Art & Culture, Home

ସ୍ୱାଧିନତା ଆଘୋର କୋସଲି ସାହିତ୍ୟ(୧):କୋସଲି ସାହିତ୍ୟର ଇତିହାସ

Spread the love

ଓଡିସା କେ ଛାପାଖାନା ଆସଲା ୧୮୩୮ରେ ଆଉ ୧୮୬୧ ରୁ ପତ୍ରପତ୍ରିକା ଛାପବାର ମୁଲ ହେଲା । ସେ ବେଲର ବାମଣ୍ଡା ରଜା ସାର ବାସୁଦେବ ସୁଢଲ ଦେବକର ପୃସ୍ଠପୋସକତା ଆର ପଣ୍ଡିତ ନୀଲମଣି ବିଦ୍ୟାରତ୍ନକର ସଂପାଦନାରେ ବାହାରୁଥିବା ସମ୍ବଲପୁର ହିତୈଷିଣୀ ପତ୍ରିକା ରେ ଓଡିଆ ସାଂଗେ ସାଂଗେ କୋସଲି ଭାସା ର ଲେଖା ବି ଛପା ହଉଥିଲା । ୧୮୯୧ ମସିହାରେ କବି ମଧୁସୁଦନ କର ଗୁଟେ କବିତା ବାହାରିଥିବାର ଜନା ପଡିଛେ । ସେତାକେ ପହେଲା ପ୍ରକାସିତ କୋସଲି କବିତା ବଲି ଧରା ଜାଏସି ।

କହ ଗୋ ଦୁତି ମୁଇଁ କେନ୍ତା କରସିଁ ଗୋ
ନନ୍ଦପୁଅ କାହ୍ନାକେ ଦେଖଲେ ବଡା କାବା ଲାଗୁଛେ ଗୋ ।
ଦିସୁ ଥିସି କଲିଆ ଟରଟର
ପିନ୍ଧିଥିସି ହଲଦିଆ ଜରଜର
ଧୋବ ଫରଫରଟେ ଜାନବାରିର ଟେ
ବେକେ ଉଲେଇ ହେସି ଗୋ?
ଜମନା ନଏଦକେ ଗାଧି ଗଲେ
ବସିଥିସି କଦମ ତଲେ
ଦେଖଲେ ଧାଏଁସି ସାଂଗେ ଗୁଡାସି
ସାଂଗେ ଗାଧି ବସସି ଗୋ ।
କାଏଁ କାଏଁ ମନ୍ତର ଜନ୍ତର ଆଏସି ତାହାକେ
ମୁସା ଡିଇଁସା ହେସି ଘାଏକେ
ଜାହା ଖାଏସି ଗୁରସ ଖିରସା
ସବୁ ଚୁରେଇ ଖାଏସି ଗୋ ।
ଛିନା ବେଲେ ଘରକେ ଜାଇ
ହରଦମ ଡାକେ ମାଇଁ ମାଇଁ
ଡାଁଡେ ବୁଲେ ପଡାକେ ଗଲେ
ଖୁଲି ବାଖଲି ହେସି ଗୋ ।

