Art & Culture, Home

ଭୁଲାମନ ଚଉତିଶା/ସ୍ୱାଧିନତା ଆଘୋର କୋସଲି ସାହିତ୍ୟ(୨):କୋସଲି ସାହିତ୍ୟର ଇତିହାସ

Spread the love

ପାଟଣା-ବୁଡାସମର ଇଲାକା ନ ଜତନ ଆର ରତନ ବଲି ଦୁଇଟା ଗାହାକ-ବାହାକ ବୁଲି ବୁଲି ସଂପର୍ଦା କରୁଥିଲେ ଆର ସେମାନେ ପ୍ରାୟ ୧୫୦-୨୦୦ ବଛର ଆଘୋନୁ କବି ଯତନ ‘ଭୁଲାମନ ଚଉତିସା’ ଲେଖିଥିଲେ । ଭୁଲାମନ ଚଉତିସା ସମ୍ବଲପୁର ବିସ୍ୱବିଦ୍ୟାଲୟର ସାହିତ୍ୟ ପତ୍ରିକା ସପ୍ତର୍ଷିରେ ଜୁନ-ଜୁଲାଇ ୧୯୮୭ରେ ସ୍ରି ଅଭିମନ୍ୟୁ ପଧାନ ସାଁକଲିକରି ବାହାର କରେଇଥିଲେ । ଚଉତ୍ରିସ ପଦ ର କବିତା ନୁ କିଛି ପଦ:

