Art & Culture, Entertainment, Home

ମେରିଆ: ସାକେତ ସ୍ରିଭୁସଣ ସାହୁ

Spread the love

ଉକିଆ ବାଗିର ଫଏଲି ଜଉଥିଲା
ତାର ସୁରତା
ଅନ୍ଧାର ବାଗିର ଢାଁପି ଆନୁଥିଲା
ତାର କଥା
ଦିନ ଭଏର ତାକେ ଭଲ ପେବାର ଛଡା
ମୋର ନେ ତ ଆର କିଛି କାମ ନି ଥିଲା

ବନାଲହ(୧) ମାଡଲି କେଁ ?
ଏକେନ ଗୁଡି ଖେଲତେଲ
ଅଉଥିବା ରାଜକୁମାରି
ଖେଲଲା ଛି-ଛିୟାନି

ମନ ହୁରଗୁନି
ହୁରୁଦ ସିନିବିନି
ସେ ଗୁପଲା କଥା କେ ଇଁଚରାଲିଁ
ଉଖଲା କରିଦେଖଲିଁ
ଆର ଗୁପି ଜଉଥିଲିଁ
ନଏଦ, ଜୋର, ଡଂଗର ଡେଗି
କେନ ଗୁଟେ ଝାରେ ଅନ୍ଧାର ଗୁଫା କେ ସମୁଥିଲିଁ
ଉଜନ ଉଜନ ମନ;
ଉସାସ ଉସାସ
ମକରା ଜାଲେ ବାଦଲି ମାନେ ଉଡୁଥିଲେ
ଭୋକ କଲେ ବି ଆର ସୋସ କଲେ ବି ତତେ ସୁରତା କରୁଥିଲିଁ
ତୋର ବିନା
ତୋର ସୁରତା
ଆବରିଛେ ତୋର ଠାନ

ଗୁଫା ର ପଖନେ ପିଟି ଘେଁସରେଇ ହଉଥିଲିଁ
ଆର ସେ ଅଛିଡା ହରଣ ର
ଭାଗସେସ, ଭାଗଫଲ, ଭାଜ୍ୟ କେତେ
ହରଏକ କେ;
ଡଂଗର କେ, ଝରନ କେ, ଗଛ କେ, ଖୁଟ କେ ପଚରଉଥିଲିଁ
ସବ ଗୁମସୁମ
ଖାଲି ତୋର ଚେହେରା ଝଲଝଲେଇ ଜଉଥିଲା ।

ହରଦଂଗା ହେଇ ଭୁଇଁ ପଡିଥିଲିଁ
ଝିଟପିଟି ଟେ ପଡଲା ଡେବେର ବାହା ନେ
ଡେବରି ବାହାନେ …
ଅସୁବ ଲଖ୍ୟନ !
ବଦନାମି ହେବା…

ମତେ ବଝା ବଲି ଢେକଲ ଧରି ବୁବି ମାଏଲେ
ମୁଇଁ କଥାଟେ ସୁନଉଥିଲିଁ –

“ଥରେକ ହାତି ଦେସ(୨) ନେ ଅକାଲ ପଡଲା
ବାର ବଛର କାଁହେଲେ
ଧରନି ପେନୁ(୩) ସାଂଗେ ଭିମା ଦେବତା(୪) କେ ଲୋକ ଖୋବ(୫) ପୁଜଲେ(୬)
ଫିରବି ଇନ୍ଦର ରଜା ଭଂଜା ର କଥା ଥି ଟସ କି ମସ ନେଇଁ
ଖୋବ ରିସା ହୈ÷ଥିଲା କାଁହେଲେ,
ଖୋବ
ନଏଦ-ନଲିଆ ସୁଖିଗଲା
ଘାଁସ ଭୁଇଁ ଟାନ ହୈଗଲା
ଗେ-ଦାମୁର-ଛେଲ-ମେଢି ମରି ବସଲେ
ଲୋକ ମନେ(୭) ବି ତର ନି ପେଲେ
ଦିନେକ ଗୁଟେ ବୁଢା ତାର ପିଲା ମନକେ ଡାକଲା,
ବଏଲା, ତମେ ମନେ ତ ଚାସ କରବାର ଭୁଲି ଜେଇଥିବ ନା
କାଲକେ ମୁଇଁ ନି ଥିଲେ
ତମେ ଚାସ କେନ୍ତି କରବ
ଚାଲ ତମକେ ଚାସ କରବାର ସିଖେଇବି
ଦେଖଲେ ଖେତ ମନେ ଟାଂଗର ହୈଜେଇଛେ
ଚାସ କେନ ନେ କରବେ
ନଦି ର ଉସାସିଆ ବାଲି ନଂଗଲ ଖୁପଲା
ଇମନକୁ ଦେଖି,
ରିସା ଇନ୍ଦର ଉତରି ଏଲା-
ମୁରୁଖ ବୁଢା, ପେନ ତୋ ନେଇଁ କାଏଁଟା(୮) କରୁଛୁ ଗା ଉଲୁ(୯)
ହଜୁର, ଚାସ ଆମର କୁଲର ବେପାର
ଏବେ ସିନା ପେନ ନେଇଁ
କାଲକେ ପେନ ଥିଲେ ଆର ମୁଇଁ ନି ଥିଲେ,
କେନ ଚାସ କରବା ?
ମର(୧୦) ପିଲା ମନକେ ଚାସ ସିଖଉଥିଲିଁ
ଇନ୍ଦର କେ କଥାଟା ଭେଦଲା
ସରଗ କେ ଜେଇ ତୁର୍ତି ପିଲା କୁ ଡାକଲା
ଆର ପେନ ବର୍ସାବାର ସିଖାଲା
ପିଲାମନେ ବର୍ସେଇ ଆନଲେ ଜେ
ଚାର୍ହିଆଡେ ପେନ ପେନ ପେନ ଉଛଲିଗଲା ।”

