Education, Government & Politics, Home

ମାଏଝିି ଅଧିକାର

Spread the love

ମାଏଝିି ଅଧିକାର ବଏଲେ ମାଏଝିି ଆର ଟୁକେଲ ମାନକର ସର୍ବସମ୍ମତ ସ୍ୱାଧିନତା ଆର ନାରି ସସତ୍ରିକରଣ କେ ବୁଝାସି । ଇ ସବୁ ଅଧିକାରକେ କେନସି ବିସେସ ସମାଜରେ ମାନିଛନ, ନେଇଁ ବି ମାନି, ଅନଦେଖା କରା ହେଇଛେ, ଆଇନ ଦ୍ୱାରା ଦବେଇ ଦିଆ ହେଇଛେ ଆର ଲୋକ ଚଲନି ଆର ବେଭାରର ନାଁରେ ବି ଚେପେଇ ଦିଆହେଇଛେ । ନାରି ସ୍ୱାଧିନତାର କଥା ଉଠଲା ବେଲେ ଆମେ ଜାନବାର ଲାଗି ପାଏମା ଜେ ମାଏଝିମାନେ ପୁରାତନ କାଲୁ ମୁନୁସ ମାନକର ଉପରେ ଏନ୍ତା ହିସାବେ ନିର୍ଭର କରି ଆଉଛନ ଜେ ସେମାନେ ତାକର ଭିତରର ଥିବା ନାରି ସକ୍ତିକେ ଜାନି ଏଖା ନାଇଁ ପାରି ଆର ଇ କଥାକେ ଇତିହାସ ଆର ସାମାଜିକ ପ୍ରଥା ପୁରୁସ ପ୍ରଧାନ ହେବାର ଟାହିଁ ଦୋସି ଆଏ ବଲି ପ୍ରତିରୋଧକାରିମାନେ ଫୁଟିକରି କହେସନ ।

ମାଏଝିମାନକର ସମସ୍ୟା ସାଂଗେ ଜୁଡିଥିବାର ସମସ୍ୟାମାନେ ହେଲା: ଦୈହିକ ଐକ୍ୟ ଆର ସ୍ୱୟଂତା, ଭୋଟ ଅଧିକାର, ସରକାରି ଅଫିସରେ କାମ କରବାର, ସମାନ କାମ ସମାନ ଦରମା,ସଂପତିର ମାଲିକାନା, ସିଖ୍ୟା, ସନ୍ୟ ବିଭାଗରେ କାମ କରବାର ଆର ବୈବାହିକ, ଧାର୍ମିକ, ଆର ପୈତୃକ ଅଧିକାର ।

ଡ. ଜମାଲ ଏ. ବାଦୱିନକର ହିସାବେ ମାଏଝିମାନକର ଇହାଦେର ଥିତି ନା ତ ମୁନୁସମାନକର ଦୟାନୁ ନା ତ ପ୍ରାକୃତିକ ପ୍ରଗତି ନୁ ଆଏ । ବରଂ ଇଥିର ଲାଗି ମାଏଝି ସମାଜ ମେହନତ, ତ୍ୟାଗର ହି ଫଲ ଆଏ ଜେତେବେଲେ କି ସମାଜ ତାକର ସହଜୋଗ ବିସେସ କରି ବିସ୍ୱଜୁଦ୍ଧ ଆର ତକନିକି ପରିବର୍ତନ ବେଲାକେ ନୁରୁଥିଲା ।

ପୁରାତନ ସଭ୍ୟତାରେ ମାଏଝି
ପୁରାତନ ଭାରତରେ ମାଏଝିମାନେ ମୁନୁସମାନକର ସାଂଗେ ସମାନ ଅଧିକାର ପଉଥିଲେ । ହିଂଦୁଧର୍ମ କହେସି, ଗୁଟେ ଭଲ ସିଆନି ସେ ଆଏ ଜେନ ମାଏଝି ନିଜର ମନ, କଥା ଆର ଦିହିଁକେ ନିଜର ବସରେ ରଖିପାରବା ସେହିଁ ଇ ଦୁନିଆଁ ନ ପ୍ରସିଦ୍ଦି ପେଇ ପାରବା ଆର ତାର ସ୍ୱାମିର ଘରକେ ସରଗ ବନେଇ ପାରବା ।

