Art & Culture, Entertainment, Home

ପଦମ କହଁଡୋ ର ସପନ: ସାକେତ ସ୍ରିଭୁସଣ ସାହୁ

Spread the love

ଝର୍କେ ଚେଁ ପବନ ସୁଆଁଲିନେଲା
ସଁକରି ଜଉଥିଲା
ପେସରେଇ ହଉଥିଲା
ଗୁରମୁଟେଇ ମନ ଛଟପଟୁଥିଲା
ଭୁରଭୁରି ଚଢି ଗଲା
ଆର ପଦମ କଢି ଉଭରି ଉଭରି ଆଏଲା
ମସଜିଦ ର ସିକଲା
ଝନ-ଝାନ ଢିଲିହେଲା
ଦୁହଲିଗଲା
ସିରସିରେଇଗଲା ଚହଲା
ଦିହଁ ଆର ମନ…
ଆଲଟି-ମୁର୍କୁଟି, ଉଟୁସ-ପୁଟୁସ
ହେଲୁଟି-ବେଲୁଟି
ଉକିଆ ସାଲାଇନ ନଉଥିଲା ।

ଉଜାଲା ଧୁଂଧରେଇ ମଲା…

ଅଲଝଟେ ଅଲଝିଗଲା ମନ ଦିଗବଲୟେ
ବନଜିଆ ପରା ଗହଡି ନଉଛେ…
କୁହୁଡିଆ ସପନକର ଗୁଁଡେ ଧଂଦାଡି ହଉଛେଁ
ତମର ଚେେହେରା ସାରା ଖମନ ।
ଖମନେ ଘୁରୁଛେଁ, ନୁରୁଛେଁ,
ଝୁଟେଇ ହଉଛେଁ ଠୁଟା-ଖୁଟା ଧାରେ
ପଲକ ର ଉଢାରେ
ଅମାନ୍ତୁ ଆଁଖଲ ଗୁମସୁମ ଝରେ
ତରେ ତରେ ।

ଉର୍ହନି କେ ବି ଘାଏ ଘିଚି ନାଇଁ ଦେଖଲା
ଗାଲ କେ ବି ଟିକେ ଚୁମି ନାଇଁ ଦେଖଲା
ହାଲଚାଲ ହୁଲିଆ ନାଇଁ ପଚରାଲା
ତମର ପଠାଲା ପବନ ହୁଲକା ମିଲକି ଦେଲା
ହେ… ହେ…, ବଡା ଲେଜକୁରିଆ !

ସୁତରେଇ ସୁତରେଇ ଉଧଲି ଅଉଛେ
ତମର ଘାଟ ର ଲହଡା
ଏଁଖ ମିଟକା ମାରୁନ ସେର
କାଲନମିଆଁ ପେନ-ଛଟଲା-ସାଁପ !
ଛଟଲେଇ ହଉଛେ, ହନ୍ଦଲେଇ ମାରୁଛେ
ସତ୍ରୁ ସେଦ ସାଧୁଛେ,
କନେ କର୍ପନେ, ମୋର ହଲଦି ମଖା ଦିହେଁ
ଉଖଲା ହଉଛେ ଉନ ଗୁଲା ପରା
ମୋର କପଟା ମୋର ହଲଦି ମଖା ଦିହଁ ।

ଗୁହେରୁ ଗୁହେରୁ ବୁଡି ବୁଡି
କେତେ ମୁଠା ଖୁଲି ଦେଖିଥିଲିଁ
ହେଲେ କେଭେ ବି
କେନ ମୁଠେନ ଥି ‘ରକ୍ତ ଖଣ୍ଡା’
କେନ ମୁଠେନ ଥି ‘ଜିକଜିକି ଖଣ୍ଡା’
ଜାନି ନି ପାରଲି ।

ଭାଁର ଭାଁର ଟିହା ଆର କୁଆ
ଅଲସ ଦିହଁ ନିସଦ ନିସଦ ପାହା
ଫି-ଦିନିଆ ଜାବତ୍ୟ କବାର-କମ ବେଲେ
ବୋଲ ବୋଲ କପଟା ସଲଖଉଛେଁ, ଲେହେଁଟୁଛେଁ
ଭେଲ…,
ଚୋପ ! କରି ଚମକେଇ ଦେବ ।

ଦର୍ପନେ ସିଁତା କେ ଦେଖୁଛେଁ
ଫୁଲ କେ ଫୁଲଦାନି ନ ରଖୁଛେଁ କେତେ ବୋଲ
ତଥାପି ତ ବେଲ ହେଲୁଆ ହଉଛେ ।
କେତେ କରି ଥାବେ ସୁତ୍ରେ ଚଉତି ଦେଖୁଛେଁ ଅଂଗଛି
ସରଲି ସରଲି ଜଉଛେ ଥାକ ଥାକ ସୁରତା ।

ବୁଢା ବୁଢା ପାଟପନିଆଁ ଘୁରେନ ତରେ ତୁପିଥିଲିଁ
ହେବା ଦସ-ପଏସି ବଲି
ଲାଲ-ମୁଡିଆ ଟେଂଗଟା କେ କୁଚକୁଚା କରି ମାରିଥିଲିଁ
‘ପାସ କି ଫେଲ’ ବଲି ।

‘ମାନସାଂକ, କଂଜେର-ଝାଁଟ’
‘ମାସ୍ଟ୍ରେକର ରିସ୍ମିି’
‘ତମର ଏକେସକଁଟି ଲୁକି ଲୁକି ମତେ ଦେଖୁଥିବାର ଏଁଖ’
ଫଟୁ ସବୁ ଜୁହ୍ନାଁ ଖାତାନୁଁ
ଚିରି ମୁଡି ଭିଡି ବନେଇଥିଲିଁ ଡଂଗା
ଜାଉଥିଲା ଆମର ବେସୁ ତମର ବେସ
ଗାଁ ଖୁଲିର ଗୁଂଦାଲ-ପାନି ।

ଝିପିର ଝିପିର ସୁରତା ଥି ଭିଜି ଭିଜି
ସାମନା ର ଉଛନା କେ ଠଁକଉଥିଲିଁ
ଥପଥାପ ତମର ସୁରତା ଥିପୁଥିଲା
ଭିଜୁଥିଲିଁ ଧୁଂଗିଆ ବଖ୍ରା ଭିତ୍ରେ
କେତେ କହଁଡୋ କେ
ପନତେ ଗଁଠେଇ ଦେଖିଥିଲିଁ
କୁହୁକ ଦେସ ର ରାଜକୁମାର ର ମେଛା ନିସରି ଜିବା ବଲି ।

ରଜା, ତମର ରାଜଧାନି ର ବତି ଖୁଟାମାନେ
ଦେଖିଛେଁ ମୋର ନଖ ଦରପନେ
ବତି ଖୁଟା ଆର ତମର ସହର
ଝଉ, ଜାଡ, କୁହୁଡି, ହେମାଲ କାଁକର
ଆର ଚରଚରାଲା ଖରା ଥି
ଜଲୁଥିସି ଲିଭୁଥିସି
କଲେ କଲେ ତାର ବାଟେ ।

ଗାଢା ଲିପସ୍ଟିକ ଥି
ତାର ଅଧେର ବଏସ ର ରୁପ ର ପସରା କେ
ଢାଁପି ଦେଖୁଛେ ତମର ସହର ।

ଲାଲ ବତି ବାଗିର ଲୋକମାନେ
କଁଟେ କଁଟେ ଚଏଣ ପେସରେଇ ଦେସନ
ଏଟିଏମ ବିଲ ମେତାନ ।

ତମର ସହର, ବଡା କୁହଡିଆ ଲାଗୁଛେ
ଚିକ ଚିକ ସମୁଦ୍ର ତଲେ ।

ଓହ !
ଧସକେ ନି ଧସକେ ତମର କିଲା
ସେମପେନ ବୁତଲ ର ଠିପି ଖୁଲଲା
ଗୁଟେ ଗିଧା ଝାଁପି ନେଲା ଧାଂଗରି ଦ୍ରୋପଦି
ସାଖି ପାଂଡୁ କିଲା ।

