Art & Culture, Entertainment, Home

ନାଟୁଆ: ସାକେତ

Spread the love

ପାଖାପାଖି ତିରିସଫୁଟ ହେବା ଲମେ ଆର ପଂଦରଫୁଟ ଜାଏକ ଉସାର ହେବା ଇସକୁଲର ଇ ତରାର ବଖ୍ରା । ହେଟା ଆଖଡାସାଲ ଆଏ ସେମାନକର ।
ମାସ୍ଟ୍ରେ ଆଖଡାସାଲର ସିକଲା ଖୁଲିକରି ଲାଇଟ ଜଲେଇଦେଲେ । ସାଠେ-ପାୱରିଆ ବଲ କୁଠାଟାକେ କଁଟକେ କଁଟ ନାପଲା ବାଗିର ଉକିଆ କଲା । ମାସ୍ଟ୍ରେ ବିରକ୍ତ ହେଇ ଜଉଥିଲେ, “କେନ୍ତା କିସମରଟା ଗୁଡାଦୁ ବୋ ଇମାନେ, ଟିକେବି ସମିଆ ଗ୍ୟାନ ଜନାନାଇଁ ଜେ । ଛିସ, କେହିଁ ଏନ୍ତାଟା ଗୁଡାଦୁ କୁ ନେଇକରି ନାଟ କଲିଁ ଜେ” ।
– ହେତାର ଦୁକାନେ ଟିକେ ପାନ…
– ଦେଖ ଆର ଦୁଇଦିନ ଗଲେ ଡ୍ରାମା ସ୍ଟେଜ ହେବା, ଆର କେତେନିଟେ ଜିନିସ ବାକି ଅଛେ ତାଏଲ କରବାର କେ । ସବେ ଆଏଲନ, ନିର ଜେ ?
– ଟିକେ ଛାଡିକରି ଆଏବା ପରେ ତାର କେଁ କାମ ଅଛେ ।
– କେନ୍ତାକରି ରିହେରସେଲ ହେବାସେ, ଜଣେବି ନି ରହେଲେ ଡ୍ରାମା ହେଇନି ପାରେ ନା । ଆଏଜ ଦିନ ଜାଏକ ଜେତକି ରିହେଲସେଲ ହେଲାନ, କେଭେବି ଥରେ ଠିକସେ ନି ହେବାର ତାଏଲ । ବେଲେ କାଣା କରମା ଇହାଦେ ?
– ଜେତକି ଲୋଗ ଅଛୁଁ ସେମାନକରଟା କରୁଁ, ହେ ଆଏଲେ ଫେର କରମା ।
– କର ।
ମାସ୍ଟ୍ରେକର ମନ ବୁତରି ଗଲା ବାଗିର ଲାଗଲା । ହେନ୍ତା ଅଧାଲୁକେ ରିହେରସେଲ ମୁଲ ହେଲା ।
“ଆସିଥିଲିଁ ହରିଣଟେ ମାରି
ନାଇଁ ପାଏଲିଁ ହରିଣଟେ ଅଥା ନୁରି ନୁରି”
– ନାଇଁ ନାଇଁ ହେନ୍ତା ନାଇଁ । ଇ ଆଡେ ଦେଖ । ଆଗକେ ଜା’ନୁ । ଦେଖ ଏନ୍ତା ଆଏବୁ । ତୁଇ ଆସୁଛୁ ଜେ ଅଡିଏନ୍ସକେ ପଛ କରିଦଉଛୁ । ଗୁଟେ କଥା ମନେରଖବ ଜେ, ଆମେ ନାଟ ଲୋକକୁ ଦେଖାବାର ଲାଗି କରୁଛୁଁ, ଲୁକାବାର ଲାଗି ନୁହେଁ । ଆରଥରେ ଆ । ବେସ ବେସ, ହରିଣକେ ନୁରି ନୁରି ତୁଇ ହେ ଗଛତଲ ଜାଏକ ଆଏବୁକି ସେଆଡୁ ସକୁନ୍ତଲା ତାର ସଖିମାନକର ସାଂଗେ ଆଏବା । ସକୁନ୍ତଲା ଜେ?
– ହେ ଘାଏ ସକୁନ୍ତଲାରଟା କରିଦଉଥଉ ।
