Art & Culture, Home

ବିହା ବରପନ ଗିତ: କୋସଲି ସାହିତ୍ୟର ଇତିହାସ

Spread the love

(୪.୫.୧)ଗୌର ବାଡି/ ବନା ବାଡି
ଗୌର ବାଡି ନାଚ କେ କଲାହାଣ୍ଡ ଅଂଚଲ ରେ ବନା ବାଡି କହେସନ । ଗୌର ବାଡି, ଗୌର ଜାତି ର ପାରଂପାରିକ ନାଚ । ଗୌର ବାଡି ଥି ଦୁଇଟା ନଚନିଆ ହଁକାବାଦି ହେଇ ନାଚସନ ଆର ଆଠ ନୁ ଦସ ଝନକର ଦଲ ବନେଇକରି ବି ନାଚସନ । ୩୨ ସଂଘାଡ ସୈଲି ବେଭାର ହେସି ଇ ନାଚ ରେ । ଗୌର ବାଡି ନାଚ ଥି କେନ୍ଦୁ ବାଡି ବେଭାର ହେସି । କେନ୍ଦୁ ବାଡି ର ଉପର ର ଛାଲି କେ ଛାଁଚି ଦିଆ ହେସି । ତେହରୁ ଲହ ଥି ଗୁରେହି ଅଲପରେ ପୁଡେଇ ଦେଲା ଉତାରୁ ପୁଡଲା ଭାଗ କଲା ହେିସ ଆର ରହିଗଲା ଭାଗ ଧୋବ । ସୁନ୍ଦର ଆକର ଛାପି ହେସି ବାଡି ଥି । ବାଡି ଥି ଝୁଟି କାଟଲା ବାଗିର ଦିସସି । କଲାହାଣ୍ଡି ଅଂଚଲ ରେ ଝୁଟି କେ ବନା କହେସନ । ଆର ସେ ବାଡି ବେଭାର କରି ନାଚୁଥିବା ନାଚ କେ ବନାବାଡି କହେସନ । ନଚନିଆ ନାଚଲା ବେଲକେ ୨ଟା ବାଡି ବେଭାର କରିଥିସି । ନଚନିଆ ମାନେ ତାକର ଦିହେଁ ପିଠଉ ଥି ଚିତରେଇ ହେଇଥିସନ । ଝୁମକା, ବଏଁସି, ଢୋଲ ଆଦି ବନାବାଡି ସାଂଗେ ବଜା ଜାଏସି ।

ବନାବାଡି ର ଗିତ

କାହ୍ନା ଭାଇ ଲଛମି ଘେନ ମୋ ଦଇନି
ଜଏ ମାଁ ଜାଦବ କୁଲ ମଉଡମଣି
ଜଏ ଚଣ୍ଡି ସମଲାଇ ମାଁ ଠାକୁରାଣି
ସଂକଟ ତାରିନି ମାଁ ଦୁର୍ଗତି ନାସିନି
ବିଦେ ଆପଦେ ମାଁ ଗୋ ହେଉ ଅଗ୍ରଣି
ଜଏ ମାଁ ଜାଦବ କୁଲ ମଉଡମଣି । ।

ବନାବାଡି ନାଚଲା ବେଲକେ ଦୁଇ ଝନ ମାର ଲାଗଲା ବାଗିର ଲାଗସି । ଦୁହି ନଚନିଆ ଦୁହି ହାତେ ଦୁଇଟା ବାଡି ଧରିଥିସନ ଆର ସାମନା ର ନଚନିଆ କେ ଆକ୍ରମଣ କରୁଥିସନ ଆର ସାମନା ର ନଚନିଆ ନୁ ନିଜକେ ବଁଚଉଥିସନ ।

ଦ୍ୱାପର ଜୁଗରେ ପ୍ରଭୁ ନନ୍ଦ ନନ୍ଦନ
ଗୋପ ଗୋପାଲକ ସଂଗେ ମେଲ ହୋଇଣ
ବାଜଇ ରଂଗେ ଢୋଲ ଟାମକ ବାଁସୁରି
ସିରରେ ପାଗ ବାନ୍ଧି କେନ୍ଦୁବାଡି ଧରି
କରୁଥିଲେ ଇ ତାଂଡବ ଧର୍ମ ଲେଖନି
ଜଏ ମାଁ ଜାଦବ କୁଲ ମଉଡମଣି । ।

