Art & Culture, Home

ବରଗଡ ଧନୁଜାତ୍ରା: ପୁରଥିର ସବୁନୁ ବଡ ଖୁଲା ମଚାନ

Spread the love

ବରଗଡ ଧନୁଜାତ୍ରା ଆଏଜ କୋସଲାଂଚଲ ର ସିମନା ଡେହଁକି କରି ସାରା ଦୁନିଆଁନେ ତାର ପେହଚାନ ବନେଇଛେ । ପୁରଥିର ସବୁନୁ ବଡ ଖୁଲା ମଚାନର ମାଏନତା ପାଇଛେ । ଧନୁଜାତ୍ରା ଗୁଟେ ମହାନ ନାଟ ପରଂପରା ଜେନଟାକି ସମିଆର ଧାରେ ବୁହି ବୁହି ଗୁଟେ ଅପନାର ଧାରା ବନେଇ ପକେଇଛେ । ଇ ଧାରେ ସେ ନାଟର କଲାକାରନୁ ଦେଖେନହାରି ତକ ସମକୁ ନେଇଜାଏସି ଦ୍ୱାପର ଜୁଗର ପୌରାଣିକ ମାହୋଲକେ । ଏଗାର ଦିନ ଏଗାର ରାଏତ ତକ ବରଗଡ ସହର, ଜିରା ନଏଦ ଆର ଅମାପାଲି ବନି ଜାଏସି ସତକେ ସତ ଦ୍ୱାପର ଜୁଗର ମଥୁରା, ଜମୁନା ଆର ଗୋପ । ଧନୁଜାତ୍ରାର ଉଛବିଆ ମାହୋଲ, ଫୁସ ମାସର ନିସ୍ତିଆ ପାଗେବି ବରଗଡ ସହର ଆର ତାର ଆଖର ପାଖର ଅଂଚଲକେ ଜମକେଇ ଦଉଥିସି ।

ଇତିହାସ
ବରଗଡର ଧନୁଜାତ୍ରା କେଭେ ଆର କେନ୍ତା କରି ମୁଲ ହେଲା ଇତାକେ ନେଇ କରି ଭିନେ ଭିନେ ଲୋକର ଭିନେ ମତ ଅଛେ । କିଏ ବଲସି ୧୬ସ’ ଆଡେ ମୁଲ ହେଇଥିଲା ବେଲେ କିଏ ୧୮ସ’ ବଲସି । ହେଲେ ପଚରା ଉଚରା ନୁ ଜନା ପଡସିଜେ ୧୯୪୭କେ ଇତାର ପରିକଲ୍ପନା କରା ହେଇଥିଲା ଆର ଧନୁ ସଂକ୍ରାତି ଦିନ ସୁବ ଦିଆ ହେଇଥିଲା । ବିଧି ଅନସାରେ ୧୨ ଜାନୁଆରି ୧୯୪୮, ଫୁସ ମାସର ସୁକ୍ଲ ପଖ୍ୟ, ସସ୍ଟି ତିଥି ସୁକୁରବାର ଦିନ ପୁର୍ବ ଭାଦ୍ରପଦ ନଖ୍ୟତ୍ରରେ ବରଗଡର