି ଜେଭେ ଜିଏ
ବାପା ର ପାଖ ନି ଛାଡୁଥାଇ
ମାସେ ନି ପୁରବାର ତାଏଲ ସେ ଫେର
ଛି ଛି ଛି ଛି ଛାଡ ଛାଡ ଛାଡ ଛାଡ
ଭାବି ନେଇଁ ହେବାର ହିନମନିଏନ
ମାହେଜି ବଏଲେ ହିଁ ଅଲାଜୁଗ୍ୟେନ
ମାସେ ଅଧେ ସେ ଜୁତା ଜୁହ୍ନା ହେଇଥିବା
ଜେନଟା ପିନ୍ଧି ବାପା ର ମୁର୍ଦାର ପଛେ ଲମିଥିଲା
ନିଓବେ ବାଗିର ହେଁକାତେଲ-କାଏଁଜେ ସେ, ଏନ୍ତାଜେ ସେ,
ହେ ମାହାପ୍ରୁ…
ପସୁ ଜଂତୁ ଜିଏ କାରନ ଜାନି ନେଇଁ ପାରେ
ବି ଆର ଦିନାଦୁ କାଂଦିଥିତା – ମୋର କକାକେ ବିହା ହେଇଗଲା
ବାପାର ଭାଏ, ହେଲେ କେଭେ ବାପା ର ବାଗିର ନେଇଁସେ
ଆର ମୁଇଁ ହାରକ୍ୟୁଲସ – ମାସେ ଭିତ୍ରେ
ତାର ଫଟ ଆଁଖଲ ଆଏଁକ କେ
ଭିଜେଇ ଭିଜେଇ ଫୁଲେଇ ଦେବାର ଆଘୋନୁ
ହରବରେ ବିହା ହେଇଗଲା
ବନେ ନେଇଁ ହେଲା, କି କିଛି ବି ବନେ ନେଇଁ ହୁଏ
ହେଲେ ମତେ ତୁମ ପଡବାରକେ ପଡବା
ଚାହେ ଭିତ୍ରେ କଏଲଜା କୁହୁଁଲି ଜଉ

(ହୋରାସିଓ, ମରସେଲସ, ବର୍ନାଡୋ, ଏଇଛନ)

ହୋରାସିଓ – କେନ୍ତା ଅଛ କୁମାର

ହାମଲେଟ – ତମକୁ ବନେ ଦେଖି ବଡା ଉସତ ହେଲିଁ
ନିଜକେ ପଛେ ଭୁଲିଜିମି ହେଲେ ହୋରାସିଓ କେ, କେଭେ ନେଇଁ

ହୋରାସିଓ – ହଁ କୁମାର, ହୋରାସିଓ ତମର ସବୁଦିନର ସେବକାରି

ହାମଲେଟ – ସେବକ ନେଇଁ ସାଂଗ
କହେବ ବଏଲେ ଚାଲ ନାଁ ପଲଟେଇ ଦଉଁ
ହେଲେ ପଢା ଛାଡି ଇନ କେନ୍ତା
ଆର ମାରସେଲସ ତମେ ?

ମାରସେଲସ – ହଁ କୁମାର,

ହାମଲେଟ – ତମକୁ ଦେଖି ବଢା ଉସତ ଲାଗଲା
ଆର ବର୍ଣ୍ଣାଡୋ ତମେ ବି ଏଇଛ
ହେଲେ ତମେ ଇନ କେନ୍ତା ହୋରାସିଓ

ହୋରାସିଓ – ପଢା ଛାଡିକରି ଘର ଆଏବାରଟା
ମୋର ଗୁଟେ ବଏସ୍ରା ହେଇଗଲା ନ କୁମାର

ହାମଲେଟ – ତମର ସତ୍ରୁ ନୁ ବି ହେନ୍ତା କଥା ସୁନବାର କେ ନେଇଁ ଚାହେଁ
କି ମୋର କାନ କେ ସୁନବାର କେ ବି
ଫୁସଲେଇ ନି ପାର
ମୁଇଁ ଜାନିଛେଁ
ତମେ ତ ହେନ୍ତା ପାଠଚୋର ନେଇସେ
ଇଠାନେ କାଁ କରୁଛ
ହଁ ମୋର ଦ୍ୱାରା ଜଦି ହେଇପାରବା ବଏଲେ
ତମେ ଇଠାନୁ ଜିବାର ଆଘୋନୁ
ତମକୁ ଗୁଟେ ପୁଖତ ମଦୁଆ ବନେଇ ଦେଇ ପାରମି

