Art & Culture, Home

ବୁଲାକି ର ଡାଏରି ନୁ ପାଟନାଗଡ

Spread the love

ଚୁହାନମାନକର ପାଟନା ରାଏଜ ର ଥାପନା କେ ନେଇକରି ଲୋକ କଥାମାନେ ସୁନବାର କେ ମିଲସି । ସଠିକ ତାରିଖ କି ମସିହା ଜନା ନି ପଡବାର ସେଥିର ଲାଗି ଅନୁସନ୍ଧାନ ଜରୁରି ।

ଜେତେବେଲେ ଦିଲ୍ଲି ର ସୁଲତାନ ରାଜପୁତନା ଅଧିକାର କରିନେଲେ, ସେନ ର ରାଜପୁତ ରଜା ହମିର ଦେବ ଜୁଦ୍ଦ ଥି ମରିଗଲେ ବେଲକେ ତାକର ରାଜପୁତ ରାନି ତାର ଇଜତ ଆର ମାନ ବଁଚାବାର ଲାଗି ସେନୁ ପଲେଇ ଏଲେ । ସେ ରାନିର ନାଁ ଆସାବତି । ହମିର ଦେବ ଆର ଆସାବତି ଉତର ଭାରତ ର ମେନପୁର ପାଖେ ରହୁଥିଲେ ।
ଆସାବତି ସେନୁ ପଲେଇ ଆସି କରି ବୁଡାସମର, ଗୁଟେ ଛୁଟିଆ ବିଂଝାଲ ରେଜ, ନ ପହଁଚିଲେ । ବୁଡାସମର ସଂଖ୍ୟାରେ ବିଂଝାଲ ବହଲିଆ ରେଜ ଥିଲା ଆର ଆଦିବାସି ତାକତ ର ଗୁଟେ ପିଠ । ସେନର ବିଂଝାଲ ସର୍ଦାର ଆସାବତି କେ ଦୟା ଦେଖେଇ କରି ଛଏଁରା ଦେଲେ । ଫେର ଦିହେଁ ଥିବାର ଆସାବତି ସେନ ଗୁଟେ ପୁଓ ଜନମ ଦେଲେ ଜା’ର ନା ରଖାହେଲା ରମେଇଁ । ଆର ରମେଇଁ ଫେର ଆଗକେ ଜେଇ କରି ପାଟନା ରାଏଜେ ଚୁହାନ ବଁସ ଥାପନା କଲେ ।

ବିଂଝାଲମାନକର ମୁଲ ଦ୍ରାବିଡ ଏ । ବିଂଝାଲମାନେ ଖଁଡା, ବର୍ଛା, ଆର ସର କେ ପୁଜା କରସନ । ସେମାନେ ମାତୃସକ୍ତି କେ ପୁଜା କରସନ ତାର ନାଁ ଲାଖେସରି ଆର ଡଂଗର ଦେବତା । ବିଂଝାଲମାନେ ସିକାର ଆର ଜୁଦ୍ଧ ସଉକିଆ ଜେତ । ସେମାନେ ବିନ୍ଧ୍ୟବାସିନି ଦେବି ଆର ନରସିଂନାଥ କେ ପୁଜା କରସନ । ସେମାନେ ତାକର କେନସି ପୁଜାପାଟଥି ବାମହନ ନି ଲଗାନ । ସେମାନେ ପୁଜାଧଜା ଲାଗି ତାକର ବିଂଝାଲ ପୁଜାରି ଲଗାସନ ।

ସେ ସମିଆଁ କେ ପାଟନା ନ ଆଟ-ମଲିକ ମାନକର ସାସନ ଚଲୁଥିଲା ଆର ତାକର କେନସି ମୁଖିଆ ନି ଥେଇ ବରଂ ଆଟ ଟା ମଲିକ ମିସିକରି ସାସନ କରୁଥିଲେ । ହେ ବେଲକେ ପାଟନା ବୁଡାସମର ଉପରେ ନିର୍ଭର କରୁଥିଲା । ଇ ସମିଆ ଟା ସୋସଣ ଆର ଅତ୍ୟାଚାର ଥି ଦବିକରି ଥିଲା । ଆର ବି ଇ ସମିଆଁ କେ ତଂତ୍ର-ମଂତ୍ର ଆର ରକତ ବଲି ଦେବାର ବାଗିର ପ୍ରଥାମାନେ ଜୋର ଚଲୁଥିଲା । ଏନ୍ତା ଜେ ପାଟମେସରି ଦେବି ନ ମୁନୁସ ବଲି ଦିଆହଉଥିଲା । ଆର ଫି ଦିନ ଗୁଟେ ଲେଖା ଲୋକ ପାଟମେସରି ଲାଗି ଆଟ-ମଲିକ ମାନେ ଜୁଗାଡ କରୁଥିଲେ । ଇ ବଲି ଦେବାର ଲାଗି ଚାଲାକ ଆଟ-ମଲିକମାନେ ଗୁଟେ ଚଲନି ଖଂଜିଥିଲେ ।

