Art & Culture, Home

ପହେଲା ଲିଖିତ ସାହିତ୍ୟ: କୋସଲି ସାହିତ୍ୟର ଇତିହାସ

Spread the love

କୋସଲି ଭାସା ର ଲିଖିତ ସାହିତ୍ୟ କେଭେ ନୁ ପହେଲା କରି ହେଇଛେ କହେବାରଟା ବଡା କଠିନ ଏ । ହେଲେ କୋସଲି କେ ପଢଲା ବେଲକେ ଆସରିଜ ହେବାରକେ ପଡସି ଜେ ବଂଗାଲି ପଣ୍ଡିତ ହରପ୍ରସାଦ ସାସ୍ତ୍ରି ୧୯୧୭ରେ ନେପାଲ ନୁ ପାଇଥିବା ଚର୍ଜ୍ୟାଗିତି ଥି କେତନି କେତେ କୋସଲି ସବ୍ଦ ଅବିକଲ ବେଭାର ହେସି । ଚର୍ଜ୍ୟାଗିତି ରେ ଥିବା ବୌଧଗାନ ଆର ଦୋହା କେ ଭାସାବିତ ମାନେ ୭ମ ଆର ୮ମ ସତାବ୍ଦି ଭିତରେ ଲେଖା ହେଇଥିବାର ଅନୁମାନ କରସନ । ଇହାଦେ ର ପସଚିମ ଓଡିସା ର ଭିନେ ଭିନେ ଠାନେ ୨ୟ ନୁ ୮ମ ସତାବ୍ଦି ତକ ଭିନ ଭିନ ଠାନେ ବୌଧ ଧର୍ମ ବନେ ଫଏଲିଥିଲା । ବୌଦ୍ଧ ଧର୍ମ ର ସିଦ୍ଧମାନେ ଚର‌୍ୟାପଦ କବିତା ଲେଖୁଥିଲେ । ଚର‌୍ୟାପଦ ଗାଏବାର ଲାଗି ଲେଖା ହଉଥିଲା । ଚର‌୍ୟାପଦ ସାହିତ୍ୟ “ସାନ୍ଧ୍ୟ ଭାସା” ବଲି ଗୁଟେ ରୁପକ (ଜ୍ଞରଗ୍ଧବକ୍ଟ୍ରଷକ୍ଟକ୍ସ) ଦେଇକରି ଲେଖା ହଉଥିଲା । ଚର‌୍ୟାଗିତି ଥି ସେ ସମିଆଁ ର ସମାଜ ର ବର୍ଣ୍ଣନ ଅଛେ । ଭିନେ ଭିନେ ଚରିତ୍ରମାନକର କଥା ଲେଖା ହେଇଛେ । ଜେନ୍ତା ସିକାରି, ଡଂଗାବାଲା, କୁମହାର, ଭୁଲିଆ, କାଠରିଆ ଆଦି । ବେସ୍ୟାମାନକର କଥା ଲେଖା ହେଇଛେ ହେଲେ ଚାସିମାନକର କଥା ନେଇଁନ । ଚର‌୍ୟାଗିତି ତଂତ୍ର ପରଂପରା ବଜ୍ରଜାନ ର ସିଦ୍ଧକବି ମାନକର ରହସ୍ୟବାଦି କବିତା ଏ । ଇ କବିତାମାନେ ଗୁଟେ ସିଦ୍ଧ ପ୍ରବୃଦ୍ଧ ଅନୁଭୁତି ର ଏକସରଲଗ ବର୍ଣ୍ଣନ ଏ । ଇ ଚର‌୍ୟାପଦ ସାହିତ୍ୟ ଥି କବି ବା ସିଦ୍ଧ ମାନକର ନାଁ ପହିଲ ପଦେ ଲେଖା ହେଇଥିସି ଆର ସେମାନକର ନାଁ ଅନସାରେ, ଜେନ୍ତା କାହ୍ନୁ ସିଦ୍ଧକର କାହ୍ନୁଦ, ଲୁଇ ସିଦ୍ଧ କର ଲୁଇପଦ, ଭୁସକୁ ସିଦ୍ଧକର ଭୁସକୁଦ, ସବର ସିଦ୍ଧକର ସବରପଦ, ଡମ ସିଦ୍ଧକର ଡମପାଦ ଆଦି ହଉଛେ ଭିନେ ଭିନେ ଚର‌୍ୟାଗିତି । ଚର‌୍ୟାଗିତି ର ଭାସା ପ୍ରାକୃତ ଆର ବୁଦ୍ଧ ଧର୍ମ ର ପ୍ରଚାର-ପ୍ରସାର ବିସେସ କରି ସେ ସମିଆଁ ଥି ସେଠାନ ର ପ୍ରାକୃତ ଭାସା ବେଭାର କରୁଥିଲେ ।