– ସବୁବେଲେ ଗୁଟେ ହେନ୍ତା କରିହେବା । ଘଡେଛନେ ସିନେ । ଇହାଦେ ତାର କେତେଟା ନୁଆଁ ସିଚୁଏସନ ଆର ଡାଏଲଗ କରା ହେଇଛେ । ପ୍ରକ୍ସି କଲେ ସେ ଜାନବା କେନ୍ତା କରି ? କେନ୍ତା ହେଇଛେ ଜାନିଛ । ଇନ ଗଛତଲେ ଦୁସ୍ମନ୍ତ ଠିଆ ହେଇଛେ । ସେଆଡୁ ସକୁନ୍ତଲା ତାର ସଖିମାନକର ସାଂଗେ ଗାଧିକରି ଆସୁଛେ । ସବେ ଖାକେ ମଠିଆ ଗୁଟେ ଗୁଟେ ଧରିଛନ ଆର କଥା ହେତେଲ, ହଁସତେଲ ଆସୁଛନ । ଆର୍ଟ ଡାଏରେକ୍ଟର ଟିକେ ଧ୍ୟାନଦିଅ; ସକୁନ୍ତଲା ଆସୁଛେ, ଆକାସର ରଂଗ ବଦଲି ଜଉଛେ । ନିଲିଆଟା ଧିରେ ଧିରେ ଇନ୍ଦ୍ରଧନୁ ବାଗିର ସାତରଂଗିଆ ହେଇଜଉଛେ । ଜଂଗଲଟା ଜାକର ଜିବଜଂତୁ, ଗଛଖୁଟ, ଡଂଗରଝରନା, ଚେରେଚିରଗୁଁଲ ଭୁଲିଜେଇଛନ ନିଜର ନିଜର ରଂଗ ଆର ମାଖିଛନ ରଂଗରଂଗିଆ ଫଗୁ । ମ୍ୟୁଜିକ, ଝୁମେର ଟାଇପର ଏନ୍ତା କାଣା ଗୁଟେ ବଜଜେ ଜେନ୍ତା ସକୁନ୍ତଲାକେ ସବେ ଟାକିଛନ, ଆର ସକୁ ଆସୁଛେ କି ସାରା ଜଂଗଲ ନାଚି ପକଉଛେ । କିହେ କାହାରିର କଥା ସୁନବାରକେ ଆର ନେଇନ । ସତେ ଜେନ୍ତା କାଏଁ ନିସା ଲାଗିଛେ ଜେ, ସବେ ନିଜର ନିଜର ଧୁନଥି ମାତିଛନ । ଲାଇଟ, ସୁନ, ସକୁ ଗୁଟେ କବିର ସପନ; ଆସୁଛେ । ଜେନ୍ତା କଢଟେ ନୁ ଫୁଲଟେ ଫୁଟୁଛେ । ସକୁର ଆଏବାର ଆଘୋନୁ ଚାର୍ହିଆଡ଼ ଅଂଧାର ଥିଲା । ତାପନେ ଆସୁଛେ କି ଚାର୍ହିଆଡ଼େ ଧିରେ ଧିରେ କରି ଉକିଆ ହଉଛେ । ଜେନ୍ତା ସକୁ ସତେ ବେଲ ଆଏ ଉଦୁଛେ । କେତେ କେତେ କଥା ଭାବିଛେଁ ଆର ଏନ୍ତା କଲେ ହେବା ? ମାସ୍ଟ୍ରେ ଗୁଟେ ସାଁସେ ସବୁ କହିଦେଲେ ଆର ଲମା ସାଁସଟେ ନେଇକରି କାଁଥିଥି ଫେରଥରେ ଉଧେଇ ହେଲାବେଲକେ ନିର ଆଖଡାସାଲର ଦୁଆରବଂଧେ ଚପଲ ଖୁଲୁଥିଲା । କିଏ ଗୁଟେ ବଏଲା, ‘ଆଏଲେ ଲାଟସାହେବ’ । ମାସ୍ଟ୍ରେ ନିରକେ କିଛି ନାଇଁ କହେଲେ ହେଲେ ତାର ସୁକେ ସୁକେ ଦୋସିଟେ ବାଗିର ସଫେଇ ଦେଲା ।ତଥାପି ବି ମାସ୍ଟ୍ରେ କିଛି ନାଇ କହେଲେ । ମାସ୍ଟ୍ରେକର ତୁମ ପଡବାରନୁ ସବେ ବୁଝିଗଲେ । ଚୁ ଚାପ ସବେ ନିଜର ନିଜର ପୋଜିସନ ନେଇଗଲେ । ମାସ୍ଟ୍ରେ ସମକୁ ନଜରେ ଦେଖି ନେଇ ସ୍ଟାର୍ଟ ବଏଲେ । ରିହରସେଲ ମୁଲ ହେଲା ।
– ଧର ଧର ଧର ଧର
ମାର ମାର ମାର ମାର
-ମୁନୁସକେ ହଏରାଣ କରୁଛେ ଛାର ହରିଣ ଛୁଆଟେ
– ଧର ଧର ଧର ଧର
ମାର ମାର ମାର ମାର
– ଆସିଥିଲିଁ ଇ ଜଂଗଲକେ ହରିଣଟେ ମାରି
ନାଇଁ ପାଏଲିଁ ହରିଣଟେ ଅଥା ନୁରି ନୁରି ।