ହୋରା – ତମର ବାପା ର କାମଘର ଏଇଥିଲି କୁମାର

ହାମ – ମଜାକ କାଏଁ କରୁଛ ହୋରାସିଓ ମାଁର ବିହାଘର ଏଇଥିବ

ହୋରା – ଦେଖତ କାମଘର ନେଇଁ ସରବାର
ବିହାଘର ସରିଗଲା

ହାମ – ଗୁଟେ ଭୁଜି ଥି ଜୁଡେ କବାର ପଟିଜିବା
କାମଘର ର ତୁନ ବିହାଘରେ ବି ପରସି ହେବା
କାଏଁ ପାପ କରିଥିଲି ଗଲା ଜନମେଁ
ଇ ସଜା ମିଲୁଛେ ହୋରାସିଓ
ଘାଏ ଘାଏ ବାପା କେ ଆଏଁଖ ସାମନେ ଦେଖଲା ବାଗିର ଲାଗୁଛେ

ହୋରା – କେନ କୁମାର ?

ହାମ – ମନ ଭିତ୍ରେ
ହୋରା – ଥରେ ଦେଖିଥିଲିଁ ତାହାକୁ
କେତେ ବଢିଁଆ ରଜା

ହାମ – ସବେ ବନୁ ବଲୁଥିଲେ
ଆର ଥରେ ହେନ୍ତା ଲୋକ ଟେ ମିଲବାର ଟା ମୁସକିଲ

ହୋରା – କୁମାର,
ଗଲା ରାତି ତାହାକୁ ଦେଖଲା ବାଗିର ଲାଗଲା

ହାମ – କାହାକେ ଦେଖଲ ?

ହୋରା – ମାହାରାଜ କେ ଦେଖିଛେଁ କୁମାର
ତମର ବାପା କେ

ହାମ – ବାପା କେ ,

ହୋରା – ଦମ ଧର କୁମାର
ଆର କାନ ଦେଇ ସୁନ ମୋର କଥା
ସାଖି ଅଛନ ଇମାନେ

ହାମ – କହ କହ ହୋରାସିଓ
ହୋରା – ଗଲା ଦୁଇ ଦିନ ହେଲା ଅଧରାତ୍ୟା
ଇ ଦୁହିକର ପହରା ବେଲିଆ
ପୁରା ସ୍ୱଏକାଦ ସେ ଚେହେରା
ଗୁଡୁମୁଡୁ ଏକଦମ ତମର ବାପା ର ମୁଖଡା ପୁରା
ସେହି ଭେସ ସେହି ଠାଟ
ଜେନ୍ତା ମାହରାଜ ଇତାକର ସାମନେ ଠାଡ
ଇମାନେ ତ ପୁରା ଜାଡ କାଠ
ଟୁଣ ମୁଡ ନି ଫୁଟଲା
କଥା ନି ବାହାରଲା
ଜେନ୍ତା ଇମାନେ ଡରହେ ସବୁ ମତେ କହେଲେ
ଆର ରାଏତ ସାଂଗେ ମୁଇଁ ନିଜେ ଗଲିଁ
ଜେନ୍ତା ଜେନ୍ତା ବତେଇଥିଲେ
ସେନ୍ତା ସେନ୍ତା ଫେର ବାହାରଲେ
ମୁଇଁ ତ ଚିନହିଛେଁ ତମର ବାପା କେ
ମୋର ଦୁହି ହାତ ହେତକି ସମାନ ନାଇଁ ଥିବା
ଜେତକି ମାହରାଜକର ମୁଖଡା ସାଂଗେ
ସେ ଛାଏଁ ଦିସୁଥିଲା

ହାମ – ଜେ କେନ ଦେଖଲ ?

ମାର – ସେ ପହରାଦିଆ ମଚାନ ନ
ହାମ – ନେଇଁ ପଚରାଲ ତାହାକେ

ହୋରା – ହଁ କୁମାର,
ମୁଇଁ କେତେ ପଚରାଲି
ହେଲେ କିଛି ଉତର ନାଇଁ ଦେଲେ
ଘାଏ ତ ମୁଡ ଉଠେଇକରି
କାଣା କହେବେ କାଏଁ ବଲୁଥିଲିଁ
କେନ ଥିଲା ସେ କୁକ୍ରା ଜେ ତ ଗୁଗେଇ ବସଲା
ହେଟା ତ ପଲେଇ ବସଲା ଜେ ନାଇଁ ଦିସଲା ନ

ହାମ – ଆସରିଜ କଥା

ହୋରା – ହେଲେ ଆମେ ଦେଖିଛୁଁ କୁମାର
ଇଟା ସତ ଆଏ ଆର
ଇସବୁ କଥା ତମକେ କହେବାର ଟା
ଆମର କର୍ତବ୍ୟ ଭାବଲୁଁ

ହାମ – ଠିକ କଲ କହେଲ ଜେ
ମତେ ଡର ଲାଗଲା ନ
ଆଏଜ ବି ପହରା ଦେବ କାଏଁ ?