କହୁଛେଁ ଶୁନ କର୍ମହୀନ
କିଏ ଦେଖିଛେ ଉଆଁସ ଜହ୍ନ
କୁଇଲି ଗୀତର ଅର୍ଥ ଶୁନ, ହଇକି ଭୁଲାମନରେ
କେତେ ସୁତରେଁ ବହେ ପବନ ଯେ । ୧ ।
ଖଏରଚା ଯାକ ଖଡିରେ ଲିଖ
ଖଏରଚା ସଲେଁ ପାଇବୁ ଦୁଖ
ଖାଇସାଏଲେ ଖପରା ଫିକ, ହଇକି ଭୁଲାମନରେ
ଖେଲ ଖେଲୁଥିମାଁ ଦୁହି ଲୁକ ଯେ । ୨ ।
ଗୁତେ ଗୀତା ଗାଇଲେ ହେତା
ଗଂଜାଇ ଖାଏଲେ ବାବାଜି-ମାତା
ଗିଆନ କରଲେ ରାଏତ ସରତା, ହଇକି ଭୁଲାମନରେ
ଗୁରୁ ସେବିଥିଲେ ଜଗତ ଜିତା ଯେ । ୩ ।
ଘଡିକେ ଘଡି ଘୋର ଲହଡି
ଘୁଡକା ଶବଦ ଦେଇଛେ ରଡି
ଘର ଭାଂଗିଗଲେ ବଉଁଶା ଛିଡି, ହଇକି ଭୁଲାମନରେ
ଘରୁ ଘରନୀ ପଲାଏ ଛାଡି ଯେ । ୪ ।
ଙ ଅକ୍ଷର ଅବନାଅକ୍ଷର
ଅହରନିଶି ବସି ଭଜନା କର
ଅର୍ଥ କର ଅର୍ଥ ନଥିଲେ ବରତ କର, ହଇକି ଭୁଲାମନରେ
ଅଷ୍ଟ ଦୁର୍ଗତିରୁ ହେବୁ ପାର ଯେ । ୫ ।
ଚଂଚଲା ଚାନ୍ଦ ଚରଣା ବିନ୍ଦ
ଚିତ ନିବେଶିଲେ ଚାହିଁବ ଅନ୍ଧ
ଚାରି ପୁରାନରୁ ବାରସ କନ୍ଧ, ହଇକି ଭୁଲାମନରେ
ଚିହ୍ନି ଗାଇବୁ ଛାନ୍ଦକୁ ଛାନ୍ଦ ଯେ । ୬ ।
ଛାନ୍ଦକୁ ଛାନ୍ଦ ଛାଡ ସଂବାଦ
ଛାଡିଦେଲେ କାହିଁ ପାଇବୁ ଭେଦ
ଛନ୍ଦ କପଟକୁ ହୃଦରୁ ଖେଦ, ହଇକି ଭୁଲାମନରେ
ଛୁରି ଦାଢେ ନ ପକାଅ ପାଦ ଯେ । ୭ ।
ଜୁଲକି ସୁନା ଜୀବନ ଘେନା
ଜିଇଁବି ବଲି କରୁ ଭାବନା
ଜମୁନା କୁଲରେ ନନ୍ଦର କାହ୍ନା, ହଇକି ଭୁଲାମନରେ
ଯେବେ ଥିବ ତୋର ପୂର୍ବ ବାସନା ଯେ । ୮ ।
ଝଟତି ଯିବୁ ଝୁଁଟାଇ ହେବୁ
ଝୁମରା ଲାଗଲେ ଶୁଇ ପଡବୁ
ଝଲକା ପିନ୍ଧଲେ ଭେଲକା ହେବୁ, ହଇକି ଭୁଲାମନରେ
ଝୁଲି ବାଟରେ ନାବ ବାହିବୁ ଯେ । ୯ ।
ନ୍ୟନ ବହି ନପାରେ ଭେଦି
ନିଦାନ ଭୂଇଁଟି ପରମ ସନ୍ଧି
ନନ୍ଦ ନନ୍ଦନ କରୁନା ନିଧି, ହଇକି ଭୁଲାମନରେ
ନିଜ ଦେହରେ ପାରିବୁ ସାଧି ଯେ । ୧୦ ।
ଟରକୋ ବୁଢା କାଠର ଘୁଡା
ଟକର ମକର ପଡେ ପାହୁଡା
ଟାନ-ପନକଲେ ଖାଇବୁ କୁଡା, ହଇକି ଭୁଲାମନରେ
ଟାନି ଧରିଆ ଲଗାମ ଯୁଡା ଯେ । ୧୧ ।
ଠଣ-ସୁନ୍ଦର ଠାକୁର ବର
ଠିକ ଚିହ୍ନି କରି ଥାପନା କର
ଠୁଳ ଶୂନ୍ୟ ପରେ ଯାହାର ଘର, ହଇକି ଭୁଲାମନରେ
ଠାସେ କହେ ଯତନେ ପାମର ଯେ । ୧୨ ।
ଡକୁଆ ଚୁର ଅନ୍ଧାର ଘର
ଡିବିରି ଲିଭଲେ ଫେରି ନି ପାର
ଡରି ଡରି ପଶ ନୁହଁ ତତ୍ପର, ହଇକି ଭୁଲାମନରେ
ଡକା ପଡିବ ସମନ ପୁର ଯେ । ୧୩ ।
ଢୁକିଲା ବେଲେ ଢେକେଇ ହେଲେ
ଢିଲା ହଇ ଗାଏ ଭିରକି ଗଲେ
ଢୁକିବାର ବାଟ ନାଇଁ ପାଏଲେ, ହଇକି ଭୁଲାମନରେ
ଢିଲା ଚରୁଛି ସମନ ଆଳେ ଯେ । ୧୪ ।
ଅର୍ଜି ଦିଅ ଅନର୍ଥ ନୁହଁ
ଅଦାଲତେ ଯାଇ ହାଜର ହୁଅ
ଅକିଲ ଧର ଜବାବ ଦିଅ, ହଇକି ଭୁଲାମନରେ
ଆନ କଥାକୁ ମନେ ନ ନିଅ ଯେ । ୧୫ ।
ତରକି କରି ତିରନ ଧରି
ତିରି ରଂଗ ସଂଗ ଦେବୁ ପାସୋରି
ତେବେ ଯିବୁ ଭବ ସାଗରୁ ତରି, ହଇକି ଭୁଲାମନରେ
ତୋର ଶରୀର ଚିହ୍ନିଲେ ହରି ଯେ । ୧୬ ।
ଥବିର ଘର ଥୟ ନ କର
ଥାପିଲା ଦେବତା ନ ଦିଏ ବର
ଥିର ମନେ ବସି ସାଧନା କର, ହଇକି ଭୁଲାମନରେ
ଥିଲେ ବୁଦ୍ଧିଗ୍ୟାନ ହେତୁ କର ଯେ । ୧୭ ।
