Art & Culture, Home

ଡାଲଖେଇ

Spread the love

ଦସରା ମାସ, ଉଜଲ ପଖ ର ଅସ୍ଟମି ଦିନ କୋସଲାଂଚଲ ନେ ଭେ ଜିଁତା ମନାହେସି । ଇ ଦିନେ ଗାଁ ର ଟୁକେଲମାନେ ନିଜର ଭେ ର ମଂଗଲ ଲାଗି ନିର୍ଜଲା ଉପାସ ରହେସନ । ହେ ଦିନ ରାତି ପୁଜା ସରଲା ପରେ ଡାଲଖେଇ କୁଠି ନ ରେତ ଭର ଆର ଇ ଦିନୁଁ ପୁନି ତକ ଫି ରେତ ଡାଲଖେଇ ନଚା ହେସି ।

ଡାଲଖେଇ ପ୍ରକୃତ ଥି ଗୁଟେ ଦେବି ଆନ । ତାକର ଆସ୍ଥାନ କେ ଡାଲଖେଇ କୁଠି ବଲସନ । ଡାଲଖେଇ ନାଁ ଟା ଦେବିଂକର ନାଁ ଅନସାରେ ଦିଆହେଇଛେ । ଜେହେତୁ ସେ ନାଚଟା ତାକର ପୁଜା ବେଲ କେ ନଚା ହେସି । ଆଘୋ ର ଲୋକ ଝାର-ଖମନ ର ପସୁ ଜଂତୁ ଆର ବିପଦ-ଆପଦ ନୁ ବଁଚାବାର ଲାଗି ଦେବି କେ ପୁଜା କରୁଥିଲେ । ଫେର ଧିରେ ଧିରେ ଡାଲଖେଇ ଦେବି ବନଦୁର୍ଗା ଆର ଦୁର୍ଗା ସାଂଗେ ଏକେ ନାଁ ରେ ଜନା ଗଲା । ଇ ପୁଜା ସାଂଗେ ଜଡିତ ଥିବାର ନାଚି ଥି ଗାଁର ସମକିର ର ସୁଖସାନ୍ତି ଲାଗି ପ୍ରାର୍ଥନା କରାହେସି ।

ଡାଲଖେଇ ପୁଜା
ଅସ୍ଟମି ଦିନ ଟୁକେଲମାନେ ନଏଦଖଁଡି କି ବଂଧଘାଟେ ଠୋଲ ହେସନ । ଗାଧିପାଧି ସାରିକରି ତାକର ଭିତ୍ରୁ ଝନେ ନଏଦ କି ବଂଧ ଭିତ୍ରୁ ସାତ ଉଁଝଲା ବେଲ ଆନିକରି ପୁଜା କରବାର ଲାଗି ଗୁଟେ ପିଁଢା ବନାସନ । ସେଥି ଆମ ପତର ଥୁଇ କରି ତେହିଁ ର ଉପରେ ଜଲଲା ସଏଲତା ରଖସନ । ଇ ପୁଜା ସାତଥର ସାତଟା ଟୁକେଲ ସାତ ଉଁଝଲା ବେଲ ଆନିକରି କରସନ । ତେହରୁ ଡାଲଖେଇ କେ ପୁଜା କରାହେସି । ଡାଲଖେଇ ପୁଜା ବେଲକେ ନାଚ ଗିତ ହେସି ।

ନଁମି ଦିନ ଫେର ଟୁକେଲମାନେ ଡାଲଖେଇ କୁଠି ନ ଠୋଲ ହେସନ ଆର ଜାହା ଜାହା ପୁଜା ଖଂଜା ଲାଗିଥିସି ସବୁକେ ଠାନେ କେ ଜୁଗରାସନ ଆର ବଜା-ଗଜା କରି କରି ବଂଧକେ ଉହଲେଇ ନେସନ । ତବ ବି ଦସରା ର ଦସମି ତକ ସବ ଡାଲଖେଇ ନାଚିଥି ମାତାଲ ହେଇ ଥିସନ । ସାରା ଗାଁ ବିନସୁରିଆ ହେଇ ଜେଇ ଥିସି ଇ ନିସା ଭରା ନାଚି ଥି ।