ହଁ ମୁଇଁ ଠିକା ନେଇଛେଁ ଭଲ ପେବାର
ସଂସ୍କାର ଏ, ରକ୍ତେ ବୁହୁଛେ !
ଗୁଟେ ବିଦ୍ୟାଲୟ ହେବା
ଭଲ ପେବାର ପଢାହେବା ।

ଦୁରିଆ ନେ
ଢାପ, ନିସାନ ନେ
ଝାର-ପତରା ଦୁଲକୁଥିଲା
ବହଲ ଅନ୍ଧାର କେ ଫଟେଇ ଫଟକେଇ ଦଉଥିଲା
ଡଂଗରିଆ(୧୧) ମନେ ନାଚୁଥିଲେ
ତାକର ମେଇଜି(୧୨) ମନେ ଗିତ ଭିରଉଥିଲେ:
କାଲି କୁକୁରା ର କେସ
କାଲି କାଲି ବଲି ବାହାନୁଥିସ
କାଲି ଦେହେ ଟେଭା ରସ…

ଗିତ ବାନ୍ଧୁଥିବା ମେଇଜି ପାଖେ ବସିଥିବା ଧାଂଗରି
ଆର ଜାନି(୧୩) କେ ବୋଲ ବୋଲ କାହାଲି ପହଁଟେଇ ଲାଗୁଥିବା ଧଂଗରା
ଝାର ର ଅନ୍ଧାରେ ଆର ନେଇଁ ଦିସଲେ ନା
ମଝା ନେ ବସି ବର୍ହା କେ ଝୁରୁଥିବା ଲୋକ ମନେ
ମୁଲ ମୁଲ ହଁସୁଥିଲେ
ଜୁଏ କେ ତେଜୁଥିଲେ
ଜାନି ବି ଛନେକ(୧୪) ଥି
କେନ ବାଟ ଗଲା ଜେ
ଅଂଧାରେ ନି ଦିସଲା ନା

ଅଂଧାରେ ବୁଢା କୁଲିହା ପଟେ ଖୋବ ଭୁକଲା
ସିକାର ବାସନା କେ କୁଲହ୍ୟା
ହୈଲୁଟି-ବୈଲୁଟି ହେଲା
ଧାଂଗରି କେ ଆଁପରି ଧେଁଲା
ଧଂଗରା ଖୋବ ଜୁଝଲା
ଧାଂଗରି କେ ପିଟି(୧୫) ଧରି ବେଟି ନଉଥିଲା
ବାଗ ପଟେ ଝୁନି ଝାନି ହୈଇ ଛେଁକିହେଲା

ଦୋନା(୧୬) ମନ କେ ଆର ଖେପେ ମଦ ପରସା ହଉଥିଲା
ଆର ଖୋବ ବୁବି ମାରୁଥିଲେ
ଆ ଲୋ ଲୋ ଆ ଲୋ ଲୋ(୧୭)
ପୁର୍ଗିଲା ବର୍ହା ସିକାର ପରସା ହଉଥିଲା
ଧଂଗରାମନେ ଜବାବ ଦଉଥିଲେ:
ସଗଡ ର କାନି ଖିଲା
ତୋକେ(୧୮) ନେବି ବୋଲି ମୋର ମନ ଥିଲା
ସତେ ମୁହୁଁ ଟିକେ କଲା ହେଲା