ଏକମୁଁହା ଧାଇଁଛନ ସିତା ଝାରେ ପତ୍ରେ ପତ୍ରେ
ଗଲା ଗଲା ବାଟ ଉଦା
ପ୍ରସ୍ନେ ବଏଡ
ଆଁଖଲେ ଆଁଖଲେ ।
ବୁଟା ଭନାନୁ ଫଏଲି ବୁଡୁଛେ
ଡାଲ, ପତର, ଗଛ, ଆସ୍ରମ
ଆରୁ ରାମରାହା ।
ଭିରଭିରନା ଛପଲି ଛପଲି
ଅସକଟ-ମସକଟ ଜତୋ-ଖତୋ
ଚେରେ-ଚିରଗୁଁଲ ଜିବଜନ୍ତୁ ହୋ ହାଲ୍ଲା
ଡଂଗର ଝରନେ ଡର
ପ୍ରସ୍ନ; ଅଗ୍ନିପରିଖ୍ୟା?
ନାଟ ନାଟ ନାଟ !

ସମାର ନୁ ସୁକୁରବାର
ଉକୁବୁକୁ ସାଁସ ର କଲବଲେ ।
ସଏନବାର ଦିନେ
ଅନୁମାନ କରୁଥିଲିଁ
ଜୁତା ଖୁଲି, ଟାଏ ନଟ ଢିଲା କଲା ବେଲେ
ଦୁଇ ଚେରଟା ଫପସାଲା ଜୁହ୍ନାଁ ସପନ
ଉଲମି ଉଲମି ଝରିି ପଡିଥିଲେ
ତାକର ରଂଗ ପେନଚିଆ ହେଇଜଉଥିଲା
ତମର ଲାଇଟ ପେଗ ସାଂଗେ ।

ହେ ମୋର ବିନମୁହାଁ ରସିଆ !
ତମର ବଡା ମୁହଁ ମୁହଁ ଲାଗଲା
ସାନିଧ୍ୟ ର କାମନା
ଏଁଖ ବାଟେ ଉହଲିଗଲା ।

ରଏବାର ସକାଲେ,
ଛେଲ-ଢିଲା-ବେଲ ଲହଁକି ଜେଇଥିଲା ନ
ମୋର ମିସଡ-କଲ ର ଜବାବ ଦେଲ
ବସଲା ଆବାଜେ
ବେତାଲ ବାଗିର ଗପୁଥିଲ ‘ଗୁଟେ ଡଂଗର ର କଥାନି’ :

ଏକ ସହରେ ଗୁଟେ …,
ଅବୋ ଠବୋ କୁଜା ଡଂଗର ଥିଲା ।

ଦିନେକା ଗୁଟେ ନଥ
ସଖାଲ ର ବେଲ ବାଗିର ଫଏଲିଗଲା
‘ଫଗନୁ ର ଜୁଏଡ’,
‘ବୋଲ ବୋଲ ହିଟୁଥିବା
ବ୍ୟାକରଣ ମାସ୍ଟ୍ରେକର ସାଏକଲ ର ଚେନ’
ଆର ବି
‘ଝାପସା ଝାପସା ଛେଲ ମେଢି ଗେ ଦାମୁର’
‘ନଂଗଲୁ ନଂଗଲୁ ଛୁଆ’
‘ଖୁପା ଖୁସା ବେନି’
ଆର ତେହିଁ
ଗରିଆ ମଠିଆ, ଖପର ଛେନ, ପୁଆଲ ଛେନ ତୁଲିଆ
ତୁଲିଆ ତଲର ତାସ ଖେଲା
ଝାପସା କରିଦେଲା ଲୋକାଲ ବସ ର କୁହୁଁଲା ।

ଧଡ ଧଡ ଧଡ ଧଡ
ସୁଭୁଥିଲା ଛାତି
ରେଲ ର ଇଂଜିନ ଆର ବିଗୁଲ
ସବୁ ମୁହଁ, ସବୁ ଦୃସ୍ୟ
ଅକଲ୍ୟା, ଅଚିହ୍ନାର ।
ଭିଡ ଭିତରେ
ସେ ଉଁଚା ଡଂଗରେ
ଧୋବ-ଚିକନ-କଁ’ଲ ପରତ ପରତ ବରଫ
ହେଲେ ପତ୍ରେ ବି ଘାଁସ ର ପ୍ରସ୍ନ
ବିଲକୁଲ ଉଠେ ନେଇଁ !

