Art & Culture, Entertainment, Home

ଘଡି: ଡ଼. ଦେବାଶିଷ ପାଣ୍ଡିଆ

Spread the love

ଆମେ ବାହାର କେ ବୁଲି ବୁଲା ଗଲେ କୁମୁଦିନୀ ମତେ କେଭେ ବି କବାଟେ ତାଲା ପକାବାର ଲାଗି ନାଇଁ କହେ । ମୁଇଁ ବଢ଼େ ବିନ୍ସୁରିଆ ଆର୍ ହେପାଜେଡ଼ିଆ ମୁନୁସଟେ ବଲି ସେ ଜାନିଛେ ।
ଥରେ ଥରେ ଏନ୍ତା ହେସି ଯେ, ମୁଇଁ ପେଁଟ୍ ର ଚେନ୍ ନାଇଁ ଲଗେଇ କରି କଲେଜରେ ଦୁଇ ତିନ୍ଟା ପିରିଅଡ଼୍ ପଢ଼େଇ ଦେସିଁ । ପିଲା ଟୁକେଲ୍ ମାନେ ହଁସୁ ଥିଲେ ବି ମୁଇଁ ଜାନି ନାଇଁ ପାରେ । ମୋର ପଢ଼ାବାରଟା ଏନ୍ଜଏ କରୁଛନ୍ ବଲି ଭାବ୍ସିଁ । କଲେଜରେ ସବୁଠାନୁ ସିନିଅର୍ ବଲି କରି ମୋର୍ ନେ କେହି ଫ୍ରି ହେଇ ନାଇଁ ପାରନ୍ । ଚେନ୍ ହିଟି ଥିଲେ ବି କେହି ମତେ ନାଇଁ କହନ । ମୋର୍ ଇ ପରକୁତି ଜାନିଛେ ବଲି କଲେଜ ଯିବାର ଆଗରୁ ‘ପେଁଟ୍ ର ଚେନ୍ ଦେଇଛ କି ନାଇଁ’ ବଲି କୁମୁଦିନୀ ମତେ ଜରୁର୍ ପଚରାବା ।
ମୁଇଁ କାଁ କରି ଏଡ଼୍କି ବିନ୍ସୁରିଆ ଆର ଲାପରବାଏ, ଜାନି ନାଇଁ ପାରେ । ଆଗରୁ ମୋର ସବୁ ଠିକ୍ ଥିଲା । ଏଭେ ଏଭେ ବଛର୍ ଦୁ ହେଉଛେ ଇ ପରକୁତି ବଢ଼ୁଛେ । ଇଥୁର ଲାଗି ମତେ ବଡ଼ାଟେ ହିନିସ୍ତା ହେବାକେ ପଡ଼ୁଛେ । କେତେବେଲେ ଡାକ୍ତର ଲେଖିଥିବାର ପ୍ରେସକ୍ରିପ୍ସନ ରାସନ ଦୁକାନି କେ ତ ଆର୍ କେତେବଲେ କୁମୁଦିନୀ ଲେଖିଥିବାର ରାସନ ଲିଷ୍ଟ ଉସୋ ଦୁକାନେ ଦେଖେଇ କରି – ‘ଇଟା ଦିଅ’ ବଲି ମାଗ୍ସିଁ । ଆଏଜ କାଏଲ ସଭେ ମତେ ଫେତ୍ରି ଉଡ଼େଇ ବସଲେ ନ ।
କେଭେ କେନ୍ତା କୁମୁଦିନୀର ମୁଡ଼୍ ଅପ୍ ହେଲେ ମତେ କେଥେନେଇଁ ଗାଲି ଦେସି । କହେସି, “ଜୀଇଁଥିବାର ଯାକେ ତୁମେ ମୁନୁସ ବାଗିର ନାଇଁ ଜିଇଁକରି ପୁକ ମାଛି ବାଗିର୍ ଜିଇଁବ” । ତୁମେ ଡ଼ଙ୍ଗର ଚଢ଼ବାର ଟେକ୍ନିକ୍ ଜାନି ନାଇଁ ପାର, କି ଡ଼ଙ୍ଗର ଉପୁରୁ ଥାଇ କରି ସହରର ସିନ୍ ବି ଦେଖିବାର ତୁମର ଭାଏଗେ ନାଇଁ ଜୁଟେ । ଖାଲି ‘ଆହେ ଦୟାମୟ ବିଶ୍ୱବିହାରୀ ….’ ଗୀତ କେ ଛାଡ଼ି ଦେଲେ, ତୁମେ ଦୁସ୍ରା ଗୀତ ପଦେ ବି ଗାଇ ନାଇଁ ପାର । ଏନ୍ତା କି, ତୁମେ ପଟେ ମୁସା ବି ମାରି ନାଇଁ ପାର । ଦିହିକ ଯାକ ତୁମେ ଛାତି ଆର୍ ଚୁତଲ୍ କେ ବଜାବାର ଛାଡ଼ି ଦେଲେ ଅଲଗା ବାଏଦ ବି ବଜେଇ ନାଇଁ ପାର । … ଏନ୍ତା ବଲି କେଥେନେଇ କେତେ । ମତେ ଏତ୍କି ଗାଲି ଦେଲେ ବି ମୁଇଁ ରିସ୍ମି ନାଇଁ ହୁଏଁ ।
ପଢ଼ା ମାଇକିନା ମାନେ ଆଜିକାଲି ତାକର ବର ମାନଙ୍କର ଆଘେ ଟିକେ କଡ଼ା ହେବାର୍ଟା ଗୁଟେ ରକମର ଫେସନ୍ ଆଏ । ବର୍ ମାନକର ଆଘେ ସେମାନେ ଘାଏ ଘାଏ ମାଷ୍ଟର୍, ଘାଏ ଘାଏ ଡ଼ାକ୍ତର ହେବାର୍ କେ ପସନ୍ଦ କରସନ । ସତ୍ କଥା କହେଲେ, ଘାଏ ଘାଏ ମାଁ ମାନେ କାନ୍ ଅଁଠା ଦେଲା ବାଗିର୍, କାନ ବି ଅଁଠି ଦେସନ୍ । ଆର୍, ହେଟା ହେବାର କଥା । ମତେ ତ କୁମୁଦିନୀର ଇ ତିନି ପ୍ରକାରର ରୂପ୍ ଦେଖ୍ଲେ ବଡ଼ା ଉସତ୍ ଲାଗ୍ସି ।
ସକାଲୁ ମୁଇଁ ଯୋଗ, କି ପ୍ରାଣାୟାମ୍ ନାଇଁ କଲେ, କୁମୁଦିନୀ ମତେ ଜୋର୍ ଖିଜ୍ସି । ଉଜନ ବଢ଼ୁଛେ ଆର୍ ବ୍ଲଡ଼୍ ପ୍ରେସର ବି ଟିକେ ଅଧିକା ରହୁଛେ । ହେଥୁର୍ ଲାଗି ମତେ ଡ଼େଲି ବ୍ୟାୟାମ ଆର ପ୍ରାଣାୟାମ କର୍ବାକେ ପଡ଼ସି । ମୋର୍ ଦେହ କି ମନ ଉପରେ ଇଟା କେତେ ଅନା କାମ୍ ଦେଉଛେ ମୁଇଁ ନାଇଁ କହି ପାରେଁ, ହେଲେ କୁମୁଦିନୀର ଉପରେ ଇଟା ଭଲ ଆସର ପକାସି । ଆଲ୍ମାଲ୍ ଇ ସବୁ କର୍ବା କେ କଧରା ଲାଗଲେ ସେ କହେବା – ‘ଯୋଗ ନାଇଁ ତ ଜଲ୍ଖିଆ ନାଇଁ’ । ସତ୍କେ ସତ ଯୋଗ ନାଇଁ କଲା ଦିନ ମେର୍ସିଙ୍ଗା ପତର ଆର୍ ପଁଚଫୁଟନ ପକେଇ କରି ଏନ୍ତା ଫସ୍କା ସୁଜି ଉପମା ଟିକେ ଦେବା ଯେ, ଦିନ୍ଭର ମତେ ରାଗ୍ ରାଗ୍ ଲାଗୁଥିବା । ତଥାପି ବି ଫି’ ଦିନ ଯୋଗାସନ୍ ଥି ଥାଇ କରି କୁମୁଦିନୀ ମୋର୍ ନୁଁ, ଜହ ଦିନ୍ ଜିଉଁ ବଲିକରି ମାହାପୁରୁ କେ କହୁଥିସିଁ ।