ଝୁଟେଇ ହେଇ ଗୁଫା କେ ଫିରଲି
ବୁବି ଆର ବାଜନା ର ସୋର ଫାଁକି ଜଉଥିଲା ।

ମୁଇଁ ସୁଇ ପଡଲେ ଭେଲ ଜଉଥିମିଁ ତତେ ଭୁଲି
ହେଲେ ଏଁକ ଖୁଲୁନ ସେର ତ ତୋର ଚେହେରା ଦିସସି
ବୋଧେ ସୁଇଲା ବେଲେ ବି ତୋର କଥା ହେତୁ ଥିଲିଁ
ସଖାଲୁ ସଖାଲୁ
ସେ ବେନାମି ଝାର ର ବେନାମି ନଏଦ ଆଡୁ
ଧଂଗରା, ମେଢି ପଟେ ଲମେଇ ଆନୁଥେ
ସେ ଦିନେ ବସ୍ତି ନେ ହୁଲାଜାରି ହୈଗଲା-
ଗଲା ରାତି ଡଂଗରହାରି ରିସା ହୈଥିଲା
ଧାଂଗରି କେ ଉଭେଇ ନଉଥିଲା
ଧଂଗରା ପଛେ ପଛେ ଲମିଥିଲା
ସାରା ରେତ ଖୋବ ଗୁହାରି କଲା,
ମାଁ ଡଂଗରହାରି, ତୋର ପୁଜା କରବି(୧୯) ଛାଡିଦେ !
ମେଢି ବନେଇକରି ଛାଡିଦେଲା

ଡଂଗରିଆ ବସ୍ତି ଗୁଲଗୁଲା ଦିସୁଥେ ।
ମେଢି ର ସିଂଗ ଦୁଇଟା କେ ଧରି
ଧାଂଗରି ର ମାଁ ଖୋବ କାନ୍ଦଲା
ତକେ ଏସୁର ଦେଇଥିତୁଁ ନା

ଧଂଗରା ମେଢି ର ପାଖେ ପାଖେ ରହୁଥିଲା
ଚରେଇ ନଉଥିଲା, ଗୁଧେଇ ନଉଥିଲା

ଝରନ ବୁହିଲା ଫାଲୁ ସୁଭଲା:
ବାଟ ର ବିନୁଆଁ ଗଛ ଗା ତ ଥିପି ତ ପଡେ ମହୁ
ଆଗର ପାନତି ପରେ ଗା କାହାଘର ବହୁରେ
ଏ ବହୁ ତ ଫୁଲମାଲେ ଦେମି ପରେ ବହୁ ଗା
ମୋର ଘରେ ଛନେ ରହୁ

ନଏଦଖଁଡି ର ବେଲ ଗଦା ନେ
ଧଂଗରା ମେଢି କେ ସୁଆଁଲି ସୁଆଁଲି ମଂତର ପଢୁଥିଲା
ଆର ଦୁଇ ସର୍ଡା ବେଲ ମାରିଦେଲା
ଧାଂଗରି ଉଭା !
ଦୁହିକର ଧୁକଧୁକି ରେସ ନର୍ଦୁଥିଲା
ପର୍ବତ ଆକାରୁ ଗରେଲ ଚାପି ଏଲା
ଗୁଟା ଝାର ଟାକେ ଝୁନି ଦଉଥିଲା
ଆଏତେ ନି ଥେଇ କିହେ
ସଁପି ଦଉଥିଲେ
କଲେ କଲେ
ବେଲ ଗଦା ର ବାଲି ର ଆକୃତି ବଦଲି ଜୈଥିଲା
ବାଲି ବାଲି ବନି ବନି
ଭାଂଗୁଥିଲା ବନୁଥିଲା
ଆଦି କାଲ ର ମୁର୍ତି ମନେ
ଛନେକ ଉତାରୁ ଗରେଲ ଥେବଲା(୨୦)
ଦରମରା ଦୁର୍ବଲ
ସୁଇନ ଲାଗୁଥିଲା
ନଏଦଖଁଡି

ଡଂଗରିଆ ବସ୍ତି ନୁ ଢାପ ଆର ନିସାନ ବାଜଲା
ବୁବି ଆର ବାଜନା ଖୋବ ସୁଭୁଥିଲା:
ସଜନି
କଁସି ବାଉଁସ ର ଧୁନ
ମୁନିସ ଖାଉଛେ ସିକାର ତୁନ
ମାଇଜି ଚାଟୁଛେ ନୁନ …

ସୁଇନ ଖବନ(୨୧)
ସୁଇନ ଖମନ(୨୨)
ସୁଇନ ମନ
ଭରନ ଭରନ ସପନ
ମାଡିଅଉଛନ ଝମ ଝମ
ଲୁଲା ଖେଲେଇ
ରୁପୁଛେଁ(୨୩) ଫୁନି
ଗାରପନ୍ୟେ ଗାରପନ୍ୟେ ପାନି

ଜାନି ନ କେନ ଫିସିର-ଫିସିର କଲା-
“ଧଂଗରା ମେଢି କେ ଚରେଇ ନେଲା ବେଲେ
ପତର କେରେ ଥି ଉତରଉଥିଲା
ଆର ମଂତର ଫୁକୁଥିଲା
ଆର…” –
ଜାନି ଚମକି ପଡଲା,
ନରଦିଲେ ଡଂଗର ତଲ କେ
କିହେନି…
ନରଦିଲେ ନଏଦ ଆଡ କେ
ଧଂଗରା ମେଢି କେ ଗୁଧଉଛେ
ଜାନି କଲେ କଲେ ପେନ କେ ସମଲା
ଧଂଗରା ମେଢି କେ ପାନି ବୁଡେଇ ଦେଲା କି
ଧାଂଗରି ଉପକି ଏଲା
ଜଉବନ ନଦି ର ପାନି ମିସରି ଘୁଲି ହଉଥିଲା
ନଦି ର ଲହର ମନେ ଉତେଲ ହେଇ ଡେଗୁଥିଲେ
ଛଲକିଲା ପାନି,
ସୁନେଲି କିରନ ମନେ ଜୁଏ ଲଗେଇ ଦଉଥିଲେ ଆଡେ
ଧଂଗରା-ଧାଂଗରି ଜଲୁଥିଲେ ।