ଗଉର ଜାତି ର ଇତିହାସ ଜୁଡିଛେ ଇ ନାଚ ସାଂଗେ । ହରିବଂସ ପୁରାଣ ରେ ବନାବାଡି ର ଉଲ୍ଲେଖ ଅଛେ । ବନାବାଡି ଗିତ ଅନସାରେ ଗଉର ମାନେ ୧୬ ପ୍ରକାର ।

ଭୋଜପୁରି ଗୋପପୁରି ସୋଲ ଖଣ୍ଡିଆ
ମଗଧ ଗୋକୁଲ ଲହୋରିଆ ଝରିଆ
ନନ୍ଦ ଦ୍ରାବିଡ ଜଚକ ଦୁତ କୋରିଆ
ଅହିର ଅବଦ ଅସକ କୋସଲିଆ
ଏ ସୋଲ ଜାଦବ କୁଲ ମାଁ ପାଟରାଣି
ଜଏ ମାଁ ଜାଦବ କୁଲ ମଏଡମଣି । ।

(୪.୫.୨) ଲହକି
ବିଂଝାଲ ଗୁଟେ ଆଦିବାସି ସଂପ୍ରଦାୟ । ଇମାନକର ସାମାଜିକ ଜିବନ ଅଲଗ ମାନକର ଠାନି ଭିନେ । ସେମାନକର ବିହା ବରପନ ବେଲକେ ଜେନ ଗିତ ଚଲସି ସେଟା କେ ଲହକି ବଲସନ । ଲହକି ଥି ଗିତ ଆର ନାଚ ଦୁହିଟା ମିସି ଥିସି । ମୁଖିଆକରି ଲହକି ଥି ବିର ରସ ଆର ପ୍ରେମ ରସ ଦେଖବାର କେ ମିଲସି । ବିଂଜାଲ ମାନକର ବିହା ବେଲକେ, ବାପ, ପୁଓ, ମାଁ, ଭାଏ, ବୁହେନ, ସାସ, ସସୁର, ଦିଅର, ଦେଢସସୁର ଏନ୍ତା କି ବର କନିଆ ବି ଠାନେକେ ନାଚସନ । ବିଂଝାଲ ମାନକର ବିହା ଦୁଇ ଦିନ ଧରିକରି ହେସି ଆର ଦୁଇ ଦିନ ଧରିକରି ସେମାନେ ନାଚ ଗିତ କରସନ । ଲହକି ଥି ଢୋଲ, ନିସାନ, ମୁହୁରି, ତାସା, ଟିମକିଡି ଆଦି ବାଜିଥିସି । ଲହକି ର ମୁଖିଆ ବିଭାଗ ମାନେ ହଉଛେ: ୧) କେଲି କରଂଜ ମାଲି ୨) ରସ ନିଆଲି ମଲି ୩) ଜହ୍ନିଫୁଲ ୪) ଝରିରେ ଝରା ୫) ସୁଆ ରାଂଗେନ ବହୁ ୬)ମୋର ବନ୍ଧୁ ନିଲ ରତନ ରେ ବଲା ୭)ଜୁରାଜୁରି ୮) ଜାଇଫୁଲ

କେଲି କରଂଜ ମାଲି
ଚଁଟିଆ ସମିଲା ପୁଲେ ରେ କେଲି କରଂଜ ମାଲି
ଝାଲେ ବୁହି ଗଲେ ପିରତିର ବେଲେ
ପୁଛିମି ପନତର ଫାଲେଁରେ କେଲି କରଂଜ ମାଲି
ଆଉଛୁ ଜାଉଛୁ ଲୁହିବୁ ନାଇଁ
ପାଇ ନେବା ଖଟ ର ବାହି ରେ କେଲି କରଂଜ ମାଲି ।

ରସ ନିଆଲି ମଲି
କୁକୁର ସୁଇଲା ଖାରେଁରେ ରସ ନିଆଲି ମଲି
ଗୁନା ହଜାଇଲୁ ମହୁଲ ଝାରେଁ
କାଏଁ ବଲି କହେବୁ ଘରେଁ ରେ ରସ ନିଆଲି ମଲି
କାଲିକେ ସୁନାରେ ଗୁରି କେ ବନା
ଚକା ମୁହେଁ ଫୁଲ ଗୁନା ରେ ରସ ନିଆଲି ମଲି ।
ଗାଆଁ ଖୁଲି ଉଡେ ଧୁଲିରେ, ରସ ନିଆଲି ମଲି
ମାଲି ଘରର ଫୁଲେ ସେଜାଇ ଥିଲିଁ,
ମୋର ଧନ ଆଏବ ବଲି ରେ ରସ ନିାଲି ମଲି
ନିଆଲି ମଲି ର ନାଇଁ ନ ଚଲନ
ରାତି ଦେଖେ ଦରପନ ରେ ରସ ନିଆଲି ମଲି ।

