Government & Politics, Home

ପଦ୍ମପୁର ନିର୍ବାଚନ ମଣ୍ଡଲୀ

Spread the love

ବରଗଡ ଜିଲ୍ଲାର ଦୁସରା ସବଡିଭିଜନ । ଆଦିବାସି ବହଲ ପଦମପୁର ନିର୍ବାଚନ ମଂଡଲି । ଝାରବନ୍ଧ, ପାଇକମାଲ ଆର ପଦମପୁର ବ୍ଲକ ଆର ଏଏନଏସି କେ ନେଇକରି ଗଠନ ହେଇଛେ ପଦମପୁର ନିର୍ବାଚନ ମଂଡଲି ।
ଇ ଥର ବିଜେପି ରୁ ବିଧାୟକ ପ୍ରଦିପ ପୁରୋହିତଂକୁ ନିହାତି ଟିକେଟ ମିଲବା । ବିଜେଡି ରୁ ସେନ୍ତା ଆଘର ମଂତ୍ରି ବିଜୟ ରଂଜନ ସିଂ ବରିହା ଆର କଂଗ୍ରେସ ରୁ ଜିଲ୍ଲା ସଭାପତି ସତ୍ୟଭୁଷଣ ସାହୁଂକୁ ମିଲବା ।
ଗଲା ଥର, ବିଜେଡିର ତାକତବର ଆଦିବାସି ନେତା ବିଜୟ ସିଂ ବରିହାଂକୁ ମାତ ଦେଇଥିଲେ ପ୍ରଦିପ ପୁରୋହିତ । କାରଣ ମାନେ ଦେଖଲେ ଜନା ପଡସି, ବିଜୟ ବରିହାଂକର ବରିହା ସଂପ୍ର୍ଦାୟର ଭୋଟ କେ ଭାଗ କରିଥିଲେ ଆର ଝନେ ଆଦିବାସି ନେତା ଗୋବରଧନ ଭୁଏ । ଗୋବରଧନ ଇହାଦେ ବିଜେପିରେ । ଜେନ ୫୦୦୦ ଭୋଟ ଗୋବରଧନ ନେଲେ ସେ ୫୦୦୦ ଭୋଟରେ ବିଜୟ ହାରଲେ । ଇତାର ବାହାରେ ସତ୍ୟ ସାହୁଂକୁ ଗଲା ଥର ଟିକେଟ ନାଇଁ ମିଲି ଥାଇ । ତ ସତ୍ୟ ସାହୁଂକର ବି କିଛି ଭୋଟ ବିଜେପି ନିକେ ଜାଇଥିଲା ।
ହେଲେ ଆଝିର ତାରିଖରେ ଭୋଟ ହେଲେ ପ୍ରଦିପ, ବିଜୟ ଆର ସତ୍ୟ ମଏଦାନକେ ଆସଲେ ସମିକରଣ ଅଲଗା ହେବା । ସତ୍ୟ ସାହୁଂକର ଭୋଟ ପ୍ରଦିପ ନିକେ ନାଇଁ ଜାଏ, କି ଗୋବରଧନ ଭୁଏ ବି ଆର ପଦମପୁର ରେ ନାଇଁନ । ଗୋବରଧନ ଇହାଦେ ବିଜେପୁର ଆଡେ ବୁଲାବୁଲି କରୁଛନ । ହେଲେ ବିଜୟ ବରିହାଂକର ଭୋଟ ଜହ ଇଆଡ ସେଆଡ ନାଇଁ ହୁଏ । ଥାପିମରା କହିପାରନ । ବିଜୟ ଗଲାଥର ଜେତକି ଆନିଥିଲେ ହେତକି ଆନଲେ ବି ଜିତବାର ସଂଭାବନା ଦିସୁଛେ । ଇତାର ବାହାରେ ପ୍ରଦିପଂକର ବିରୋଧରେ ତାକର ଦଲ ଭିତରେ ବି ଏକଜୁଟ ନାଇଁନ । ବିଜେପି ରୁ ରୁସଲା, ରାଜୁ ଘିବେଲା ଇଥର ସ୍ୱାଧିନ ଉଠବାର କେ ବୁଲାବୁଲି କରୁଛନ । ସବୁକେ ମିସାଲେ ବିଜେଡି ର ବିଜୟ କେ ମାହୋଲ ସୁହାଲା ବାଗିର ହେଇଛେ ।

Previous ArticleNext Article