Government & Politics, Home

ବରଗଡ ଲୋକସଭାର ପୋଷ୍ଟମର୍ଟମ

Spread the love

ବରଗଡ ର ୫ଟା ଆର ଝାରସୁଗୁଡାର ୨ଟା ବିଧାନସଭା କେ ନେଇକରି ବରଗଡ ଲୋକସଭା । ଖାଲି ପଦମପୁରକେ ଛାଡିଦେଲେ ସବୁ ନିର୍ବାଚନ ମଣ୍ଡଲି ନ କୁଲତା ଭୋଟର ବାକି ଜାତିର ଭୋଟର ଠାନୁ ଜହ ଅଛନ । ହେଲେ କେନସି ନା କେନସି କାରଣରୁ ଉତ୍ତର ପ୍ରଦେଶ ଆର ବିହାର ର ଯାଦବ ମାନକର ବାଗିର କୁଲତାମାନେ ବରଗଡ ନ ଧୃବୀକରଣ କରବାର ଥି ବିଫଲ ହେଇଛନ ।

ତିନହି ମୁଖିଆ ଦଲ ଇ ଥର ଏନ୍ତା ପ୍ରାର୍ଥି ଦେଇଛନ ବରଗଡେ ଯେ ଭୋଟର ନୋଟାକେ ଦେମୁଁ ବଲି ସୋସିଆଲ ମିଡିଆରେ ମତ ପାଉଛେ । ଇ କଥା କେତେ ସତ ?
କଂଗ୍ରେସ ର ପ୍ରାର୍ଥି ପ୍ରଦୀପ ଦେବତା ପେଶାରେ ବେପାରୀ । ତାଂକର ହେନ୍ତା ବିଶେଷ ରାଜନୈତିକ କାର୍ଯ୍ୟକଳାପ ଆଘୋନୁ ନାଇଁ ଥାଇ । ସେ ବରଗଡ ସହର ଭିତରେ ଖାଲି ଜନାଶୁନା ।

ବିଜେପି ନୁ ଉଠିଛନ ସୁରେଶ ପୁଝାରି ଆର ବିଜେଡି ରୁ ପ୍ରସନ୍ନ ଆଚାର୍ଯ୍ୟ । ଦୁହେଁ ରାଜନୀତିରେ ଜନାଶୁନା ନାଁ ।

ତିନହି ଦଲର ପ୍ରାର୍ଥୀ ଆର ତାକର ଥିତି ବାବଦେ ଆଲୋଚନା କରବାର ଆଘୋନୁ ଟିକେଟ ବାଁଟିବାର ସମିଆଁ କେ ଟିକେ ଜିମା ।

କଂଗ୍ରେସରୁ ଗୁଟେ କିସମେ ସଂଜୟ ଭୋଇଂକର ଟିକେଟ ପକ୍କା ହେଇସାରିଥିଲା ନ ବେଲକେ ବିଜେପି ରୁ ସୁବାସ ଚୌହାନ ତାଂକର ସପକ୍ଷରେ ଜନମତ ବନେଇ ସାରିଥିଲେ ନ । ହେଲେ ଅଚାନକ ଉଲଟିଆ-ପୁଲଟିଆ ହେଇଗଲା ସବୁ । ବିଜେଡି ଲୋକ ସଭା ସାଂସଦ ପ୍ରଭାସ ସିଂକର ଜାଗାରେ ରାଜ୍ୟ ସଭା ସାଂସଦ ପ୍ରାର୍ଥୀ ହେଲେ ଆର ବିଜେପୁରୁ ମୁଖ୍ୟମଂତ୍ର ନବୀନ ନିଜେ ଉଠଲେ । ଇଥିରେ ବିଜେଡି-କଂଗ୍ରେସ ଆର ବିଜେଡି-ବିଜେପି ଭିତରେ ବୁଝାମଣା ଥିଲା ବାଗିର ଲାଗସି ।