ମାଁ ସମଲେଇ !
ଉଁଚା ଦେ, ଆକାସ ଦେ
ହେଲେ ଏତେ ବି ଉଁଚା ନି ଦେ
ମତେ ଠିଆ କରିଥିବା ମାଏଟ କେ ଛିଁବାର କେ
ଲୁହି ନି ପାରୁଥିମିଁ ।

ଜାନିଛ…?
ଗାଁ ବି ଗତାନୁଗତିକ ହେଇଜେଇଛେ ।

ନିଲିଆ ଆକାସେ କଲିଆ କୁହୁଁଲା
ନଏଦଗାର ଡେଗି ଏକଲା ଏକଲା
ଦେଇ ଆଏବା କେ ରାଗ
ଛେଲି ର ଫାସେ ବାଘ ।

ନୁଆଁ ପିଢି ଭାଗୁଛେ ସହର
ନୁରୁଛେ ଜିବନ
ଚକ-ଚକ-ସରଲିଲା-କଲା ଡାବର ରୁଡେ
ଆର ରୋଡ ତରା ର
ଧୁନ୍ଦରେଇ କରି ଉଲମି ପଡଲା
ପିଲ ଛାଟ ୟୁକାଲି ପଟାସ ର ଡାଲେ ।

ଦିରା ଖକୋ ହେଇ ଠଁକଉଛନ ତେଲ ଉପର କେ
ଅଛରେ ରୁକିଦେବା ବଲି ।
ହୁଦେ ସବୁ ବଛର ବାଗିର
ଘର ମୁହେଁ କଁଟା ଚିପ ବାଂଧି
ମେଲି ଦେଲେ ହାଇଦ୍ରାବାଦ
କି ରେପୁର ଆଡେ
ଲଖନୌ ଆଡେ
କିଏ କିଏ ତ ବିହା ବି ହେଇଗଲେ ।

ଆର ମୁଇଁ…
ମରି ମରି ତ ଜିଁ’ଛେଁ
ବୁଡବକ ସିବିଲଥ୧ଧ ବାଗିର
ଭେଲ ବଲି ବଲି
ଟଣେହି ର ସୁତା ବାଗିର
ଲମି ଜଉଛେ ସେଂଟିଆଗୋଥ୨ଧ ର ଆସ
ଧୋବ-ମନ
ରକତ ମଉସ ର ଦିହଁ ହଲଦ୍ୟା ହଲଦ୍ୟା
ଆର କଲା ଛାଏଁ; ଖାର ବାଗିର ଫିକା ବର୍ନିଆ
ସବେ ଏକଲା ଏକଲା
ଉକୁବୁକୁ ମନ ଦିଁହ
ଛାଏଁ ସାଂଗେ
ମିସି ମିସି ଏକା
ଜୁହ୍ନାଁ-ମୁର୍ଚାଖିଆ-ପୁଲା ଲୁହା-ନଲ
ପେନ ଅଉଛେ ଜଉଛେ ତ ଅଉଛେ ଜଉଛେ
ଆଡେ ଠାଡେ ବଂଧା ଛଂଧା ବଲି-ବତା
ଦରଗଢା କାଁଥି ର ଉଢାରୁ
ଆଲମାଲ କେଭେ ଜଦି
ଖିଲ ଖିଲ ଜନ ଉଦି ଆସେ
ଚିକ ଚିକ ଜରି ପାଉଚ
ଟିନକେନ, ଫଏଲ, ରେପର
ଆରୁ ଭଂଗା ବୁତଲ
ତେନୁ… ଲମି ଜେ ଛେଁ
ଡେରା ଢୋଲ, ବଂଧା ସିଲିଚକା
ଦିନୁ-ଦିନ ଜିରି ଜିରି ଜଉଥିବା
ପୁଡାଇଟା ର ବାଡା
ମୁର୍ଚା ଚରୁଥିବା ବାରି ର ଟିନ ଟେଟ
ବଢା କସ୍ଟେ ନେଇଁ ନେଇଁ ବଲି ବଲି ଖୁଲେ ।