ସୋଜହେଲେ ମାସ୍ଟ୍ରେ ଠିକଅଛେ, ଏତିକି ଦୁର ଠିକଅଛେ ବଲିକରି ବାକି ଲୋକର ମନ ଭୁରତେଇ ଦେସନ । ହେଲେ ମନ ତାକର ଦାନଛିନୁ ବାଭନ ବାଗିର ଆର ଆର ବଲି ଖୁନଖୁନଉ ଥିସିନ ।

ମାସ୍ଟ୍ରେ ଠିକା ବୁଝସନ ଆର୍ଟିସ୍ଟମାନକର ମନର କଥା । ସେମାନେ ବୋର ହେଇଗଲେ କି ଛୁଟିଆ ବ୍ରେକଟେ କଲେ । ଗୁଟେ ଗୁଟେ କରି ସଭେ ପଲେଇ ଗଲେ ଜିଏ ଜାହାର ମାର୍ଗେ । ଛୁଟିଆ କାମଟେ ନୁ ବି ଟିକେ ଉସ୍ତାର ପାଏଲେ ବଢେଟେ ଉସାସ ଲାଗସି । ହେଲେ ମାସ୍ଟ୍ରେ ହେନ୍ତା ବସି ରହେଲେ ଆଖଡ଼ାସାଲର କାଁଥିଥି ଉଧେଇ ହେଇକରି । ବାକି ମାନକର କାଣା ଜଉଛେ ନାଟ ରିହେରସେଲ ହେଲେ କି ନାଇଁ ହେଲେ । ସେଟା ଡାଏରେକ୍ଟରର ମୁଡ଼ଦୁଖା ।

ମାସ୍ଟ୍ରେକର ଆଁଖି ଆଁଖେ ସପନ । ସେ ନାଟ କରତେ । ଦେଖେଇ ଦେତେ ନାଟଟା ଖାଲି ମନଭୁର୍ତା ଜିନିସ ନୁହେ । ଇଟା ଜିବନର ସତ ଆଏ । ନାଟୁଆ ମାନେ କମ ନୁହନ ଗୁଟେ ଗୁଟେ ଦେବତା ଆର ସବୁ ସ୍କ୍ରି୍ଟ ଗୁଟେ ଗୁଟେ ଗିତା, ବାଇବେଲ କି କୁରାନ । ତାହାକୁ ଲାଗସି, ତାହାକୁ କିହେ ବୁଝିନି ପାରବାର । ରିସେ କେଚରେଇ ହେସନ । ଉକୁବୁକୁ ଲାଗସି ତାହାକୁ । କଲବଲ ହେସନ ଛୁଆକର ବାଗିର । ସତେ କିଏ ତାକର ସପନର କୁଲିହାଘରକେ ଧସକେଇ ବିଦରେଇ ଦଉଛେ । ସେ ସେ କଥାକେ ଅହରହ ଇଁଚରଉଛନ ନ । ଗୁଂଦଲେଇ ହଉଛନ । ମନେ ମନେ ପୁଟପୁଟେଇ ହଉଛନ । ଜାହା ଭାବୁଛନ କାହାକେ କହି ନେଇପାରବାର କି ସେ ଭୁଲି ନି ପାରବାର । ମନେ ଆଉ କିଛି ନେଇଁ ଗୁଟେ ଭାବନା; ସେ ନାଟୁଆ ନାଟ କରବେ । ଆଏଁଖ ଆଗାଡ଼େ ଝଲସି ଜଉଛେ ଗୁଟେ ଗୁଟେ ସିନ ମନେ ଭାବଲାଟା । ଆର ସେ ହଜି ଜଉଛନ ସେ ଭିତରେ । ନିସା ଲାଗିଛେ ନାଟର ନାଟୁଆକେ । ବଜା ତାର ସୁକେ ସୁକେ ବାଜୁଛେ ଭରନି ପାର । ବଜାର ସୁରେ ସୁରେ ବଦଲୁଛନ ମାସ୍ଟ୍ରେ । ମାସ୍ଟ୍ରେକର ଦିହଁର ରଂଗବରନ ବଦଲି ଜଉଥିଲା; ବଦଲି ଜଉଥିଲା କପଡ଼ାଲତାନୁ । ସାଠେ-ପାୱରିଆ ବଲର ଉକିଆଥି ବି ମାସ୍ଟ୍ରେକର ଦିହେଁ ଉବକିଲା ଚିହ୍ନାମାନେ ଫଟିକ ବା’ରି ହଉଥିଲା । କପାଲଫୁଲି ଜେଇଥିଲା, ମେଛା କର୍ରା କର୍ରା ମେଛା, ଚଣେ ରଜାର ହଁସି, ମୁଡେ ମୁକୁଟ, କାନେ କୁଂଡଲ, ବେଁକେ ମାଲି, ବାହାଥି ବାହାଟି, ଛାତିଥି କବଚ, ଅଁଟାଥି ଅଁଟାପଟି ସବୁ ସବୁ ବଦଲି ଜେଇଥିଲା । ମାସ୍ଟ୍ରେ ରଜା ବାଗିର ଦିସୁଥିଲେ । ସ୍ୱଏକାଦ ତାକର ନାଟ ‘ସକୁନ୍ତଲା’ର ଦୁସ୍ମନ୍ତ ରଜା ବାଗିର ।