କାଣା ଆପଣ ମାନେ ବରଗଡେ ନଡା ପୁଆଲ ନୁ ଇନ୍ଧନ ଗେସ ବନବାର କାରଖାନା ର ଶୁବ ଦେଲା ବେଲର କଥା ସୋର କରିଛନ? ସୋର କରିଛନ ପ୍ରସନ୍ନ ଆଚାର୍ଯ୍ୟ ଧମେନ୍ଦ୍ର ପଧାନକେ କେନ୍ତା ଟେଁକିଥିଲେ ଯେ “ଓଡିଶାର ବିକାଶ ପୁରୁଷ” ବଲିଥିଲେ । ଧମେନ୍ଦ୍ର ବି ସୁଶାନ୍ତ ସିଂକେ ତେରଛା କରି ଗାଲି ଦେଇଥିଲେ ସେ ସଭା ନ । ସୁଶାନ୍ତ ଦୁହିକର ଆଁଖିର ବଏରି । ଧମେନ୍ଦ୍ରକେ କହିକରି ସୁବାସଂକର ଟିକେଟ କାଟଲେ ପ୍ରସନ୍ନ । କାରଣ ସୁବାସ ଜନମତ ବନେଇ ସାରିଥିଲେନ ଜିତବାର ଲାଗି । ସୁବାସକର ଦୁର୍ଭାଗ୍ୟ ଯେ ସେ ଧମେନ୍ଦ୍ର ସାଂଗେ ବି ନି ପଟନ । ଇଆଡେ ସଂଜୟ କଂଗ୍ରେସ ନୁ ପାଇଥିଲେ ହୁଏତ ଅଲଗା ହେଇଥିତା । କୁଲତା ଭୋଟ ସେଆଡେ ପଲେଇଯିବା ଭାବି କଂଗ୍ରେସରୁ ନୁଆ ଲୋକ ଗୁଟେକେ ନେଇକରି ଟିକେଟ ଧରାଲେ । ନିରଂଜନ ପଟ୍ଟନାଏକଂକର ସେ କଥା ଆପଣମାନକୁ ସୋର ଥିବା, “ମୁଇଁ ନବୀନ ପଟ୍ଟନାଏକକର ଲାଗି ହିଁ କଂଗ୍ରେସର ସଭାପତି ହେଇପାରିଛେଁ”ବଲି ଯେନ କହିଥିଲେ । ବିଜେଡିର ବି ଟିମ ବାଗିର କାମ କରୁଛେ କଂଗ୍ରେସ । ସାଧୁ ନେପାକ ଆର ବାବଲୁ ଦେବତାଂକର ଟିକେଟ କଟବାର ପଛାଡେ ବିଜେଡିର ହାତ ଅଛେ । କାରଣ କଂଗ୍ରେସର ଯାହା ଭୋଟ କମବା ସେଟା ବିଜେଡି ଥି ଯୁଡବା ।

ଆର ବିଜେପିରୁ ବରଗଡ ରାଜନୀତିରେ ସକ୍ରିୟ ଥିବା କାହାକେ ଟିକେଟ ନାଇଁ ଦେଇକରି ସୁରେଶଂକୁ ଟିକେଟ ଦେବାର ପଛାଡେ କାଣା ରହସ୍ୟ ଥାଇପାରେ ? ସୁରେଶ ପୁଜାରୀ ବିଜେପିର ପଶ୍ଚିମ ଓଡିଶାର ବଡ ନେତା । ମାରବାଡି ମାନକର ବିରୋଧରେ ଆନ୍ଦୋଲନ କରିକି ସମଲପୁରେ ଥରେ ମୁନସିପାଲଟି ଚେୟାରମେନ ହେଇଥିଲେ । ପାର୍ଟିରେ ବଡ ବଡ ପୋଷ୍ଟରେ ବି ରହିଛନ ହେଲେ କେଭେ ଭୋଟ ଜିତି ନି ପାରି । ସମଲପୁରେ ଜୟନାରାୟଣ ସାଂଗେ ମୁଲୁ ଅପଟ । ବିଜେପି ତାହାକୁ ସେନୁ ଖସରାବାର ଚାହୁଁଥିଲା, ଆର ସ୍ଥାନୀୟ ରାଜନୀତି ରୁ ଦୁରିଆ ରଖବାର ଲାଗି ପଶ୍ଚିମ ବଂଗର ପ୍ରଭାରୀ ବି ରଖିଛେ । ମୌକା କେ ବରଗଡ ଖାଲି ହଉଥିଲା ଆର ବରଗଡେ ଆଶାୟୀମାନକର ଗୁଟବାଜି ବି ବନ୍ଦ ହେଇଜିବା । ସୁରେଶ ସମ୍ବଲପୁରୁ ନକରାଲା ନେତା । ପ୍ରସନ୍ନ ବି ରାଜନୈତିକ ଦୃଷ୍ଟିରୁ ବରଗଡ ଜିଲ୍ଲାର କେନସି ବିଜେଡି ବିଧାୟକ ସାଂଗେ ନି ପଟନ ।

ଆକଲନ କଲେ ବିଜେଡିର ୭ଟା ବିଧାୟକ ଯେହେତୁ ଜିତୁଛନ ସେ ହିସାବେ ପ୍ରସନ୍ନ ଆଚାର୍ଯ୍ୟଂକର ଜିତବାରଟା ତୟ ଏ ହେଲେ ଲୋକ ଆର ଗୁଟେ ନାରା ବି ଦଉଛନ, “ଗୁଟେ ନବିନକେ ଗୁଟେ ମୋଦି କେ” ଯଦି ଇଟା କାମ କରିଗଲା ବେଲେ ସୁରେଶ ପୁଝାରିଂକର ଭାଗ୍ୟ ତେଜ ବଲମା ।

ଇମାନକର ଭିତରୁ ହିଁ କିଏ ଝନେ ଜିତବା ହେଲେ ନୋଟା କେ ବି ବନେ ଦିରା ଭୋଟ ଜିବା ।

Previous ArticleNext Article