Art & Culture, Entertainment, Home

ଦର୍ଜିବୁଢାର ମରନ କଥା : ସାକେତ

Spread the love

କୁକ୍ରାଡଖୁଁ ରଡି ରଡି କାଂଦୁଛେ ଜେ କାଂଦୁଛେ ନ । କାଣା ହେଲା ବଲି ଦର୍ଜିବୁଢାର ବାଟର ପରଛି ଗଜଗଜେଇ ଜଉଛେ ଲୁକେ । ବୁଢା-ବୁଢି, ମାହେଜି-ମୁନୁସ, ଛୁଆ-ପିଲା ଅଉଛନ ଜଉଛନ ଆର ଦର୍ଜିବୁଢା ସମକୁ ବୋଲ ବୋଲ କରି ଗଲାରାତିର ସେ ସେ କଥାକେ କହୁଥାଏ, “ମୁଇଁ କାହୁଁ ଜାନତି ନେହେଲେ, ହେ କୁକ୍ରାଡଖିଆ ପାସ ପାସ ଭଟାକେ ଟିକେ ବାହାରିଛେଁ ବେଲକେ ତ ଲାଲ ଚହ ଚହ ଘୁଡାଥି କିଏ ଗୁଟେ ଜେ ଏକବାରି ଉଚାଁପୁରା ହେଇ ଝମକରି ଫିକିହେଲା ଆର ଧଏଲା ଲବାନ କି ତ ଏଖେ ଗୁଟେ ସରପଟକେ ଉଭାନ । କାଣା ହେଲା କାଣା ନେଇଁ ବଲି ଝୁମରାର ସୁରେ ଧଂଦି ହଉଥାଏଁ ବେଲକେ ସୁଲକି ଆଡୁ ସୁବୁକ ସୁବୁକ କାଂଦି ସୁଭଲା । ପାସକେ ଜେଇ ଦେଖଲିଁ କି ତ ଧୁଏଲ ସରସର ହେଇ ତରାକେ ଅଜେଇ ହେଇ ପଡିଛେ । ଇ ଫାଲ ଇତାର ଜେ ହୋସ ନେଇଁ । ସେନୁ ତତାପନା ବୁହି ଆନଲିଁ ଆର ମୁଡେ ପାଏନ ଟିକେ ଛୁପା ଛୁପି କଲିଁ ବେଲକେ ତେନେ ଜେଇ ହୋସ ଏଇଛେ ।” ଦର୍ଜିର ଘରେ ଜେତେ ଢୁଁଡି ହେଇଥିଲେ ସମକିରର ମନେ ନାନା ଭାବନା; ଇହାଦେ କେନ୍ତା କରୁଛେ ଦର୍ଜିର ଝି, କାଣା ହେଲା ସତେ ସତେ, କିଏ ଆଏ ସେ ଲାଲ ଚହ ଚହ ଘୁଡାବାଲା? ସବେ ତାହାକେ ଦେଖବାରକେ ଚାହୁଁଥିଲେ । ସବେ ତାର ଟୁଣୁ ସୁନବାରକେ ଚାହୁଁଥିଲେ । ହେଲେ ଦର୍ଜିର ଝି କେ ହୋସ ଆଏଲା ବେଲୁ ସେ ହେନ୍ତା ବସଲା ଛଁଚେ ବଇସଛେ ଜେ ବଇସଛେ ନ; ଜେନ୍ତା ପଖନର ମୁର୍ତି । ଟୁଣୁ ବିଲକୁଲ କଥା ନି ବାହାରୁଥେଇ । ସାମନାଥି କାଣା ହଉଛେ ନେଇଁ ହଉଛେ, କିଏ ଜଉଛେ କିଏ ଅଉଛେ ଜାନି ନି ପାରୁଥେଇ । ଭେକଲି ବାଗିର ଏକସକଁଟି ଖାଲି ଜେନଆଡେ ଦେଖଲେ ଦେଖୁଥାଏ ଜେ ଦେଖୁଥାଏନ । ବୋଧେ ବାରମ୍ବାର ତାର ସାମନେ ଗୁଟେ ଡରଡରନ୍ୟା ଦୃସ୍ୟ ମୁଲୁସେସ ସେସେଥି ଘଟତେଲ ଜଉଛେ ଆର