ଡାଲଖେଇ ପୁଜା ହିସାବେ ମନାହେସି ହେଲେ ନାଚ ଗିତଟା ତାର ଜିବନ ଏ । ନାଚନିମାନେ ଅଧଖଣିଆ ଜନ ଆକାରୁ ଠାଡ ହେଇକରି ନାଚସନ । ପହେଲା ଦୁଇ ପଦ ଗିତ ଗେଇ ଦେବେ ଆର ଫେର ଡାଲଖେଇ ପାରେ ବଜା ର ସୁରେ ଅଁଟା ଲୁହି କରି ନାଚସନ । ଜୁଲି ଜୁଲି ହେଇ ଗାନା ବାଜନା ର ତାଲେ ପ୍ରସ୍ନ ପଚରା ପଚରି, ବିର୍ଝା ଖିର୍ଜା ହେସନ । ଡାଲଖେଇ ର ଗିତମାନେ ସାଂଗେ ସାଂଗ ପଦ-କେ-ପଦ ଭିରେଇ କରି ଖିଆଲ ମସଗୁଲ, ବିର୍ଝାଖିର୍ଜା, ପ୍ରେମ, ପୁରାଣ ଆଦିର କଥା ବସ୍ତୁକେ ନେଇକରି ଗେସନ ।

ଜେନ୍ତା-
ଡାଲଖେଇରେ ଡାଲଖେଇରେ
ଆସିଲା ଦସରା ବାଜିଲା ଢୁଲ
ଜେତେ ଗୁପିମାନେ ହେଇଛନ ଠୁଲ
ଡାଲଖେଇ ଗିତର ସାଂଗେ ଢୋଲ, ନିସାନ, ତାସା, ମୁହୁରି ଆଦି ବାଜସି ।

ଡାଲଖେଇ କୁଠି
ଡାଲଖେଇ କୁଠି ବଏଲେ ଜେନ ଡାଲଖେଇ ପୁଜା କରାହେସି ସେନ କାଁଥିତି ସୁଲଟା ଦେବତାର ଚିତ୍ର ବନା ହେଇଥିସି । ମଝା ନ ଦୁର୍ଗା ଆର ଆଖି ପାଖି ବାକି ଦେ ଦେବତା ର ଚିତ୍ର ବନା ହେଇ ଥିସି । ସବୁ ଦେବା ଦେବି ର ଚିତ୍ର ଅଲଗା ଚେର ଚେର ଖୁଟିଆ ଗୁଟେ କୁଠି/ବଖରା ଥି ବନାହେସି । ସେ ଦେବାଦେବିମାନେ ହେଲେ, ଗଣେସ, ସରସ୍ୱତି, ଦୁର୍ଗା, ଇସ୍ୱର, ପାର୍ବତି, ବ୍ରହ୍ମା, ଲଖ୍ମି, କେଁଛୋ, ରାବଣ, ହନୁମାନ, କାର୍ତିକ, ଅଏଲ, ରଏଲ, ଝୁରି, କୁବେର ଆର ବରୁନ । ଝୁରି ଆର କୁବେର ବିସ୍ଟୁଁ ମାହାପୁରୁ ର ଦସ ଅବତାର ଭିତରୁ ଦୁଇଟା ଅବତାର ଆନ ଆର ରାବଣ ଜଦି ବି ଗୁଟେ ଅସୁର ଥିଲା ତଥାପି ବି ସେ ଦେବି ଦୁର୍ଗାର ଗୁଟେ ବଡ ଭକ୍ତ ଥିଲା । ରାମ ମାହାପୁରୁ ସେତୁବଂଧ ସୁବ ଦେଲା ବେଲକେ ରାବଣ କେ ପୁରୋହିତ ହିସାବେ ଡାଖିଥିଲେ । ଅଏଲ ଆର ରଏଲ ଦୁହି ବୁହେନ ପହେଲା କରି ଡାଲଖେଇ ପୁଜା ମୁଲ କରିଥିଲେ ।

ସାକେତ ଶ୍ରୀଭୂଷଣ ସାହୁ

Previous ArticleNext Article