Art & Culture, Home

ସ୍ୱାଧିନତା ଆଘୋର କୋସଲି ସାହିତ୍ୟ(୩):କୋସଲି ସାହିତ୍ୟର ଇତିହାସ

Spread the love

ବାଲାଜି ମେହେର
ବାଲାଜି ମେହେର ଥିଲେ ଗଂଗାଧର ମେହେର କର ସମସାମଇକ । ଗଂଗାଧର ଓଡିଆ ଥି ଲେଖଲା ବେଲକେ ବାଲାଜି କୋସଲିରେ ଲେଖୁଥିଲେ । ବାଲାଜିକର ପହେଲା କବିତା ଗୁଁଡିଆ ୧୯୭୨ମସିହା ଜାନୁଆରିରେ ସପ୍ତର୍ଷିରେ ବାହାରିଥିଲା । ଇ ଗୁଁଡିଆ କବିତା ଟା ୧୯୧୨ ମସିହାରେ ଜେତେବେଲେ ଇଂଲଣ୍ଡର ଜୁବରାଜ ସସ୍ଠ ଜର୍ଜ ସମଲପୁର ଆସିଥିଲେ ତାକର ସ୍ୱାଗତରେ ସମଲପୁର ଫ୍ରେଜର କ୍ଲବ ନ ପଢିଥିଲେ । ତାକର ଆର ଲେଖା ମାନେ ହେଲା କୁମ୍ଭାର ପସରା, ଗଉଡ ଗମନ, ସୁନାରି ପସରା ଆର ବରଗଡ ବଜାର । ଇ ସବୁ ଲେଖାମାନେ ୧୯୭୨ ର ସପ୍ତର୍ଷି ରେ ବାହାରିଥିଲା ।
ଗୁଁଡିଆ
(୧)
ଶୁନ ଶୁନରେ ପାଲିଆ ଭାଇ
ଗୁଁଡିଆର କଥା ଦେଉଛେଁ ଗାଇ
ଘର ଦୁଆର ଡାଁଣ ଖୁଲି
ବେଲ ବୁଡଲେ ଗୁଁଡିଆର ପାଲି ।
ଗବର ଗଦା ଉରକୁଲା
ତହିଁକେ ଗୁଁଡିଆ ମିଲକିଲା ।
ପୋଡ ପିଛାଲଁ ପୁରା ପୁରା
ବସିଥିବେ ତରା ତରା ।
ଠାନ ଠାନ କରି ପନ୍ଦର ଠାନେଁ
ଚାବି ଆନୁଥିବେ ନାକେ କାନେଁ
ପୋଡ ପାନି ଦେଲେ ବୁଡି
ଗୁଁଡିଆ ଉଡଲେ ଆଶା ଛାଡି ।
ଗାଁ ଗୁହାଲେ ଗୁଁଡିଆ ବିଜେ
ଆଗେ ଘୁନ ଘୁନ ଘଁଟି ବାଜେ ।
(୨)
ଗୁଁଡିଆର କନିଆଁ ଦୁଇ ଗୁଟି
ଘୁନଘୁଟି ଆଉର କୁରକୁଟି ।
ସେ ଦିନେ ତାଁକର ମଂଗଲବାର
ଦେବୀକେ ଦେବେ ରକତଧାର ।
ନାଇଁ ଦେଲେ ନାଇଁ ଚଲେ
ଗୁଁଡିଆ ଗଲା ରାତିର ବେଲେ
ଦେଖଲା ତଷୁ କୁହୁଲା ଦିଆ
ଗୁଁଡିଆ ବଏଲା ନାଇଁରେ ବୁଆ ।
ଗଲେଁ ମଲିଁ ରକତ ଭୁଗି
ଜୀବନ ଯିବା ମାଏଝିର ଲାଗି ।