ଦଏବ ଧାତା ଦେଇଛେ ଚିନ୍ତା
ଦେଉଳ ଗଢି ଯେଉଁ ବିଧାତା
ଦୃଢ ମନେ ଭଜ ହଇ ଏକତା, ହଇକି ଭୁଲାମନରେ
ଦୁଇ ଦିନ ପାଇଁ କେତେ ଚିନ୍ତା ଯେ । ୧୮ ।
ଧନୀ ପୁରୁଷ ଧୁରିଆ ଦେଶ
ଧୁର୍ମ କୁହୁଡି ଚଇତ ମାସ
ଧରମ ଉପରେ ପରମହଂସ, ହଇକି ଭୁଲାମନରେ
ଧର୍ମ ଥିଲେ ବଇକୁଣ୍ଠ ବାସ ଯେ । ୧୯ ।
ନୂଆଁ ହୋଇଛି ନାଇଁ ଜାନୁଛି
ନାଗରୀ ସଂଗତେ ମନ ଚଲୁଛି, ହଇକି ଭୁଲାମନରେ
ନିଶା ଖାଇ ହେତୁ ବୁଡାଉଛି ଯେ । ୨୦ ।
ପଢିବୁ ପାଠ ପାଇବୁ ଭେଟ
ପଡିଛି ସଡଖ ଗୋଠ ଠୁଁ ମଠ
ପାଂଚ ଲୁକ ସଂଗେ ନ ଚାଲ ବାଟ, ହଇକି ଭୁଲାମନରେ
ପାଂଚ ପ୍ରକୃତିରେ ନଟକୂଟ ଯେ ।୨୧ ।
ଫରକି ଥିବୁ ଫାନ୍ଦେ ପଡିବୁ
ଫୁଲଫୁଟା ଧୁତି ନାଇଁ ପିନ୍ଧିବୁ
ଫୁଲ ମାଖିଲେ ଦର୍ପନ ଦେଖିବୁ, ହଇକି ଭୁଲାମନରେ
ଫିରି ଯମ ପୁରରୁ ଆସିବୁ ଯେ । ୨୨ ।
ବଡ ଦେଉଲ ବହୁତ ଚୂଲ
ବାଇଶୀ ପାବଛେ ହଇଛି ଠୁଳ
ବଟବୃକ୍ଷେ ଅଛି ଦକ୍ଷିଣ ପାଳ, ହଇକି ଭୁଲାମନରେ
ବିଜେ କରିଅଛନ୍ତି ଆଦିମୂଳ ଯେ ।୨୩ ।
ଭକତ ଜନେ ଭାବଇ ମନେ
ଭକୁଆ ଯତନ ଅଧମ ଭଣେ
ଭାବଗତ ପଦ ରଖିଥା ମନେ, ହଇକି ଭୁଲାମନରେ
ଭବୁଁ ରକ୍ଷାକର ସାଧୁଜନେ ଯେ । ୨୪ ।
ମଲାବେଲକୁ ମାୟାଜାଲକୁ
ମୂଷାପରି କାଟ କାଳ ଫାଶକୁ
ମନେ ରଖିଥିବୁ ହରିକଥାକୁ, ହଇକି ଭୁଲାମନରେ
ମିଛ ମଣିବୁ ପର କଥାକୁ ଯେ । ୨୫ ।
ଜଗିଲେ ବାଟ ପାଇବୁ ଭେଟ
ଯମୁନା କୂଲରେ ନନ୍ଦର ଚାଟ
ଯୋଗୀବେଶ ଧରି ବାନ୍ଧିଛି ଥାଟ, ହଇକି ଭୁଲାମନରେ
ଯେବେ ଜାନିବୁ ତୁ ନାମ ରଟ ଯ ।୨୬ ।
ରା ଅକ୍ଷର ରାବଣେଶ୍ୱର
ରଘୁନାଥ ଦଶରଥ କୁମର
ରାମଲଇଖନ ଲେଖି ଶରୀର, ହଇକି ଭୁଲାମନରେ
ରଥ ଶୂନ୍ୟେ ଚାଲେ ତତ୍ପର ଯେ । ୨୭ ।
ଲାଭେ ସଂସାର ଲୋଭ ନ ମର
ଲାଲ ମହାକାଲ ପୁଡା ଅଂଗାର
ଲୁହା ସଂଗେ ଅଗ୍ନି ଖାଉଛି ମାର, ହଇକି ଭୁଲାମନରେ
ଲାଂଚ ଖାଇଯିବୁ ଯମଘର ଯେ । ୨୮ ।
ବହୁତ କଥା ବୁଝିଲେ ହେତା
ବଡ ଦେଉଲର ବଡ ଦେବତା
ବଡ କାମ କଲେ ବଡ ଶକତା, ହଇକି ଭୁଲାମନରେ
ବୁଦ୍ଧି ଦେବେ ବୃଦ୍ଧ ପିତାମାତା ଯେ ।୨୯ ।
ଶ୍ରୀଭାଗବତ ସହସ୍ରେ ମତ
ସଂସାର ଖୁଜିଲେ ନପାଉଁ ଅର୍ଥ
ଶରୀର ଖୁଜିଲେ ପାଇବୁ ନିତ୍ୟ, ହଇକି ଭୁଲାମନରେ
ଶିରୀଭଗବତ ଭାବ-ଗତ ଯେ । ୩୦ ।
ଷୋହଲ ବଖରା ସହିତେ ଧରା
ଶରୀରରେ ଝାଲ ନୋହିବ ପରା
ସଂସାରେ ଉଦୟ ହୋଇଛି ଧାରା, ହଇକି ଭୁଲାମନରେ
ସରି ଯାଉଛି ଦିବସ ଖରା ଯେ । ୩୧ ।
ସରକାରକୁ ସହି କଥାକୁ
ସାକ୍ଷୀ ରଖିଥିବୁ ସାତ ଜଣକୁ
ସାତଟଂକା ଦେବୁ ଆଠ ଜଣକୁ, ହଇକି ଭୁଲାମନରେ
ସତ କହିବେ ଭଲମନ୍ଦକୁ ଯେ । ୩୨ ।
ହେଜିବୁ ଯେବେ ହରିଂକି ତେବେ
ହରଷ ମନରେ ଭେଟିବୁ ତେବେ
ହରେକ ଦୂରୀତ ହରିବେ ତେବେ, ହଇକି ଭୁଲାମନରେ
ହଟ କିଶୋର ଅଛନ୍ତି ଭାବେ ଯେ । ୩୩ ।
କ୍ଷମା ସାଗର କ୍ଷିତିରେ ସାର
କ୍ଷମ ସୁନ୍ଦର ସେ କମଲାବର
କ୍ଷମା କରିଦେବେ ଦୁଖକୁ ତୋର, ହଇକି ଭୁଲାମନରେ
କ୍ଷନ୍ଦେ ଭଣେ ଯତନ ପାମର ଯେ । ୩୪ ।

Previous ArticleNext Article