ବଜାର ସୋର ବଦଲି ଜଉଥିଲା । ଦୁସ୍ମନ୍ତ ହରିଣକେ ନୁରି ନୁରି ଅଥା ହେଇ କରି ଗଛତଲେ ଟିକେ ଥାକିଛେ ବେଲକେ ସକୁନ୍ତଲା ଧିରେ ଧିରେ ତାର ସଖିମାନକର ସାଂଗେ ଆସିଛେ । ସକୁନ୍ତଲା ତାର ଦୁହି ସଖିମାନକର ମଝି ଜୁଡେ କଅଁଲି ପତର ଭିତରେ କଢଟେ ବାଗିର ଦିସୁଛେ । ଖାକେ ମଠିଆ ଧରିଛନ, କଥା ହଉଛନ ଆର ହଁସୁଛନ । ସେମାନେ ଆସୁଛନ । ରଂଗ ବଦଲି ଜଉଛେ ଆକାସର, ଗଛର, ଖୁଟର, ଡଂଗର , ଝରନା ସମକିରର । ଜଂଗଲ ଜାକିର ଝୁମିଡୁଛନ ଇ ଅବେଲର ଫଗୁନଥି । ପି’ଛନ ନିସାକି କେନ୍ତାଜେ ନାଚୁଛନ ବେସୁରିଆ ହେଇ । ରଜା ଦୁସ୍ମନ୍ତ ସକୁନ୍ତଲାକେ ଦେଖିକରି ନିଜକେ ପାସରି ଦଉଥିଲା । ତାହାକେ ସୋସକଲା । ଦୁସ୍ମନ୍ତ ସକୁନ୍ତଲାକେ ପାଏନ ମାଗଲା । ସକୁ ଖାକର ମଠିଆନୁ ପାଏନ ରୁକିଦେଲା । ଦୁସ୍ମନ୍ତ ଆଁଠୁାରିକରି ପାଏନ ପୁଥିଲା, ଦେଖୁଥିଲା । ପାଏନ ପୁଥିଲା ଦେଖୁଥିଲା ସକୁନ୍ତଲାକେ ଜେ ଚାର୍ହିଆଏଁଖ ଗୁଟେ ହେଇଗଲା । ପି’ଲା ଅମୃତ କି ନିସା ଜେ ହଜି ଜାଇଥିଲା ତ ହଜିଜେଇଥିଲା ଜେ ଆର ହଜିଗଲା । ମାସ୍ଟ୍ରେ ଭୁଲି ଜଉଥିଲେ ଘରଦୁଆର ଲୋକବାକ, ବଂଧୁବାଂଧବ ପରାପାଟ ଗାଁସହର ସବୁ ।

Previous ArticleNext Article