ପହେଲା ‘ଦିବ୍ୟ ମହୋଛବ ଧନୁଜାତ୍ରା’ ମୁଲ ହେଇଥିଲା ଆର ୨୬ ଜାନୁଆରି ୧୯୪୮, ଫୁସପୁନି, ସମା’ର ଦିନ ସକାଲର ୯ ବଜେ ସେସ ହେଇଥିଲା । ଇହାଦେ ଜେନ ସରକାରି ଉଁଚା ବାଲିକା ବିଦ୍ୟାଲୟ ଅଛେ ଠିକ ପୁଲିସ ଟେସନ ସାମନେ, ହେନ ପହେଲା ଧନୁଜାତ୍ରା ହେଇଥିଲା ବଲି କହେସନ । ଜାତ୍ରା ମୁଲ କଲା ବେଲକେ ଆଘୋନୁ ସ୍ୱର୍ଗତ ଚନ୍ଦ୍ରମଣି ଦାସ ଆର, ଆର ଝନାଦୁ ମଥୁରା ଜେଇକରି ସେନୁ ଦେଖି ଆସିକରି ଇ ଜାତ୍ରାର କଲ୍ପନା କରିଥିଲେ । ଜେନମାନେ ପହେଲା ଉଜୁକ କରିଥିଲେ ସେମାନେ ହେଲେ:
୰ଚକ୍ରଧର ନାୟକ (କାଂଗାଲି ନାୟକ), ୰କୃସ୍ନ ଚନ୍ଦ୍ର ନାୟକ, ୰ତିଲ ପ୍ରଧାନ, ୰ରୁସଭ କର, ୰ ଲଖ ପ୍ରଧାନ, ୰ ଅପର୍ତି ପାଣିଗ୍ରାହି, ୰ ବୃନ୍ଦାବନ ବିସି, ୰ ବିପିନ ସରାଫ, ୰ ଗୋପାଲ ସରାଫ, ୰ମୁନୁ ବାରିକ, ୰ କିସନ ଡାଏବର, ୰ରଘୁମଣି ଦାସ, ୰ରତନ ଦର୍ଜି, ୰ବିପିନ ସାହୁ, ୰ କପିଲେସ୍ୱର ଦାସ, ୰ ବସନ୍ତ ଦାସ, ୰ସଂକର ଦାସ, ୰ବଂଧୁ ମାହାପାତ୍ର, ୰ଲଖ୍ୟପତି ଦାସ, ୰ଚଂଦ୍ରମଣି ଦାସ, ୰ଧନୁ ପଧାନ, ୰ଭୁଲକୁ ସାହୁ, ୰ଛାଲ ମାସ୍ଟ୍ରେ, ୰ନରେନ୍ଦ୍ର ସରାପ, ୰ରାହାସ ସରାପ, ୰ରାମକୃସ୍ନ ହୋତା, ୰ରାଖି ସାହୁ, ୰ଲଲିତ ମୋହନ ସାହୁ, ୰ଲଲିତ ଦାସ, ୰ସିବ ବରେଇ, ୰ଧନପତି ବିରତିଆ, ୰ଗଜପତି ବିରତିଆ, ୰ନିଲମଣି ପୁଜାରି, ୰ସଦାସିବ ସଡଂଗି, ୰ବିସ୍ନୁ ପଧାନ, ୰ରାମ ଭୋଇ, ୰ଉଡାନ ପୋଡ, ୰ଘାସି ପଧାନ ଆଦି ।

