Art & Culture, Entertainment, Home

ରକତେଁ-କଟା ଫଟୁ: ସରୋଜ ସ୍ରିଭୁସଣ ସାହୁ

Spread the love

ଉଁଚା ଉଁଚା ଫ୍ଲାଟ ଡେଗି ଡେଗି ଆଉଥିବାର ସୁର୍ଜ୍ୟର ଦର୍ସନ ଟିକେ ଡେରିଥିଁ ହେସି ରୋହିତ ରହୁଥିବାର ଘରର ଝର୍କାନ । ଠିକ ଜେନ୍ତା ବେଲ ପୁରୁବ ଦିଗେ ଉଦବାର ନିସଚିତ ଆଏ ହେନ୍ତା ନିର୍ଦିସ୍ଟ ସମିଆଥିିଁ ନିର୍ଦିସ୍ଟ କେତେଟା କାମ କରବାର ବି ରୋହିତର ଲାଗି ପୁରାପୁରି ନିର୍ଦ୍ଧାରିତ ଆର ନିସଚିତ ଆଏ । ସାଢେସାତ-ବଜେ ଉଠବାର, ନଅ-ବଜେ ଜଳଖିଆ, ଦସ-ବଜେ ଅଫିସ, ପାଁଚ ବଜେ ୱାପସ୍ ଏନ୍ତା ଏନ୍ତା ଇତାକେ ଆମେ ସମୟାନୁବର୍ତିତା କହେମା
କି ଆବସ୍ୟକତାର ବାଧ୍ୟତା କହେମା ସେଟା ଅଲଗା କଥା । ରୋହିତର ଲାଗି ସବୁଦିନ ଗୁଟେ ବାଗିର । ଆଲାରାମ-ଦିଆ-ଘଡି ବାଗିର ତାର ସବୁକାମ, ନିର୍ଦ୍ଧାରିତ ଆରୁ ନିସଚିତ । ବଖରାଟା ବେସି ବଡ ନେଇସେ । ମକରା ଜାଲଥିଁ ସଜା କାଁଥି, ଖାର ଆର ଅଧାପୁଡା-ସିଗରେଟର ମିଲାମିସାଥିନ ଗୁଟେ ନୁଆଁ ଫ୍ଲୋର ଡିଜାଇନ । ଗୁଟେ କନେ ଖଟ ଗୁଟେ, ତାକେ ଲାଗିକରି ଟେବୁଲଟେ, ଟେବୁଲ ଉପରେଁ ଟେବୁଲ-ଘଡି ଆର ମୁଟା ଡାଇରିଟେ । ଟେବୁଲ ଲାଗିକରି କାଁଥି ନ କେଲେଣ୍ଡର ଗୁଟେ ଟଙ୍ଗା ହେଇଛେ । ଘରର ଆର କନେ ବଡ ଟେବୁଲଟେ । ପଟାବନ୍ଧା କବିତା ସଂକଲନ କେତେଟା, ବିଅର ବୁତଲ ଦୁଇଟା, ଟେପରେକର୍ଡର, ଗଜଲ କେସେଟ କେତେଟା, ଦେଖବାର ଲାଏକର ଜିନିସ ହେତକି ଟେବୁଲ ଉପରେ । ଘରେ ଆର ବି ଜାହାକିଛି ଥିଲା ସବୁ ଛିଚିବିଛି ହେଇଛେ । ବଖରା ଗତିରୁକେ ଦେଖଲେ ଜନାପଡସି ହେ ଖାର ଉପରେ ରୋହିତର ଛଡା ଅଲଗା କାହାରିର ପାହା ଚିହ୍ନା ନୁହେଁ ପଡେ ତାଏଲ କି ପଡବା ବଲିଁ ତାର ଆସ ନେଇଁନ ।
ଅଲଗା ଦିନର ବାଗିର ଆଲାରାମ ସାଡେ ସାତବଜେ ନେଇଁ ବାଜିକରି ନ ବଜେ ବାଜଲା । ଗୁଟେ ଅଲଗା କଥା ଆଏ । ରୋହିତ ଉଠିକରି ହାତ ଲମେଇଛେ ଟେବୁଲ ଉପରର ଡାଏରି ନିକେ । ଫରଦ କେତେଟା ଉଲଟେଇଛେ  ମନ ନେଇଥିଲା ବାଗିର ଦେଖିଛେ । ସନଡେ ଲିଖା ଫରଦଥିଁ ହାତ ଲେଖା ସୁଇନ । ଟେବୁଲ ଉପର କେ ଫିକି ଦେଲା ଡାଏରିକେ । ଟ୍ରାଉଜର ପକେଟନୁ ସିଗରେଟ ଆର ମାଚିସ ବାହାର କରି ପିଇବାର ମୁଲକଲା । ଖଟୁଁ ଉଠିକରି
ଟେପ ଅନ କଲା, ଡେବିରି ହାତେ ବିଅର ବୁତଲ ଧରି କରି ଫେନ ଖଟ ଉପରେ ହାଜର । ଦାଁତେ ଠିି ଖୁଲିକରି ବୁତଲର ଅଧା ଖତମ କରିଦେଲା ଗୁଟେ ସାଁସେ । ତକିଆ ଉପରେ ପଦମ ଦୁହିଟା ଆରୁ ତାର ଉପରେ ମୁଡକେ ଆରାମସେ ଥୁଇ କରି ଅନ୍ୟମନସ୍କ ହିସାବେ ଝରକା ସେ ଆଡର ଦୃସ୍ୟରାକ ଦେଖୁଥିଲା
ସଡକ ଉପରେଁ ଗାଡିଁ ଉତାରୁ ଗାଡି ଛୁଟୁଥିଲା । କିସମ କିସମର ଗର୍ଜନ କରି । କେନସିଟା ନେଇ ରହୁଥାଇ ସବୁ ଚାଲୁଥିଲେ । ଜେନ କୁହୁଲା ଟିକକ ରହୁଥିଲା ସେଟା ବି ଘଡେକର ଲାଗି । ଫେନ ହେଟାବି ମିସିଜଉଥିଲା କାଁଏଥିନ ଗୁଟେ । କେତେବେଲୁଁ ଜେ କେସେଟ ସରିକରି ଟେପ ଫେନ ଚଲାଲା । ଫେର ଖଟ ଉପରେ ସେ ଭଙ୍ଗି, ସେ ଦୃସ୍ୟରାକ । ତେତକର ଖଟୁଁ ଉଠଲା । ପାହା ଦୁଇଟା ସ୍ଳିର ଉପରେ ରଖିକରି ସିଧା ଚାଲଲା ବାଥରୁମ ।