ଜହ୍ନିଫୁଲ
ବାରିର ଖଟଖଟିଆରେ ଜହ୍ନିଫୁଲ
କେତେ ଫଟ ଜାନେ ଫଟ ଫଟିଆରେ ଫଟଫଟିଆ
ଲଗାଇ ଦେଲା ତାଟିଆ ରେ ଜହ୍ନିଫୁଲ
ଜହ୍ନିଫୁଲ ର ବାଇ ଖୁସା ଢଲେଇ ରେ ଖୁସା ଢଲେଇ
ନାଇଁ ଜାନେ ଛୁଆ ଖେଲେଇ ରେ ଜହ୍ନିଫୁଲ ।

ଝରିରେ ଝରା
ଝରିରେ ଝରା ଗିତ ଥି, ଫ୍ରେମ ରସ ଥିଲେ ବି ସେଥି ଫି ଦିନିଆଁ ଜିବନ ଦୁଖ ର ଝଲକ ସୁନ ବାର କେ ମିଲସି ।
ଝରିରେ ଝରା, ଖପର ଘରେ ଉଦେ ତରା
ଝିଆ ଜନମ କଲୁ ସରଗର ତରା, ସରଗର ତରା
ଝରିରେ ଝରା ଜୁଏଁ କଲୁ ଦରମରା,
ଲେତି ଟାଁକୋ ଟାକୋଁ ସୁଖା ବେହେରା, ସୁଖା ବେହେରା
ଝରିରେ ଝରା, ନାଇଁ ନ ଜୁଏଁର ଚେହେରା ।
ଝରିରେ ଝରା, ପାନି ଗଲା କୁରେଁ କୁରେଁ,
ରଜା ସୁଇଅଛେ ଜହଲ ଘରେ, ଜହଲ ଘରେ,
ଝରିରେ ଝରା, ପାଗଲି ନୁରୁଛେ ଝାରେଁ
ନାଇଁ କାନ୍ଦ ସୁଆ ନାଇଁ କାନ୍ଦ ସାରି, ନି କାନ୍ଦ ସାରି,
ଝରିରେ ଝରା ତୋର ରଜା ଆଏବେ ଫିରି ।
ଇ ଉପରର ପଦ ଟା ଘେଁସ ଜମିଦାର କୁଂଜେଲ ସିଂ କର ଝି ପୁଣ୍ଣିମାର କଥା ଲିଖା ହେଇଛେ । ପୁଣ୍ଣିମା ର ମୁନୁସ ଗୋବିନ୍ଦ ସିଂ ବି ସହିଦ ହେଇଥିଲେ । ପୁଣ୍ଣିମା ନିଜର ମୁନୁସ ବିନା ପାଗଲ ହେଇ ନୁରୁଥିଲେ । ନୁରି ନୁରି ରାତି ଝାର କେ ବି ପଲେଇ ଜଉଥିଲେ । ଲୋକ ଗିତ ଗୁଟେ କିସମେ ଅ-ଲିଖିତି ଇତିହାସ ଥିଲା ସେ ସମିଆଁର ।

ସୁଆ ରାଂଗେନ ବହୁ
ଇ ଟା ଖାଲି ମୁନୁସ ପିଲା ଗାଏସନ ।
ସିଏର ଲଟିସ ଥିଲେ ଭାଇ ଝୁଲେସ ମାକର
ମଦନ ସିଂ ଚଢି ଜଉଛେ ବୁଢା ଡଂଗର
ବୁଢା ଡଂଗର ପଖନ ଖୁଲେ ହୁକା ହୁକା ଭାଲୁ
ଚନ୍ଦନ ଲୁଗା ଗୋଡ ପଏଁରି, ସୁଆ ରାଂଗେନ ବହୁ ଗା
କେତେ ଅଁଟା ମଲକେଇ ଚାଲୁ ।
ମୋର ବନ୍ଧୁ ନିଲ ରତନ ରେ ବଲା
ମୋର ବନ୍ଧୁ ନିଲ ରତନରେ ବଲା କାହିଁକି ଡାକିଲୁ ମତେ
ବିରହି ଦଲଲା ଲେଖେଁ ଦଲିମିଁ ତତେ
ମୋର ବନ୍ଧୁ ନିଲ ରତନରେ ବଲା ନାଇଁ ଚିହ୍ନି ପାରୁ ମତେ ଜେ,
ତତେ ନେତିଁ ନେତି ତୋର ଭାଏ କେ ନେତିଁ
ମୋର ବନ୍ଧୁ ନିଲ ରତନରେ ବଲା, ବରଗଡେ ଭାଡା ବାହାତିଁ ଜେ
ମୋର ବନ୍ଧୁ ନିଲ ରତନରେ ବଲା ଜହଲ ଖାନା ଦେଖେଇ ନେତିଁ ଜେ ।

