Art & Culture, Home

ତିହାର-ବା’ର ଗିତ: କୋସଲି ସାହିତ୍ୟର ଇତିହାସ

Spread the love

କୋସଲ ବାହି ନ ତିହାର-ବା’ର ଜଜବଜ ମାନସନ । ମୁଖିଆ ତିହାର ମାନେ ଚାସ ଆର ଆଦିବାସି ମାନକର ଚଲନି କେ ଆଧାର କରି ମନାହେସି । ନୁଆଁଖେଇ, ଫୁସପୁନି, କରମା, ବନାବାଡି/ଗୌର ବାଡି, ଆଦି ଗିତ ମାନେ ତିହାର ବାର ବେଲକେ ସୁନବାର କେ ମିଲିଥିସି
(୪.୪.୧) ନୁଆଁଖେଇ
ନୁଆଁଖେଇ ଅନ୍ନ ପୁଜା ର ପରବ । ଇ ପରବ ବୈଦିଗ ଜୁଗୁଁ ଚଲି ଆସୁଛେ । ମୁନି ରୁସି ମାନେ ପଂଚ ଜଗ୍ୟଁ କରୁଥିଲେ । ସେ ପାଁଚ ଟା ଜଗ୍ୟଁ ହେଲା, ସିତା ଜଗ୍ୟଁ (ଜୁତବାର), ପ୍ରଭାପନ୍ନ ଜଗ୍ୟଁ (ବୁନବାର), ପ୍ରଲମ୍ବନ ଜଗ୍ୟଁ (କାଟବାର), ଖଲା ଜଗ୍ୟଁ (ମଡାବାର), ପ୍ରୟୟନ ଜଗ୍ୟଁ( ସୁରଖିତ ରଖବାର) । ନୁଆଁଖେଇ ତିସରା ଜଗ୍ୟଁ, ପ୍ରଲମ୍ବନ ଜଗ୍ୟଁ ନୁ ମୁଲ । ଇଥି ଅନ୍ନ କେ କାଟିକରି ଅନ୍ନ ଦେବି କେ ପୁଜା କରି ତାହାକେ ଚଢା ଜାଏସି ।
ଆଝିର ସମିଆଁ ରେ ପସଚିମ ଓଡିସା/କୋସଲ ଅଂଚଲ ରେ ନୁଆଁଖେଇ ପାଲନ ବଡା ଉସନାକି ଥି ମନା ଜାଏସି । ପହେଲା ନୁଆଁଖେଇ ର ତିଥି ଧାର୍ଜ୍ୟ ହେସି । କଲାହାଣ୍ଡି ଅଂଚଲରେ ଦସରା ଦସମି ଦିନେ ନୁଆଁ ଖାଏସନ । ହେଲେ ବାକି ପସଚିମ ଓଡିସାର ସବୁ ଆଡେ ନୁଆଁଖେଇ ଭୁଦୋ ମାସର ପଂଚମି ତିଥି ନ ପାଲନ କରାହେସି । ନୁଆଁ ଖାଏବାର ପନ୍ଦର ଦିନ ଆଘୋନୁ ଜିଏ ଜେନ୍ତା ଘର-ଦୁଆର ଲିପା-ପୁଛା କରସନ । ନୁଆଁ କପଡା-ଲତା, ହାଟ-ବାଟ କରସନ । ନୁଆଁଖେଇ ଦିନ ସଖାଲୁ ଗାଁର ବାମହନ/ଝାଁକର ମାହାପୁରୁ ଠାନେ ପୁଜା କରି ସାରଲା ଉତାରୁ ସମକିରର ଘରକେ ନୁଆଁ ଚରା ବାଁଟିସନ । ଘର ମାନକୁ ସଖାଲୁ ଉଠିକରି ଖେତ କେ ଜେଇକରି ଧାନ ଗଛ କେ ପୁଜା କରସନ । ଘରେ ଗୁହାଲେ ଗାଏ-ଗୋରୁ କେ ପୁଜା କରସନ । ନିଜର ଇସ୍ଟଦେବି, ଦେବତା କେ ପୁଜା କରସନ ଆର ନୁଆଁ ଲଗାସନ । ତାର ଉତାରୁ ଘରେ ସବେ ଠାନେକେ ବସିକରି ନୁଆଁ ଚରା ଖାଏସନ । ନୁଆଁ ଚରା ଖାଇ ସାରଲା ଉତାରୁ ସାନ ମାନେ ବଡ ମାନକୁ ଜୁହାର କରି ଆର୍ସିବାଦ ନେଇଥିସନ । କିଛି ଲୋକ ଗିତ ରେ ନୁଆଁଖାଇ:
ଚୁଆଁ ଚୁଆଁ ଚୁଆଁ…..