ମଝି ୧୯୫୩-୫୪ ଆଡେ ବଛରଦୁ ଲାଗି ଜାତ୍ରା ବଂଦ ହେଇଜେଇଥିଲା ଆର ୧୯୬୧ ନୁ ଫେର ମୁଲ କରାହେଇଥିଲା । ପହେଲା ପହେଲା ଜାତ୍ରା ପଂଦର ଦିନ ତକ ହଉଥିଲା । ଫେର ୧୯୬୨ରେ ଚିନ ଜୁଦ୍ଦ ବେଲକେ ଜାତ୍ରାକେ ୧୨ ଦିନ କରାହେଲା । ୧୯୬୪ରେ ରାଏଜଭର ଛାତ୍ର ଆଂଦୋଲନ ବେଲକେ ୧୧ ଦିନିଆ କରାହେଲା । ୧୯୭୪-୭୫ ବେଲକେ ମରଡି ପଡିଥିଲା ବଲି ଜାତ୍ରାକେ ସାତ ଦିନେ ସାରି ଦିଆହେଲା ।

ପିଠ ଭୁଇଁ ଆର ଉଦେସ୍ୟ
ହେ ସମିଆକେ ବରଗଡ ଅଂଚଲ ନ ‘ଲିଲା’; କୃସ୍ନ ଲିଲା, ରାମ ଲିଲା, ଭରତ ଲିଲା, ସବର ଲିଲା ଆଦିର ବଡା ଜୋର ସୋର ଚଲନ ଥିଲା । ଏତେ କିସମର ଲିଲା’ର ଚଲନ ଥିଲେ ବି କୃସ୍ନଲିଲାକେ କାଁଜେ ବଛା ହେଲା ? ଇ ତାର ପଛାଡେ ବି ଉଦେସ୍ୟ ଅଛେ ବଲି ସବୁ ଥର ଧନୁଜାତ୍ରାକେ ଲଲିତ ସାହୁ କହୁଥିଲେ ଜେ ବରଗଡ ଧନୁଜାତ୍ରା ସାଂଗେ ଭାରତର ସ୍ୱାଧିନତା ସଂଗ୍ରାମ ଜଡିତ ଅଛେ । ଇଂରେଜ ସାସନ ବେଲକେ ବରଗଡ ଇଂରେଜମାନକର ଗୁଟେ ଆଡ୍ଡା ଥିଲା । ସେ ବେଲର ବରଗଡ ଇହାଦେର ପଦମପୁର ଆର ନୁଆଁପଡା ତକ ଲମିଥିଲା । ସେ ସମିଆକେ ଇଂରେଜମାନକର ଉଢାରେ ବେପାରିମାନେ ଗରିବ-ଦୁଖିମାନକର ସାଂଗେ ଅନିଏ କରୁଥିଲେ । ଜେନ୍ତା ଇଂରେଜମାନକର ଆଡ୍ଡା ବନିଥିଲା ବରଗଡ ହେନ୍ତା ସ୍ୱାଧିନତା ସଂଗ୍ରାମିମାନେ ବି ଜୋଟ ଖଉଥିଲେ । ବାଏଲଟିକ୍ରାର ଫକିରା ବେହେରା, ଦୟାନନ୍ଦ ସତପଥି, ମାନପୁରର ଘନସ୍ୟାମ ପାଣିଗ୍ରାହି, ଗଣନାଥ ପାଣିଗ୍ରାହି, ଚନ୍ଦ୍ରସେଖର ପାଣିଗ୍ରାହି, ବରପାଲିର ଭାଗିରଥି ପଟନାଏକ, ଜମ୍ବୋବତି ପଟନାଏକ, ସମଲେଇ ପଦର’ର ପାର୍ବତି ଗିରି, ବରଗଡର ପ୍ରଭାବତି ଦେବି, କମଗାଁ’ର ବିରଂଚି ପ୍ରଧାନ ସାଂଗେ ପାଏନମୋରା’ର କେତନି ସ୍ୱାଧିନତା ଲାଗି ସଂଗ୍ରାମି ବନିଥିଲେ । ବରି ଆସ୍ରମର ମାଲତି ଚୌଧୁରି, ସମଲପୁରର ଲଖ୍ମି ନାରେନ ମିସ୍ର, ନରସିଂ ଗୁରୁ ଆଦି ଇମାନକୁ ପ୍ରେରଣା ଦଉଥିଲେ । ଇମାନକର ଛଡା ଅଧେ ଲୁକନ୍ୟା ଇମାନକୁ ସାହେଜ କରୁଥିଲାବେଲକେ ଇଂରେଜମାନକର ଚାଟୁକାର ବନିକରି ବେପାରିମାନେ ଇମାନକର ଗତିବିଧି ବାବଦରେ ଇଂରେଜମାନକୁ ଜନଉଥିଲେ । ଜେନଥିର ଲାଗି କିି ସାଧାରଣ ଲୋକ ରିସମି ହଉଥିଲେ ହେଲେ ଡରହେ କହି ନି ପାରୁଥେଇ । ଫେର ଅଗସ୍ଟ ୧୫, ୧୯୪୭କେ ଦେସ ସ୍ୱାଧିନ ହେଲା । ଦେସେ ଚାର୍ହିଆଡେ ଇଛବ, ଆନନ୍ଦ । ହେନୁ ବରଗଡ ହେଲେ କେନତେହି ତଲି ପଡତା । ହେଲେ ବରଗଡିଏ ଏନ୍ତା ହିସାବେ ସେ ଉଛବ ମନାବାର ଚାହୁଁଥିଲେ ଜେନେ କି ତାକର ମନ ଭିତରେ ଚାଟୁକାରମାନକର ଲାଗି ଦବି ରହେଲା ସେ ରାଗରୋସକେ ବି ଜାହିର କରବାର ଚାହୁଁଥିଲେ ।