ଆର ଜେନମାନେ ଲାପତା ଅଛନ
ସରକାରି କାଗଜ ପତର ନୁ
ସେମାନେ ଆଁଚେନ-ଢିଲା-ଗଂଧୁଆ-ଖଟେ
ପ୍ରାର୍ଥନା କରୁଛନ ମରନ କେ
ଟାଖିଛନ ସଂବୃଦ୍ଧି ର ଦୁତ କେ ।

ଉବଡ ଖାବଡ, ଖୁଣଖୁଣିଆ ସାଁକୁର ଖୁଇଲ
ଢାପଗୁଡୁଗୁଡୁ ଛୁଛା ଧୁଇଲ ।
ଜହ୍ନି, ସେମି, ତାଇ ଘୁରେନ ଡେଗି
ଆଖି ପାଖି ଠାଡ ନେବେ ପର୍ଘେଇ ।

ଗାଁ ର ହୁଦା ହୁଦା ଲୋକର କୋକୋମନା,
ଚୁର୍ନି ନଲାଥି ଉଲଚି ଉଲଚି
ପୁଲା ଚେରପେଟିଆ ଛେଦି ପାଛରି
ଗଜରାବାର ଆଘୋନୁଁ
ଗମା ମାରି ଦଉଛେ ଜୁହ୍ନାଁ ସପନ
ତବବି, ମଂଦେ ଫପସାଲା ଆସ ତୁପି ଦେଖୁଛେଁ
ହରଘଡି ଦରପୁଡା ଦରଭିଜା ହଉଛେଁ ।

ଛତନେଇ ଜିବା ବଲି ତେଲେନ ଢାଁପିଛେଁ
ଛିନା ଛକା ଲୁକନ୍ୟା ଚାଖି
“ଏକ ସହରେ ଗୁଟେ ରଜା… ଥିଲା” ବେଡବେଡେଇଛେଁ ।

ଉପକି ଆଉଛେ ଜୌବନ
ପାହାଥି ପିର୍ରିଥି ବାହାଥି ଛାତିଥି
ଲେତି ର ନ୍ୟୁତା
ଫେଫଲେଇ ଜେଇଛେ ସମିଆଁ
ଗୁହେର ଅଚେତେ
ଭେଦି ଭେଦି ବୁଥ ବୁଥା
ଘୁଗିଏନ ର କଲା ସୁଜି
ଟପ-ଟାପ ହାଲ-ହାଲ
ଫେରବି ଉସତ ର ବରାତି ।

ତମର ବରାତେ,
ମନ ପବନ ଘୁଡା ରଥ ଘିଚୁଥିଲା
ଝାର ଝୁମୁଥିଲା, ଝରନ ଗଉଥିଲା
ନଏଦ ଉତକି ପଡୁଥିଲା
ତରା ମୁଲ ମୁଲ ଭଦ୍ରଲୋକ ବେଲେ
ଜନ କରୁଥିଲା ଉଜାଲା ।

ଆର ଅଚାନକ…,
ହିଂଗୁଲ ଦେଇଥ୩ଧ ର ଉମେହି ନୁ
ଉଠି ଏଇଥିଲେ ମାଗପୁନି କେ
ରିଝି କରି ଅଇସାନି ଛାଡିଥିଲା ବାଟ
ପାଂଗନ-ନାସନ ପେସେନ-ଦୁସେନ
ଖିଲପିଚ, ଛଏଁରା ।

ଜେନ୍ତା ବଅରା
ଗଛ-ଖୁଟ, ନଏଦ-ନାଲା, ଡଂଗର-ପର୍ବତ
ଆର ମୋର ନୁ
ଦୁରିଆ ଦୁରିଆ ଭାଗୁଥିବା ର ମୋର ଚେହେରା ।