ବିଦେସ ନାଇଁ ଜା ଅଧୁଆ ମୁହାଁ
ଭୁଦୋ ଥି ଖାଏମାଁ ନୁଆଁରେ
ଏ ଗଂଜା ମାର ମଂଜା
କେଲି କଦମ ତଲେ ମୁରି ଭଜା ରେ
ଗଂଜା ମାର ମଜା
ଗଂଜା ଗଂଜା ବଲି ଡାକୁଛେ ପୁଇ
ଗଂଜା ଜେଇଛେ ମଚା ସୁଇ ରେ
ଗଂଜା ମାର ମଂଜା
କେଲି କଦମ ତଲେ ମୁରି ଭଜା ରେ । । (୧)
ମୁନୁଗା ଗଛ ର ଛାଇ ରେ
ମୁନୁଗା ଗଛ ର ଛାଇ
ଟାଡ ବାହାସୁତା ଦେମି ବନେଇ ରେ ଦେମି ବନେଇ
ଆମେ ଗାଁ କେ ଜିମା ନୁଆଁଖାଇ,
ସୁରୁବାଲି ସୁରୁ ସଜନା
ବନା ଲହ ମାଡି ହେଲୁ ବନା, ସୁରୁବାଲି ସୁରୁ ସଜନା । । (୨)
(୪.୪.୨) ଫୁସପୁନି
ଫୁସପୁନି ସସ୍ୟ ଅମଲ ର ତିହାର । ପସ୍ଚିମ ଉଡିସା ରେ ବିସେସ କରି ଧାନ ଚାସ ମୁଖିଆ ଚାସ ଏ । ଧାନ କେ ମଡେଇକରି ଘର କେ ଅନି ସାରଲା ପାରେ ଖଲା ଛାଡ କରାଜାଏସି । ଫୁସ ମାସ ତକ ପ୍ରାୟ ବଛରେ କର ଚାସ ସରି ଜେଇଥିସି । ସେ ଦିନ ହଲିଆ, ଗୁତି ମାନକର ବି ହିସାବ ଛିଡେଇ ଦିଆହେସି । ସାହକାର ମାନେ ଜିଏ ଜେନ୍ତା ଉସତ ହେଇକରି ହଲିଆ ମାନକୁ କପଡା-ଲତା, ଖାନା-ପିନା ଦେସନ । ହଲିଆ ମାନକର ବାହାରେ ଗାଁର ଆର ବି କବାର-ଗୁତା କରୁଥିବାର ଲୋକ ଜେନ୍ତା, ନରିହା, ଝାଁକର, ଆଦି ସାଁହକାର ମାନକର ନୁ ଛେରଛେରା ମାଗସନ । ଫୁସପୁନି ଉତାରୁ ଚରୁହା ବି ଫେର ଚାସ ମୁଲ ନି ହେବାର ତକ ଗାଏବଲଦ ଚରାବାର ଛାଡି ଦେସି । ଫୁସପୁନି ଦିନ ସଖାଲୁ ଗାଁର ଗରିବ ଛୁଆମାନେ ଘର ଘର ବୁଲି ଛେରଛେରା ଗିତ ଗାଇ ଗାଇ ଛେରଛେରା ମାଗସନ ।
ଛେରା ଛେରା ଗିତ
ଛେର ବୁଢି ଛେରଛେରା…..
ଇ ଘର ର ବୁଢି କାହିଁଗଲା…
ପିଠା ମଡା ଦେମି ବଲିଥିଲା….