ଉଡିସାନେ ପୁରଭୁଁ ଚଲିଆଏଲା ମୁଗଲ ତାମସା ଢାଁଚା ନ ଇତାକେ ସହଜ ହିସାବେ କରିହେବା ବଲି ତୟ ହେଲା ଆର ଫେର ଧିରେ ଧିରେ ମାଜି ହେଇ ହେଇ ଆଏଜକା ଖୁଲା ମଚାନ ରୋପ ଧରିଛେ । କୃସ୍ନ ଆର ବଲରାମକେ ଚାସି, ମୁଲିଆର ପ୍ରତିକ ବଲିକରି ଧରିନେଲା ବେଲକେ ଅତ୍ୟାଚାରି କଂସାସୁରକେ ଇଂରେଜ ଆର ଚାଟୁକାର ବେପାରି ଗୁସ୍ଟିକେ କଂସର ପାତ୍ରମଂତ୍ରି ହିସାବେ ଚିତରା ହେଲା । ଅପର୍ତି ପାଣିଗ୍ରାହି ଆର କାଂଗାଲି ନାଏକକର ପରିକଲ୍ପନା ସମକିରର ମନକେ ଆଏଲା । ହେଲେ ଇନ ଗୁଟେ ସମସ୍ୟା ବାହାରଲା ଜେ ଜେନ ବେପାରି ଗୁସ୍ଟିକକେ ସେମାନେ ଦେଖାବାରକେ ଚାହୁଁଥିଲେ ଜେ ଭାରତ ସ୍ୱାଧିନ ହେଲା ନ ଆର ସେମାନେ ତାକର ଅଧିନରେ ନେଇଁ ନ । ହେଲେ ଇଟା ସେତେବେଲେ ସଂଭବ ଆଏ ଜେତେବେଲେ ସେ ବେପାରିମାନେ ନାଟ ଦେଖବେ । କାହାକେ ତ ଜବରନ ନାଟ ଦେଖିଚାଲ ବଲି ନି ପାର । ଇ ବେଲକେ ଅପର୍ତି ପାଣିଗ୍ରାହିକର ମତ ଦେଲେ ଜେ ବେପାରିମାନକର ଘର ସାମନେ ଜେଇକରି ନାଟ କଲେ ସେମାନେ ଦେଖବାରକେ ବାଧ୍ୟ ହେବେ । ତାରପରେ ଖାଲି ଜେ ଗୁଟେ ବେପାରି ଚାଟୁକାର ଥିଲା ହେନ୍ତା ନେଇସେ, ଗୁରଦୁଟେ ବେପାରି ଥିଲେ ଆର ସମକିରର ଘର ସାମନେ ନାଟ କରବାର ଥିଲା । ସେ ସମିଆର ଦରକାର ହିସାବେ ମୁଲ ହେଲା ଚଲତି ମେଲା ରଂଗ ମଚାନ । ଜେନ କି ଚରିତ୍ର ମାନକର ସାଂଗେ ମଚାନ ବଦଲୁଥିବା ଆର ଚଲତି ମଚାନ ସାଂଗେ ଦେଖେନହାରି ବି ଚାଲୁଥିବେ । ଆଘୋନୁ ବରଗଡ ଧନୁଜାତ୍ରା ବାଗିର କେଭେ କେନସି ନ ଇ କିସମର ମଚାନ’ର ପରିକଲ୍ପନା କିହେ ନି କରିଥେଇ କି କେନସି ନାଟ ସାସତ୍ର ଥି ବି ଲେଖା ନି ହେଇ । ମୁଲଦିନୁ କଂସ ମାହରାଜ ହେନ୍ତା ପାତ୍ରମଂତ୍ରି ସାଂଗେ ଘୁଡା ଥି ନଗର ବୁଲୁଥିଲେ ଫେର ୧୯୫୦ ନୁ ଘୁଡାର ବଦଲା ହାତି କରାହେଲା । ଇ ଘୁଡା, ହାତି ଆର ବଜା ସବୁ ବିଜେପୁର, ଭେଡେନ, ବରପାଲି ଜମିଦାର ଘରୁ ଆସୁଥିଲା ।