ହେଲେ ଇତାର କେତନି ଆଘୋନୁ କୋସଲ ବାହିରେ ଗିତ ଆର କବିତା ଲେଖବାର ସୁଚନା ମିଲିଛେ । ଛାପବାର ଅଭାବ ନୁ କେତନି ଟେ ଲେଖା ଝାରେ ଫୁଟି ଝାରେ ମୁର୍ଝେଇ ଗଲା ବାଗିର ହେଇଛେ । ଦେସର ସ୍ୱାଧିନତା ଆଘୋନୁ କେତନିଟେ କବି କୋସଲି ଭାସା ରେ ଲେଖୁଥିବାର ପ୍ରମାଣ ମିଲିଛେ । ସେ ଭିତରୁ କିଛି ହେଲେ କବି ଜତନ, ଚଇତନ ଦାସ, ବାଲାଜି ମେହେର, ଲଖମଣ ପତି, ଗଂଗାପ୍ରସାଦ ପଣ୍ଡା, ମୌଲାନା ମୁସ୍ତକିମ ଖାନ, କପିଲ ମହାପାତ୍ର, ପରିକ୍ଷିତ ଖଣ୍ଡୁଆଲ, ଧନେସ୍ୱର ମହାପାତ୍ର, ମାୟାଧର ସେଠ, ସ୍ରିଧର ଉଦଗାତା, ବିଧୁଭୁସଣ ଗୁରୁ, ଇନ୍ଦ୍ରମଣି ସାହୁ, ଚିନ୍ତାମଣି ସାହୁ, ଦନେଇ, ବୈଦ୍ୟନାଥ, ନାକଫୁଡି ପଣ୍ଡା, ସତ୍ୟନାରାୟଣ ବହିଦାର ଆଦି । ସ୍ୱାଧିନତା ଆଘୋରୁ ଓଡିଆ ପତ୍ରତ୍ରିକା ମାନେ ଜେନ୍ତା ଜିଜ୍ଞାସୁ, ପାରିଜାତ, ପାଟଣା ଦୀପିକା, ଶଂଖ ଆଦି ନେ ଭିନେ ଭିନେ କୋସଲି କବିମାନକର କବିତା ବାହାରୁଥିଲା । ୧୯୪୪ ମସିହାରେ ଶଂଖ ପତ୍ରିକାର ସଂପାଦକ ଡ. ମାୟାଧର ମାନସିଂହ ତାକର ପତ୍ରିକାରେ କୋସଲି ଭାସାର ଲେଖା ଛାପିକରି ସମାଲୋଚନା ର ସିକାର ହେଇଥିଲେ । ସେ କବିତା ଟା ହଉଛେ ନାକଫୁଡି ପଣ୍ଡା ଂକର ‘ପାସରି ଦେବୁ କାଏଁ ନ’ ।

ପାସରି ଦେବୁ କାଏଁ ନ …?
ପିଲା ଦିନର୍ ସାଂଗ୍ ସର୍ସା ପାସ୍ରି ଦେବୁ କାଏଁନ ।
ମୁଡା ବନ୍ଧର୍ କନ୍ଦାକୁଡା ସୋର୍ ଅଛେ କି ନେଇଁନ ?
ସଂଜ ବେଲର୍ ଲୁକଲୁକାନି
ଡାଁଡ୍ ଖୁଲିର୍ ଖକ୍ ।
ଗୁଡି ମଡପର୍ ଖୁମ୍ ଖୁମାଲୋ
ଛୁର୍କି ସଇ ସତ୍ ।
ନଏଦ୍ ପହଁରା ବାଲିର୍ ଘର
ଦୁଲି ଝୁଲା ବଡା ସୁଖ୍ ।
ଆଏଜ୍ ଦିନ୍କେ ହେତେଇ ଦେଲେଁ
ଲାଗୁଛେ ବଡା ଦୁଖ୍ ।
ସୋର୍ ଅଛେ କି ନେଇଁନ?
ପିଲା ଦିନର୍ ସାଂଗ୍ ସର୍ସା
ପାସ୍ରି ଦେବୁ କାଏଁନ ।୧ ।
ପରର୍ ଘର୍ ଘର୍ ହେବା ତୋର୍
ପରର୍ ବୁଲେଁ ସାର୍ବୁ ଦିନ୍
ନେଇଁ ଚଲେ ତୋର୍ ଇଚ୍ଛା ।
କାହିଁର୍ ଚିହ୍ନାର୍ କାହିଁର୍ ଜନାର୍
ଜୁଟେଇ ଦେବା ବୁଆ ।
ଫୁଫ୍ଲା ବାହ୍ମନ୍ ହାତ୍ଧର୍ବା
ଶୁଲ୍କ ଅଖାଡୁଆ
କୁକୁର୍କେ ଭି ଠାକୁର୍ ବଲିଁ
ମାନ୍ବୁ ସବୁ ବେଲେଁ ।
କାଏଁ ପାରୁଛୁ ତର୍କି ଥିବୁ
ପଡିଜିବା ଭାଏଲ୍ ଗାଲେଁ
ସେନକେ ଯିବୁ ଯେଭେଁ
ପିଲା ଦିନର୍ ସାଂଗ୍ ସର୍ସା ନେଇଁ ଭୁଲ୍ବୁ କେଭେଁ । ୨ ।
(ଶଂଖ, ଦେବଗଡ, ୧୯୪୪)

Previous ArticleNext Article