ଜୁରାଜୁରି
ଧଂଗରା-ଧାଂଗରି
ଖବଲ-ଖାବଲ ଛପାକ-ଛପାକ
ଉଧଲି ଉଧଲି ମଝାପାନି
ଧଂଗରା ବିଡେ ମନ କେଭେ
ଛନେକ ବୁଡେ ଦେଇ
ଛଟପଟ ବାଏରି;
କେଭେ ଧାଂଗରି ପରଖେ
ଘଁସେ ପେରେମ କେ ପଖନେ
ଏନ୍ତି(୨୪) ଖେଲ-ଖେଲ ଥି
ବୁଡିଥିସି ଧଂଗରା
ସୁନସି,
ଧାଂଗରି ର ଆତୁର ରଡି ଗୁଲଗୁଲା
ଧଂଗରା .. ଏ .. ଧଂଗରା ..
ଧଂଗରା ଉପକି ଏସି
ପେନ କେ ଫାରି
ଝୁନି ଝାନି ବାଲ ଛିତକିରି
ବୁଢା ମଗର ପଟେ
ଧାଂଗରି ର ଟାଂଗ କେ
ରଟପଟାତେଲ ଘିଚେ
ଫିକି ହେଇ ଜୁଝେ
ପାନି ର ଜଁତୁ କେ ପାନି ଘେରେ
ଡଂଗରହାରି କେ ମନେ ଧରେ
କେଭେ ମଗର
କେଭେ ଧଂଗରା
ଧାଂଗରି କେ ଘିଚେ
ସେସେ ବରକସେ
ମଗର ର ଲେଂଜ କେ ଧରି
ଫିକି ଦେଲା ସାତ ଭଉଁର କରି
ପଡଲା କାହିଁର ଟା କାହିଁ

ଖବଲ-ଖାବଲ
ଛପାକ-ଛପାକ
ନଦି ନୁ ମେଢି ବାହରଲା ବେଲେ
ଗୋଡ ଆଁଚରି ନୈଥିଲା
ଧଂଗରା ରାଗେ କଡକଡଉଥିଲା ।

ଖୋବ ବହଲା ଅଂଧୁ
ଘରସାରା କୁହୁଁଲା
ଅଂଧାର ବଖ୍ରା ନ
ଚୁଟୁମୁଟୁ ବଂଧା
ଫାପ
ସେ ଦିନେ
ବେଲବୁଡେ ବସ୍ତି ନେ ନିସାନ ବାଜଲା
ପଂଚେତ ବସଲା
ସବୁ ଥର ର ପରା(୨୫) ଜାନି ମଝା ନେ ବସିଥିଲା
କାହାଲି ପହଁଟଉଥିଲା
ଢୁକେ ପି’ କରି କୁହଲା ଛାଡୁଥିଲା
ଲୋକ ମନେ ଘେରୈ÷ ହେଇ ବସିଥିଲେ
ମେଇଜି-ଟୁକେଲ ଦୁଆର ମୁହୁଁ ନୁ ଡୁଂଗୁଥିଲେ

– ଆମର ଧାଂଗରି କେ ତୋ
ମାଁ ଡଂଗରହାରି ରିସା ହିକରି(୨୬) ମେଡି ବନେଇଦେଲା
ମେଡି କେ ଜଦି ଆମେ ଏନ୍ତି ଘରେ ରଖମାଁ
ତୋ ଆଗକେ ଭଲ ନି ହୁଏ
ତାକେ ଦେ-ଦେବତା ପସନ କରିଛନ
ସେଟା ଦେ-ଦେବତା ର ଖାଏଦ
ତାକର ଖାଏଦ ତାହାକୁ ଦେଇ ଦଉଁ ନା
ଆର ଆମର ପାଖେ ନେଇଁ ରଖୁନା(୨୭)
ଭୁଲ ହେବା, ଦୋସ ଲାଗବା
ଆଏବା ଉଆଁସ କେ
ଡଂଗରହାରି କେ ଚଢେଇଦେମାଁ ନା ।

ଧଂଗରା ଉଠଲା,
ଜାନି ଦଦା, ଡଂଗର ସେ ଫାଲେ ଗୁଟେକ(୨୮) ଗୁନିଆ ରଏସି(୨୯)
କାଲି ମେଡି କେ ଦେଖେଇ ଆନବି(୩୦) ନା

