Government & Politics, Home

ବରଗଡ଼ ଜିଲ୍ଲାପାଳଙ୍କ ରାଜବୋଡାସମ୍ବର ବ୍ଳକର ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ଓ ସମୀକ୍ଷା

Spread the love

ପଦ୍ମପୁର-ବରଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ଇନ୍ଦ୍ରମଣି ତ୍ରୀପାଠୀ ଆଜି ରାଜବୋଡାସମ୍ବର ବ୍ଳକ ପରିଦର୍ଶନରେ ଆସି ବିଭିନ୍ନ ପଞ୍ଚାୟତ ଅନ୍ତର୍ଗତ ଗ୍ରାମଗୁଡିକରେ ସରକାରୀ ସ୍ତରରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ପ୍ରକଳ୍ପ ଗୁଡିକ ପରିଦର୍ଶନ କରିବା ସହିତ ହିତାଧିକାରୀ ତଥା ଗ୍ରାମବାସୀମାନଙ୍କ ଠାରୁ ପ୍ରକଳ୍ପର ଅଗ୍ରଗତି,କାର୍ଯ୍ୟକାରିତା ତଥା ପାଣ୍ଠିଆବଣ୍ଟନ ଉପରେ ପଚାରି ବୁଝିଥିଲେ ।ପ୍ରାପ୍ତ ସୂଚନା ଅନୁଯାୟୀ ଜିଲ୍ଲାପାଳ ଗନିଆପାଲି ଗ୍ରାମରେ ନିର୍ମାଣଧିନ ଖଲିଆବନ୍ଧ ପରିଦର୍ଶନ କରିବା ସହିତ ଏହାର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ଠାରୁ ପଚାରି ବୁଝିବା ସହ ନିର୍ଦ୍ଦିଷ୍ଟ ସମୟସିମା ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଗଇଲଗୁଡା ଠାରେ ଗ୍ରାମବାସୀ ତଥା ମହିଳା ସ୍ବୟଂସହାୟକ ସଦସ୍ୟାମାନେ ପାନୀୟ ଜଳ ଯୋଗାଣ,ବାର୍ଦ୍ଧକ୍ୟ ଭତ୍ତା,ବିଧବା ଭତ୍ତାପ୍ରଦାନ, ଓ ଅନ୍ୟାନ୍ୟ ଅସୁବିଧା ଉପରେ ଜିଲ୍ଲାପାଳଙ ଦୄଷ୍ଟିଆକର୍ଷଣ କରିଥିଲେ ।

ଏହାପରେ ଜିଲ୍ଲାପାଳ ଖଲିଆପାଲି ଗ୍ରାମପାଞ୍ଚାୟତ ଅନର୍ଗତ ଚକମକଯୋରୀ ଗ୍ରାମକୁ ଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତରଫରୁ କୀର୍ତ୍ତି ସୁନା ଓ ବିଶିକେଶନ ସୁନାଙ୍କ ନିର୍ମାଣଧିନ ଘର ବୁଲି ଦେଖିବା ସହିତ ହିତାଧିକାରୀଙ୍କୁ ସୁବିଧା ଅସୁବିଧା ପଚାରି ବୁଝିଥିଲେ ।ସେହିପରି ଜଳବିଭାଜିକା ତରଫରୁ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ଖୋଳାଯାଇଥିବା ସୀତାରାମ ମଲ୍ଲିକ ଓ ମକରଧ୍ବଜ ମଲ୍ଲିକଙ୍କ କୂପ ପରିଦର୍ଶନ କରିବା ସହିତ ହିତାଧିକାରୀଙ୍କୁ ସୁବିଧା ଅସୁବିଧା ବିଷୟରେ ବୁଝିଥିଲେ ।ତାପରେ ଦହିତା ଗ୍ରାମରେ ହିତାଧିକାରୀ ପଞ୍ଚାନନ କାମାତି ଓ ଦୁଆରୁ ବରିହାଙ୍କ ଦ୍ବାରା ପ୍ରାୟ ୬ ଏକର ଚାଷ ଜମିରେ ଉଦ୍ୟାନ ବିଭାଗ ଅନୁଦାନରୁ ନିର୍ମିତ ଆମ୍ବବଗିଚାର ପରିଦର୍ଶନ କରିଥିଲେ ।ଜମରତଲା ଗ୍ରାମପାୟତ ଅନ୍ତର୍ଗତ କଣ୍ଠେଶ୍ବରପୁର ଝରନନାଲା ଉପରେ ନିର୍ମିତ ଚେକଡ୍ୟାମ ପରିଦର୍ଶନ କରିବା ସହିତ ଯଥାଶୀଘ୍ର ପ୍ରକଳ୍ପ କାମ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।ବିଭିନ୍ନ କ୍ଷେତ୍ର ପରିଦର୍ଶନ କରିବା ପରେ ବ୍ଳକ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହୋଇଥିଲା ।ଏହି ସଭାରେ ବ୍ଳକରେ କାର୍ଯ୍ୟକାରୀ ହେଉଥିବା ଗ୍ରାମୀଣ ଆବାସ ଯୋଜନାର କାର୍ଯ୍ୟକାରିତା ଉପରେ ପଞ୍ଚାୟତୱ।ରୀ ସମୀକ୍ଷା କରାଯାଇ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟ ଶେଷ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।ଏତଦ ବ୍ୟତୀତ ବ୍ଳକ ସ୍ତରରେ ହେଉଥିବା ଅନ୍ୟାନ୍ୟ ଯୋଜନାର ସଫଲରୁପାୟନ ତଥା ପ୍ରକୃତ ହିତାଧିକାରୀ ଚିହ୍ନଟ ଉପରେ ଗୁରୁତ୍ୱରୋପ କରିଥିଲେ ।ଜିଲ୍ଲାପାଳଙ୍କ କ୍ଷେତ୍ର ପରିଦର୍ଶନ ତଥା ସମୀକ୍ଷା ବୈଠକରେ ଜିଲ୍ଲା ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅଭିରାମ କେର୍କେଟା,ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୈଲତ ଚନ୍ଦ୍ରକାର,ଗୋଷ୍ଠୀଉନ୍ନୟନ ଅଧିକାରୀ ଶ୍ରୀମତୀ ମଧୁଛନ୍ଦା ସାହୁ,ରାଜବୋଡାସମ୍ବର ବ୍ଳକର ସହକାରୀ ନିର୍ବାହୀଯନ୍ତ୍ରୀ,କନିଷ୍ଠ ଯନ୍ତ୍ରୀ,ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ,ବିଭିନ୍ନ ପଞ୍ଚାୟତର ସରପଞ୍ଚ,ନିର୍ବାହୀ ଅଧିକାରୀ,ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

Previous ArticleNext Article