ମାଡି ଆଏଲା ଗରେଲ
ଲାଗିଗଲା ଜୁଏ ସମୁଦ୍ର ନେ
ଡଂଗର ମାନେ ଘୁଡଘୁଡି ଜଉଛନ
ବାଦଲ ମନେ ଫାଟି ଫାଟିି ଥପ ଥପ ଥିପୁଛନ
ଉଦା ଉଦା ସପନେ
ତମେ ସେ ଦିନେ
ଲତପତ ରକତ ର ଉସେ
କୁହୁଡିଆ ପାଗେ
ଲଢୁଥିଲ ନଏରୁତ କୁନେ ।

ଅଇବନ୪ !
ଭଣାରକୁନେନ ବାଲ ଝାରିଦେବା
କୁଦ୍ୟାଲ ଦର୍ହ ଗୁଂଜରି ଉଠବା
ଦ୍ୱାରସୁନି ବି ସୁନବା
ଆଠ-ମାରନ ସୁଲ-ପାଂଗନ
ବସ କରି ନେମି ଇ ଥର ।

ହେ, ଜୁଦ୍ଧବର୍ନ୍ୟା-ମନ ର ରଜା !
ନିସ୍ତେଜ ଚେହେରା
ଲମା ଲମା ସାଁସ
ଆର ଆଁଖଲ ନଦି ର ଧାରା
ଦରଦ ଦରିଆ ନ ସବ୍ଦ ବନା
ଅଦର୍ବା ବାସି ବାସି ସିଗବିଗା ଲାଗୁଛେ
ନିସୋସ ନିସ୍ତେଜ ଜିବନ ଟା
ତଗଲି ପଘଲି ଜେତା
ଇ ଟାନ ଲୁଥା ଲୁଥା ମଉସ ।

ଦରଦ ବ୍ୟକ୍ତିଗତ
ଦରଦ ର ତିବ୍ରତା ଅବ୍ୟକ୍ତ !

କେଭେ ଜୁଡା ପରବତ ଫୁରଂଗଲ ଚଢି
ଲାଲ ମୁଡିଆ ବେଲ ଅଉଛ ମାଡି
ଥମଲା ଥମଲା ସାଁସେ
ଜେତେ ଗହକି ସେତେ ସୌକ
ମେଲା ମନ ବଖ୍ରା ଥି
ଆକାର ଆକୃତି ଚିତ୍ର ଥି
ଥାପି ଚଉତି ଚଉତି
ତମର ଆଦେସ ତମର କଥା
ଭରି ଜଉଛେ ଛାତି ।

ଦିନ ଭଏର, ଜିବନ ଭଏର
ତମର ସପନେ ମିରକିଟିଆ ରହିଥିମିଁ
ଚଟା ନୁ ପତର ଅଲଗଟିଆ କରି
ଦିରା ଭାତ ଦେଲ, ଥିପେ ଗେ ଘି ଲେପି ଦେଖୁଥିମିଁ
ଆର ସଖାଲୁ ସଖାଲୁ କପେ ଗୁରସ ଚାହା ନେଇଦଉଥିମିଁ
ଭେଲ ତମେ ଝୁମରା ନୁ ଉଠି ଆଏବ ବଲି ।

