Art & Culture, Home

ହାତୀ ଆର ଚଁଟିଆ

Spread the love

ଗୁଟେ ଜଂଗଲେ ଗୁଟେ ବଢେ ଗଛର ଟିପି ନ ତାକର ଗୁଡା ଥି ଗୁଡାଦୁ ଚଁଟିଆ ଉଷତେ ରହୁଥିଲେ ।

ମାହେଜି ଚଁଟିଆ ଗୁଡା ଥି ଅଣ୍ଡା ଦେଇଥିଲା ଆର ଛୁଆ ଫୁଟାବାରକେ କରୁଥିଲା ।

ଦିନେ ଖରା ମାସର ଖରା ସହି ନି ପାରିକରି ହାତୀ ଗୁଟେ ଜଖା ହେଇଗଲା ।

ତାର ଚାଲଲା ବାଟର ସବୁ ଗଛକେ ଭାଂଗି ଦଉଥେ । ତାର ଗଲା ବାଟେ, ସେ ଚଁଟିଆମାନେ ଗୁଡା କରିଥିବାର ଡାହି ମାନକୁ ବି ଭାଂଗି ପକାଲା ।
ଡାହି ଛିଡିଗଲା କି ଗୁଡା ବି ତଲେ ପଡିଗଲା ଆର ଅଣ୍ଡାମାନେ ତଲେ ପଡିକରି ଫାଟିଗଲା ।

ଯଦିବି ଚଁଟିଆଁମାନେ ଉଡିକରି ପଲେଇଗଲେ, ତାକର ଅଣ୍ଡା ଭାଂଗିଗଲା ସେଟା ଦେଖିକରି ହୁରୁଦ ଭାଂଗିଗଲା । ମାହେଜି ଚଁଟିଆ ହେଁକେଇ ହେଁକେଇ କାନ୍ଦଲା ।
ଟିକେ ଦୁରିଆ ଥି ଗୁଟେ କାଠଠୁକୁ ଥିଲା, କାନ୍ଦି ଶୁନିକରି ତଗଲିଗଲା ।

ତାର ନିକେ ଗଲା ଆର ବଏଲା, “ଆଗୋ ଚଁଟିଆ ! ତମକେ କାନ୍ଦିକରି କିଛି ଫାଏଦା ନି ହୁଏ । ଯେନଟା ଭାଗ୍ୟଥିବା, ସେଟା ନିଶ୍ଚେ ହେବା ।”
ମାହେଜି ଚଁଟିଆ ବଏଲା, “ଠିକ କହୁଛ ! ହେଲେ ମୋର ସବୁ ଛୁଆ କେ ଶଏତାନ ହାତୀ ମାରିଦେଲା, ଇଟା ବି ସତ ଏ । ଆମେ ତାର କିଛି ନୁକସାନ ନି କରି ।”
“ତମେ ଯଦି ମୋର ସାଂଗ ହେବ ବନବ ବଏଲେ”, ମାହେଜି ଚଁଟିଆ କହିବସଲା, “ଦୟାକରି ମତେ ଗୁଟେ ବାଟ ବତ ହାତୀକେ ଖତମ କରବାର ଲାଗି ଆର ମୋର ଛୁଆମାନକର ମରନର ପ୍ରତିଶୋଧ ନେବାର ଲାଗି” ।

“ତ ମୁଇଁ କହେମି”, କହେଲା କାଠଠୁକୁ, “ମୋର ଗୁଟେ ମାଛି ସାଂଗ ଅଛେ । ତାର ନିକେ ଯଉଁ ଆର ଶଏତାନ ହାତୀକେ ମାରବାର ଲାଗି ତାର ସାହେଜ ମାଗମାଁ” ।
ତେହରୁ, କାଠଠୁକୁ ଆର ମାହେଜି ଚଁଟିଆ ମାଛିକେ ଭେଟିଗଲେ । କାଠଠୁକୁ ବତାଲା, “ବନ୍ଧୁ, ଇ ଚଁଟିଆକେ ଭେଟ । ସେ ଝନେ ମୋର ସାଂଗ ଆନ । ଗୁଟେ ଶଏତାନ ହାତୀ ତାକର ସବୁ ଅଣ୍ଡା ନକସାନ କରିଦେଲା; ସେ ଶଏତାନ ହାତୀକେ ଖତମ କରବାର ଲାଗି ଦୟାକରି ଆମକେ ସାହେଜ କରି ଗୁଟେ ବାଟ ବତ” ।
“ମୁଇଁ ଜରୁର ସାହେଜ କରମି”, ସବୁ ଶୁନି ସାରିକରି ମାଛି କହେଲା, “ମୁଇଁ ତମର ସାଂଗ କେନ୍ତାକରି ହେମି, ଆର ତମକୁ ସାହେଜ ନି କରମି ତମର ଦରକାର ବେଲେ । ମୋର ଗୁଟେ ବେଂଗ ସାଂଗ ଅଛେ, ଚାଲ ତାର ସାହେଜ ନେବା ହାଥିକେ ଖତମ କରବାର ଲାଗି” ।