ସେ ଦୃସ୍ୟର ଫଟୁ ସବୁ ଜେନ୍ତା ତାର ଆଁଖି ଉବକି ଛାପି ହଉଛେ ଆର ଡର ଜେତେ ଲେପିହେଇ ଢାଁପି ଦେଇଛେ ଆଏଁଖକେ । ଜେନ୍ତା ଢୁଁଡି ରାଖ୍ୟାସେନର କଥା ସୁନି ଆଇର କୁଲେ ସରପଟି ଦଉଥିଲା କି ଡରଡରନ୍ୟା ସପନଟେ ଦେଖି ହଠାତ ଉଠିପଡି ବେବଲେଇ ଜେଇ ନିସାସ ଆର ଧୁକଧୁକି ତେଜକେ ଉଟୁସ ପୁଟୁସ ଅବାକ ହେଇ ଜେଇଛେ । ସେନ୍ତା କାଁଥିକୁଡେ ଗୁଟେ ଛଁଚେ ଉଧେଇ ହେଇଛେ ଜେ ହେଇଛେ ନ ଜେନ୍ତା ସେ ବି ସେ କାଁଥିର ଖଣେ ।

ଦର୍ଜିର ଝି କେ ଲାଗିକରି ତାର ଆଖର ପାଖର ଭାବ ବିସାସର ଜେନ ମାହେଜି ଟୁକେଲ ବଇସଥାନ ଆର ଚାହା ପାଏନ, ଖାନାପିନା ପେସରେଇ କରି ସେନୁ ଟିକେ ଟିକେ ବାରମ୍ବାର ଜଁଚେଇ କରି ନିଜର ବଲି ସେଁକେଇ ହଉଥାନ । ସେ ଭିତ୍ରୁ ମାହେଜିଟେ ଟିକେ ଉସାର ପିସାର ହେଇ ନେଇଁ ଜାନଲା ନୁଆଁ ଲୋକକୁ ବଲୁଥାଏ, “ୟା ଇଏ ପରେ ଗୋ ଭଟାକେ ହେ ସୁଲକି ଆଡକେ ବାହାରିଥାଏ ହେଟା ଆର କି ତ କାଣା ଜେ ମାଁ ଇତାର ଉପରକେ ତ ଢୋଡଗିଧା ବାଗିର ଝାଁପି ପଡଲା ଏକବାରି ଆର ଅଂଘାକରି ଧଏଲା ଆର ସିଧା ଘୁଡାଥି ବସେଇକରି ମଝା ଗାଁଖୁଲି ପରେ ଭଉଁର ଭଉଁର କିଂଦ୍ରାଲା । ଆଗୋ, ଟୁକେଲ ଲୋକ କିଂଦ୍ରେଜେ ପରେ ୟା, ତତଲା ପବନ ଝଉ ମାରଲା ବାଗିର ହେଇ ଜଉଥାଏ । ଚେତା ବୁଡି ସାସଁ ଉଡିଗଲା ବାଗିର ପଡିଥାଏ” । ଲାଲ ଚହଚହ ଘୁଡାଥି ଉଁଚାପୁରା ଲୋକଟେ ମଝା ଗାଁଖୁଲି ଭଉଁର ଭଉଁର କିଂଦ୍ରାବାର କଥାଟା ବହୁତ ଲୋକକୁ ହଠାତ ଅବିସାସ ଲାଗଲା । ପିଲାଟିଆଟାମାନେ ତ ସୁନୁନ ସାଏର କି ଲାଲ ଚହଚହ ଘୁଡାକେ ହଁସିଥି ଉଡେଇ ଦେଲେ ହେଲେ ବୁଢାମାନେ କଥାଟାକେ ବଢା ଗୁହେରୁ ନାପଲେ । ଜୁଗ ଜାହା ହେଲାନ, ଆଏଜ କାଲି ତ ଲୋକ ଆରୁ ଦେ ଦେବତା ବଡ ସାନ ମାନବାର ନେଇଁ । ପିଲାକର କଥା ଛାଡ, ସିଆନଟାମାନେ ତ ଜାନିଜାନି ପୁହୁରଝୁର କରୁଛନ । ସବୁକେ ଲହଁକି ଗଲେ ନାଇଁ ହେବା ଏନ୍ତା, ତାର ଗୁଟେ ସିମା ଅଛେ । ଇଟା ଜନେଇ ଦେଲାନ, ଦେଖ ଏତକର କେନ୍ତା ବିପଦ ସବୁ ଗୁଡାବା ଜେ । ଅମକା ଗୁନିଆଁକେ ଡାଖ, ଢିମକା ବଇଦକେ ଡାଖ, ବାଭନକେ ଦେଖେଇ ବଲ ବଲି ବୁଝା ସୁଝା କରବାରକେ ତୁର୍ତାତୁର୍ତି ଦର୍ଜି ବାଭନକେ ଡାଖଲା ଆର ଉପାଏ ବାହାରକରି ରିସ୍ଟଖଂଡନ ହୋମଲାଗି ଜୁଟି ପଡଲା । ବାଭନ ଭିତର ବଖ୍ରାଥି ରିସ୍ଟଖଂଡନ ହୋମ ମୁଲକଲା । ମଂତ୍ର ତଂତ୍ର, ଧୋପ କୁହୁଲାଥି ଗୁମକି ଜଉଥିବାର ହୋମଠାନେ ବାଭନ, ଦର୍ଜିର ଝି ଆର ତାକର ଘର ପାସର ସେ ମାହେଜି ଥାନ । ବାହାରର ପର୍ଛିଥି ଦର୍ଜି ଅତି ଜରୁରି ଫଟା କପଡାଟେ ସିଲେଇ ବସିଥାଏ । ହେଲେ ମନ ତାର ଦୁସ୍ରା କେନଆଡେ ଘିଚି ନଉଥାଏ । ମିସିନର ଚକ ଥମିଲ ହଉଥାଏ । ଫଟା କପଡାଗଦା ହେନ୍ତା ଟେବୁଲ ଉପ୍ରେ ପଡିଥାଏ ଆର ଦର୍ଜି ଖୁଟ ବାଗିର ଠଁକଉଥାଏ ସାମନାର ଲିମଗଛକେ । ତାର କନିଆଁ ମଲାଦିନୁ ସେ ସବୁଦିନ ପାଏନ ଦେଇ ଦେଇ ବଡ କରିଛେ ଗଛକେ । ଡେଂଗ ଡାହଲୋ ହେଇ କେରା କେରା ଫୁଲେ ଦୁହୁଲୁଛେ । ଦର୍ଜି ଠଁକଉଥାଏ ଆର ଗଛୁ ଫୁଲ ଝରି ପଡୁଥାଏ । ବୁଢା ଦୁଇ ପହରେ ସପନୁ ଥାଏ…

“ଢୁଁଡି ରାଖ୍ୟାସ ଆଘୋ ମଗର ରୋପ ଧରେ । ଟାଂଗର ଖୋଲ, ପଖନ କର୍ପନ ହଂଦଲେଇ ଆନେ । ବଂଧ ଜାକର ଝୁରି ସେସ କରିଦିଏ । ହେଲେ ଆର ନି ପାରବାର ନ । ବଲ ବଏସ ଗଲା, ବୁଢା ଅସୁର ବାଟ ମୁହଁତକ ଆଏଲା ଆର ଜୁଗି ଜୁଗି କିଛି ନେଇଁ ପେଇକରି ସେସକେ ଖୋଲ ଭିରକେ ଫିରିଜେଇ ଉଟୁସ ପଟୁସ ହୁରଗୁନି ହେଇ ହୁଁକରାଲା । ହୁଁକରାଲା ହୁଁକରାଲା ଆର ଭୋକର ମାଡକେ ସେସକେ ନିଜର ଦିହୁଁ ଛିଡେଇ ଛିଡେଇ ସିକାର ଖେଇ ବସଲା । ଭିତର ବଖ୍ରାନୁ ବାଭନର ରିସ୍ଟଖଂଡନ ହୋମର ମଂତ୍ର ସୁଭୁଥାଏ ଆର ହଠାତ କିଏ ଭଟାର ପର୍ଛିଆଡୁ ଗୁଗେଇ ଉଠଲା, ସତେ ଜେନ୍ରା ରିସ୍ଟଖଂଡନ ହୋମର ମାଡକେ ବଘଲା ଦେବତା କି ଭୁତ କିରକିରାତ ଦର୍ଜି ଘର ଛାଡି ପଲଉଥାଏ, ବେଲକେ ଭାବ ବିସାସ ଦେଖେଇ ହଉଥିବାର ଘର ପାସର ସେ ମାହେଜି ନର୍ଦି