ସେମାନେ ଫି-ଦିନ ସାଦା ଲୋକମାନକର ଭିତରୁ ଗୁଟେ ଲେଖା ନେତା ବାଛୁଥିଲେ ଆର ସିଂହାସନ ଥି ବସବାର ଆଘୋନୁ ପାଟମେସରି ଗୁଡି ନିକେ ନଉଥିଲେ ଦେବି ର ଆର୍ସିବାଦ ଲାଗି । ପ୍ରକୃତରେ ସେତାକେ ବଲି ଦେବାରକେ ନିଆ ହଉଥିଲା । ତାହାକେ ଦେବିକେ ମୁଡିଆ ମାର ବଲୁଥିଲେ ଆର ସେ ମୁଡିଆ ମାରଲା ବେଲ କେ ତାହାକେ ବଲି ଦେଇ ଦଉଥିଲେ । ତେହରୁ ବାହାରକେ ଆସିକରି ଲୋକ କୁ ବଲୁଥିଲେ, ଦେବି ତାହାକେ ପସନ ନି କଲା ଆର ଖେଇଦେଲା । ଆର ଏନ୍ତା କରି କରି ଆଟ-ମଲିକମାନେ ଫି ଦିନ ଗୁଟେ ଲେଖା ବଲି ଦଉଥିଲେ ।

କିମ୍ବଦନ୍ତି କହେସି ଜେ ପାଟନା ନ ଗୁଟେ ବାମହନ ଥିଲା । ଦିନେ ସେ ବାମହନ ବୁଡାସମର ଆଡକେ ବୁଲି ଏଲା ବେଲକେ ଜାନବାର କେ ପାଏଲା ଜେ ବୁଡାସମର ର ବିଂଝାଲ ସର୍ଦାର ଗୁଟେ ଚୁହାନ ରାନି ଆର ତାର ପୁଓ କେ ଆସରା ଦେଇଛେ । ତେହରୁ ବାମହନ ବିଂଝାଲ ସର୍ଦାର କେ ଅନୁରୋଧ କଲା ଆର ଆସାବତି ଆର ରମେଇଁ କେ ପାଟନା କେ ଆନିକରି ତାର ଘରେ ରଖଲା । ତେହରୁ ଦିନାଦୁ ଗଲା କି ବାମହନ କେ ଆଟ-ମଲିକମାନେ ପାଟନା ର ମୁଖିଆ ବନାବାର ଲାଗି ବାଛଲେ । ବାମହନ ମରବାର ଡର୍ହେ ଇ କାମ ଲାଗି ରମେଇଁ କେ ପଠାଲା ।

ରମେଇଁ କେ ଆଟ-ମଲିକମାନେ ଦେବି ଗୁଡି କେ ନେଲେ ଆର ମୁଡିଆ ମାର ବଏଲେ । ରମେଇଁ ଚଲାକ ହେଇ କରି ଆଟ-ମଲିକ ମାନକୁ ବଏଲା, “ମୁଇଁ ମୁଡିଆ ମାରି ନି ଜାନେ କେନ୍ତା ମାରସନ ଜେ ତମେ ଟିକେ ବତେଇ ଦିଅ” । ତେହରୁ ଆଟ-ମଲିକ ମାନେ ଜେନ୍ତା ଲାଂଗ-ଛାଟ ହେଇ ମୁଡିଆ ମାରିଛନ କି ରମେଇ ସେନ ରଖାହେଲା ଖଁଡା ଥି ସମକୁ ମାରି କରି ମଂଦିର ଭଟାକେ ଏକଲା ଜିନ୍ଦା ବାହାରଲା । ତେହରୁ ଲୋକ ଭାବଲେ ଦେବି ରମେଇଁ କେ ପାଟନା ର ଗାଦି ଲାଗି ବାଛଲା ଆର ଆର୍ସିବାଦ କରିଛେ । ଆର ତେହରୁ ଲୋକ ବି ରମେଇଁ କେ ପାଟନା ର ରଜା ବଲି ମାନିନେଲେ । ଫେର ପାଟନାଗଡ ନ ମୁଲ ହେଲା ଚୁହାନ ରେଜ ଆର ରମେଇଁ ଦେବ ହେଲେ ଚୁହାନମାନକର ପହେଲା ରଜା ।