ସେ ଦିନ ମୁଇଁ ଘରକେ ଆସୁନ୍ ଆସୁନ୍ ଟିକେ ଲେଟ୍ ହେଇ ଯାଇଥିଲା । କାଁଥ ଘଡ଼ି ଥି ବେଟେରି ଟେ ଲଗାବାର ଲାଗି ମତେ କୁମୁଦିନୀ କହିଥିଲା । ବେଟେରି ଆନ୍ବାର ଲାଗି ପାସରି ଦେଲି । ମତେ ଫେର ରିସା ହେବା ବଲି କରି ମୁଇଁ ରେଡ଼ି ହେଇ କରି ଥିଲି । ହେଲେ କୁମୁଦିନୀର ଥଣ୍ଡା ମିଜାଜ ଦେଖିକରି କାବା ହେଇଗଲି । କେଥେ ଦିନ୍ ହେଲା ଘଡ଼ିରେ ବେଟେରୀ ନାଇଁ ଯେ, ସେଟା ଅଚଲ ହେଇ କରି ଅଛେ । ଟାଇମ୍ ସୋର୍ ନାଇଁ ପାଇ କରି ଆଠ୍ ପଢ଼ୁଥିବାର ମୋର ଝି ସ୍କୁଲ୍କେ ଠିକ୍ ସମିଆରେ ପହଁଚି ନାଇଁ ପାର୍ବାର । ଦିନା କେତେ ହେଲା ତାର କ୍ଲାସ୍ଟିଚର୍ ଠାନୁ ଡ଼େଲି ଗାଲି ଶୁନୁଛେ । କାଲିକା, ନିଲ୍ଡ଼ାଉନ୍ ବି ବସିଥିଲା । ମତେ ବଡ଼ାଟେ ଖରାପ ଲାଗ୍ଲା । କାଲ୍କେ ସଖାଲ ହେଲେ କି ଆଘୋ ଗୁଟେ ବେଟେରି ଆନ୍ମି ବଲି ମନେ ମନେ କିରିଆ ପକେଇ କରି ଶୁଇଲି । ଘଁ ଘଁ ଘଁ…
ତାର ପରେ ଯାହା ଘଟି ଗଲା, ତାହା ମୁସ୍କିଲ୍ ଆଏ । ମତେ ଲାଗ୍ଲା, ମୋର ଦିହି ଭିତରୁ ଗମ୍ ଗମାତେଲ୍ ଝାଲ୍ ବାହାରୁଛେ । ପର୍କୁତ ରେ ସେଟା ଝାଲ୍ କି ରକତ୍, ଅନ୍ଧାର ଭିତରେ ଜନା ନାଇଁ ପଡ଼୍ବାର । ମୋର ମୁଡ଼ଟା ଗୁଟେ ବଡ଼ଖା କାଁଥ ଘଡ଼ି ଭିତରେ ଛିଙ୍ଗିଲି ଯାଇଛେ । ଗୁଜା ଗୁଜା ମିନିଟ୍ କଁଟା ଆର ଘଁଟା କଁଟା କଇଁଚି ବାଗିର୍ ମୋର୍ ବେଁକେ ଲଟ୍କି ଯାଇଛେ ।
ଇସ୍ … ଅସୁରର ମୁହଁ ବାଗିର ଦିଶୁଛେ ସେ ଘଡ଼ି । କେତେ ଧାର୍ ସେ କଁଟା ମାନେ । ସେ ଭିତରୁ ମତେ ମୁକୁଲାବାର୍ ଲାଗି ଜୋର୍ରେ କିଲ୍ଲୋଉ ଥିଲି । ଟଁଟି ବସିଗଲେ ବି କେହି ଶୁନୁ ନାଇଁ ଥାଇ । ଦେଖ୍ଲି ମୋର ହାତର ନାଡ଼ି ଠାନୁ ଛିଡ଼ି ଯାଇଛେ ଆର୍ ତଲେ ଝିଟ୍ପିଟିର ଲେଞ୍ଜ ମିତାନ୍ ଛଟ ପଟଉଛେ । ପାଦ ଜୁଡ଼ାକ ବି ଛିଡ଼ି କରି, ତାକର ହିସାବେ ରପ୍ଟି ରପ୍ଟି ପଲଉଛନ୍ । ଇ ଆଡ଼େ ମୋର ବେଁକ ବି ଛିଡ଼େ ନାଇଁ ଛିଡ଼େ ହେଉଛେ । ସାହାଁସ ରୁଗି ବାଗିର୍ ମୁଇଁ ଖାଲି ସୁଁ … ସୁଁ … ହେଉଛେଁ ।