ଚର‌୍ୟାଗିତି ଇହାଦେ ର କୋସଲି ସାଂଗେ ବନେ ମେଲ ଖାଏସି:
ଏକୁସୋ ପଦୁମୋ ଚୌସଠି ପାଖୁଡି
ତହିଁ ଚଢି ନାଚୋ ଡୋମ୍ବି ବାପୁଡି । – କାହ୍ନୁ

ଏକୁସୋ – ଏକୁସ, ପଦୁମୋ – ପଦମ, ଚୌସଠି – ଚୌସଠି, ପାଖୁଡି – ପାଖୁଡା, ତହିଁ – ତେହିଁ, ଚଢି – ଚଢି, ନାଚୋ – ନାଚ, ଡୋମ୍ବି- ଡମ (ସୁଦ୍ର ଜାତିର ମାହେଜି), ବାପୁଡି – ବୁରି ।

ହଲି ଡୋମ୍ବି ତୋତେ ପୁଚ୍ଛମି ସଦଭାବେ
ଇସିସି ଜସି ଡୋମ୍ବି ନବେ । – କାହ୍ନୁ

ପୁଚ୍ଛମି – ପଚରାମି, ସଦଭାବେ – ସୁଦଭାବେ ।

ନଗର ବାହାରେ ଡୋମ୍ବି ତୋହରି କୁଡିଆ
ଛୋଇଛୋଇ ଜାହ ସୋ ବ୍ରାହ୍ମଣ ନାଡିଆ । – କାହ୍ନୁପା

ବାହାରେ – ବାହାରେ, ସୋ – ସେ ( କଲାହାଁଡି ଅଂଚଲ ର ଡମ ଭାସା), ଜାହ – ଜାଏ ( କଲାହାଁଡି ଅଂଚଲ ର ଡମ ଭାସା)

ଅଂଘଣ ଘରପଣ ସୁନ ଭି ବିଆତି
କାନେଟ ଚୋରେ ନିଲ ଅଧରାତି । – କୁକକୁରି ପାଦ

ବିଆତି – ବିହାରି ମାହେଜି

ହେରି ସେ କାହ୍ନି ନିଆଡଇ ଜିନଭର ବଟ୍ଟଇ
ଭଣଇ କାହ୍ନୁ ମୋହି ଅହି ନ ପଇସଇ । – କାହ୍ନୁ

ହେରି – ଡୁଂଗି /ଡୁଂଗବାର

ଉଁଚା ଉଁଚା ପାବତ ତହିଁ ବସଇ ସବରି ବାଲି – ସାରହପା

ଉଁଚା – ଉଚା

ଚିଅ ଧାଉ ଖାଟ ପାଡିଲା ସବରୋ ମହାସୁଖ ସେଜି ଛାଇଲି
ସବରୋ ଭୁଜଂଗ ତାଇରାମଣି ଦାରି ପେକଖି ରାତି ପୋହାଇଲି । -ସାରହପା

ଖାଟ – ଖଟ, ଛାଇଲି – ଛିଆଁବାର, ଦାରି – ବେସ୍ୟା

ବାମ ଦାହିଣ ଚାପି ମିଲି ମିଲି ମାଂଗା
ବାଟ ତ ମିଲିଲ ମହାସୁଖ ସାଂଗା । – କମ୍ବଲାମର

ମାଂଗା – ମାଗବାର, ବାଟ – ବାଟ

ନାଡି ସକ୍ତି ଦିଢ ଧରିଅ ଖଟ୍ଟେ
ଅନାହା ଡମରୁ ବାଜଇ ବିର ନାଦେ । – କାହ୍ନୁା

ଦିଢ – ବରକସ, ଅନାହା- ଦେଖ, ଡମରୁ- ଡମରୁ

ବାମ ଦହିଣ ଜୋ ଖାଲ ବିଖାଲା
ସରହ ଭଣଇ ବାପା ଉଜ ବାଟ ଭାଇଲା । – ସାରହପା

ଜୋ – ଜେନ, ଖାଲ – ଖାଲ, ଉଜ – ଉଁଝ୍ୟା/ଭିନେ/ଅଲଗା, ଭାଇଲା -ଫବଲା

କୁଲ ଲଉଖର ସୋନ୍ତେ ଉଜାଅ
ସରହ ଉନୈ ଗଅଣେଂ ସମାଅ । – ସାରହପା

ଲଇ- ଲହଁକିବାର, ଉଜାଅ – ଅଜେଇ ହେବା/ଖଣି ଲାଗବା, ସମାଅ – ପସ/ପସାବାର

ଏନ୍ତା କେତନି ସବ୍ଦ ଚର‌୍ୟାପଦ ନୁ ଦେଖବାର କେ ମିଲସି । ଚର‌୍ୟାଗିତି ର ଉତାଉତି କୋସଲି ଥି ଜେନ ବଢେଟେ ସଂବୃଦ୍ଧ ସାହିତ୍ୟ ରଚନା ହେଇଥିଲା ସେଟା ହଉଛେ ଡଁଡ ।

ସାକେତ ଶ୍ରୀଭୂଷଣ ସାହୁ

Previous ArticleNext Article