Agriculture, Government & Politics, Home

ନବୀନ ଲୋନ ଛାଡ କାଏଁଜେ ନାଇଁ କଲେ ?

Spread the love

ଡିସେମ୍ବର ୧୧ ତାରିଖ । ୫ ଟା ରାଜ୍ୟର ନିର୍ବାଚନ ଫଲାଫଲ ଆସଲା । ୩ଟା ବଡ ରାଜ୍ୟରେ ବିଜେପି କେ ହରେଇ କରି କଂଗ୍ରେସ ସରକାର ଗଠନ କଲା । ସରକାର ଗଠନ କରୁନ ସାଏର ନିର୍ବାଚନ ବେଲେ ଦେଇଥିବା କଥା ରଖିକରି କଂଗ୍ରେସ ଶାସିତ ରାଜ୍ୟ ମଧ୍ୟପ୍ରଦେଶ, ଛତିିସଗଡ, ଆର ରାଜସ୍ଥାନ ରେ ଚାଷୀ ଲୋନ ଛାଡ, ବୋନସ, ରାଜ୍ୟର କଂପାନୀ ମାନକୁ ୭୦% ସ୍ଥାନୀୟ ନିଯୁକ୍ତି ଆଦି ଲାଗୁ କରିକରି କଂଗ୍ରେସ ୨୦୧୯ ଲାଗି ମାହୋଲ ବନାବାର ମୁଲ କରିଦେଇଛେ ।
୨୦୧୯ରେ ହେବାର କେ ଥିବା ସାଧାରଣ ନିର୍ବାଚନ ସାଂଗେ ଓଡିଶା ବାଗିର ରାଜ୍ୟ ମାନକର ନିର୍ବାଚନ ବି ହେବା । ନିର୍ବାଚନ ଆଘୋନୁ ଭୋଟର ମାନକୁ ଲୁଭାବାର ଲାଗି ସରକାର ଭିନେ ଭିନେ ଯୋଜନା ଘୋସଣା କରସନ । ଛତିିସଗଡ ଆର ମଧ୍ୟପ୍ରଦେଶର ନୁଆଁ ସରକାର ର ଚାଷ ଲୋନ ଛାଡ, ୭୦% ସ୍ଥାନୀୟ ନିଯୁକ୍ତି, ଧାନ ର ଦାମ ବଢାବାର, ଆଦି ଜାତୀୟ ଗଣ ମାଧ୍ୟମରେ ଚହଲ ପକେଇଛେ । ତାର କାରଣ ହଉଛେ, କଂଗ୍ରେସକେ ଜେନ ବିଶ୍ୱାସ ମିଲିଛେ ସେ ବିଶ୍ୱାସକେ ବନେଇକରି ରଖବାର କେ ଚାହୁଁଛେ । ଆର ୪ ମାସ ଗଲେ ହେବାରକେ ଥିବାର ସାଧାରଣ ନିର୍ବାଚନରେ ସେ ଭାବମୁର୍ତି ନେଇକରି ଫେର ଭୋଟ ମାଗବା । ରାଜ୍ୟରେ ତ ସରକାର ବନିଗଲା କେନ୍ଦ୍ରରେ ବି ସରକାର ବନାବାର ଲାଗି ସେ ଭାବମୁର୍ତି ନିହାତି କାମ ଆଏବା ।
ହେଲେ ଓଡିଶା ସରକାର କେନ୍ତା ଚାଷ ଲୋନ ଛାଡ, କି ବୋନସ ନାଇଁ ବଢାଲେ କି ବେକାରୀ ପିଲା ମାନକର ଲାଗି ନିଯୁକ୍ତି କେ ନେଇକରି କିଛି ଘୋଷଣା ନାଇଁ କରବାର ଚର୍ଚା ର ବିଷୟ ହେଇଛେ । ଯେତେବେଲେ କି ରାଜ୍ୟର କଂଗ୍ରେସ ସଭାପତି ନିରଂଜନ ପଟନାଏକ କଂଗ୍ରେସ ଶାସନ କେ ଆସବାର ୫ ଘଂଟା ଭିତରେ ଚାଷ ଲୋନ ଛାଡ କରବା ଆର ସୋଲାର ପଂପ ଦେବାର ବି କହିଛନ । ସେ ସମାନ କଥା ବିଜେପି ତରଫ ନୁ ଧମେନ୍ଦ୍ର ପ୍ରଧାନ ବି ସରକାର ବନାଲେ ଚାଷ ଲୋନ ଛାଡ କରମୁଁ ବଲି କହିଛନ । କିନ୍ତୁ ତାର ପଲଟିଆ ବିଜେଡି ସରକାର କିଛି ଜୁନହା ଯୋଜନା କେ ମିଶେଇକରି ଚାଷୀ ମାନକର ଲାଗି ୧୦୦୦୦ କୋଟି ର କାଲିଆ ଯୋଜନା ଘୋଷଣା କରିଛନ । ଭଲକରି କାଲିଆ ଯୋଜନା କେ ଦେଖଲେ ମୁଟାମୁଟି ଭାବେ ଜନାପଡସି ଚାଷୀର ବେଂକ ଖାତାରେ ଇହାଦେର ଲାଗି କିଛି ପଏସା ପକେଇ ଦିଅ । ତାର ମନ ଭୁର୍ତିକରି ରହୁ ।
କଂଗ୍ରେସ ଆର ବିଜେପି ର ଲୋନ ଛାଡ ଜବାବରେ ଗୁଟେ ହଲକା ଜୁନହା ଅଦରକାରୀ ଯୋଜନା ଘୋଷଣା କରବାର କାରଣ ହଉଛେ ନବୀନ ପଟନାଏକ କଂଗ୍ରେସ ଆର ବିଜେପି କେ ରାଜ୍ୟରେ ଗଂଭୀରତାର ସହିତ ନାଇଁ ନେବାର । କାଲିଆ ଯୋଜନା ଘୋଷଣା କଲାବେଲେ ବି କହେଲେ, ମୋଦି ଜେତକି କଥା ୨୦୧୪ରେ କରମି ବଲି ଲୋକକୁ ପ୍ରତିଶୃତି ଦେଇଥିଲେ ସେ ଭିତରୁ ଗୁଟେ ବି ନାଇଁ କରି । ଆର ରାଜ୍ୟ କଂଗ୍ରେସ ର ଇହାଦେର ଥିତି ଦେଖିକରି ବୋଧେ ଅନଦେଖା କରିଦେଲେ । କଂଗ୍ରେସର ନେତୃତ୍ୱ ସେହି ନିରଂଜନ ପଟନାଏକ କର ହାତେ ଅଛେ ଜିଏ ଥରେ କହିଥିଲେ, “ନବିନ ପଟନାଏକ କର ଲାଗି ମୁଇଁ କଂଗ୍ରେସର ସଭାପତି ବନିଛେଁ” ।
ଜଦି ଛତିସଗଡ ଆର ମଧ୍ୟପ୍ରଦେଶରେ ଜେନ୍ତା ହାତେ ଗଂଗାଜଲ ଧରିକରି କଂଗ୍ରେସ ର ନେତା ମାନେ ଚାଷ ଲୋନ ଛାଡ କରବାର କିରିଆ କରି ଲୋକର ବିଶ୍ୱାସ ଆର ଭୋଟ ଜିତି ପାରିଥିଲେ ସେନ୍ତା କିଛି ହେଲେ କିଛି ବି ହେଇପାରେ । ରାଜନୀତିରେ କିଛିବି ହେଇପାରେ । ରାଜନୀତି ସଂଭାବନାର ଖେଲ ଏ ।

Previous ArticleNext Article