Art & Culture, Entertainment, Home

ଫଏସଲା: ସରୋଜ ଶ୍ରୀଭୂଷଣ ସାହୁ

Spread the love

ଗାଁମାନକୁ ତ ଏନ୍ତା ଛୁଟିଆ ମୁଟିଆ ଚୁରିହାରି ଲାଗିଥିସି । କେଭେ କୁକୁରା ପଟେ ତ କେଭେ ମାଖନ ଗୁଟେ । ବେଲବୁଡାକେ ପଁଚ ଭଦ୍ରଲୋକ ବସଲେ କଥାଟା ଛିଡଲା । ଗାଁ ପାନଠିକେ ଦୁଇ-ପାଏସା ବି ମିଲିଜାଏସି ଇ ବାହାନାଥିଁ ଆର ସବୁଠାନୁ ବଡ କଥା ଇ ପଁଚ ଭଦ୍ରଲୋକ, ଚଉକିଦାର ଇମାନକୁ କାମଟେ ବି ମିଲସି ତାକର ପଦବିକେ ଜାହିର କରବାର ଲାଗି ।
କଥାଟା ଟିକେ ଅଲଗା ରକମ ହେଇଛେ ଆଏଜ । ପୁଲିସ ଚପରାସି ଦୁଇଟା ପଁହଚିଜାଇଛନ କେନ ଅଜନା ରାଏଜେ, ପଚରା ଉଚରା କରବାର କିଛି ଫଲ ନେଇଁ ମିଲଲା, ସଭେ ତ ନିଜର ନିଜର ଘର ଭିତରମାନକୁ ରହେଲେ ଆର ଟୁପୁର ଫୁସୁର ହେଲେ ।
ଝାକର ଘରର ଜୁଆନପିଲା ଜାହାକେ ସୁକ୍ରୁ ବଲି ଡାକସନ କେତେବେଲୁଁ ତାକର ବାଏର ଆଡୁକରି ପତରା ଭିତରକେ ପଲାଲାନ । ଝାକର ବୁଢା ଜାଇ ଗଁତିଆ ଘରେ ହାଜର । ଗୁଟେ ପରେ ଗୁଟେ ଗାଁର ପଁଚମାନେ ବି ସେନ ହାଜର ହେଇଗଲେ । ଟୁପୁର ଫୁସୁର ହେଲେ ।
ଚପରାସି ଦୁଇଟା ଫିରିକରି ଡାକି ଆନିଛନ ଖୁଦ ଥାନାବାବୁକେ । ବାବୁ ଆସି ଗାଁର ମଝାଖୁଇଲକେ ପଁଚମାନକୁ ଡକେଇ, ଛେଲିଆକେ ବି ଡକାଲା । ଦୁଇ ଥାପଡ ପାଏବାର ପରେ ଛେଲିଆ ସତ କଥା କହିଦେଲା । ଛେଲ ଝାକର ଘରର ସୁକ୍ରୁ ନେଇଛେ ବଲି । ଝାକର ଘରକେ ଜାଇ ଧପଡା ଚପଡା କଲାକେ ଜନାପଡଲା ପତରା ତରାର ଖଲାନ ସୁକ୍ରୁ ଅଛେ ବଲି ।
ପୁଲିସର ପଛେ ପଛେ ଗାଁର ବାକିଲୁକେ ବି ଚାଲଲେ ସେ ଖଲା ନିକେ । ଖଲାର ମଝି ଆଁଠୁପାରି ଆଏଁଖ ଜୁଡାକ ଢେଲା ଢେଲା କରି ବସିଛେ ସୁକ୍ରୁ । ଝାଁକରିଆବାଲ ଉଲମି ଆଇଛେ ମୁଁହୁ ଉପରକେ । ଆଗମୁଡେ ମଂଦାର ଫୁଲ ଜୁଡେ, ସିଂଦୁର ଟିକେ ପଡିଛେ ଆର ଗିନା ଗୁଟକେ ରଂଧା ମଦ ଥୁଆ ହେଇଛେ । ଲୋକବାକ ଦେଖିଦେଲା ବେଲକେ ମୁଡ ହଲାବାକେ ଲାଗଲା ।
ଥାନାବାବୁ ଦେଖୁନସାଏର ସୁକ୍ରୁକେ ବାଂଧବାର ଲାଗି ଚପରାସି ଦୁହିଟାକେ କହେଲା । ଚପରାସି ଦୁହିଟା ପାଖକେ ଆଏଲାକି ଆର ଟିକେ ଟିକେ ଝୁନି ଝାନି ହେବାର ଲାଗଲା । ଖାପଛଡା ଅଜବ କଥାମାନେ ବି ଟୁଁଡୁ ବାହାରୁଥାଏ, ଚପରାସି ଦୁହିଟା ପାସେ ଅଟକିଗଲେ । ସାଂଗେସାଂଗ ଲୋକ ଦୁଇଟା ଆସିକରି ମୁଡିଆ ମାରଲେ ସୁକ୍ରୁକେ । “ମା ଆମକୁ ରକ୍ଷାକର” ।