ନୂଆଁ ମାଏଝି କରମି ପଛେଁ
ଜୀବନ ଯିବା ମିଛେଁ ମିଛେଁ ।
କୁହୁଲା ଘର ମତେ ଅଡୁଆ
ଏନତା ବିଚାର କରଲା ଗୁଁଡିଆ ।
ଯାଇ ବସଲା ଲୁକର ଭିଲହି
ଠାନ ଜାନି ଜାନି ହୁଂଗମି ବଲି ।
ଜନେ ବସିଥିଲା ପଛ କରି
ଚୁତଲେ ବସଲା ପଟକରି ।
ଲମ ଲମ ଗୋଡ ଲପଲପ
ମୁହଁ ସୁଜି ହୁଂଗେ ଟପ ଟପ ।
ହାଏ କରି ଦେଲା ଥାପର ପିଟି
ଧରି କରିଁ ଦେଲା ସଏଲତା ବଟି ।
ପଲାଲା ତରସର ରଖଲା ଜାନ
ଗୁଁଡିଆଁର କନିଆଁ ଧଏଲା କାନ ।
ମଂଗଲା ଦେବୀର ଉଷା ବରତ
ଆଏଜ ତତେ ନଇଁ ମିଲଲା ରକତ ?
ନାଆଁକେ ମରଦ ଗଁଡିଆଁଟା
ଦୁଇ ମାହେଜିର ଭଡୁଆଟା ।
ଯାହା ରାଂଧିଥିଲୁ ଖାଏଲୁ ସବୁ
ଆଉର ଖାଏବୁ କାଏଁ ପରସି ଦବୁଁ ।
ସଂଗେ ଶୁଇକରି ଗଡଗଡୁ
ଘଏତା ହେବାର ମୁହୁଁଟା ପୁଡୁ ।
ଗୁଁଡିଆ ବଏଲା ସୁନରେ ନଟି
ଦେଇଥିଲା ଯେନ ଥାପଡ କୁଟି ।
ଦର ବଜକିଆ ନାଇଁ ବାଜଲା
ବାଜିଥିଲେ କାଏଁ ଜୀବନ ଥିଲା ।
ନାଇଁ ବାଜିକରି ଉଁରଲି ପଡଲି
ତିନଘଡି ଯାକେ ମୁରଛା ଗଲିଁ ।
ପାଁଚ ଘଡି ନ ପାଏଲି ଚେତା
ମରିଯାଇଥିଲେ କେନତା ହେତା?
ଭଂଗା ଧୁନଥି ମାଏଲେ କାଁଡ
ଘଏତା ମଲେ ମାଏପୋ ରାଁଡ ।
ଆନି ଦଉଥିଲେ ପିତଲ ପିତଲ
ଟେଁଡି ଦଉଥିଲେ ବୁତଲ ବୁତଲ ।
ଆନି ଦେଇଥିଲେ ଖୁଜି ଢୁଁଡି
ସବୁ ଦେଉଛେ ନାକେ ଟେଁଡି ।
ମାହେଜି ଜନମ ବଢେ ସାଫୁଲ
ଖାଇ ଜାନସନ କାପୁଲ କାପୁଲ
କନିଆଁ ଛାଡି ଆଏଜ ପଲାମିଁ
ସବୁଦିନେ କାହୁଁ ଆନି ଦେମି ।
ଭଲ ପଛେ ନାଇଁ ବଲବ ମତେ
ଚୁରେଇ ରକତ ଆନମି କେତେ ।
ମନ ଚିହ୍ନି କରି ମାଏପୋ ହିତ
ବାଲାଜି ରଚଲା ଗୁଁଡିଆ ଗିତ ।
(୩)
ଯେତେ ଗୁଁଡିଆର ପହିଜ କରା
ମକରା ବଏଲା ରହରେ ଟୁରା ।