ଫିରି କରି ଦେଖଲା ଦୁଇ ବାଜିଛେ ।

ବାଇକଟା ବନେ ଜୋରସେ ଚାଲିଛେ ସଡକ ଉପରେ । କେନକେ ଜିବା କି କାଁଏ ଥିନର ଲାଗି ଜିବା ହେଟା ଖୁଦ ରୋହିତକେ ବି ଜନା ନେଇ । ସେ ଖାଲି ଚାଲୁଛେ, ଖାଲି ମରୁଭୁଇଁ ଥିନ ବାଟ ପାସରି ଦେଇଥିବାର ଚଲାଲି ବାଗିର ା ରାସ୍ତା ଜନା ନେଇଁକି ଜିବାର ସେସ ନେଇଁ । ବାଇକର ସ୍ପିଡ କମିଗଲା । ମେନ-ରୋଡନୁ ଉତରି କରି ପାଖର ଡୁଙ୍ଗିରି ଆଡକେ ଚାଲଲା । ସୁରୁଟେ ଡୁଙ୍ଗୁରି । ପତଲା ଜଙ୍ଗଲ ଲାଗିଛେ । ଡୁଙ୍ଗୁରି ତଲେଁ ବାଇକନୁ ଉତରି କରି ଉପରକେ ଦଉଡିବାର ମୁଲକଲା । ଦଉଡିବାରଥିନ ଅସୁବିଧା ହେଲା ବଲି ଚପଲଟାକେ ଗୁଟେ ବଡ ପଥର ଉପରେ ଥୁଇଲା । ଆରୁ ଫେନ ନର୍ଦିବାରେ ଲାଗଲା ।
ଜେତେ ଉପରକେ ଜଉଥିଲା; ତାର ଜୋର ସେତକି କମୁଥିଲା । ଟିିକେ ପହଁଚିବାର ଆଘନୁ ଝୁଟେଁଇ ପଡଲା । ଡେବିରି ଗୁଡର ମୁଲା ଆଁଗଠିନୁ ରକତ ଥିୁଥିଲା । ତିନ ଚାଏର ଥୁା ରକତ ମାଏଟ ଉପରେ ପଡଲାନ । ଗୁଟେ ଚିକନ ପଥର ଉପରେ ବସି ପଡଲା । ସେ ପଖନ ଉପରେ ବି ରକତ ଝରି ପିଛଲିଗଲା । ବଡା ନିର୍ବିକାର ଆର ଡରଛଡା ହିସାବେ ହେ ରକତଥିନ ନିଜର ଆଂଗଠି ବୁଥିକରି ଗୁଟେ ଡଂଗାର ଫଟୁ କାଟବାର ମୁଲକଲା । ଧିରେ ଧିରେ ରକତବୁହା ଥମି ଆଏଲା । ତବବି ସେଟାକେ ଚିିକରି ଆର ରକତ ବାହାର କରି ଫଟୁ କଟା ସେସ କରବାର ଚେସ୍ଟା କଲା ସେ ।