ରମେଇଁ ଦେବ କେ ପାଟମେସରି ଆର୍ସିବାଦ କରବାର କଥା ସୁନିକରି ବୁଡାସମର ର ବିଂଝାଲ ସର୍ଦାର ଉସତ ମନେ ଆସିକରି ରମେଇଁ କେ ରାଜତିଲକ ଲଗାଲେ ଆର ପାଗ ଭିଡି କରି ଅଭିସେକ କରାଲେ । ଏଭେ ବି ରାଜଭିସେକ ବେଲ କେ ପାଟନାଗଡ ର ବିଂଝାଲ ମୁଖିଆମାନେ ରଜାର ପାଗ ଭିଡସନ । ଇଟା ବିଂଝାଲ ମାନକର ଲାଗି ଗୁଟେ ସମ୍ମାନ ଆର ବିସେସ ଅଧିକାର ର କଥା ଏ ।

ହେଲେ ଇତିହାସକାର ମାନକର ଅନସାରେ କେନସି ଅଇତିହାସିକ ସୁରାଗ ନେଇଁ ମିଲବାର ଜେ ଚୁହାନମାନେ କେଭେ କୋସଲ ଅଂଚଲକେ ଏଲେ ବଲି । ଏନ୍ତା ବି ହେଇପାରେ ଜେ ଗୁଟେ ଗୁସ୍ଟିର ମୁଖିଆ ଏତେ ତାକତବର ହେଇ ଜେଇଥିବା ଜେ ସେ ବାମହନମାନକର ଉପଦେସ ଆର ସାହେଜ ଥି ନିଜକେ ଚୌହାନ ବନେଇଥିବା ବି । ଜେନ କିସମେ ରମେଇଁ ଦେବ ନିଜର ଠାନ ଆର ତାକତ କେ ପେସରେଇଛେ ଜେ ଅନୁମାନ କରାଜାଏସି, ବିଂଝାଲମାନକର ପୁରା ସହଜୋଗ ଥିଲା । ଅଲଗା ହିସାବେ କହେଲେ, ଆଟ-ମଲିକମାନକର ଚେର ଉଖଡାବାର କାମ ଥି ରମେଇଁ କେ ବିଂଝାଲମାନେ ସାହେଜ କରିଛନ । ହେତିର ଲାଗି ପାଟନା ରାଏଜେ ବିଂଝାଲମାନକର ମେନ ଜହ ବଲି ଲୋକ କହେସନ ।

ଇନ ମୁଖିଆ କଥା ହଉଛେ ଆଦିବାସିମାନେ ନିଜର ଧାର୍ମିକ ପରିଧି, ସାଂସ୍କୃତିକ ପରିଚୟ ଭାଂଗିକରି ବିକାସ ଲାଗି ସହଜୋଗ ର ହାତ ବଢେଇଛନ । ଆଟ-ମଲିକମାନେ ଆଟଟା ତାକତବର ମୁଖିଆ ଥିଲେ । ସେମାନକର ଭିତରୁ ଝନେ ପାଟନାଗଡର ଗଡପତି ଥିଲେ । ରମେଇଁ ପାଟନାଗଡ ର ଗଡପତି କେ ଖତମ କରି କରି ଇନ ଆଟ-ମଲିକ ସାସନ ଖତମ କରିଥିଲେ ଆର ବାକି ଅଂଚଲ ନ ବାକି ସାତଟା ମଲିକ ମାନକୁ ସାସନ କରବାର କେ ଦେଲେ । ଫେର ରମେଇଁ ବାମହନ ମାନକର ଉପଦେସ ଥି ରେଜ କାମ କରି ବସଲେ ଆର କଲେ କଲେ ପାଟନା ଆର କୋସଲ ଅଂଚଲ କେ ବାମହନ ସଂସ୍କୃତି ପସି ବସଲା ବା ଆର୍ଜ୍ୟକରଣ, ହିନ୍ଦୁକରଣ ହେଇବସଲା ।

ଇ ହିନ୍ଦୁକରଣ ନୁ ରାଜନିତିକ ଢାଁଚା ଥି ବି ପରିବର୍ତନ ଘଟଲା । ଇଠାନେ ବିସ୍ୱାସ କରବାର ଥି କେଡ ନି ହୁଏ ଜେ ପାଟନାଗଡ ନ ବାମହନ-ଖ୍ୟତ୍ରିୟ ମାନକର ସହଜୋଗି ସାସନ ଚଲୁଥିଲା । ଗୁଟେ ଅଲଗ, ସ୍ୱାଧିନ ରାଏଜ କେ ଚଲାବାର ଲାଗି ଚୁହାନମାନେ ଭୋଗ ଆର ଭାଗର ଉଧା ଧରଲେ । ସେମାନେ ଲୋକକୁ ଚାସ କରବାର କେ ତହଁକାଲେ ଜେନଥୁଁ କି କମାନି ବଢବା ଆର ରେଜ ଚଲିପାରବା କାରଣ ସିକାର ଆର ଆଦିବାସିମାନକର ପାରଂପାରିକ ଚାସ ଥି ରେଜ ଚଲାବାର ଟା କଠିନ ହଉଥିଲା ।

ସାକେତ ଶ୍ରୀଭୂଷଣ ସାହୁ

Previous ArticleNext Article