ଦୁରିଆ ନୁ କେନୁ ସଁଖ ସୁଭଲା
ଘଁଟ ବାଜଲା
ଧୋପ, ଆଲତି ର ଉକ୍ୟା
ସୋର ଟେ ଦୁରିଆ ନୁ ସୁଭଲା
ତରା ମନେ ଉଦି ଅଉଥିଲେ
ଚିହ୍ନଲା ଚିହ୍ନଲା ପରା ଲାଗଲା ସେ ସୋର
ଅଦଭୁତ ଆକାବୋଦ ଘିଚିନଉଥିଲା
କେନ ଘରେ ଗୁଟେ ଗୁନିଆ ଫୁକୁଥିଲା
ମୋର ବେଁକର ଡଁରିଆ ଖୁଲିିଗଲା
ସେ ତରା ମନ କେ ଦେଖୁଥିଲିଁ
ଏକସକଁଟି, ଗୁଟେ ତରା ମୁଲ ମୁଲ ହଁସୁଥିଲା
ଜେନ୍ତା ସେନେ ମହନି ଥିଲା
ମୋକେ(୩୧) ତାର ଦୁନିଆଁ କେ କଢେଇ ନଉଥିଲା
ଅଜବ ସେ ଠାନ
କେନ ବେନାମି ରିତୁ ଧରତି କେ ଧରିଥିଲା ।

ମଏଧାନେ,
ଡଂଗର ସେ ପିଠି ର ଗୁଛା ତଲେ
ଧାଂଗରି ର କପାଲ ର ବାଲ କେ ସୁଆଁଲୁ ଥେ-
ତୁଇ ନି ଘବରା ନା
ଧାଂଗରି ର ଚଣେ ଅଲଝି ଜେଇଥିବା ଆଁଖଲ କେ ଚାଟି ଦଉଥିଲା ।

ଖଁଡିଆ ଖଁଡିଆ
ଖବନ ଖଁଡିଆ
ଖବନେ ଜନ ଖଁଡିଆ
ଝରନ ପାନି ନେ ଜହ୍ନର ଛେଁ ଖଁଡିଆ
ଝରନ ପାନି ର ଲହର ଖଁଡିଆ
ଖଁଡିଆ ଖଁଡିଆ
ଖମନ ଖଁଡିଆ
ଖମନେ ମାକଡ ର ବିହା ଖଁଡିଆ
ଡଂଗର ଖଁଡିଆ
ଡଂଗର ଟିିପି ନେ ଘାଁସ ଖଁଡିଆ
ଧରତି ଖଁଡିଆ
ଧରତି ର ସାଗୁଆ ତନ ଖଁଡିଆ
ଖଁଡିଆ ଖଁଡିଆ…

ଉଆଁସ ରେତ
ଗୋଟେ(୩୨) ମହୁଲ ଗଛ ତଲେ
ମାଟିର ପୁତଲି ଉପରେ
ଜାନି ମଦ ରୁକୁଥିଲା
ଆର କୁକରା ମୁଡଲା
ମନେ ମନେ ପୁଟପୁଟାଲା
ପୁତଲି ଧଂଗରା ପରା ଦିସୁଥିଲା

ବସ୍ତି ନେ ଖୋବ ହୁଲାଜାରି ହେଲା
ନିସାନ ବାଜଲା ଢାପ ବାଜଲା
ଧାଂଗରି କେ ସବ ଛିଁ ଦେଖୁଥିଲେ
ମାଁ ଡଂଗରହାରି କି ଜେ ଜେ କରୁଥିଲେ
ଧଂଗରା କେ ବି ସବ ଖୋବ ପରସଂସା କରୁୁଥିଲେ

ମଝା ନେ ବସି ବର୍ହା କେ ଝୁରୁଥିବା ଲୋକ ମନେ
ମୁଲ ମୁଲ ହଁସୁଥିଲେ
ଜୁଏ କେ ତେଜୁଥିଲେ
ଧାଂଗରି ଜଲୁଥିଲା,
ଅନ୍ଧାର କନେ
ତାର ପଏଁରି
କୁନ୍ଦଲା କୁନ୍ଦଲା ଡେନା ବାହା ଥି କତରିଆ-ବନ୍ଧରିଆ
ଖଗଲା ଚିକ ଚିକ କରୁଥିଲା
ଅପସରି ପରା ଦିସୁଥିଲା
ଧଂଗରା ବି ମନେ ମନେ ଖୋବ ଉସତ ଦିସୁଥିଲା:
କାଁଥି କେ ଧରାଲିଁ ଛୁଇ
ତତେ ଭେଟିମି କେଁ ପରାନ ସଇ
ମତେ ଉହଲେଇ ନିଏ ନଇ,
ଧଂଗରା କୁତକୁତେ
ଧାଂଗରି କେମଚେ
କୁତକୁତା-କୁତକୁତି
କେମଚା-କୁମଚି ଚାଲିଥୈ
ଧଂଗରା କେ ପଚ(୩୩) ଫାଲୁ କେନ ଗୁଟେ ଘିଚିନେଲା
ଧାଂଗରି ଅକଚକେଇ ଗଲା,
ଦୁଇ ଦୁଇଟା ଧଂଗରା !
ସମାନ ସମାନ
କେନଟା ସତ କେନଟା ମିଛ
ଦୁହେଁ ଦୁହିଁକୁ ଭୁଇଁ ନ ଗଡଗଡେଇ ଆନୁଛନ
ହାପସୁଛନ କେଚରଉଛନ
ଝନେ ଆର ଝନେକେ
ପିଟି ଆନଲା ଜେ ସେ-ସେ-ଥି
ବେଁକ କେ ଧରି ପଚେଇ ଆନୁଥିଲା
କି ଜାନି ହାତ ଜୁଡୁଥିଲା ଧଂଗରା କେ

