Government & Politics, Home

ବିଜେଡି କାଏଁଜେ ନୁରୁଛେ ଜୁଆନ ଚେହେରା

Spread the love

ବିଜେଡି ଗଠନ ହେବାର ୨୧ ବଛର ହେଲା ଆର ନବିନ ପଟନେକ ମୁଖ୍ୟମଂତ୍ରି ହେବାର ୧୯ ବଛର । ଲଗାତାର ୪ ନମର ଥର ସାସନ କରୁଛେ ଓଡିସା କେ । ନବିନ ପଟନାଏକଂକୁ ୭୨ ପୁରି ୭୩ ଚାଲୁଛେ । ବଏସ ସାଂଗେ ଦିହଁର ବଲ-ବଫୁ ଜାଏସି ଆର ବଲ-ବଫୁ ସାଂଗେ କାମ କରବାର ତାକତ । ଜେତକି ସୁଚନା ମିଲୁଛେ ଇ ନିର୍ବାଚନ ସରଲେ ନବିନ ବୋଧେ ରାଜନିତି ରୁ ଦୁରିଆ ରହିପାରନ । ବିଜେଡିର ଲବାନ ଧରି ପାରନ ତାକର ପୁତରା ଅରୁଣ ପଟନାଏକ । ଅରୁଣ ୪୦-୪୫ ବଏସିଆ ଲୋକ ।

ନବିନ ପଟନାଏକ କର ଜିବନି ଲେଖିଥିବାର ରୁବେନ ବେନାର୍ଜି ଗୁଟେ ଇନ୍ଟରଭ୍ୟୁରେ କହେସନ, ନବିନ କେଭେ କାହାକେ ନିଜର ପାଖକେ ଆସି ନି ଦେଇ ଆର ସମିଆଁ-ସମିଆଁକେ ସମକୁ ବେଭାର କରସନ । ଆର ଗୁଟେ କଥା, ବିଜେଡିର ଜେତେ ଥାପନା ବେଲର ସଦସ୍ୟ ଥିଲେ ଏଜ ଖାଲି ପ୍ରସନ୍ନ ଆଚାର୍ଯ୍ୟ କେ ଛାଡିଦେଲେ ବୋଧେ ଆର ପାର୍ଟି ଥି କିହେ ନେଇଁନ । ନବିିନ କେଭେବି ପାର୍ଟି ଭିତରେ ତାହାକୁ ଚୁନୌତି ଦେଲା ବାଗିର ଲୋକକେ ବଢି ନି ଦେଇ ଚାହେ ସେ ବିଜୟ ମହାପାତ୍ର ହଉନ କି ପ୍ୟାରୀ ମାହାପାତ୍ର କି ବୈଜନ୍ତ ପଣ୍ଡା । ସମକୁ ଏନ୍ତା ସମିଆଁ କେ ପଏଁକ କାଟିଛନ ଜେ ଉଁ କି ଚୁଁ ନି କରି ପାରି ।

ଖବର ଆସୁଛେ ୪୫-୫୦ ନୁ ଉପରକେ ସବୁ ପୁରଖା ନେତାମାନକୁ ଆର ବିଜେଡି ଟିକେଟ ନି ମିଲେ । କିଛି ପୁରଖା ନେତା ତ ନିଜର ତରଫ ରୁ ସନ୍ୟାସ ନେଲେ ନ । ନୁଆଁ ଜୁଆନ ଚେହେରା ନୁରୁଛେ ପାର୍ଟି । ନବିନ ଉତାରୁ ଅରୁଣ ଜଦି ଆସନ ଆର ପାର୍ଟି ଭିତରେ ପୁରଖା ନେତା ରହି ଜାଇଥିବେ ବେଲେ ହୁଏ ତ ଅରୁଣ କେ ନେତା ହିସାବେ ମାନବାର କେ ଅସବିଧା ହେଇପାରେ । ଜେନ୍ତା ତାକର ସାଂଗେ, ବିଜୟ, ପ୍ୟାରୀ ଆର ବୈଜନ୍ତର କଥା ଘଟଲା । ଜଦି ଅରୁଣ ସାମନା ନ ତାକର ସରସିଆ ଜୁଆନ ୪୦-୪୫ ବରସିଆ ଏମଏଲଏ ଥିବେ ବଏଲେ ସିନେ ୟେସ ସାର, ୟେସ ସାର ବଲବେ । ଅରୁଣ ନୁ ଅଏତକା ବରସିଆ ଏମଏଲଏ ରହେଲେ ବଏଲେ ବିପଦ କରିପାରନ । ସେଥିର ଲାଗି ବିଜେଡି ବୋଧେ ଜୁଆନ ଚେହେରା ନୁରୁଛେ ।

Previous ArticleNext Article