(୧) କ୍ୟୁମେନ ସିବିଲ, ଗ୍ରିକ ପୌରାଣିକ ଚରିତ୍ର । ଏପୋଲୁ ନୁ ହଜାରେ ବଛର ର ଜିବନ ଆରୁ ଦୈବିସକ୍ତି ବରଦାନ ପାଇଥିଲା । ହେଲେ ହମିସା ଜୁବା ରହେବାର ଲାଗି ବର ମାଗବାର ଭୁଲିଜେଇଥିଲା । ସେସ ଜିବନ ରୋପ ବଦଲଉଥବା ର ଅସୁରେନ ବାଗିର କାଟିଥିଲା ।
(୨) ସେଂଟିିଆଗୋ-“ଦି ଓଲଡମେନ ଏଂଡ ଦ ସି” ଉପନ୍ୟାସ ର ନାୟକ-ଗୁଟେ ବୁଢା କଉଁଟ ଜିଏ ଚୌରାସି ଦିନ ତକ ପଟେ ବି ଝୁରି ମାରି ନି ପାରି ତଥାପି ବି ଫି ଦିନ ବାହାରି ପଡବା ଗଖା ଝୁରି ପଟେକର ଆସେ ।
(୩) ଅଗନି କୁନା ର ଦେବି ହିଂଗୁଲ ଦେଇ । ଗାଁ ପଦର ଭିତରେ ଥିବାର ଅସୁବ ସକ୍ତିମାନକେ; ଡୁମା, ମସାନ,ଭୁତ, ଜୁଗନି ଆରୁ ରୁଗି, ଜୁଗିମାନେ; ଉଡେଇ ନେଇକରି ହିଂଗୁଲଦେଇ ର ଉମ୍ମେଇ ଥି ଚାପି ଦେସି ।
(୪) ଅଇବନ ରଜା କୋସଲି ଲୋକ କଥା ର ଝନେ ପରମବିର । ଚଉବନ ପର୍ଗନା ବଜରଗଡ ରାଏଜେଁ ଅଇବନ ରଜାଥିଲେ । ତାକର ମଂତିରି ନାଁ ଜଏବାନ, କଟୁଆଲ ର ନାଁ ସାଏବାନ ଆରୁ ଘୁଡା ର ନାଁ ଲାଏବାନ । ସାରଂଗଗଡର ଜେମା ନିଲାଦେଇକେ ବିହା ହେବାର କାଜେ ରଜା ଜୁଧ କରିଗଲେ । ପହେଲା ଜୁଧ ଥିଁ ହାରିକରି ଫିରି ଆଏଲେ ଆରୁ କୁଦ୍ୟାଲ ଦର୍ହଥି ଦ୍ୱାରସୁନି ଦେବି କେ ସେବାକଲେ । ଦେବି ରଜା କେ ଘୁଡା ଆରୁ ଖଣାଁ ଦେଲେ ଆରୁ ବଏଲେ, “ଇ ଥର ଜା ପୁତା ! ନିସଚେ ଜିତି କରି ଆଏବୁ” । ରଜା ସେ ଘୁଡାଥି ଚଢଲେ ଆରୁ ସେ ଖଣା ଧରିକରି ଫେର ଘାଏ ଜୁଦ୍ଧ କରିଗଲେ । ଇଥର ଜିତଲେ ଆରୁ ନିଲାଦେଇ କେ ହରି ଆନଲେ । ସାରଂଗଗଡ ର ରଜା ଇ ଅପମାନ କେ ସହି ନେଇଁ ପାରି କରି ଅଇବନ ରଜା କେ ମରାବାର କାଜେ ଗୁଟେ ଗୁନିଆଁ କେ ଧରଲେ । ଗୁନିଆଁ ବାର ଥର ଅଇବନ ରଜା ର ଉପର କେ ବାହନ ପେସଲା । ନିଲାଦେଇ ସତିଥିଲେ ବଲି ତାକର କିଛି ନେଇଁ ହେଲା । ସେସକେ ନିଲାଦେଇ ଗମାଂଗଗୁରୁ (ଝନେ ତାଂତ୍ରିକ) ଠାନେ ତଂତ୍ର ବିଦ୍ୟା ସିଖଲେ । ଆଠମାରନ-ସୁଲ-ପାଂଗନ ବିଦ୍ୟା କେ ଆଏତ କଲେ । ଇ ବିଦ୍ୟାର ବଲେଁ ସେ ତାକର ପିତରୁ କୁଲ ର ଇସ୍ଟଦେବି କେ ବସ କଲେ । ତାକର ବାପ ସାରଂଗଗଡ ର ରଜା ମହିବନ ସିଂକେ ଦୁରବଲ କରିଦେଲେ । ମହିବନ ସିଂ ଅଇବନ ରଜା ର ଠାନେ ହାରିକରି ବିର ଗତି କେ ଗଲେ ।

Previous ArticleNext Article