Art & Culture, Home

ବୁଲାକିର ଡାଏରି ନୁ ମାନିକେସରି

Spread the love

କଲାହାଏଣ ଅଂଚଲର ତେଲ ଆର ଇଂଦ୍ରାବତି ନଦିର ବାହିନେ ସାକ୍ତ ପୁଜା, ସିରଜିନାର ମୁଲୁ ଚଲି ଆଉଛେ । ସମକିରର ନୁ ପହେଲା ସାକ୍ତ ପୁଜାର ରୁପଟା ସ୍ତମ୍ଭେସରି ଜେନଟାକି ୪ର୍ଥ ସଦିର ଆଡେ ରଜା ରୁସିକରର ତେରସିଂହା ପଟାଥି ଲେଖା ହେଇଛେ ।

ବିସାସ କରାଜାଏସି ଜେ କଂଧମାନେ ଗଛର ଖମମାନକୁ ପୁଜା କରସନ, ହେ ଖମ ପୁଜାଟା ଧିରେ ଧିରେ ସ୍ତମ୍ଭେସରିର ରୁପଥି ବଦଲିଗଲା । କଲାହାଏଣ ଜହକରି ଆଦିବାସି ବହଲିଆ ଅଂଚଲ । ଜେନମାନେ କି ପ୍ରକୃତି ଆର ଦେବି ପୁଜା ଜହ କରସନ । ସେମାନେ ମରଡିନୁ ରଖ୍ୟା ପାଏବାର ଲାଗି ସାକମ୍ବରି, ଜୁଦ୍ଧ ବେଲକେ ତାକତ ଲାଗି ରକ୍ତାମ୍ଭରି, ଲଂକେସରି, ଡାକେସରି (ଡୁକରି) ଆର ମାନିକେସରି ଦେବିମାନକୁ ପୁଜା କରସନ ।

ମାଁ ମାନିକେସରି କଲାହାଁଣିର ଇସ୍ଟଦେବି । ମାନିକେସରି ନାଁ ଟା ମାଣିକ୍ୟ ସବ୍ଦ ନୁ ଆଇଛେ ବଲି ବିସାସ କରାହେସି । ଆଘୋନୁ କଲାହାଁଣିର ନାଁ କରୁଣ୍ଡ ଥିଲା ଆର ୧୮ ସତାବ୍ଦି ତକ କଲାହାଁଣିର ନାଗରଜା ମାନକୁ କରୁଣ୍ଡଧିପତି ବଲି କୁହା ହଉଥିଲା । ଏନସାଇକ୍ଲୋପେଡିଆ ବ୍ରିଟାନିକା ପୃ ୪୭୮, ୬, କୋରୁଣ୍ଡମ (ରୁବିର ମୁଖିଆ ଧାତୁ) ନାଁ ଟା ସେନୁ ଅନା ହେଇଛେ ଜେନ ଇଟା ବାହାରସି । ସଂଜୋଗକେ କୋରୁଂଡମ ର ସଂସ୍କୃତ ନାଁ ହଉଛେ କୋରୁଂଡ କି କୁରୁଂଡମ । ଇଟା ବିସାସ କରାଜାଏସି ଜେ କୁରୁଂଡମନୁ କଲାହାଁଣିର ପୁରନା ନାଁ କାରୁଂଡ ଅନାହେଇଛେ ଆର ସେନୁ କୋରୁଂଡମ ।