ମନେ କଲା ମହା ରୋଷ
ଜାଲ ଖେଲଲା ବାର କୋଶ ।
ଘର ଦୁଆର ପଛକୁତି
ଜାଲ ଖେଲଲା ଯତଖତି
ଘରଦୁଆର ଭଂଗାପୁଲା
ନାଇଁ ରଖଲା ଟିକେ ମେଲା ।
ବେଲ ବୁଡଲା ଘୁଟଲା ରାତି
ଖଏଲେ ଶୁଇଲେ ଲିଭେଇ ବତି
ଦୁରୁଁ ଗୁଁଡିଆ ଦରକିଲା
ଜାଲ ଦେଖିକରି ସରକିଲା
ସଂଗ ଧରିକରି ଯିମିଁ ହେଲେଁ
ନାଇଁ ପଡମିଁ ମକରାର ଜାଲେଁ ।
ଗୁଁଡିଆ ଯାଇଛେ ସାହିକେ ସାହି
ଟଁଢେଇ ଯାଇଛେ ରକତ ଚୁହି ।
ଭେଟ ପଡଲେ ଏକା ଠାନେ
ଦେଖଲେ ଘରେ ଶୁଇଛେ ଝନେ ।
ଦୁହିଁକେ ଦୁହେଁ ହେଲେ ଯୁକତ
ଶୁଇଲା ଲୁକର ବାଁଧଲେ ବକତ ।
ମୁନୁଷ ରକତ ଟେଁଢେଇ ଚୁହେ
ଗୁଁଡିଆ ଚାବଲା ଟଁଢେଇ ଦିହେ ।
ଟଁଢେଇର ଦିହ ଦୁରଗଁନ୍ଧି
ଗୁଁଡିଆ ଚାବଲା ରାକସଁଧି ।
ଚଡଡୋ ଥାପଡ ପିଟଲା ଟାନେ
ଗିଜ ମଲକା ଗୁଁଡିଆ ଜାନେ ।
ଧମକେ ଗୁଁଡିଆ ଦେଲା ମୁତି
ଶୁଇଲା ଲୋକ ଉଠଲା ଚେତି ।
ଉଠି ବସିକରି ଧଏଲା ଚୁନ୍ଦି
ରଶି ଆନି ଗଛେଁ ଦେଲା ବାନ୍ଧି ।
ତେଁତେଲ ଝାଁଟର କୁର୍ଡା
ଦୁହି ଗିଜେ ଦୁଇ ସର୍ଡା ।
ଉଁଚଲି ଉଁଚଲି ପଡେ ଛାଲ
ଗିଜ ଫାଟିଗଲା ଫାଲ ଫାଲ ।
ପିଟଲା ପିଟଲା ଦେଲା ଛାଡି
ଦୁଇ ଲାତ ଦେଲା ଯାରେ ଶାଲି ।
ଟଁଢେଇ ପଲାଲ ଜାନ ଧରି
ଗୁଁଡିଆ ରହେଲା କୋଡ ବାରି ।
ଆଁଟେ ଖିଡକି ଦେଲା କିଲି
ଗୁଁଡିଆ ବଏଲା ମଲି ମଲି ।
ସକାଲୁ ଖିଡକି ଦେଲା ପେଲି
ଗୁଁଡିଆ ଗଲା ବାଟେଁ ଚାଲି ।
ରକତେଁ ରକତେଁ ସର ସର
ପଲାଲା ଗୁଁଡିଆ ତର ସର ।
ବେଲସୁଁ ଗୁଁଡିଆଁର କନିଆ ଯୁଡେ
ଗୋଡଧୁଆ କଲେ ଧୁତି ଖଁଡେ ।
ବସେଇ ଶେଯେ କଲେ ଗେଲ
ମର୍ଦନା କଲେ ମାନେ ତେଲ ।
ବାଲାଜୀ ରଚଲା ଚଟପଟ
ନିଦ ପଡିଗଲା ଝଟପଟ ।
(ଲେଖା ସମିଆଁ ୧୯୧୨)