ଆଏଲା ଭଟାର ପର୍ଛିିକେ ଆର ତାର ପଛେ ପଛେ ଦର୍ଜିର ଝି ଆର ବାଭନ । ଦର୍ଜିବୁଢା ତଲମୁହାଁ ହେଇ ଉଲମି ପଡିଥାଏ । ସିଲାବାର କପଡା ରକତ ସରସର, ମିସିନ ସାରା ବୁଟବୁଟା । ରକତ ଥିପି ପଡୁଥାଏ ମିସିନର ବଂଦଚକା ବାଟୁ ତଲେ । ଘରପାସର ସେ ମାହେଜି ଆର ଦର୍ଜିର ଝି ର ରଡି ରଡି କାଂଦବାରକେ ଫେର ସଖାଲର ବାଗିର ଆର ଗୁଟେ ଭିଡ ଜମି ଜେଇଥିଲା । ହେଲେ ଭିଡର ପ୍ରସ୍ନବାଚିର ଚେହେରା ଡରି ଜେଇଥିଲା । ଅବିସାସକେ ବି ଗୁଂଦଲେଇ ହେଇ ହେଇ ବିସାସ କରୁଥିଲା । କେନଟା କେନ୍ତା ବୁଝିନିପାରି ଅବାକ ହେଇଜଉଥିଲା । ଜାତିଭେଇ ଠୋଲଠାଲ ହେଇ ରିତିନିତି ଅନସାରେ ବୁଢାକେ ମାଏଟଦେଇ ଆଏଲେ । କାମ ଦସା ସରଲା । ବଂଧୁ ବାଂଧବ ଜିଏ ଜେନ୍ତା ପଲାଲେ ହେଲେ ସେ ଘର ପାସର ମାହେଜି ଦର୍ଜିର ଘରେ ଗୁଂଦେଲେଇ ହଉଥାଏନ । ଟିକେ ଛିନା ଦେଖିକରି ମନେ ଗୁଂଦଲେଇ ହଉଥିଲା କଥାଟା ପଚରାଲା ଦର୍ଜିର ଝି, “ବଡି କଥାଟେ ପଚରାମି କହେବୁ ? ସେ ଦିନ ତ ମୁଇଁ କାହାକେ କିଛିନି କହ ି କି ଆଏଜତକ ବି କାହାକେ ସେ ଦିନ କେନ୍ତା କେନ୍ତା ହେଲା ନି କହେବାର ତାଏଲ ଫେର ହଠାତ ପରାର ମାହେଜି ଟୁକେଲ ଘେରେଇ ଥାନ ବେଲକେ କଥାଟା ଆଖିଁ ଦେଖଲା ବାଗିର କେନ୍ତା କହି ପକାଲୁ? ମୁଡ ତଲକରି କଥା ଲୁକାବାରକେ ଚାହୁଁଥିଲା । ଘଡେ ତୁମ ପଡି ଭାବଲା ସେ ଆର ଫେର ମୁଡ ଉପର କରି ମୁଲକଲା, “ହେନ୍ତେଇ ବି ତ ଆର କିଛି ନେଇଁନ; ସବୁତ ସରିଗଲା ନ । ଆର ଲୁକେଇ କରି ହେଲେ କାଏଁ ଲାଭ କି ମୋର ଆଗାଡେ ପଛାଡେ ଆର କିଏ ଅଛେ; ମୁନୁସ କି ଛୁଆପଲା । ହେ ରାତି ତତେ ଜେନ ଦେବତା ଧରିଥିଲା, ତାର ପୁଜା ମୁଇଁ କରୁଥିଲିଁ । ଭୁଲ ସୁରେ ମତେ ଭାବି…” ।
ଟଁଟି ତାର ବସି ଜଉଥିଲା । ଆଁଖିର ପାଏନ ଆପେ ଗାଲବାଟେ ଉହଲି ଗଲା । ଦୁଆର ବଂଧକେ ଅଜେଇ ହେଇ ବାଟଆଡେ ଏକସକଁଟି ଠଁକଉ ଥାଏ ଜେ ଠଁକଉଥାଏ ନ ।

Previous ArticleNext Article