ଆର ଜନହେ କେନବାଟୁ ଡାଲଗୁଡାଦୁ ଆନି ଝାରବାର ମୁଲ କରିଦେଲା । ଥାନାବାବୁର ମୁଡକେ ଇ ସବୁ କିଛି ନେଁଇ ଢୁକଲା । ବୁଢା ଗଁତିଆକେ ପଚରାଲା ଇଟା କାଏଁଟା ହଉଛେ ବଲିକରି ।
“ଆଜ୍ଞା ଇତାକେ ଦେବତା ଆସିଥିବା ।” ତେତେଲ ତଲିଏନ ହେଇଥିବା, ବଡା କଡା ଦେବି ଆଜ୍ଞା ।
ତୁମେ କେନ୍ତା ଜାନଲ ହୋ?
ଦୁଇ ବଛର ତଲେ ହେନ୍ତା ବେପାରି ଗୁଟେ ଆଇଥିଲା ଗାଁ’କେ । ତେତେଲ ତଲିଏନ କଥା ପଡବାରକେ ହଁସିଥିନ ଉଡେଇଦେଲା । ଆର ଦିନୁତ ଝାଡାବାଁତି । ସହରକେ ବି ନେଲେ ହେଲେ କିହେ ରକ୍ଷା ନେଇ କରି ପାରଲେ । ମରିଗଲା । ବଡା କଡା ଦେବି ଆଜ୍ଞା ।
ଥାନାବାବୁ ଇ କଥା ସୁନି କେନ୍ତା କରାଜିବା କିଛି ନେଇଁ ଭାବିପାରଲା । ଟିକେ ଇଆଡ ସେଆଡ ହେଲା, ଫେନ ଚପରାସି ଦୁହିଟାକେ ପାସକେ ଡାଖଲା । ମୁନାନୁ ପଏସା ବାହାର କରି ଝନେକେ ଦେଲା । ସେ ବିଚରା ନରଦିତେଲ ଗାଁ ଭିତରକେ ଗଲା । ଏତକି ବେଲକେ ଆର ଝନାଦୁ ଖେଟି ଗଲେନ । ଝନେ ମାଁଦଲଟେ ବି ଆନିଛେ । ମାଁଦଲ ବଜାବାର ତାଲେ ତାଲେ ଆର ଦୁଇ ଜନ ସୁକ୍ରୁର ବାଗିର ମୁଡ ହଲାବାକେ ଲାଗଲେ । ଗାଁ ଭିତରୁ ଚପରାସି ନଡିଆ, ସିଂଦୁର, ଧୁପଖାଡି ଧରି ପଁହଚିଲା । ଥାନାବାବୁ ଗଁତିଆ ବୁଢାର କହେବାର ଅନସାରେ ହେ ସବୁକେ ଝାକର ବୁଢାକେ ଧରେଇ ଦେଲା ଆର ଆଁଠୁମାଡି ସୁକ୍ରୁ ଆଡକେ ମୁଡିଆ ମାରଲା ।
ସୁକ୍ରୁ ଆଘ ଆଘ ଝୁଲତେଲ ମୁଡ ହଲାତେଲ ଜଉଛେ, ତାକେ ଲାଗିକରି ଝାକର ବୁଢା, ଗାଁର ନରିହା ଆର ଦୁଇଟା ମୁଡହଲଉ, ତରାକେ ଚଉକିଦାର । ତାର ପଛେ ଗଁତିଆ ବୁଢା, ଥାନାବାବୁ ଆର ସେ ଚପରାସି ଦୁହିଟା । ପଛେ ଗାଁର ବାକି ଲୁକେ । ମାଁଦଲ ଗରଜି ଜଉଛେ । ଲୁକେ ମାଁ ତେତେଲ ତଲିଏନ ର ଜଏ ବଲୁଛନ ।
ସମକିରର ସେସେ ବିଚରା ମାସଟର ମୁଁହୁ ସୁଖେଇ ଲୁଝୁଂଗ ଲୁଝୁଂଗ ଅଉଛେ । କାଁ କରବା ବିଚରାର ଛେଲତ ଆର ନେଇ ମିଲଲା ।

Previous ArticleNext Article