ସୋର୍ ପଡ଼୍ଲା କୁମୁଦିନୀର କଥା । ଠିକ୍ କହୁଥିଲା ବିଚ୍ରି । ଡ଼ଂଗର ଉପର କେ ଚଢ଼ି କରି ସହରର ଦୃଶ୍ ଦେଖ୍ବାର୍ ମୋର ଭାଏଗେ ନାଇଁ । ନାଇଁ ଗୀତ ପଦେ ସୁରେ ଗାଇ ପାରଲି, ନାଇଁ କେନ୍ସି ବି ବଜା ବଜେଇ ପାର୍ଲି । କେନ୍ସି କଥା ମୋର୍ ବୁତେ ନାଇଁ ହେଲା । ଆଲ୍ମିରା ଭିତରେ ପଶି କରି କୁମୁଦିନୀର ସବୁଥିରୁ ଭଲ୍ ଶାଢ଼ୀ ଆର୍ ମୋର ପି.ଏଚ.ଡ଼ି. ଥେସିସ୍ କେ କୁର୍କୁଟି କରି କାଟି ଦେଇଥିବା, ମୁସା ପଟକ ବି ମାରି ନାଇଁ ପାର୍ଲି । … ଧେତ୍ । ନିଆଁ ଲାଗୁ ସେ ଜୀବ୍ନୋ
ହଠାତ୍ ବେଁକେ ଟିକେ ବାଗିର ଲଟକି ଥିବାର ଛାଲ ଛିଡ଼ି କରି ମୁଡ଼୍ ଧଡ଼ାସ କରି ପଡ଼ିଗଲା । ଗଡ଼୍ ଗଡ଼ି, ଗଡ଼ ଗଡ଼ି ଡ଼୍ରେନ୍ ଭିତରେ ଗଲି ଗଲା । ଗୋଲ୍ ପୋଷ୍ଟ ଭିତରକେ ଫୁଟ୍ବଲ୍ ଢ଼ୁକିଗଲା ମିତାନ୍ । ଛଅ ଇଁଚ୍ ଲମ୍ବା ଜିଭ ଡ଼୍ରେନ୍ ପାନିରେ ଲହ ଲହ କରି ଉପୁଲୁ ଥିବାର ଦେଖିକରି ମୁଇଁ କିଲ୍ଲେଇ ପକାଲି ।
କାଣା ହେଲା ବଲି କୁମୁଦିନୀ ଉଠି ପଡ଼ଲା । ଆର୍ ଫେର୍ ଶୁଇ ପଡ଼ଲା । ମୋର ଗୁଡ଼ ହାତ ଥରୁଥିଲା । ଖଟ ତଲେ ପାନି ବୁତଲ ଥିଲେ ବି ହାତ ଲମ୍ବେଇ କରି ଆନି ନାଇଁ ପାରୁଥିଲି । ଘାଏ ଗଲା ଉତୁରୁ ଜାନି ପାର୍ଲି ଇଟା ସପନ୍ ଆଏ । ଖଟେ ଉଟୁସ୍ ପୁଟୁସ ହେଇ କରି ଶୁଇଲା ବେଲ୍କେ ପହଁତିଆ ହେଇ ସାର୍ଲାନ ।
ସଖାଲ୍ ପାଏଲା । ଉଠି କରି ଖଟେ ଟିକେ ବସଲି । ନିସ୍ତିଆ ଲାଗୁଥିଲା ।
କୁମୁଦିନୀ ଲାଲ୍ ଚାହା ଟିକେ ଦେଲା । କାଁ ହେଲା ଯେ, ସେ ଟିକେ ଗ୍ରେଭ୍ ଦିଶୁଥିଲା । ତାହାକେ ଡ଼ାକି କରି କାଲି ରାତି ଦେଖିଥିବାର ସପନ୍ କଥା କହେଲି । କଥାଟାକେ ଲାଇଟ୍ଲି ନେଲା ସେ ଆର୍ କହେଲା ଡ଼୍ରାମା-ବାଜି ବନ୍ଦ କର । ଜଲଦି ଯୋଗ ପ୍ରାଣାୟମ୍ କର । ଘରେ କିଛି ନାଇଁନ । ଏନ୍ତାକି, ଟୁଥ୍ପେଷ୍ଟ ବି ଖତମ୍ା

Previous ArticleNext Article