ଜାଇଫୁଲ କରା ପାଏନ
ଆମ ଖାଏଲିଁ ଜାମ ଖାଏଲିଁ ପକେଇ ଦେଲିଁ ଟାଁକୋ
ବନ୍ଧ ତଲର କାଗଜ ପତର ସୁନ୍ଦର ବରିହା କେ ଡାକୋ
ସୁନ୍ଦର ବରିହା ବଏଲା ଭେଇ ପାଟନା କେତେ ଧୁର
ଆପେ ରଜା ବିଜେ କଲେ ବଉଦ ନାଗପୁର
ବଉଦ ନାଗପୁରୁଁ ପାଟନା ସଡକ ଦିଁ ତାଲା
ଭିତରେ ଭିତରେ କୁଂଜଲ ସିଂ ରାଏଜେଁ ମତାଲା
କିେ ଦେଲା ଗୁର ଗଂଜଇ କିଏ ଦେଲା ଚୁରା,
ସିଂହଡା ଘାଟିନେ ମାରଗଲା ଜାଏଫୁଲ କରାପାଏନ,
ମୁକୁଟବନ୍ଧା ଘୁଡା ହୋ….

(୪.୫.୩) ଖଟିଗଲା ବେଲର ଗିତ
ଭୁଆସେନ ଖଟିଗଲା ବେଲକେ ଜେନ ଗିତ ଗାଇଥିସନ ସେଟାକେ ଭୁଆସେନ ଗିତ ବଲି ବି କହେସନ । ବିହା ସରଲା ଉତାରୁ ଟୁକେଲ ତାର ସାଂଗ ସରସା, କୁଟୁମ ର ଲୋକକୁ କାନ୍ଦି କାନ୍ଦି ଜେନ ଗିତ ଗାଇଥିସି ସେଟାକେ ଭୁଆସେନ ଗିତ କହେସନ ।

ସୋନପୁର ସହର ରୁଖା ବଇଠା ବାପା ଗୋ,
ନିତି ପୁଛୁଥିଲି ବାପା ଅଇଁଠା ବାପା ଗୋ,
ସକାଲର କଂସା ପଡି ରହିବ ବାପା ଗୋ,
ସଂଜ ହେଲେ ବାପା ପଡି ରହିବ ବାପା ଗୋ । ୧ । ।
ମୁଇଁ ଥିଲି ତମର ଗେହ୍ଲଇ ଝିଅ ବାପା ଗୋ
ମାଁ ର ଗେହ୍ଲା ତ ତାହାରି ପୁଆ ବାପା ଗୋ
ମାଁ ର କଥା ମାନି ଦେଉଛ ଦୁରେ ବାପା ଗୋ
ମୁଇଁ ତ ରହେମି ସମସଲପୁରେ ବାପା ଗୋ । । ୨ । ।

ଟୁକେଲ ବିହା ହେଇ ସାସ ଘରକେ ଖଟିଗଲା ବେଲକେ ନିଜର କୁଟୁମ ଆର ଲାଗେ ଲେସର ମାନକୁ ଛାଡି କରି ଜଉଥିବାର ଦୁଖ ଥି ଗିତ ହିସାବେ ମନର କଥାକେ କହିଥିସି ।

ମୁଗ ବାଛୁଥିଲିଁ ତମର କାକି ଗୋ
ସାନ ଝି କେ ଖେଲଉଥିଲି କାକି ଗୋ
ମନ ଜାନି ତୁନ ରାନ୍ଧି ଦଉଥିଲ କାକି ଗୋ ।

Previous ArticleNext Article