ତାକେ ଗୁଟେ ଅଲଗା ରକମର ମଜା ଲାଗୁଛେ ଇ ଦିହଁ ଭିତରୁ ରକତ ବାହାର କରି ମାଏଟ ଉପରେ ଥିବାର ପଖନ ଥି ଫଟୁ କାଟବାର ଲାଗି । ଦିହିଁ ଉସାସ ଲାଗୁଥିଲା ହେଲେ ମୁଡ ଧିରେ ଧିରେ ଉଜନିଆ ଲାଗବାକେ ଲାଗଲା । ମୁଡଟିକେ ଉଠେଇ ଦେଖଲା ବେଲକେ ରକତମୁହାଁ ବେଲ ବୁଡୁଥିଲା । ମୁଡ କିନ୍ଦିରିବାରକେ ଲାଗଲା । ସବୁ ଅଂଧାର ହେଇଗଲା । ଆଁଏଖ ଖୁଲି ଦେଖଲା ବେଲକେ ଆକାସେ ତରା ଦିସୁଛେ, ଦିହି ଦୁର୍ବଲ ଲାଗୁଛେ । ଉଠବାର
ତାକତ ନେଇଁ । ଜେନ୍ତା ମାଏଟ ଘିଚି ନଉଛେ । ଉଠବାର ମନ ନେଇଁ । ହେଲେ ଏନ୍ତା କରି ହେ ତରା ମାନକୁ ଦେଖଲେ କେନ୍ତା ଜେ ଆର ସୁଂଦର ଦିସୁଛନ । ଆର ମନ ବି କେନ୍ତା ଅଲଗା ଲାଗୁଛେ । ଏନ୍ତା ନିଲିଆ ଆକାସ ତଲେ କେତେବେଲେ ସୁଇପଡଲା ଜନା ନେଇଁ ।

ଚେରେ ମାନକର ଡାକଥି ନିଦ ଭାଂଗିଗଲା । ରୋହିତ ଧିରେ ଧିରେ ଉଠିକରି ସବୁ ଆଡକେ ଦେଖଲା । ସମକିରର ରୋପ ରେଖ ସଜ୍ଞା ଜେନ୍ତା ବଦଲି ଜେଇଛେ । ଚେରେମାନେ ଗୁଡା ଛାଡିକରି ନିଲିଆ ଆକାସେଁ ଉଡୁଛନ କେଡେ ମଜାଥିଁ ।

ଠିଆ ଉଠି ଦେଖଲା ବାଇକଟା ଡୁଂଗରିତଲେ ଅଛେ । ସତେ ଜେନ୍ତା ଚେତେଇ ଦଉଛେ “ଜିବାର ଅଛେ, ତୁମର ଜିବାର ଅଛେ”ା ପଛକେ ଦେଖଲା ବେଲକେ ପଥର ଉପରେ କଟା ହେଇଥିବାର ହେ ଡଂଗାର ଫଟୁ ଅଧା ହେଇଛେ । ହେଲେ ପାହା ଜୁଡାକ ତାର ତାର ମୁଲକରି ଦେଲେ ତଲକେ ଚାଲବାର ଲାଗି । ଟିକେ ଉପରକେ ଦେଖୁଛେ ଚେରେମାନେ ଉଡୁଛନ । ହେଲେ ଚାଲବାର ବନ୍ଦ ନେଇଁ ହେଲା । ସେ ଚାଲଲା ତୁା ହେଇଥିବାର ଗଛମାନକର ମଝି, ଜିବନ ନେଇଁ ଥିବାର ଢେକଲ ପଥର ମାଡି ସେ ଚାଲଲା ।

Previous ArticleNext Article