ଧନୁଜାତ୍ରାର ନାଟ ଆର ଚରିତ୍ର
ଜଦି ବି ଧନୁଜାତ୍ରାରେ ଜାତ୍ରା ସବ୍ଦ ଅଛେ ତଥାପି ଜାତ୍ରା’ର ଗୁଣମାନେ ଧନୁଜାତ୍ରାନେ ନେଇଁ ନ । ଇ ଉଛବର ବିସେସତା ଇଟାଜେ ନାଟକର ସବୁ ଅଧ୍ୟାୟ ସହରର ଭିନେ ଭିନେ ଠାନେ ଅଭିମଂଚିତ ହେଇକରି ତାକେ ପୁରଥିର ସବୁନୁଁ ବଡ ଖୁଲା ମଚାନ ନାଟକ ବନିପାରିଛେ । ଇ ନାଟକର କଥାବସ୍ତୁ ପୌରାଣିକ ଆଏ ଆର ସ୍ରିମଦ ଭାଗବତ ଗିତାକେ ଉଧା କରିକରି ଚାଲସି ନାଟକ । ଦେବକି-ବାସୁଦେବ ର ବିହାଘର ନୁ ମୁଲହେଇକରି କଂସର ମରନ ଆର ଉଗ୍ରସେନର ରାଜ୍ୟଭିସେକ ତକ ଅଭିମଂଚନ ହେସି ।
ରାଧାକୃସ୍ନ ମଂଦିର ବନସି କଂସର ଜେଲଖାନା, ବେଣୁବାବା ମଠ ହେସି ନନ୍ଦର ଘର, କାଲିଆ ଦଲନ ଆର ନାବକେଲି ହେସି ଜୁଡେ ବଂଧେ, ଆମ୍ବେଦକର ଛକେ ଗୋପିମାନେ କୃସ୍ନକେ ମନା କରସନ ମଥୁରା ନେଇଁ ଜ ବଲି, ସୁଦାମା କେ ଜର୍ଜ ହାଇସ୍କୁଲ ନ ଭେଟସନ କୃସ୍ନ ଆର କୁବଜାକେ କାଲି ମଂଦିର ଛକେ ଠିକ କରସନ । ଏନ୍ତା ହିସାବେ ନାଟକଟା ଉତାରକେ ଉତାର ମଂଚିତ ହେସି ।

ଇ ନାଟକରେ କଂସର ଦରବାର ନ ସବୁ ନୁ ମୁଖିଆ ଘଟଣାମାନେ ଘଟସି । କଂସର ଦରବାର ଗୁଟେ ଦସ ଫୁଟ ଉଁଚାର ମଚାନ । ସବୁ ଦିନ ବେଲବୁଡେ କଂସର ଦରବାର ବସସି । କୃସ୍ନକେ ମାରବାର ଲାଗି କିସମ କିସମ ସଡଜଂତ୍ର କାରାହେସି ଆର ମନୋରଂଜନ ଲାଗି ଭିନେ ଭିନେ ଅଂଚଲନୁ ଆଏଲା କଲାକାରମାନେ ନାଚ ଗିତ ଦେଖାସନ ।
ଇ ଜାତ୍ରାର ଆର ଗୁଟେ ବଡ ବିସେସତା ହଉଛେ ଅଲଗ ଅଲଗ ଠାନେ ଏକେସାଂଗେ ମଂଚନ ହେସି ଭିନେ ଭିନେ ଅଧ୍ୟାୟ । ଗୁଟେ ଆଡେ ମଥୁରା ନ କଂସର ଦରବାର ଚାଲିଥିଲେ ସେ ଆଡେ ଗୋପ ନ ବି କୃସ୍ନଲିଲା ଚାଲିଥିସି । ଉଜୁକକର୍ତାମାନେ ଜହ ଲୋକ ଦେଖି ପାରବେ ବଲି ସମିଆ ସେ ହିସାବେ ତୟ କରିଛନ, ଉପରବେଲି ୨ ବଜେ ନୁ ବେଲବୁଡାର ୯ ବଜେତକ ମଥୁରା ବେଲକେ ଦୁଇ ପହରର ୧ ବଜେ ନୁ ବେଲବୁଡାର ୬ ବଜେ ତକ ଗୋପ ନ ନାଟକ ଚାଲସି । ଜେନ ମାନେ ଇ ଜାତ୍ରାର ଭିନେ ଭିନେ ଚରିତ୍ରଥି ଅଭିନୟ କରସନ, ସେମାନେ ପୁରା ଜାତ୍ରାର ମୁଲୁ ସେସ ସେ ଚରିତ୍ରରେ ହିଁ ରହେସନ ।

ସୁରେନ୍ଦ୍ର କୁମାର ହୋତା, ବରଗଡ

Previous ArticleNext Article