ବାରସ ତେରସ ସଦିର ଚିନ୍ଦାକନଗା ରଜାମାନେ ମାଣିକ୍ୟ ଦେବିର ମାନେ ମାଣିକେସରିର ପୁଜା କରୁଥିଲେ । ଜେନ ଟା କି ଜତନପାଲ, ଦନ୍ତେୱାଡା ଆର ଭେରମଗଡ ର ସିଲାଲେଖମାନକର ନୁ ଜନାପଡିଛେ । ପରେ ସେ ଗଂଗ ଆର ଇହାଦେ ନାଗ ରଜାମାନକର ଇସ୍ଟଦେବି ହେଇଗଲା । ଦସ ନୁ ତେର ସତାବ୍ଦିର ମଧ୍ୟ ଜୁଗଟା ତ୍ରିକଲିଂଗ ଆର ଦଖିଣ କୋସଲର ଉଥଲ ପୁଥଲର ସମିଆଁ ଥିଲା । ପରଂପରା କହେସି ଜେ ଗଂଗମାନେ ତାକର ସାଂଗ ଚିନ୍ଦାକନଗା ମାନକର ଇସ୍ଟଦେବି ମାଣିକ୍ୟ ଦେବିକେ ନିଜର ଇସ୍ଟଦେବି ମାନଲେ । ଇ ଗାଦି ଲାଗି ଲଢେଇର ସମିଆଁକେ ଇ ଅଂଚଲଟା ଗଂଗମାନକର ବିନା ମହତ୍ୱର ଗୁଟେ ଭାଗ ରାଏଜ ବନି ଜେଇଥିଲା । ଆର ଜେତେବେଲେ ଗଂଗ ସାସକମାନେ ଦୁର୍ବଲିଆ ହେଇଗଲେ ଆଂଚଲିକ ସକ୍ତି ଜେନ୍ତା ବଲାଂଗିରର ଚୁହାନ, କଲାହାଁଣିର ନାଗମାନେ ମୁଡ ଟେକି ବସଲେ । ନାଗ ସାସକମାନକର ଦରବାର ରେକର୍ଡ କହେସି ଜେ ନାଗବଂସର ସସ୍ଟ ରଜାର ମରନ ପରେ ବିଧବା ରାନି ଆର ତାର ନାବାଲକ ପୁଓ ରାମଚନ୍ଦ୍ର ଦେଓ ତାକର ମାମୁଁଘର ଗଦାପୁରେ ରହେଲେ । ଜିଏକି ଗଂଗ ଜମାର ଆନ । ପଛେକା ଉମରାସ କଂଧ ଆର କେତେ ଝନ ଭଦ୍ରଲୋକ ଗଦାପୁରୁ ରାନି ଆର ଛୁଆକେ ଆନଲେ । ସେନୁ ଆଏଲା ବେଲକେ ରାମଚନ୍ଦ୍ର ଦେଓ ମାମୁଁ ଘରୁ ମାଣିକ୍ୟ ଦେବିକେ ଆନିଥିଲେ ଆର ଆନିକରି ଜୁଗସେଇ ପାଟନା ନ ମାଣିକେସରି ହିସାବେ ଥାପନା କଲେ । ଇହାଦେ ବି ସେ ମନ୍ଦିରର ଖଣିଆଁ ଦିସସି ତାଏଲ । ପଛେକା ରାମଚନ୍ଦ୍ର ଦେଓ, ମାଣିକେସରି ଦେବିର ଥାପନା ଭଁଡେସିର ଗଡ (ଇହାଦେର ଭବାନିପାଟନା) ନ କରି କରି ଜେନାବଲି ପାଟନା (ଇହାଦେର ଜୁନାଗଡ) ନୁ ସ୍ଥାପନା କଲେ ।
ନାଗ ବଁସର ୨୭ତମ ରଜା ଫତେନାରେନ ଦେଓର ସାସନ ବେଲକେ ରାଜଧାନି ନ ମାହମାରି ଫଏଲିଥିଲା । ଆର ତାକର ୨ୟ ପୁଓ ସେଥିର ସିକାର ହେଇଥିଲା ବେଲକେ ବଡଖା ପୁଓ ଉଦିତ ପ୍ରତାପ ଦେଓର ହାଲତ କେତନି ଖରାପ ଥିଲା । ବିସାସ କରାଜାଏସି ଜେ ରଜା ପରେ ଦେବି ନ ବଦିଆଁ କରଲେ କି ସେ ଠିକ ହେଇଗଲେ । ୧୮୫୦ରେ ରଜା ତାକର ରାଜଧାନି ଭଂଡେସିରପାଟନା (ଭବାନିପାଟନା) କେ ଉଠେଇ ନେଇଥିଲେ ଆର ୧୮୫୨ରେ ଫତେନାରେନ ଦେଓ ମାନିକେସରି ମନ୍ଦିର ବନେଇଥିଲେ । ଫେର ପଛେକା ୧୯୩୫ରେ ବ୍ରଜମୋହନ ଦେଓ ବଢେନି ବଢେ ମନ୍ଦିରଟେ ବନାଲେ ଜେନଟାକି ରଜାଘରର ଘରକେ ଲାଗିକରି ଅଛେ । ଇ ରେଖା ଦଉଲ ଢାଁଚାରେ ବନାଲା ମନ୍ଦିରର ଉଁଚା ୬୫ ଫୁଟ ଅଛେ । ସାଂଗେ ଗୁଟେ ମଣ୍ଡପ ଆର ପୁଜା ପାଟ କରବାର ଲାଗି ବାରଣ୍ଡାଟେ । ଖମାମାନକୁ ଉଠାଲା ମଣ୍ଡପନେ ଦସମହାବିଦ୍ୟ ଆର ପ୍ରକୃତିର ଚିତ୍ରରେ ସଜା ହେଇଥିଲା । ଇହାଦେ ସେ ସବୁ ନକସାନ ହେଇଗଲା ନ । ମଣ୍ଡପରେ ଛ ଧାଡିର ଖମା ଅଛେ ଆର ଧାଡିକ ଛ ଟା ଖମା ଅଛେ । ବୁଢାରଜାକେ ପାସ୍ୱର୍ ଦେବତା ହିସାବେ ମନ୍ଦିରର ଉତର ଦୁଆର ନ ପଦିସ୍ଟା କରା ହେଇଛେ । ଆର ତିନଟା ରେଖା ଦଉଲ ଅଛେ; ମନ୍ଦିରର ଉତର ଆଡକେ ବୈସ୍ନବି, ପସଚିମକେ ନରସିଂ ଆର ଦଖିଣକେ ବରାହି ।