ପୁରାତନ ଏଥେନ୍ସର ମାଏଝି ହମିସା ନାଗରିକ ହିସାବେ ଥିଲା ଆର ସେ କେନସି ମୁନୁସର ହେପାଜତରେ ରହୁଥିଲା ଜେନ୍ତା କି ବାପ, ଭାଏ କି ଆର କେନ ପୁରୁସ ଆତ୍ମିୟ । ବିହାବେଲେ ମାଏଝିର ସ୍ୱିକୃତିକେ ଦରକାରି ବଲି ଧରା ନି ହଉଥେଇ ଆର ତାକର ମାଁ ବାପ କି ମୁନୁସର ଇଛାରେ ଚଲବାରକେ ହଉଥିଲା ।

ଇସଲାମରେ ସଂସ୍କାର
ଇସଲାମ ଧର୍ମରେ ମାଏଝିମାନକର ଥିତିରେ ସୁଧାର ଆନବାର କାମ କରାହେଲା ୬୧୦ ନୁ ୬୬୧ ଭିତରେ ଜେତେବେଲେ ଆରବର ମାଏଝିମାନକୁ ବିହା, ଛାଡପତ୍ର, ଆର ଜନମଜାତ ଅଧିକାରମାନେ ବଢେଇ ଦିଆଗଲା । ଆରବର ମାଏଝିମାନକର ସାଧାରଣ ଥିତିରେ ମାଏଝିର ପୁରା ବ୍ୟକ୍ତିତ୍ୱକେ ଚିହ୍ନା ଜଉଥିଲା । ଜୌତୁକ ଆଘୋନୁ ଜାହାକେ କନିଆ ଟୁକେଲର ଦାମ ହିସାବେ ଦିଆ ହଉଥିଲା ସେଟା ମାଂଗଲିକ ଉପହାର ବନିଗଲା ଆର ମାଏଝିର ବ୍ୟକ୍ତିଗତ ସଂପତି । ଇତାରପରେ ଇସଲାମ’ର ନିଅମ ଅନସାରେ ବିହାକେ ଚୁକ୍ତି ହିସାବେ ଦରାଗଲା ଜେନଥିକି ମାଏଝିର ସ୍ୱିକୃତି ଜରୁରି ଥିଲା । ମାଏଝିମାନକୁ ଜନମଜାତ ଅଧିକାର ମିଲଲା ଆର ତାର ନିଜର କମାନିରେ ବି ତାର ଅଧିକାର ରହେଲା ।

ମଧ୍ୟ ଜୁଗ
ବା’ର ସ’ ସତାବ୍ଦି ପରେ ବନିଥିବାର ଇଂଗଲିସ ସାଦାରଣ ନିଅମ ଅନସାରେ ଜାହା ସଂପତି ମାଏଝିର ଥିବା ସେଟା ବିହାହେଲେ ମୁନୁସର ହେଇଜଉଥିଲା । ଇଂଗଲିସ ନିଅମ ଗୁଟେ ମୁନୁସକେ ତାର ମାଏଝିର ସଂପତିକେ ତାର ମାଏଝିର ବିନା ଅନୁମତିରେ ଅଲଗା କେନକେ ଡେହଁକାବାରକେ ମନାଥିଲା ତଥାପି ବି ମୁନୁସର ଅଧିକାର ଥିଲାଜେ ସଂପତିର ଦେଖରେଖ କରିପାରବା ।

ଫରାସିରେ ମାଏଝିମାନକୁ ଇ ସମିଆଥି ତାକର ନ୍ୟାଇକ ଅଧିକାରନୁ ଅଲଗେ ରଖା ହେଇଥିଲା ଜେନଟାକି ପଛେ ୧୯୬୫ରେ ଫିରେଇ ଦିଆଜେଇଥିଲା । ଇଉରୋପରେ ବି ସ’ୁଲ ସ’ ସଦିର ପୁର୍ନଉଧାର ପରେ ମାଏଝି ସକ୍ତିର ଉତଥାନ ହେଇଥିଲା

ଅନେଇସ ସ’ ସତକ
ଅନେଇସ ସତକରେ ନାରିର ଥିତିକେ ନେଇକରି ଦାର୍ସନିକ ଜନ ସ୍ଟୁଆଟ ମାଇଲ୍ଡ ଲେଖସନ ସଭ୍ୟତା ଆର ଖ୍ରସ୍ଟିଆନ ଧର୍ମ ମାଏଝିର ଅଧିକାରକେ ହମିସା ପୁର୍ନଥାପନା କରିଆସିଛେ । ମାଏଝିଟା ପ୍ରକୃତରେ ମୁନୁସର ବଂଧୁଆଗୁତି ଆଏ ନିଅମ ହିସାବେ ଦେଖଲେ ହେନୁ କମ ନି ହୁଏ ।