ଧାଂଗରି ଧଂଗରା ନ ଲଟକି ଜଉଥିଲା
ଝାର ତରେ କେନ ଜଁତୁ ଟେ କାନ୍ଦୁଥିଲା:
ଝାର ର ଭିତର କୁ ପସିଗଲି ଏକା
କେହି ନାଇଁ ବନ୍ଧୁ ରେ ବାନ୍ଧବ
ବାନ୍ଧବ ରେ ଝାର ର ଜନ୍ତୁ ସଖା ରେ…

ନା ଉଲେଇ କରି ବୁଲି ହଉଛେ
ନା କେନ ନେ ଝୁଲେଇ କରି ଛାଡି ହଉଛେ
ଖୁରା ଭି ବଟେଇ ନି ହେବାର
ଉଭରି ଏସି
ଫୁଲେଇ ଦେସି
ଲୁକି ଲୁକି ଦିଅ ତରା
ଜନ କେ ଢାଁପି ଦେ ବାଦଲ ପଛରା
ତାର ଉକିଆ ଜାଲୁଛେ ମନ ର ବଖରା

କୋକୋମନା କେ ଡାକସିଁ,
ଭୁର୍ତାସିଁ ରେନ ଝଁକେର ଲାଗିଥିସି
ଆଁଖି ମୁଜି ଦେସିଁ
ମର(୩୪) ଅଜାନ୍ତକେ
ଆଁଖି ପତା ତଲେ
କେନ ଲକେ(୩୫) ଲୁକିଥିସୁ ଜେ
ଥପ ଥପ ଥିପି ପଡସୁ
ତୁଇ ତୁଇ ତୁଇ ହିଁ ଦିସସୁ ।

ଅଡୁବେଲିଆ(୩୬)
ଜାନି କାହାଲି ଲିଭେଇକରି
ଏଁକ କେ ମୁଜଲା ପରା କଲା
ତାକେ ସବୁ ଦିସିଗଲା ଗୁଟ ଗୁଟ ପରା ବଖାନି ଆନଲା
ବିପଦ, ଖୋବ ବିପଦ !
ମାଁ ରିସା ହି ଛେ …
ମେରିଆ(୩୭) ଦେବାର କେ ପଡବା !

ବାଜଲା ନିସାନ ଆର ଢାପ
ମେଇଜି ମନେ ମୁନୁସ ମନେ କାପ କାପ
ଡୋଂଗରିଆ ବସ୍ତି ନେ ପାପ !

ଜିବୁ କି ଥିବୁ … ଜିବୁ କି ଥିବୁ
ସାଁସ ଜବଦି ସିଁପୁଟ ସିଁପୁଟ ଡୁଂଗୁଛେ
ହେମାଲ ଚଟାନେ
ଥମିଲ ପଛରା ର ଉଢାରେ
କାଣା ଗୁଟେ ପୁଟ ପୁଟ କରୁଛେ ।

ସେ ଫାଲର ସବୁ ଜାଲନା ବଏନ ପଡିଛେ
କାଁଥି ମନେ ପିଟ କରି ଦେଇଛନ
ଖୁଇଲ ଏକବାରି ଛିନା ଛିନା
ଗୁଫା ନୁ ଫାପ ବାହାରୁଛେ ।

ଝାରେ ଚାର୍ହିକୁତି ହୁଦା ହୁଦା
ହାତେ ଧୁନ-ସର, ବଏର୍ଛା, ଟାଂଗି ଧରି
ବସ୍ତି ର ଲୁକେ ମେରିଆ ନୁରୁୁଥିଲେ

ସପନମାନକୁ ଭୁର୍ତେଇ
ବଟେଇ ଦେଲିିଁ ଦୁଇବଟିଆ ବାଟୁଁ

ଇ ବାଟେ ଆର ଭି ତ ଲୋକ ଜାଇଥିବେ ନା
ଇ ବାଟେ ଆର ଭି ତ ଲୋକ ଜାଉଛନ
ଏତେ ଲୋକ ର ଭିଡ ଭିତରେ ଭି
ଏତେ ସୁଇନ କେନ୍ତା ଲାଗୁଛେ ଇ ବାଟ
ମତେ ଏକଲା ଅକଲିଆ ଲାଗୁଛେ ଇ ବାଟ
ଅକଲିଆ ତ ମୁଲୁ ଭି ଲାଗୁଥିଲା
ଏକଲା ତ ମୁଲୁ ଭି ଲାଗୁଥିଲା
ଏକଲା ତ ମୁଲୁ ଭି ଆସିଥିଲିଁ
ଏକଲା ଏକଲା ଚାଲମା ଇ ବାଟ ।