ଲଖମଣ ପତି
ବାଲାଜି ମେହେରକର ଆର ଝନେ ସମସାମଇକ ହଉଛନ ଲଖମଣ ପତି । ବରଗଡ ଜିଲା ବିଜେପୁର ପାଖର ଖରମୁଡା ଗାଁରେ ୧୯୦୦ ଆଡକେ ତାଂକର ଜନମ । ଲଖମଣ ହଉଛନ ନାଟକ ସାହିତ୍ୟ ର ଲେଖକ । ତାକର ଲେଖାମାନେ ହେଲା ସବର ଲିଲା, ଭୁଲିଆ ପସରା, କଁରରା ପସରା, ଆର ତେଲି ପସରା, ମୁନୁସ ବରନ, ମାଏଝି ବରନ ଆଦି ।

ତେଲି ପସରା
ଝଟପଟ ଝପଟ ବାଲି
ଯେନତା ବାଡିକେ ତେନତା ଛେଲି ।
ଶୁନ ଶୁନରେ ପାଲିଆ ଭାଇ
ତେଲି ପସରା କହେମି ମୁଇଁ ।
ତେଲେନ ମାଏଝି ପସରା ବସା
ଖୁସି ଦେଇଛେ ଢଲିଆ ଖୁସା ।
କେହି ସରି ନୁହେଁ ମୁଡ କୁରାକେ
ଖୁସି ଦେଇଛେ କାନ ତରାକେ ।
ଚକେଇ କରି ବସି ଦେଇଛେ
ହଲେଇ ଗେହ୍ଲେଇକଥା କହୁଛେ ।
ପିତଲ କାଠର ଚାନ୍ଦିଆ ମାନ
ଦୁଇ ପଏସିଆ ସବକେ ସାନ ।
ଜୁଡା ବୁରି ସୁରଷୋ ବରେଇ
ରୋଜ ପେରିଛେ ସରେଇ ସରେଇ ।
ଗହକି ଗଲେ ତେଲେନ ପାଶ
ତେଲେନ ବଲେ ନେବ ଆସ ।
ଭଲ ମିରତେଲ ଛାଏ ଦିଶୁଛେ
ଯେତକି ନେବଲୋ ତେତକି ଅଛେ ।
ଗହକି ବଏଲେ ଭଲ କହୁଛୁ
ତୁଇ ଡୁରିତେଲ ମିଶେଇ ଦେଇଛୁ ।
ତମର ଜୀବକା ତମକୁ ଉତମ
ତେଲ ଦିଶୁଛେ ହଲଦି ରକମ ।
ପାଁଚ ପଏସା ମାନକେ ନେବୁ
ହିଟା ମାଠୁଲ ନାପି ଦେବୁ ।
ଶୁନଲା ତେଲେନ ଗହି ଟୁଁଡ
ବାସି ପଖାଲେ ବୁରୋଗୁଁଡ ।
କେତେ ନେବୁ କହ ବଏଲା
ପସରା ଭିତରୁ ମାନ ଧଏଲା ।
ଧସ ମାନକେ ତେର ଅନା
ଦୁଇ ପଏସା ତହିଁର ଉନା ।
ତେଲି ପସରା ଏତକି ହେଲା
କହେ ଲଏଖନ ବାମହନ ପିଲା ।
(ଲେଖା ସମିଆଁ ୧୯୧୦ -୧୯୨୦)

ବାଲାଜି ମେହେର ଆର ଲଖମଣ ପତିକର ପସରା କବିତାମାନେ ସଂଚାର ନାଚ ବେଲକେ ଗାହାକ ମାନେ ଗାଇ ଗାଇ ନାଚୁଥିଲେ । ସେଥିର ଲାଗି ଇ କବିତାମାନକର ପହେଲା ନୁ ସୁନ ସୁନ ରେ ପାଲିଆ ଭାଇ ନୁ ମୁଲ ହେଇଛେ ।

ମୌଲାନା ମୁସ୍ତକିମ ଖାଁନ ଗୌନ୍ତିଆ
ବାଲାଜି ଆର ଲଖମଣଂକର ଆର ଝନେ ସମସାମଇକ ଥିଲେ ମୌଲାନା ମୁସ୍ତକିମ ଖାଁନ ଗୌନ୍ତିଆ । ସେ ବି ପସରା କବିତା ସୈଲିରେ ତୁରି ପସରା ଲେଖିଥିଲେ । ତାକର ଜନମ ଝାରସୁଗଡା ଜିଲା ଲଖନପୁର ପାଖର ରେମତା ଗାଁ ନ ହେଇଥିଲା ।

ତୁରି ପସରା
ତୁରି ତୁରିଏନ ପସରା ଧରି
ହାଟକେ ଗଲେ ଯୁଗାଡ କରି ।
ତୁରିଏନ ମାଏଝି ବାଲ ଭୁରସି
ପାଏନ ଦେଇ କରି ରାିଁ ଦେଇସି ।
ମୁଠେ ଚାଉଁରୀ ବାଲେ ଭରି
ମାନ ଏଡେ ଖୁସା ଦେଇଛେ ପାରି ।
ପିଠି ପାରେ ଛୁଆ ଭିଡି ଦେଇଛେ
ଅଁଟାକେ ହଲେଇ ଚାଲି ଯଉଛେ ।
ଟୁଲି ଭୁଗଲି ଚାଉଲ ଧୁଆ
ସାକୁସ ପେରୀ ଝାିଁ ଡାଲିଆ ।
ଝାଁ ଝପଲି ଶାଗ ଛଟନୀ
ଛଟନା ଡଲା କୁଲା ଚାଲନୀ ।
ତଲେଇ କୁଲେଇ କୁଁଡଲି ଟୁା
ଖଲେଇ ମୁଖୀ ଡୁଆ ଖଏଡକା ।
ଝାପ ଗେଡୁଆଁ ତୁନ ପରସା
ଅନକା ବୁହିଛେ ଗୁଛା ଗୁଛା ।
ଖଟ ଖଟଲି ଝୁରି ପେଟାରୀ
ଢୁଲଂଗୀ ଛତା ଛତୁର କରି ।
ମାଗଲେ ଗହକି ହେଇ ରୁଁଡ
ନାଇଁ ପଟେ ବଲି ହଲାସି ମୁଁଡ ।
ଯାର ମନକେ ଯେନଟା ହେଲା
ବାଛିକୁଛି ନେଲେ ମୁସ୍ତକିମ କହେଲା ।
(ଲେଖା ସମିଆ ୧୯୨୦-୧୯୨୫)

Previous ArticleNext Article