ମାନିକେସରିର ଚିତ୍ର ପ୍ରତିକ ବିଗ୍ୟାନକେ ପଢଲେ ଜନା ଜାଏସି ଜେ ସେଟା ବିନ ମୁଡିଏନ ଆଏ ଆର କାଲିର ଏକାଖ୍ୟର ମଂତ୍ରଥି ପୁଜା କରାହେସି । ଭବାନିପାଟନା କେ ଛାଡିକରି ସାନ ଖେମୁଂଡି, ପାରଲା ଖେମୁଂଡି, ସୋନପୁର, କାସିପୁର, ଥୁଆମୁଲ ରାମପୁର, ଜୁଗସେଇ ପାଟନା ଆଦିନେ ମାଣିକେସରି ପୁଜା କରାହେସି ।
ମାନିକେସରି ଦେବି ଆଦିବାସି ଆର ଅନଆଦିବାସି ସଂସ୍କୃତିର ଗୁଟେ ମେଲ ଆଏ । ସ୍ତମ୍ଭେସରି କି ଖମପୁଜା ଆର ଇହାଦେର ମାନିକେସରି ଭିତରେ କେତନି ସମାନତା ଅଛେ । ମାନିକେସରି ଦେବିର ବି ମୁଡ ନେଇଁନ ଆର ଦିହଁଟା ଗୁଟେ ନଲି ଆକୃତି ତାର ଉପରେ ମୁଡଟେ ଖଂଜା ହେଇଛେ ଆର ଦିହଁଥି ଅଲଂକାର ଆର କପଡାରେ ଢଁପା ହେଇଥିସି ।

ଫି ବଛର ମୁଲାସ୍ଟମି ଦିନ ଦେବିର ମାଟିର ମୁଡ ବଦଲା ହେସି । ନୁଆଁ ମୁଡଥି ରତ୍ନ ଆର ଧାତୁ ଭରିକରି ଜୁହ୍ନା ମୁଡକେ ବଦଲାହେସି । ମନ୍ଦିର ଲାଗନୁ ଥିବାର ପୁରୁସୋତମ ସାଗରନେ ଅଧରାତି ଲୁକନ୍ୟା ପୁଜା ପାଟ କରି ଜୁହ୍ନା ମୁଡକେ ଉହଲେଇ ଦିଆହେସି ।

ଉତର ଦୁଆର ନ ଥିବାର ପାସ୍ୱର୍ ଦେବତା ବୁଢାରଜାର ମନ୍ଦିର ବି ବଛରକ ଥରେ ମହାଅସ୍ଟମି ଦିନ ଖୁଲାହେସି ଆର ପୁଜା କରାହେସି । ବୁଢାରଜା ନ ପୁଜା କଲା ପରେ ମାନିକେସରିର ଛତର ଜେନାଖେଲ ଲାଗି ଉଠସି ଆର ନମିଁ ର ସକାଲୁ ଛତର ଫିରସି ଜେନଟାକି ଛତର ଜାତରା ବଲି ନାଁ କରିଛେ । ବୁଢାରଜା ନ ଇ ଅସ୍ଟମି ଦିନେ ନୁଆଁ ଚରା ଲାଗସି ହେତିର ଲାଗି ରଜାଘରର ଲୁକେ ଛତର ଜାତରା ସରଲେ ନଁମି ଦିନ ନୁଆଁ ଖେସନ ।

କଂଧମାନେ ମାନିକେସରିକେ ତାକର ଦେବତା ଧରଣିପେନୁ ର ବୁହେନ ବଲି ମାନସନ । ସେଥିର ଲାଗି ସେମାନେ ଗାଏସନ:
ଜୁହାର ଜୁହାର ମାନିକେସରି ମାଁ ରାଏଜେ ମାହାରାନି
ସାୟବାନି ମାହାନ, ଲାୟବାନି ମାହାନ, ଧରଣି ସାନ ବହନି

ମାଁର ପୁଜା ଅସ୍ଟମି ନୁ ମୁଲ ହେଇକରି ଦସମିତକ ଚଲସି । ଅସ୍ଟମିର ସଂଧି ପୁଜା ସରଲା ପରେ ଛତର ଉଠସି । ଘୁମରା ନିସାନ ଆର ଘଁଟ ବଜା ସାଂଗେ ଦୁଲକି ଜଉଥିସି ଜାତରା ଠାନ । ଲାଖ ଲାଖ ଭକ୍ତ ନିଜର ମାନସିକ ଆର ବଦିଆଁମାନେ ଦେବାର ଲାଗି ଭିଡ ହେସନ ହେ ଦିନେ ।

ସାକେତ ଶ୍ରୀଭୁଷଣ ସାହୁ

Previous ArticleNext Article