ଫୁସପୁନି ଦିନେ ଆର କିଏ କିଏ ଡଣା ନାଚି ନାଚି ବି ଛେର ଛେରା ମାଗସନ
ଡଣା ଗିତ
ମାଁ ଗୋ ମା ସମଲେଇ ସୁନୁଛୁ କି ନେଇଁ
ମାଁ ମାଁ ବଲି ତତେ ଡାକୁଅଛେ ମୁଇଁ
ମାଁ ଗୋ ମାଁ ସମଲେଇ ସୁନୁଛୁ କି ନେଇଁ ।
ଆନି ତୋର ସେମେଲ ଗଛ
ପୁଜାକଲୁଁ ବାରମାସ
ସାରା ଜିବନ ପୁଜା କରମୁଁ
ତୋର ପାଦେ କରୁଛୁଁ ଦଇନି ।
ଫୁସପୁନି ଦିନେ କାହାରିର ପୁଜା କରା ନିଜାଏ । ଖାଲି ଉସତ ଆନନ ଭିତରେ ସବେ ପିଠା-ମଡା, ଝୁରି-ସିକାର ବନେଇକରି ଫୁସପୁନି ମାନସାନ ।
(୪.୪.୩) କରମା ଗିତ
କରମା ଗିତ କରମସାନି ଦେବି କେ ପୁଜା କଲା ବେଲକେ ନାଚି ନାଚି ଗାଇଥିସନ । କରମା ତିନ ଦିନ ଧରି କରି ମାନସନ; ଉଜୁଲ ପଖ ଭୁଦୋ ଦସମି ଠାନୁ ଦ୍ୱାଦସି ତକ । ସୁରୁ ଟେ ରେଂଗାଲ କି ହଲନ ଡାଲ କେ କରମା ଡାଲ ହିସାବେ ପୁଜା କରାଜାଏସି । କରମା ଡାଲ କେ ଦେହରି ପୁଜା କରି କରି କରମ ସାନି ଗୁଡି/ପୁଜା ଠାନ କେ ମାନ୍ଦଲ କୁବଜା ବଜାତେଲ ଆନସନ । ତେହରୁ ସେନ କରମ ସାନି ର ଚଲନି ହିସାବେ ଡାଲକେ ଥାପନା କରି ପୁଜା କରା ଜାଏସି । କରମ/କରମା ମାନେ ଭାଗ୍ୟ । ଲୋକ ମାନେ ନିଜର ବଦିଆଁ ହିସାବେ କରମ ସାନି ଠାନେ ପୁଜା କରସନ ଆର ଦେହରି ତାକର ତରଫୁ ପୁଜା କରସି ଆର ଉତର ମାନେ ଦେସି । କରମ ସାନି ଦେବି ଦେହରି ଦିହେଁ ଥିସନ ବଲି ବିସ୍ୱାସ କରାଜାଏସି । ପୁଜା ସରଲେ ରେତ ଭଏର ସଖାଲ ପୁଆ ତକ ନାଚ-ଗିତ ଚାଲସି । ସଖାଲେ ଫେର ଦେହରି କରମା ଡାଲ କେ ନାଚି-ନାଚି, ଗାଇ-ଗାଇ, ଘର-ଘର ବୁଲାସନ । ସେସକେ ଗାଁ ର ବନେ୍ଧ କି ନଦି ନେଇକରି ଡାଲ କେ ଉହଲେଇ ଦେସନ ।
ଗଂଗା ରୁ ହେଲୁ ଜନମ ଆଦିମାତା ତୋର ନାମ
କିଏ ହେବ ତୋର ସରିସମ ମା, ସିଂହର ପିଠିରେ ତୋ ଆସନ ।
ଞ୍ଚଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚଞ୍ଚ ଞ୍ଚଞ୍ଚଞ୍ଚଞ୍ଚ
ଜୁହାର ମାଁ ଗୋ କରମସାନି
ତୋର ପାଦେ ଦଇନି ମାଁ
ଅପୁତ୍ରିକେ ପୁତ୍ର ଦାନି
ନିର୍ଧନି କେ ଧନ ଦଉ ଆନି ମାଁ
ତୋର ପାଦେ କରୁଛେଁ ଦଇନି ।
ଙଙଙ ଙଙଙ ଙଙଙ
ଆଙଋୁଏ ପାନି କେ ଦଲି ବାଲି ଦିସେ ଝିଲିମିଲି
ମାଛ ମଗର ଗଲେ ଚାଲି ଗୋ ଫୁଲେଇ ଗାଲି
ତୋହର ମାଁ ଜାତ୍ରା କେଲି ।
ଗଂଗାରୁ କାଢିଲେ ବାଲି ଜୁଆ ଜଗାଇଲେ ମୁଗ ବିରିର ଜେ
ସାତ ଗୋଟି ବାଉଁସ ଟୁୁଲି ।
ଡାକ ସୁଣି ମାହେସ୍ୱରି ଚମକି ଜଲୁ ବାହାରି
ଛେନା ପଣା ତୋତେ ଦେଲେ ଢାଲି ମାଁ
ଘେନାକର ଦୁଖର ଗୁହାରି ।

Previous ArticleNext Article