Government & Politics, Home

ବରଗଡ ଲୋକସଭା

Spread the love

୨୦୧୯ ର ସାଧାରଣ ନିର୍ବାଚନ ପାଖ ପାଖ ହେଲା ବେଲକେ ବରଗଡ ଜିଲ୍ଲା ଆର ଲୋକସଭା ଆସନ ର ରାଜନିତିକ ମାହୋଲ ଗରମ ହେଇ ବସୁଛେ । ସବୁ ଦଲ ନିଜର ନିଜର ଜିତ ଲାଗି ଜିତବାର ବାଗିର ପ୍ରାର୍ଥି ଦେବାର ଚାହୁଁଛନ । ଗଲା ୨୦୧୪ ରେ ବିଜେପି ନୁ ସୁବାଷ ଚୌହାନ, କଂଗ୍ରେସ ନୁ ସଂଜୟ ଭୋଇ, ଆର ବିଜେଡି ରୁ ଡ. ପ୍ରଭାସ ସିଂ ପ୍ରାର୍ଥି ହେଇଥିଲେ । ବିଜେଡିର ପ୍ରଭାସ ସିଂ ଜିତିଥିବାର ବେଲକେ ବିଜେପିର ସୁବାଷ ଚୌହାନ ୧୦ ହଜାର ଭୋଟରେ ହାରିକରି ୨ ନମର ଥି ରହିଥିଲେ । ହେଲେ ୨୦୧୪ରେ ଲୋକ ସଭା ର ସଭ୍ୟ ଥିବା ସଂଜୟ ଭୋଇ ୩ ନମରେ ରହିଥିଲେ ।
ଆଝିର ତାରିଖରେ ଜେନ ଚର୍ଚା ହଉଛେ ସେନୁ ଦେଖଲେ ସବୁ ପାର୍ଟି ପ୍ର୍ରାର୍ଥି ଦେବାର ଥି ଫେର ବଦଲ କରି ପାରନ ବାଗିର ଲାଗୁଛେ । ଦୁଇ ଦିନ ତଲେ ବିଜେପି ଥି ଜଗବନ୍ଧୁ ଭୋଇ ଜୋଗ ଦେଇଛନ । ସେ ହଉଛନ ଆଘର ସାଂସଦ ଡ. କୃପାସିନ୍ଧୁ ଭୋଇଂକର ଭାଏ ଆର ସଂଜୟ ଭୋଇଂକର କାକା । ବିଜେପି ଥି ସୁବାଷ ଚୌହାନ କର ସାଂଗେ ବିକାଶ ଗ୍ରୁପ ଚେୟାରମେନ ଡି. ମୁରଲିକ୍ରିଷ୍ଣାଂକର ନାଁ ଚର୍ଚା ହଉଥିବାର ବେଲକେ ଇହାଦେ ସେ ତାଲିକା ଥି ଜଗବନ୍ଧୁ ଭୋଇଂକର ନାଁ ଜୁଡି ହେଇଛେ ।
ବିଜେଡି ର ପ୍ରାର୍ଥି ଦେଖବାର କେ ଗଲେ । ଡ. ପ୍ରଭାସ ସିଂ ଜଦି ବି ଇହାଦେ ସାଂସଦ ଅଛନ ତଥାପି ଗୁର୍ଦୁ ଲୋକ ତାକର ଟିକଟ କଟବା ବଲି ଚର୍ଚା କରୁଛନ ହେଲେ ତାକର ପଛାଡେ ମଂତ୍ରି ସୁଶାନ୍ତ ସିଂକର ଗୁଟେ ଅଦେଖା ହାତ ଟେ ସାହେଜରେ ଅଛେ । ସୁଶାନ୍ତ ସିଂ ଆଝିର ତାରିଖରେ ବରଗଡ ରାଜନିତି ର ସବୁ ନୁ ତାକତବର ପତା । ଦୁସରା ନାଁ ବିଜେଡିରେ ଚର୍ଚାରେ ଅଛନ ବେଲେ ମହେନ୍ଦ୍ର ବଢେଇ । କୁହା ଜଉଛେ କେ ମହେନ୍ଦ୍ର ଅଫିସରିଆ ଲବିରେ ଅଛନ । ଇତାର ବାହାରେ ପ୍ରସନ୍ନ ଆଚାର୍ଯ୍ୟଂକର ପୁତରା ଆର ଆନନ୍ଦ ଆଚାର୍ଯ୍ୟଂକର ପୁଓ ଆର ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟଂକର ବଡ ଭାଇ ସମ୍ବିତ ଆଚାର୍ଯ୍ୟଂକର ନା ବି ଅଛେ ।
କଂଗ୍ରେସରେ ସଂଜୟ ଭୋଇଂକୁ ଟିକଟ ନାଇଁ ଦେବାର କେ ଗଲା ଥର ନୁ ତାକର ଦଲର ବିଧାୟକ ମାନେ ଲେଖିକରି ରାହୁଲ ଗାଂଧିକେ ଦେଇଥିଲେ ହେଲେ ସେସକେ ସେ ହିଁ ଆନଲେ ଆର ଲଢଲେ । ଇଥର ସଂଜୟ ଭୋଇକର ସାଂଗେ କିଶୋର ପଟେଲଂକର ନାଁ ଚର୍ଚାରେ ଅଛେ ।

Previous ArticleNext Article