ଭୋଟର ଅଧିକାର
ଅନେଇସ ସ’ ସଦିରେ ମାଏଝିମାନେ ଭୋଟ ଦେବାର ଅଧିକାର ଆର ସରକାର ଆର ନିଅମ ବନାବାରେ ଭାଗନେବାର ଲାଗି ଆଂଦୋଲନ କଲେ । ୧୮୯୩ରେ ନ୍ୟୁଜିଲାଂଡ ମାଏଝିମାନକୁ ଜାତିୟ ସ୍ତରରେ ଭୋଟ ଦେବାର ଅଧିକାର ଦେଇକରି ପହେଲା ଦେସ ବନଲା । ଅସ୍ଟ୍ରେଲିଆ ୧୯୦୨ରେ ଅଧିକାର ଦେଲା ବେଲକେ ୟୁଏସଏ, ବ୍ରିଟେନ ଆର କାନାଡା ପହେଲା ବିସ୍ୱଜୁଦ୍ଧ ପରେ ଦେଲେ ।

ଜାତିସଂଘ ଆର ମାଏଝିି ଅଧିକାର

୧୯୪୬ରେ ଜାତିସଂଘ ମାଏଝିମାନକର ଥିତିକେ ନେଇକରି ଗୁଟେ କମିସନ ବନାଲା । ୧୯୭୫ନୁ ଧରିକରି ମିଲିତ ଜାତିସଂଘ ଧାଡେ ଧାଡ ପୁରଥି ଜାକର ମାଏଝିମାନକର ସମସ୍ୟା ଉପରେ ସମ୍ମେଲନ ଉଜୁକ କରିଥିଲା । ଆଏଜତକ ଚାଏରଟା ବିସ୍ୱ ସମ୍ମିଲନି ହେଇଛେ । ପହେଲାଟା ୧୯୭୫ରେ ମେକ୍ସିକୋ ସିଟିରେ, ଦୁସରା ୧୯୮୦ରେ କୋପେନହେଗେନରେ, ତିସରା ୧୯୮୫ରେ ନାଇରୋବିରେ ଆର ସେସଟା ୧୯୯୫ରେ ବେଜିଂରେ ।

ଇ ସମିଆ ଭିତରେ କୁଡେ ସଦିର ମାଏଝି ସମାଜରେ ବଢି ଚଢି କରି ଭାଗ ନେଇଛେ ଆର ନିଜର ଅଧିକାରକେ ଜାହିର କରିଛେ । ଇ କଥାର ପ୍ରମାଣ ଦେସି ଆମେରିକା । ସଦିର ମୁଲ ବେଲକେ ଜେନ ମାତ୍ର ୫% ଟୁକେଲ ଡାକ୍ତର ଥିଲେ ୨୦୦୫ର ସର୍ଭେ ଅନସାରେ ସେନ ତାକର ସଂଖ୍ୟା ହଉଛେ ୫୦% । ଆର ବି ଟୁକେଲମାନେ, ମାଏଝିମାନେ ଅପିସ ସହଜୋଗି, ଫେକ୍ଟ୍ରି, ବେପାରରେ ବି ଜୋଗ ଦେଇକରି ନିଜର ଗୁଡେ ଠିଆ ହେଇଛନ ।

ମାଏଝିମାନକର ଚିନ୍ତା ଧାରା ବି ବଦଲି ଜେଇଛେ ସେମାନେ ରଂଧାଘରର ଚାର୍ହିକାଁଥିନୁ ବାହାରିକରି ନିଜର ଭିତରେ ଥିବାର ସୃଜନାତ୍ମକ ଚିନ୍ତା ଆର ଦଖ୍ୟତାକେ ଦୁନିଆଁ ସାଂଗେ ବାଁଟିବାରକେ ମନ କରୁଛ । ସେ ବି ଦୁନିଆର ମୁଖିଆଧାରେ ନିଜକେ ସାମିଲ କରବାରକେ ସୁଜୋଗ ଆର ଚେସ୍ଟା କରୁଛେ । ଆସୁନ ସବେ ତାହାକୁ ସ୍ୱାଗତ କରମାଁ ।

Previous ArticleNext Article