ଗେ ଢୁକା ବେଲକେ
ବନ୍ଧ ଆରି ବସି ନଲ ରଜା ଝାରେ ଝୁରି ପୁର୍ଗୁ ଥିଲେ
ଦରପୁଡା ଝୁରି ହାତୁଁ ସରଲି ପାନି ଝଁପେଇ ହେଲା ।

ମୋକେ ଡୋଂଗରିଆ ମନେ ଧରି
ମେରିଆ ଖଲା କେ ଖିଡଖିଡେଇ ନେଲେ
ଇତାର କାଜେ ଏକା ବସ୍ତି ନେ ବିଘ୍ନ
ଡଂଗର ହାରି ରିସା,
ଆମର ଝାର କେ ସମି ଆସି ପୁହୁର-ଝୁର କରୁଛେ

ସମୁନ୍ଦର ତଲେ ଖୁଲୁର-ଢୁପୁର
ଲହଡା ଅଉଛେ ଘୁଚେଛେ
ତୋର ସୁରତା ପରା

ଜାନି କାହାଲି ନୁ ଛାକେ ଘିଛି ମୁଲ ମୁଲ ହଁସଲା
ପରଦେସିଆ,
ନି ଘବରା ନା
ତୋକେ ଆମେ ଟୁକିଲ ଦେମୁଁ
ଢାପ ଆର ନିସାନ ଗର୍ଜିଲା
ବସ୍ତି ନାଚଲା
ମଦ ଦୋନା ମନେ ଛଲକିଲା:
ନଇ କେ କିଏ ବାନ୍ଧିଛେ
ମାଁ ବୁଆ ର କଥା କିଏ ମାନୁଛେ
ବୟସ ଜାହା କରୁଛେ

ଜାନି ବୁଝଉଥିଲା
ମାଁ ଡଂଗରହାରି ର ଆଦେସ,
ତାର ଇଚ୍ଛା
ଆମେ ମୁନୁସ ଲୋକ କେଁଟା
ମେରିଆ ପରବ କେ ତମର ବିହା କରେଇ ଦେମୁଁ
ମାଁ ଡଂଗରହାରି ଆସିରବାଦ କରି ଏବା ସେ ଦିନେ
ତମେ ଇ ମେରିଆ ଖଲା ର କୁରମା ନେ ରହୁଥ:
ଧାନ ରେ ଧନିଆଁ ମିସେ
ଧଂଗରା ସାଂଗରେ ଧାଂଗିରି ମିସେ
ପୁନି ଜନ ପରା ଦିସେ

କୁରମା ଭିତରେ ଫି ଅଦ-ରତିଆ
ଏକଲା ଧାଂଗରି କେ ପୁଜା କଲା ବେଲେ
ବଲଦ ଗୋଟେ ଖୋବ ଗଗେ
ଜାନି ଡରି ମରି ପଲେଇ ଜେ
ଜାନି କଏଲା(୩୮)
କେଲକେ ମେରିଆ ପରବ
ଆମେ ମୁନୁସ ଲୋକ କେଁଟା, ସବୁ ମାଁ ର ଇଚ୍ଛା
ସେ ରଖଲେ ରଖବା ନେଇଁତୋ ଖେଇଦେବା
ତମର ଜଦି କିଛି ସେସ ଇଚ୍ଛା ଅଛେ କହ
ପୁଟପୁଟାଲିଁ –
ମୋର ଆର କେନ ଇଚ୍ଛା ଅଛେ
ତାର ବିନା ଆର କେନ ଇଚ୍ଛା
ବରଂ ଏନ୍ତି ମରିଜିବାର ଟା ଭଲ
-ଜଦି ପାରବ
ମତେ ଗୁଟେ ବିନ୍ଧନ ଆର ହାତୁଲ ଦିଅ
ହେ କଁଟା-ଦୁଲି ପାଖ ର ପଖନ ନେ କିଛି ବନେଇବି(୩୯)

ରେତ ସରବାର ନେଇଁ
ବଲଦ କୁରମା ତରେ ଉସିନ୍ଦ୍ରା

ଆଜି ଇ ରାତି
ପଖନେ ଗୋଟେ(୪୦) ଗିତ ଲେଖବି(୪୧)
ସେ ଗିତ ଗୁନେଗୁନେଇ
ଉଦାହରଣ ଦିଆହେବା

ସରିଜେଇଥିଲା କଥା
ନୁରୁଥିଲିଁ କାନି ଲମିଥିତା କଥା
“ଓହୋ”, “ଆଛା”, “ଏନ୍ତା-କଥା”