ମାର-ବର୍ଣ୍ଣା- ହଁ କୁମାର

ହାମ – କାଣ ସାଜୋ ସସତର ସବୁ ପିନ୍ଧିକରି ଏଇଥିଲେ

ମାର-ବର୍ଣ୍ଣା – ହଁ କୁମାର

ହାମ – ପୁରା ଗୁଡୁମୁଡ ?

ମାର-ବର୍ଣ୍ଣା – ହଁ କୁମାର

ହାମ – ବଏଲେ ମୁହଁ ତାକର ନେଇଁ ଦେଖିଥିବ

ହୋରା – ନେଇଁ ନେଇଁ ଦେଖଲୁଁ, ମୁହଁ ଖୁଲାଥିଲା

ହାମ – କେନ୍ତା, ଦୁଖମନା ଦିସୁଥିଲେ ଭାଏଲ

ହୋରା -ରାଗି ନୁ ଦୁଖି ଦିସୁଥିଲେ ଜହ

ହାମ – ସେଥା କି ଲାଲ

ହୋରା – ନେଇଁ ବଡା ସେତା ଦିସୁଥିଲେ
ହାମ – ତମକେ ଦେଖୁଥିଲେ

ହୋରା – ହଁ ଏକସକଁଟି

ହାମ – ମୁଇଁ ସେନ ଥିଲେ

ହୋରା – ତମେ କାବା ହେଇଜେଇଥିତ

ହାମ – ହଁ ହଁ ରହେଲା ବନେ ଘଡେ ?

ହୋରା – ହଁ, ଝନେ ବିନା ହରବରେ
ସହେ ଜାଏକ ଗନି ପକଏଇଥିତା

ମାର ବର୍ଣ୍ଣା – ଆର ବେଲ ହେଇଥିତା

ହୋରା – ନେଇଁ ମୁଇଁ ଦେଖଲା ବେଲକେ ନି ଥେଇ ନ

ହାମ – ଡାଢି ତାକର ପାଚିଥିଲା ନ ? ନେଇଁ ?

ହୋରା – ଜିଁ ଥିଲା ବେଲେ ଜେନ୍ତା ଦେଖିଥିଲିଁ
ଧୋବ ଧୋବ ହେଇଥିଲା ନ
ହାମ – ଆଏଜ ରାତି ମୁଇଁ ଜୁଗି ଜିିମିଁ
ଭାଏଲ ଫେର ବାହାରଲେ

ହୋରା – ଫେର ବାହାରବା, ଜରୁର ବାହାରବା

ହାମ – ଛଏଁରା ଜଦି ବାପାର ମୁଖଡା ଧରି ବାହାରେ
ତ ନିସଚେ କଥା ହେମି
ଚାହେ ଜାଣା ହେଇଜଉ
ଖାଲି ଗୁଟେ ବିନତି
ଏତକିବେଲ ତକ ତ କାହାକେ ନି କହେବାର
ଇ ବାବଦେ ଆର ଆଗକେ ବି ନେଇଁ କହେବ ନ
ଜାଣା ବି ହେବା ଆଏଜ ରାତି ଫେର
ଖାଲି ଆଏଁଖ କାନ ଖୁଲିପାର
ଟୁଣ ମନା
ତମକେ ପୁରସ୍କାର ଦେମି
ଏତକର ଜ ତମେ
ପହରା ମଚାନ ନ ଏଗାର ବାର ଆଡେ ଫେର ଭେଟ ହେମାଁ

ସବେ – ତମର ମାନ ଆମର କବାର

ହାମ – ଜେନ୍ତା ତମକେ ଭଲ ପାଏସିଁ
ହେନ୍ତା ମତେ ବି ଭଲ ପାଉଥିବ

( ସବେ ଗଲେ)

ବାପାର ଭୁତ ଜୁଦ୍ଧର ଭେସେ ଅସତ୍ର ଧରି ବୁଲୁଛେ
କିଛି ଠିକ ନେଇଁନ
ନିସଚେ ଅସବିଧା ହେଇଛେ
କେନ ରାଖ୍ୟାସର କାରନାମା ବାଗିର ଲାଗୁଛେ
ଠିକ ଅଛେ ରାଏତ ଆସୁ
ହେତକି ବେଲ ତୁମ ପଡି ଥଉଁ
ଦୋସ ଗୁନାହ ପାପ
ଜେତେ ଲୁକାଲେ ନାଇଁ ଲୁକେ
ଜରୁର ଉକିଆ କେ ଦିସବା ।

Previous ArticleNext Article