ତେହରୁ, ମାହେଜି ଚଁଟିଆ, କାଠଠୁକୁ, ଆର ମାଛି, ବେଂଗ ନିକେ ଗଲେ ଆର ଯେଁ ଥିର ଲାଗି ତାର ସାହେଜ ମାଗି ଆସିଛନ ସେଟା ତାହାକେ ସବୁ ବୁଝେଇକରି କହେଲେ ।
ସବୁ ଶୁନିସାରିକରି ବୁଢା ବେଂଗ ବଏଲା, “ହାତୀ ବଢେଟେ ଏ, ହେଲେ ଏକଲା ଅଛେ । ହାତୀ କାଣା କରି ପାରବା, ଆମେ ଯଦି ମିଶିକରି ତାହାକେ ନକସାନ କରମା ବଏଲେ ? ମୋର ନ ଗୁଟେ ତରିକା ଅଛେ!”

ସେ ବତାଲା, “ମାଛି ! ଯେତେବେଲେ ଖରା ଚରଚରଉଥିବା, ତୁଇ ତାର କାନେ ଯେଇକରି ଗୁନଗୁନାବୁ । ଯେତେବେଲେ ସେ ଉଷତ ହେଇକରି ଏଁଖ ମୁଜିଥିବା, କାଠଠୁକୁ ଯେଇକରି ତାର ଏଁଖ କେ ଠୁକବା ଆର ତାହାକେ କଣା କରିଦେବା । ଇ ଚରଚରାଲା ଖରା ଥି, ପାନି କେ ଜରୁର ନୁରବା, ହେଲେ କଣା ହେଇଜେଇଥିବା ବଏଲେ ନି ପାରେ । ତେହରୁ ମୁଇଁ ଢୁଢା ଗୁଟେକର ଖଣି ବସିକରି ଗୁଗାମି” ।

ସେ କହି ବସଲା, “ଯେତେବେଲେ ଶୁଷା ହାତୀ ମତେ ଶୁନବା, ସେ ଭାବବା ପାଖେ କେନ ନ ଗୁଟେ ବନ୍ଧ କି ହ୍ରଦ ଅଛେ ଆର ମୋର ଆବାଜକେ ସୁତରେଇ କରି ଆସବା । ଆର ସେ ହେନ୍ତା କରବା କି, ସେ ଗାଡେ ଝଁପେଇ ହେବା ଆର ମରିଯିବା । ଏନ୍ତା କରି, ଆମେ ଚଁଟିଆ ଛୁଆମାନକର ମରନର ପ୍ରତିଶୋଧ ନେଇପାରମାଁ!”
ବାକି ସବେ ଯୋଜନା କେ ପସନ କଲେ ଆର ବେଂଗର ବତାଲା ଅନସାରେ ନିଜର ନିଜର କାମ କରବାରକେ ତିଆର ହେଇଗଲେ ।

ସେମାନେ ତାକର କାମ ସଫଲତାର ସହିତ କରଲେ, ଆର ହାତୀ କାଦୋ ଢୁଢା ଥି ପଡିକରି ଗୁହେରୁ ଖଣିଆ ଖାବରା ହେଲା ।

ଚାହେଁଲେ ଛୋଟ ଲୋକମାନେ ବି ସଫଲତା ପାଇ ପାରସନ
ସାକେତ ଶ୍ରୀଭୂଷଣ

Previous ArticleNext Article