ଜଖା ବରା ସୁରତା ତୋର
ଫରଦ ଫରଦ ପଖନେ ମୋର
ଉନଲିଁ ଉନଲିଁ କବିତା ବନୁଛେ

ତୋର ମୁହୁଡା କେ
କସିଆ କୁହୁଡି ଧଏଲେ
ମନ ବନ୍ଧଲି ନେ ଲହଡି ଲହଡି ଖେଲେ

ଫି ରେତ ପରା
ପୁଜା କାଜେ(୪୨) କୁରମା ଭିତରେ ପସଲା ଜାନି
ପୁଜା ମୁଲ କଲା
ଚଉଲ ପୁଂଜା ମନେ ଦେଲା
ଚଖନି ନେ ସଏଲତା ଜାଲଲା
ମୁହୁଁ ଜନ ପରା ଦିସୁଥେ
ଡାଲ ଗୁଟେକ କେ ମଂତର କରି
ଧାଂଗରି କେ ଉତରେଇ ବସଲା
ଧାଂଗରି ସିରସିରେଇ ଜଉଥେ
ଦିହଁ ଖୁଲି ଖୁଲି ଜଉଥେ
ବଏଲତା ଧପ କରି ଲିଭିଗଲା
ଗେର୍ରାବାର ସବଦ ସୁଭଲା

ମେରିଆ ଖଲା ନ ଉକିଆ ଫଏଲି ଜଉଥିଲା
ମେରିଆ ଖୁଟା ନେ ଜାନି ବନ୍ଧା ହେଇ ଥେ
ଆର ତାର କଟା ମୁଡ ତଲେ ପଡିଥେ

ପଖନେ ସେତାର ମୁହୁଁ ଝଲକୁ ଥେ
ବିହ୍ନନ ବାଜି ରକତ ଧାରେ ଉହଲି ଏଇଥିଲା
ତାର ସିଁତା ନ ସିନ୍ଦୁର ଧାର ବାଗିର ଦିସୁଥିଲା
କଁଟାଦୁଲି ନ ମୋର ମଲା ଦିହଁ ଝୁଲୁଥେ

ଡୋଂଗରିଆ ମନେ ମେରିଆ ଖଲା ଆଡେ ଅଉଥିଲେ
ଢାପ ନିସାନ ବାଜୁୁଥିଲା ।

(୧)ବନାଲହ- ଜଂଗଲି ଲହ । ମାଡିଦେଲେ ବାଟ ଭୁଲି ଜେସନ ବଲି କହେସନ ।
(୨) ହାତି ଦେସ – କାଲାହାଁଡି
(୩) ଧରନି ପେନୁ – ଧରତି ମାଁ / ପୁରଥି
(୪) ଭିମା ଦେବତା –
(୫) ଖୋବ -ଗୁର୍ଦୁ
(୬) ପୁଜଲେ – ପୁଜା କଲେ
(୭) ମନେ – ମାନେ
(୮) କାଏଁଟା – କାଣା
(୯) ଉଲୁ – ବେଡା
(୧୦) ମର –ମୋର
(୧୧) ଡଂଗରିଆ- କନ୍ଧ, ଆଦିବାସି
(୧୨) ମେଇଜି – ମାହେଜି
(୧୩)ଜାନି – ଆଦିବାସି ମାନକର ପୁଜାରି
(୧୪) ଛନେକ – ଛନେ/ ଘାଏ
(୧୫) ପିଟି – ପିଠି
(୧୬) ଦୋନା – ଦନା
(୧୭) ଆ ଲୋ ଲୋ ଆ ଲୋ ଲୋ – ଲୋକଗିତ ଗିତ ର ଘୁସା
(୧୮) ତୋକେ – ତତେ
(୧୯) କରବି – କରମିଁଗ୍ଦ
(୨୦) ଥେବଲା – ଥମଲା
(୨୧) ଖବନ – ଆକାସ
(୨୨) ଖମନ – ଝାର
(୨୩) ରୁପୁଛେଁ – ରୁ’ଛେଁ, ଜଗଉଛେଁ
(୨୪) ଏନ୍ତି -ଏନ୍ତା
(୨୫) ପରା – ବାଗିର
(୨୬) ହିକରି – ହେଇକରି
(୨୭) ରଖୁନା – ରଖୁଁ
(୨୮) ଗୁଟେକ – ଗୁଟେ
(୨୯) ରଏସି -ରହେସି
(୩୦) ଆନବି -ଆନମିଁ
(୩୧) ମୋକେ- ମତେ
(୩୨) ଗୋଟେ – ଗୁଟେ
(୩୩) ପଚ – ପଛ
(୩୪) ମର – ମୋର
(୩୫) ଲକେ – ଠାନେ
(୩୬) ଅଡୁବେଲିଆ – ବେଲହଉ ବେଲିଆ
(୩୭) ମେରିଆ – ବଲି
(୩୮) କଏଲା – କହେଲା
(୩୯) ବନେଇବି – ବାନାମିଁ
(୪୦) ଗୋଟେ -ଗୁଟେ
(୪୧) ଲେଖବି – ଲେଖମିଁ
(୪୨) କାଜେ – ଲାଗି

Previous ArticleNext Article